ଏମ୍. ଏନ୍. ଭେଙ୍କେଟଚେଲେୟା
ଏମ୍. ଏନ୍. ଭେଙ୍କେଟଚେଲେୟା (ମାନେପଲ୍ଲି ନାରାୟଣରାଓ ବେଙ୍କଟଚେଲୈୟା, ଜନ୍ମ ୨୫ ଅକ୍ଟୋବର ୧୯୨୯) ଭାରତର ୨୫ତମ ମହାନ୍ୟାୟଧୀଶ ଥିଲେ ଏବଂ ୧୯୯୩ ରୁ ୧୯୯୪ ପର୍ଯ୍ୟନ୍ତ ଏହି ପଦରେ କାର୍ଯ୍ୟ ସଂପାଦନ କରିଥିଲେ ।[୧]
ଶିକ୍ଷା ଓ ପେଶାଜୀବନ
[ସମ୍ପାଦନା]ସେ ମୈଶୁର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନ ବିଷୟ ସ୍ନାତକ ଏବଂ ବାଙ୍ଗାଲୋର ବିଶ୍ୱବିଦ୍ୟାଳୟରୁ ଆଇନ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ । ସେ ୧୯୫୧ରେ ଆଇନ ପ୍ରାକ୍ଟିସ୍ ଆରମ୍ଭ କଲେ । ୬ ନଭେମ୍ବର ୧୯୭୫ରେ ସେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ୫ ଅକ୍ଟୋବର ୧୯୮୭ରେ ସେ ସୁପ୍ରିମକୋର୍ଟର ନ୍ୟାୟାଧୀଶ ଭାବେ ପଦୋନ୍ନତି ପାଇଲେ । ଶେଷରେ ସେ ୧୨ ଫେବୃଆରୀ ୧୯୯୩ରେ ଭାରତର ୨୫ତମ ମହାନ୍ୟାୟଧୀଶ ହେଲେ ଏବଂ ୨୪ ଅକ୍ଟୋବର ୧୯୯୪ରେ ଅବସର ନେଲେ ।ସୁପ୍ରିମକୋର୍ଟରେ ତାଙ୍କ ସେବାକାଳରେ ବେଙ୍କଟଚଲୈୟ ୯୦ଟି ରାୟ ରଚନା କରିଥିଲେ ଏବଂ ୪୮୨ଟି ବେଞ୍ଚରେ ବସିଥିଲେ।[୨] ସେ ୧୯୯୬-୧୯୯୮ମଧ୍ୟରେ ଜାତୀୟ ମାନବ ଅଧିକାର ଆୟୋଗର ଅଧ୍ୟକ୍ଷ ଭାବେ କାମ କଲେ [୩] ଏବଂ ୨୦୦୦ରେ ସେ ସମ୍ବିଧାନର କାର୍ଯ୍ୟପଦ୍ଧତି ପୁନଃପରୀକ୍ଷା କମିଶନର ନେତୃତ୍ୱ ନେଲେ ।[୪]
ସମ୍ମାନ
[ସମ୍ପାଦନା]ଭାରତର ରାଷ୍ଟ୍ରପତି ଡ଼ଃ ଏ. ପି. ଜେ. ଅବ୍ଦୁଲ୍ କଲାମ ୩୦ ଜୁନ୍ ୨୦୦୪ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ବିଶେଷ ଅନୁଷ୍ଠାନରେ ନ୍ୟାୟମୂର୍ତ୍ତି (ଅବସରପ୍ରାପ୍ତ) ଶ୍ରୀ ଏମ୍. ଏନ୍. ବେଙ୍କଟଚଲୈୟଙ୍କୁ ପଦ୍ମ ବିଭୂଷଣ ପୁରସ୍କାର ପ୍ରଦାନ କରିଛନ୍ତି ।[୫] ସେ ପାଇଥିବା ଅନ୍ୟାନ୍ୟ ସମ୍ମାନ ହେଉଛି:
- ଡକ୍ଟର୍ ଅଫ୍ ଲେଟର୍ସ (ମାନଦ ସନ୍ମାନ) – ପୁଦୁଚେରି ବିଶ୍ୱବିଦ୍ୟାଳୟ।
- ଡକ୍ଟର୍ ଅଫ୍ ଲଜ୍ (ଏଲ୍.ଏଲ୍.ଡି) (ମାନଦ ସନ୍ମାନ) – ମଣିପାଲ୍ ବିଶ୍ୱବିଦ୍ୟାଳୟ।[୬]
- ରାଣୀ ଚିନ୍ନମ୍ମା ବିଶ୍ୱବିଦ୍ୟାଳୟ, ବେଲଗାଭୀରୁ ଡକ୍ଟରେଟ ଉପାଧି ।[୭]
ଆଧାର
[ସମ୍ପାଦନା]- ↑ "Justice M.N. Venkatachaliah | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-05.
- ↑ "People". Archived from the original on 17 April 2009. Retrieved 4 December 2012.
- ↑ "NHRC Former Chairpersons & Members | PDF | Supreme Court Of India | Judge". Scribd (in ଇଂରାଜୀ). Retrieved 2025-12-05.
- ↑ "People". Archived from the original on 17 April 2009. Retrieved 4 December 2012.
- ↑ "M.N Venkatachaliah". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-05.
- ↑ "People". Archived from the original on 17 April 2009. Retrieved 4 December 2012.
- ↑ "People". Archived from the original on 17 April 2009. Retrieved 4 December 2012.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |