ମହାତ୍ମା ମନ୍ଦିର

ମହାତ୍ମା ମନ୍ଦିର ଗୁଜରାଟର ଗାନ୍ଧୀନଗର ଅନ୍ତର୍ଗତ ସେକ୍ଟର ୧୩ରେ ଅବସ୍ଥିତ ଏକ ସମ୍ମିଳନ ଓ ପ୍ରଦର୍ଶନ କେନ୍ଦ୍ର ତଥା ସ୍ମାରକ । ଏହା ମହାତ୍ମା ଗାନ୍ଧୀଙ୍କ ଜୀବନ ଓ ଦର୍ଶନରୁ ପ୍ରେରିତ । ୩୪ ଏକର (14 ହେକ୍ଟର; 0.053 ବର୍ଗ ମିଲ) ଜମିରେ ବିସ୍ତାରିତ, ଏହା ଭାରତର ସବୁଠାରୁ ବଡ଼ ସମ୍ମିଳନ କେନ୍ଦ୍ର ।
ଏହାର ଉନ୍ନୟନ ଗୁଜରାଟ ସରକାର କରିଥିଲା । ଭାଇବ୍ରାଣ୍ଟ ଗୁଜରାଟ୍ ଗ୍ଲୋବାଲ୍ ଇନଭେଷ୍ଟର ସମିଟ୍ ୨୦୧୧, ୨୦୧୩, ୨୦୧୫ ଓ ୨୦୧୭ ମସିହାର ବ୍ୟବସାୟିକ ସମ୍ମିଳନଗୁଡ଼ିକ ଏଠାରେ ଆୟୋଜନ କରାଯାଇଥିଲା ।[୧]
ଇତିହାସ
[ସମ୍ପାଦନା]ଗୁଜରାଟ ସରକାର ମହାତ୍ମା ମନ୍ଦିରକୁ ଏକତା ଓ ଉନ୍ନତିର ସ୍ମାରକ ଭାବେ ବିକଶିତ କରିବାକୁ ଚାହୁଁଥିଲା । ସ୍ମାରକର ଭିତ୍ତିରେ ଯେଉଁ ବାଲି ଭରାଯାଇଥିଲା, ସେଗୁଡ଼ିକୁ ଗୁଜରାଟ୍ର ସମସ୍ତ 18,066ଟି ଗ୍ରାମର ପ୍ରତିନିଧିମାନେ କଳଶରେ ଆଣିଥିଲେ ଓ ଭିତ୍ତିରେ ଭର୍ତ୍ତି କରିଥିଲେ । ୨୦୧୦ ମସିହାରେ ଏହାର ଭୂମିପୂଜନ ସମୟରେ, ଭିତ୍ତିରେ ଗୁଜରାଟର ୨୦୧୦ ପର୍ଯ୍ୟନ୍ତର ଇତିହାସ ଧାରଣ କରୁଥିବା ଏକ ଟାଇମ୍ କ୍ୟାପସୁଲ୍ ମଧ୍ୟ ପୋତା ଯାଇଥିଲା । ଲାର୍ସନ ଏଣ୍ଡ ଟୁବ୍ରୋ (L&T) ଓ ଶାପୁରଜି ପଲନଜି ଏଣ୍ଡ କମ୍ପାନୀ ଲିମିଟେଡ୍ ଦ୍ୱାରା ଦୁଇଟି ପର୍ଯ୍ୟାୟରେ ଏହି ସ୍ମାରକର ନିର୍ମାଣ କରାଯାଇଥିଲା । ପରିବେଶ-ବନ୍ଧବ ପ୍ରଣାଳୀ ଏହାର ପରିକଳ୍ପନା ଓ ଡିଜାଇନ୍ରେ ଏହି ସ୍ମାରକ ନିର୍ମିତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ମେ ୨୦୧୦ ରୁ ଜାନୁଆରୀ ୨୦୧୧ ପର୍ଯ୍ୟନ୍ତ, ୧୩୫ କୋଟି ଟଙ୍କା ବ୍ୟୟରେ ନଅ ମାସରେ ଏହାର ନିର୍ମାଣ ହୋଇଥିଲା । ଏଥିରେ ଏକ କନଭେନସନ୍ ସେଣ୍ଟର, ତିନିଟି ବଡ଼ ପ୍ରଦର୍ଶନ ହଲ୍ ଓ କନଫରେନ୍ସ ସୁବିଧା ସହିତ ଛୋଟ ହଲ୍ ରହିଛି ।
ଦ୍ୱିତୀୟ ପର୍ଯ୍ୟାୟରେ ଦାଣ୍ଡି ଯାତ୍ରାର ସ୍ମାରକ, ଏକ ବଗିଚା, ଝୁଲା ବ୍ରିଜ୍, ପବନ ଚକ୍କି ଓ ପାର୍କିଂ ସ୍ଥାନ ଇତ୍ୟାଦି ପ୍ରାୟ ୮୦ କୋଟି ଟଙ୍କା ବ୍ୟୟରେ ବିକଶିତ ହୋଇଛି ।
ସମ୍ମିଳନ କେନ୍ଦ୍ର
