ମାଧବ ଚନ୍ଦ୍ର ଶତପଥୀ

ଉଇକିପିଡ଼ିଆ‌ରୁ
(Madhab Chandra Satpathyରୁ ଲେଉଟି ଆସିଛି)
ମାଧବ ଚନ୍ଦ୍ର ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ(1928-03-21)୨୧ ମାର୍ଚ୍ଚ ୧୯୨୮
କାଦୁଅ ମାଗୁରା, ବଡ଼ଚଣା, ଯାଜପୁର
ମୃତ୍ୟୁ୨୫ ଫେବୃଆରୀ ୨୦୧୭(2017-02-25) (ବୟସ ୮୮)
କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶୈଳୀବ୍ୟଙ୍ଗ
ଜୀବନସାଥୀପ୍ରେମଲତା
ସନ୍ତାନତପନ

ମାଧବ ଚନ୍ଦ୍ର ଶତପଥୀ(୨୧ ମାର୍ଚ୍ଚ ୧୯୨୮- ୨୫ ଫେବୃଆରୀ ୨୦୧୭) ଜଣେ ଓଡ଼ିଆ ବ୍ୟଙ୍ଗ ସାହିତ୍ୟିକ ଥିଲେ ।[୧] ୪୧ଖଣ୍ଡ ପୁସ୍ତକ ରଚନା କରି, ସେ ଓଡ଼ିଆ ବ୍ୟଙ୍ଗସାହିତ୍ୟକୁ ସମୃଦ୍ଧ କରିଛନ୍ତି । ତାଙ୍କ ରଚିତ ଅନେକ ପୁସ୍ତକ ଏବେ ଓଡ଼ିଶାରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ ପାଠ୍ୟପୁସ୍ତକ ଭାବରେ ଆଦୃତ ହୋଇଛି ।

ଜୀବନୀ[ସମ୍ପାଦନା]

ମାଧବ ଚନ୍ଦ୍ର ୧୯୨୮ ମସିହାରେ[୨] ଯାଜପୁର ଜିଲ୍ଲା ଅନ୍ତର୍ଗତ ବଡ଼ଚଣା ବ୍ଳକର କାଦୁଅ ମାଗୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ଦୀନବନ୍ଧୁ ଶତପଥୀ ଓ ମାତା ସାରମଣି ଦେବୀ । ବୃତ୍ତିରେ ଥିଲେ ସେ ଜଣେ ଅଧ୍ୟାପକ । ସମ୍ବଲପୁର ସରକାରୀ ମହାବିଦ୍ୟାଳୟରୁ ଚାକିରି ଆରମ୍ଭ କରି, ସେ ବିଭିନ୍ନ କଲେଜରେ ଅଧ୍ୟାପନା କରି ବଲାଙ୍ଗିର ଟ୍ରେନିଙ୍ଗ କଲେଜରୁ ଅବସର ଗ୍ରହଣ କରିଥିଲେ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ସେ ପରିଚିତ ଥିଲେ । ପତ୍ନୀ ପ୍ରେମଲତା, ପୁତ୍ର ତପନ କୁମାର ଓ ତିନି ଝିଅଙ୍କୁ ନେଇ ତାଙ୍କ ପରିବାର । ୨୦୧୭ ମସିହା ଫେବୃଆରୀ ୨୫ ତାରିଖରେ ମାଧବ ଚନ୍ଦ୍ର ଇହଲିଳା ସମ୍ବରଣ କରିଥିଲେ ।

ରଚନାବଳି[ସମ୍ପାଦନା]

  • ନିଶ ଓ ପରିବାର ନିୟନ୍ତ୍ରଣ[୩]
  • ନାମରୁ ରାଶିନକ୍ଷତ୍ର
  • ପ୍ରହାରେଣ ଧନଞ୍ଜୟ
  • କଙ୍କିଡୋଳି ଉପାଖ୍ୟାନ
  • ପିତୃ ପରାମର୍ଶ କେନ୍ଦ୍ର
  • ଆଦି ହାସ୍ୟବ୍ୟଙ୍ଗ ପୁସ୍ତକ
  • କବିତା ମିଠାମିଠା
  • ଆଧୁନିକ କବିତା
  • ଅନୁବାଦ ଚିନ୍ତା ହଠାନ୍ତୁ
  • ଜୀବନର ସ୍ୱାଦ ପାଆନ୍ତୁ
  • କପି ତୁ କାହିଁ ଅଇଲୁ
  • ମାଧବ ଶତପଥୀଙ୍କ ଅନାବନା କବିତା[୪]

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କାନ୍ତକବି ପୁରସ୍କାର
  • ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା
  • ଉତ୍କଳ ସାହିତ୍ୟ ସମାଜର ହାସ୍ୟବ୍ୟଙ୍ଗ ସମ୍ମାନ
  • ପ୍ରଜାତନ୍ତ୍ର ବିଷୁବ ପୁରସ୍କାର

ଆଧାର[ସମ୍ପାଦନା]

  1. National Union Catalog: A Cumulative Author List Representing Library of Congress Printed Cards and Titles Reported by Other American Libraries. Library of Congress. 1970.
  2. Library of Congress Office, New Delhi (1981). Accessions List, South Asia. E.G. Smith.
  3. Madhab Chandra Satpathy (1965). Niśa o paribāra niẏantraṇa.
  4. "ହାସ୍ୟବ୍ୟଙ୍ଗ ସାହିତ୍ୟିକ ମାଧବ ଚନ୍ଦ୍ର ଶତପଥୀଙ୍କ ପରଲୋକ". ଧରିତ୍ରୀ ୨୭/୦୨/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୯. Retrieved 14 April 2019.