ମମତାମୟୀ ଚୌଧୁରୀ

ଉଇକିପିଡ଼ିଆ‌ରୁ
(Mamatamayee Choudhuryରୁ ଲେଉଟି ଆସିଛି)
ମମତାମୟୀ ଚୌଧୁରୀ
Born୧୯୭୦
ଭୁବନେଶ୍ୱର
Nationalityଭାରତୀୟ
Spouseଅନୀଲ କୁମାର ପାଢ଼ୀ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ମମତାମୟୀ ଚୌଧୁରୀ (ଜନ୍ମ: ୧ ଅକ୍ଟୋବର ୧୯୬୯) ଜଣେ ଓଡ଼ିଆ ସାହିତ୍ୟିକା । ତାଙ୍କ କବିତା, ଗଳ୍ପ ଓ ଉପନ୍ୟାସ ଆଦି ରଚନାରେ ପ୍ରଧାନତଃ ନାରୀମାନଙ୍କ ବେଦନା ତଥା ସଙ୍ଘର୍ଷ ବର୍ଣ୍ଣିତ ।[୧][୨] ତାଙ୍କ ଉଲ୍ଲେଖନୀୟ ରଚନାବଳୀ ମଧ୍ୟରେ “ଛିନ୍ନମସ୍ତା”, “ବଜାର”, “ଶତାବ୍ଦୀର ନୀଳପକ୍ଷୀ”, “ଅର୍ଦ୍ଧେକ ଜୀବନ”, “ଧୂଆଁର ଜ୍ୟାମିତି”, “ଈଶ୍ୱରୀ”, “ଦିଗ୍‌ବଳୟ ଏଠି ନୁହେଁ”, “ସାରାଂଶ” ଓ “ବୈଶ୍ରବଣୀ” ଆଦି ଅନ୍ୟତମ । ୨୦୧୦ ମସିହାରେ ତାଙ୍କର ବୈଶ୍ରବଣୀ ଉପନ୍ୟାସ ପୁସ୍ତକ ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୩][୪] ତାଙ୍କର ସାହିତ୍ୟ ରଚନା ନିମନ୍ତେ ସେ ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ଅଦ୍ୱୈତ କଥା ପୁରସ୍କାର, ଟାଇମପାସ୍ ବୁକର୍‍ ସମ୍ମାନ, କଳିଙ୍ଗପ୍ରଭା କବିତା ସମ୍ମାନ, ଅମୃତାୟନ ସମ୍ମାନ ଆଦିରେ ମଧ୍ୟ ସମ୍ମାନୀତ ।[୫]

ଜୀବନୀ[ସମ୍ପାଦନା]

ମମତାମୟୀ ଚୌଧୁରୀ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ୧୯୬୯ ମସିହା ଅକ୍ଟୋବର ୧ ତାରିଖରେ ମାତା ପାର୍ବତୀ ଦେବୀ ଓ ପିତା ଦୀନବନ୍ଧୁ ଚୌଧୁରୀଙ୍କ ଐରସ୍ୟରୁ ଜନ୍ମଗ୍ରହଣ କରିଥିଲେ । ସେ ଅର୍ଥନୀତିରେ ସ୍ନାତକୋତ୍ତର ପଠନ କଲାପରେ ଅଧ୍ୟାପିକା ଭାବେ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ।[୫]

ରଚନାବଳୀ[ସମ୍ପାଦନା]

ତାଙ୍କର ପ୍ରଥମ ଗଳ୍ପ ସଂକଳନ ଥିଲା ୨୦୦୩ ମସିହାରେ ପ୍ରକାଶିତ “ନିବିଡ଼ ନିର୍ଜନତା” । ଏହା ଛଡ଼ା “ଛିନ୍ନମସ୍ତା”, “ବଜାର”, “ଶତାବ୍ଦୀର ନୀଳପକ୍ଷୀ”, “ଅର୍ଦ୍ଧେକ ଜୀବନ”, “ଧୂଆଁର ଜ୍ୟାମିତି”, “ଈଶ୍ୱରୀ”, “ଦିଗ୍‌ବଳୟ ଏଠି ନୁହେଁ”, “ସାରାଂଶ” ଓ “ବୈଶ୍ରବଣୀ” ତାଙ୍କର ଉଲ୍ଲେଖନୀୟ ରଚନାବଳୀ ।[୫]

କବିତାଗ୍ରନ୍ଥ[ସମ୍ପାଦନା]

  • ଅର୍ଦ୍ଧେକ ଜୀବନ
  • ଧୂଆଁର ଜ୍ୟାମିତି
  • ପକ୍ଷିଣୀ

ଗଳ୍ପଗ୍ରନ୍ଥ[ସମ୍ପାଦନା]

  • ଭୋକର ରଙ୍ଗ ସାଦା
  • ଶତାବ୍ଦୀର ନୀଳପକ୍ଷୀ
  • ବଜାର
  • ଛିନ୍ନମସ୍ତା
  • ନିବିଡ଼ ନିର୍ଜନତା

ଉପନ୍ୟାସ[ସମ୍ପାଦନା]

  • ବୈଶ୍ରାବଣୀ
  • ସାରାଂଶ
  • ଦିଗବଳୟ ଏଠି ନୁହେଁ[୬]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୦(ବୈଶ୍ରାବଣୀ ପାଇଁ)[୭]
  • ଟାଇମପାସ ବୁକର ପୁରସ୍କାର - ୨୦୦୯(ବଜାର ପାଇଁ)[୮]

ଆଧାର[ସମ୍ପାଦନା]

  1. "Book fair panel announces annual awards". The Hindu (in Indian English). 2011-02-14. ISSN 0971-751X. Retrieved 2023-03-29.
  2. "Those nude photos were not a threat to values". The New Indian Express. Retrieved 2023-03-29.
  3. Sahitya Akademi (2006). Indian Literature. Sahitya Akademi. ISBN 978-81-260-1792-8. Retrieved 2023-03-29.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Archived from the original on 2023-03-29. Retrieved 2023-03-29. {{cite web}}: |archive-date= / |archive-url= timestamp mismatch; 2022-09-22 suggested (help); no-break space character in |title= at position 41 (help)
  5. ୫.୦ ୫.୧ ୫.୨ "ମମତାମୟୀ ଚୌଧୁରୀ". ova.gov.in. Retrieved 2023-03-29.
  6. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଫେବୃୟାରୀ ୨୦-ମାର୍ଚ୍ଚ ୪ ପୃଷ୍ଠା ୨. Retrieved 3 March 2016.
  7. http://timesofindia.indiatimes.com/city/bhubaneswar/State-Sahitya-Akademi-awards-announced/articleshow/17850379.cms
  8. http://www.thehindu.com/todays-paper/tp-national/tp-otherstates/literary-awards-presented/article743670.ece