[ସମ୍ପାଦନା]ମୁଖ୍ୟ ସମ୍ମିଳନ ହଲ୍ ୧୫,୦୦୦ରୁ ଅଧିକ ଲୋକଙ୍କୁ ସ୍ଥାନ ଦେଇପାରେ, ଯେଉଁଟି ସ୍ତମ୍ଭ ବିହୀନ, ପୂରାପୁରି ଏସି ସୁବିଧା ରହିଛି । ଥିଏଟର ଶୈଳୀର ମୁଖ୍ୟ ହଲ୍ର କ୍ଷମତା ୬୦୦୦ ଲୋକଙ୍କୁ ସ୍ଥାନ ଦେଇପାରେ । ପ୍ରଦର୍ଶନ ହଲ୍ ୧୦,୦୦୦ ବର୍ଗ ଫୁଟ୍ (930 m²) ମାପର । ଏଠାରେ ୪ଟି ସେମିନାର ହଲ୍ (3ଟିର କ୍ଷମତା 500, 1ଟିର କ୍ଷମତା 1000), ୭ଟି ହାଇ-ଟେକ୍ କନଫରେନ୍ସ ହଲ୍ ଓ ଏକ ସଭାକକ୍ଷ ଅଛି । 34 ଏକରରେ ବିସ୍ତାରିତ , ଏହା ଭାରତର ସବୁଠାରୁ ବଡ଼ ଆଧୁନିକ ସୁବିଧା, ଯେଉଁଥିରେ ସୌନ୍ଦର୍ଯ୍ୟ, କାର୍ଯ୍ୟକ୍ଷମତା ଓ ସୁଗମତାକୁ ସମନ୍ୱୟ କରାଯାଇଛି । 20,000 ବର୍ଗ ମିଟରର କନଭେନସନ୍ ଓ ପ୍ରଦର୍ଶନ କ୍ଷେତ୍ରରେ ପ୍ରାକୃତିକ ଆଲୋକ, ବାୟୁ, ଶକ୍ତି-ସଞ୍ଚୟୀ ଲାଇଟ୍ ଓ ଅଶୁଦ୍ଧ ପାଣି ପରିଚାଳନା ବ୍ୟବସ୍ଥା ରହିଛି ।
ସ୍ମାରକ
[ସମ୍ପାଦନା]ଏହି କେନ୍ଦ୍ରରେ ମହାତ୍ମା ଗାନ୍ଧୀଙ୍କୁ ଉତ୍ସର୍ଗ କରାଯାଇଥିବା ସ୍ମାରକ ଅଛି । ଏହାର ନିର୍ମାଣ ଶାପୁରଜି ପଲନଜି ଏଣ୍ଡ କମ୍ପାନୀ ଲିମିଟେଡ୍ କରିଛି । ଦାଣ୍ଡି ଯାତ୍ରାର ସ୍ମୃତିରେ ଏକ ସସ୍ପେନସନ୍ ବ୍ରିଜ୍ ତିଆରି କରାଯାଇଛି ।ଦାଣ୍ଡି ଯାତ୍ରାର ସ୍ମାରକ ସହିତ ଏହି ଭବନରେ ସଂଗ୍ରହାଳୟ, ପୁସ୍ତକାଳୟ ଓ ଗବେଷଣା କେନ୍ଦ୍ର ରହିଛି । ଗାନ୍ଧୀଜୀଙ୍କ ଜୀବନକୁ ଦର୍ଶାଇଥିବା ପଥରର ମୁର୍ତ୍ତିକଳା ଓ ଏକ ବିଶାଳ ଚରଖା ସ୍ଥାପିତ ହୋଇଛି ।[୨]
ବିବାଦ
[ସମ୍ପାଦନା]ଏହି ପ୍ରକଳ୍ପ ନିର୍ମାଣ ଯୋଗୁଁ ୩୫୬ଟି ଝୁପୁଡ଼ିବାସୀ ପରିବାର ବିସ୍ଥାପିତ ହୋଇଥିଲେ, ଯାହାଦ୍ଵାରା ବିବାଦ ସୃଷ୍ଟି ହୋଇଥିଲା । ପରେ ସେମାନଙ୍କୁ ନୂତନ ବାସଗୃହ ସୁବିଧା ପ୍ରଦାନ କରାଯାଇଥିଲା । କିଛି ଗାନ୍ଧୀବାଦୀମାନେ ମଧ୍ୟ ଏହି ନିର୍ମାଣକୁ ବିରୋଧ କରିଥିଲେ, କହିଥିଲେ ଯେ ଏହା ମହାତ୍ମା ଗାନ୍ଧୀଙ୍କ ଦର୍ଶନ ବିରୋଧୀ ଅଟେ ।[୩]
ଆଧାର
[ସମ୍ପାଦନା]- ↑ Standard, Business. "Vibrant Gujarat Summit starts today". www.business-standard.com (in ଆମେରିକୀୟ ଇଂରାଜୀ). Retrieved 2025-09-30.
{{cite web}}:|first=has generic name (help) - ↑ "Gandhi memorial with water, sand from world over". The Times of India. 2010-04-25. ISSN 0971-8257. Retrieved 2025-09-30.
- ↑ "Gandhians protest against building of Mahatma Mandir". The Indian Express (in ଇଂରାଜୀ). 2010-05-25. Retrieved 2025-09-30.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |