ମେଥିଲ ଦେବିକା

ଉଇକିପିଡ଼ିଆ‌ରୁ
(Methil Devikaରୁ ଲେଉଟି ଆସିଛି)
ମେଥିଲ ଦେବିକା
Born୧୯୭୬
Occupation(s)ନୃତ୍ୟ
ପ୍ରଶିକ୍ଷଣ
Spouse(s)ରାଜୀବ ନାୟାର (୨୦୦୨-୨୦୦୪) (ଛାଡ଼ପତ୍ର)
ମୁକେଶ (୨୦୧୩-ବର୍ତ୍ତମାନ ପର୍ଯ୍ୟନ୍ତ)
Childrenଦେବାଙ୍ଗ ରାଜୀବ

ମେଥିଲ ଦେବିକା (ଇଂରାଜୀ ଭାଷାରେ Methil Devika) ପଲକ୍କଡ଼ରୁ ଆସିଥିବା ଜଣେ ଭାରତୀୟ ନୃତ୍ୟ ଗବେଷକ, ଶିକ୍ଷା ବିଶାରଦ, ନୃତ୍ୟ ପ୍ରଦର୍ଶକ, ନୃତ୍ୟ ନିର୍ଦ୍ଦେଶିକା ।

ପ୍ରାକ୍ ଜୀବନ[ସମ୍ପାଦନା]

ମେଥିଲ ଦେବିକା ଦୁବାଇରେ ସନ ୧୯୭୬ରେ ଜନ୍ମ ଗ୍ରହଣ କରିଥିଲେ ଓ ଭାରତୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷା ଲାଭ କରିଥିଲେ ।[୧] ତାଙ୍କର ରାଧିକା ପିଲ୍ଲାଇ ଓ ମେଥିଲ ରେଣୁକା ନାମରେ ଦୁଇ ବଡ଼ ଭଉଣୀ ଅଛନ୍ତି । ମେଥିଲ ରାଧାକୃଷ୍ଣନ ତାଙ୍କର ମାମୁଁ, ଲେଖକ ଭି.କେ.ଏନ.ଙ୍କର ପତ୍ନୀ ବେଦବତୀ ତାଙ୍କର ମାଇଁ । ପଲକ୍କଡ଼ର ମର୍ସି କଲେଜରେ ଯୋଗଦାନ କରିବା ପରେ ସେ ସରକାରୀ ଭିକ୍ଟୋରିଆ କଲେଜରୁ ବାଣିଜ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ ।

ଶିକ୍ଷା[ସମ୍ପାଦନା]

ମେଥିଲ ଦେବିକା ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ବିଜିନେସ ଆଡମିନିଶ୍ଟ୍ରେସନରେ ପ୍ରଥମ ସ୍ଥାନ ଅଧିକାର କରି ପାସ କରିଥିଲେ,[୨] ଓ ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ ନୃତ୍ୟ କଳାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ମାଷ୍ଟର ଡିଗ୍ରୀ ଓ ସ୍ୱର୍ଣ୍ଣ ପଦକ ପାଇଥିଲେ ।[୩] ସନ ୨୦୧୩ରେ ତାମିଲନାଡ଼ୁର ଭାରତୀଦଶନ ବିଶ୍ୱବିଦ୍ୟାଳୟରୁ ମୋହିନୀୟଟ୍ଟମରେ ପିଏଚଡି ଲାଭ କରିଥିଲେ । ସେ ପୋଷ୍ଟଗ୍ରାଜୁଏଟ ପାଠ୍ୟକ୍ରମରେ ଅଧ୍ୟାପକ ଭାବରେ ଯୋଗଦାନ କରି ମୋହିନୀୟଟ୍ଟମ, କଥାକଲି ଓ କୂଡିୟଟ୍ଟମ ନୃତ୍ୟ,[୪] ଓ କେରଳ କଳାମଣ୍ଡଳମ୍ ଡିମଡ୍ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗରେ ଥିଲେ ।[୫] କେରଳ କଳାମଣ୍ଡଳମ ଡିମଡ ବିଶ୍ୱବିଦ୍ୟାଳୟର ଆନ୍ତର୍ଜାତୀୟ ଛାତ୍ର ଡିପାର୍ଟମେଣ୍ଟର ମୂଖ୍ୟ ଭାବରେ କାମ କରିଛନ୍ତି ।[୬]

ବୃତ୍ତି[ସମ୍ପାଦନା]

ମେଥିଲ ଦେବିକା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ମୋହିନୋୟଟ୍ଟମ ଶାଖାର ଜଣେ ଶିକ୍ଷାବିତ୍, ପଣ୍ଡିତ ଓ ସମର୍ଥକ ଥିଲେ ।[୭][୮] ଯୁକ୍ତରାଷ୍ଟର ଆମେରିକା, ୟୁରୋପ, ଅଷ୍ଟ୍ରେଲିଆ, ସିଙ୍ଗାପୁରର ଏସପ୍ଲାନେଡ ଥିଏଟର, କେରଳର ସୂକ୍ଷ୍ମ କଳା ସୋସାଇଟି[୯] ଓ ଉସ୍ତାଦ୍ ବିସମିଲ୍ଲାହ ଖାନ ଯୁବ ପୁରସ୍କାର ଉତ୍ସବମାନଙ୍କରେ[୧୦] ତାଙ୍କୁ ବ‌ହୁତ ପ୍ରଶଂସା ମିଳିଥିଲା ଓ କାରଣ ସ୍ୱରୂପ ସେ ମୋହିନୀୟଟ୍ଟମ ନୃତ୍ୟରେ ଜାଗତିକ ମାନବିକ ଭାବନା ସଂଯୁକ୍ତ କରି ତାହାକୁ ନୂଆ ପରିଭାଷା ଦେଇଥିଲେ । ଭାରତର ଓ ଭାରତ ବାହାରେ ଥିବା ଅନେକ ସ୍କୁଲ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଦେବିକା ବକ୍ତୃତା ଓ ପେପର ପ୍ରେଜେଣ୍ଟେସନ ଦେଇ ମୋହିନୀୟଟ୍ଟମ, ମଲୟାଲମ ସାହିତ୍ୟ, ସଙ୍ଗୀତ ଓ କବିତାମାନଙ୍କୁ ନିଜସ୍ୱ କଳାରେ ଉପସ୍ଥାପନ ଓ ପ୍ରଚାର କରି ପ୍ରଶଂସିତ ହୋଇଥିଲେ ।[୪] ସେ ଅନେକ ଉତ୍ସବର ଆୟୋଜକ ଥିଲେ ଯେପରିକି ତିରୁବନନ୍ତପୁରମର ପାଞ୍ଚ ଦିନିଆ ଚିଲଙ୍କା ନୃତ୍ୟ ଉତ୍ସବ ।[୧୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଦେବିକା ସନ ୨୦୦୨ରେ ରାଜୀବ ନାୟାରଙ୍କୁ ବିବାହ କରି ବାଙ୍ଗାଲୋରରେ ସ୍ଥାୟୀ ବାବରେ ବସବାସ କରିବାକୁ ଲାଗିଲେ ।[୧] ତାଙ୍କର ଗୋଟେ ପୁଅ ଦେବାଙ୍ଗ ଜାତ ହୋଇଥିଲା ।[୧୨] ଦେବାଙ୍ଗ ଜନ୍ମ ପରେ ସେ ଛାଡ଼ପତ୍ର ଦେଇ ପଲକ୍କଡ଼କୁ ଫେରିଗଲେ ଓ ରାମନାଥପୁରମରେ 'ଶ୍ରୀପଦ ନାଟ୍ୟ କଲରି'[୧] ନାମକ ଏକ ନୃତ୍ୟ ବିଦ୍ୟାଳୟ ସ୍ଥାପନ କରିଥିଲେ ।

ଏହା ପରେ ଅକ୍ଟୋବର ୨୪ ତାରିକ ୨୦୧୩ ଦିନ ସେ ମଲୟାଲମ ଅଭିନେତା ମୁକେଶଙ୍କୁ ବିବାହ କରିଥିଲେ ।[୫] ଏହା ତାଙ୍କର ଦ୍ୱତୀୟ ବିବାହ ଥିଲା ।[୧୩]

ପୁରସ୍କାର[ସମ୍ପାଦନା]

ମୋହିନିୟଟ୍ଟମ ନୃତ୍ୟ ନିମନ୍ତେ ସେ କେରଳ ପ୍ରଦେଶ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନ ପାଇଥିଲେ[୧୪] ସନ ୨୦୧୦ ନିମନ୍ତେ ଓ ସନ ୨୦୦୭ରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ଉସ୍ତାଦ୍ ବିସମିଲ୍ଲାହ ଖାନ ଯୁବ ପୁରସ୍କାର ପାଇଥିଲେ ।[୧୫][୧୬] ସନ ୨୦୧୦ରେ ଓଡ଼ିଶା ସରକାରଙ୍କଠାରୁ ସେ ଦେବଦାସୀ ଜାତୀୟ ପୁରସ୍କାର ପାଇଥିଲେ ।[୧୭] ତାଙ୍କର ନୃତ୍ୟ ପ୍ରବୀଣତା ନିମନ୍ତେ ପଶ୍ଚିମ ବଙ୍ଗର ବରନ ପୁରସ୍କାର ପାଇଥିଲେ ।[୬] ଦୂରଦର୍ଶନରେ ଦେବିକା ଜଣେ ଏ ଗ୍ରେଡ଼ କଳାକାର ଥିଲେ ଓ ଦିଲ୍ଲୀସ୍ଥିତ ଏସପିଆଇସିର ପ୍ୟାନେଲ ସଭ୍ୟ ଥିଲେ ।[୧୪] ଦିଲ୍ଲୀର ଭାରତୀୟ ସାଂସ୍କୃତିକ ସମ୍ପର୍କ କାଉନସିଲର ସେ ଫେଲୋ ଥିଲେ । ସନ ୨୧୦୬ରେ ମଧ୍ୟ ବାର୍ଷିକ ଉତ୍ସବରେ ସେ ମାଡ୍ରାସ ସଙ୍ଗୀତ ଏକାଡେମୀର ଶ୍ରେଷ୍ଠ ନର୍ତ୍ତକୀ ପୁରସ୍କାର ପାଇଥିଲେ ।[୧୮]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Paul, G. S (12 August 2011). "Dance scholar and performer". The Hindu (in Indian English). ISSN 0971-751X. Retrieved 10 July 2018.
  2. "Dancing to the tunes of life". Deccan Chronicle (in ଇଂରାଜୀ). 16 February 2017. Retrieved 12 July 2018.
  3. Yiyyvadi, Sreevalsan (2 October 2017). "MBA and the Maestro". Outlook india. Retrieved 10 July 2018.
  4. ୪.୦ ୪.୧ Rupera, Prashant (19 April 2013). "Methil Devika interacts with students in the city". The Times of India. Retrieved 12 July 2018.
  5. ୫.୦ ୫.୧ "Malayalam actor Mukesh marries dancer Methil Devika". India TV (in ଆମେରିକୀୟ ଇଂରାଜୀ). 25 October 2013. Retrieved 10 July 2018.
  6. ୬.୦ ୬.୧ Chakra, Shyamhari (8 October 2010). "Dance divine". The Hindu (in Indian English). ISSN 0971-751X. Retrieved 12 July 2018.
  7. "So much divine energy in Khajuraho: Methil Devika". INDIA New England News (in ଆମେରିକୀୟ ଇଂରାଜୀ). 7 March 2016. Archived from the original on 10 July 2018. Retrieved 10 July 2018.
  8. Panchamakesan, C. S (24 November 2016). "Masterly Mohiniyattam". The Hindu (in Indian English). ISSN 0971-751X. Retrieved 10 July 2018.
  9. Bal, Harish (19 January 2017). "Evenings of ragas and rhythm". The Hindu (in Indian English). ISSN 0971-751X. Retrieved 12 July 2018.
  10. "Your music - Recurrent Note". India Today (in ଇଂରାଜୀ). 2 May 2008. Retrieved 12 July 2018.
  11. Nampoothiri, Hareesh N. (24 February 2017). "Steps of talent and skill". The Hindu (in Indian English). ISSN 0971-751X. Retrieved 12 July 2018.
  12. Khan, Shiba (11 April 2014). "Mukesh and wife Devika make their first public appearance - Times of India". The Times of India. Retrieved 12 July 2018.
  13. Pillai, Radhila C (9 November 2013). "My marriage with Mukesh is an arranged one: Methil Devika - Times of India". The Times of India. Retrieved 10 July 2018.
  14. ୧୪.୦ ୧୪.୧ M, Athira (22 June 2012). "Art in motion". The Hindu (in Indian English). ISSN 0971-751X. Retrieved 10 July 2018.
  15. "Kavalam - guru non-pareil". The Hindu (in Indian English). 30 June 2013. ISSN 0971-751X. Retrieved 12 July 2018.
  16. "Bismillah Khan award for Methil Devika". The Hindu (in Indian English). 5 March 2008. ISSN 0971-751X. Retrieved 10 July 2018.
  17. Chakra, Shyamhari (8 October 2010). "Dance divine". The Hindu (in Indian English). ISSN 0971-751X. Retrieved 14 October 2018.
  18. M., Athira (29 December 2016). "Exploring new idioms". The Hindu (in Indian English). ISSN 0971-751X. Retrieved 14 October 2018.