ଏମ୍. ଏଚ୍. କାନିଆ
ଏମ୍. ଏଚ୍. କାନିଆ (ମଧୁକର ହୀରାଲାଲ୍ କାନିଆ) (୧୮ ନଭେମ୍ବର ୧୯୨୭– ୧ ଫେବୃଆରୀ ୨୦୧୬) ଜଣେ ଭାରତୀୟ ନ୍ୟାୟାଧୀଶ । ସେ ଭାରତର ୨୩ତମ ମହାନ୍ୟାୟଧୀଶ ଭାବେ ୧୩ ଡିସେମ୍ବର ୧୯୯୧ରୁ ୧୭ ନଭେମ୍ବର ୧୯୯୨ ପର୍ଯ୍ୟନ୍ତ କାର୍ଯ୍ୟ ନିର୍ବାହ କରିଥିଲେ ।[୧] ସେ ବମ୍ବେରେ ଜନ୍ମନେଇଥିଲେ । ତାଙ୍କ କକା ସର୍ ଏଚ୍. ଜେ. କନିଆ ଭାରତର ପ୍ରଥମ ମହାନ୍ୟାୟଧୀଶ ଥିଲେ । ଭାରତର ମହାନ୍ୟାୟଧୀଶ ଭାବେ ମଧୁକର ହୀରାଲାଲ ଭାରତର ନବମ ରାଷ୍ଟ୍ରପତି ଶଙ୍କର ଦୟାଲ ଶର୍ମାଙ୍କୁ ପଦ ଶପଥ କରାଇଥିଲେ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]କାନିଆ ଫେଲୋଶିପ୍ ସ୍କୁଲ୍, ସେଣ୍ଟ୍ ଜେଭିଅର୍ସ ହାଇସ୍କୁଲ୍, ଏଲ୍ଫିନ୍ସ୍ଟୋନ୍ କଲେଜ୍ ଏବଂ ମୁମ୍ବାଇ ସରକାରୀ ଆଇନ କଲେଜରେ ଶିକ୍ଷା ପ୍ରାପ୍ତ କରିଥିଲେ । ସେ ୧ ନଭେମ୍ବର ୧୯୪୯ ରେ ବମ୍ବେ ଉଚ୍ଚ ନ୍ୟାୟାଳୟରେ ଏକ ଅଧିବକ୍ତା ଭାବେ ନାମ ଲେଖାଇଲେ। ସେ ମୁଖ୍ୟତଃ ହାଇକୋର୍ଟ ଏବଂ ବମ୍ବେ ସିଟି ସିଭିଲ୍ କୋର୍ଟରେ ସିଭିଲ୍ ମାମଲା ଓ ବାଣିଜ୍ୟିକ ବିବାଦରେ ଆଇନ ଅଭ୍ୟାସ କରୁଥିଲେ। ସେ ମହାରାଷ୍ଟ୍ର ସରକାର ପକ୍ଷରୁ ସରକାରୀ ଓକିଲ ଭାବେ ବମ୍ବେଇ ସିଟି ସିଭିଲ୍ କୋର୍ଟରେ ମଧ୍ୟ ଉପସ୍ଥାପନ କରୁଥିଲେ । ସେ ୫ ଡିସେମ୍ବର ୧୯୬୪ରୁ ୧୫ ଜାନୁଆରୀ ୧୯୬୭ ପର୍ଯ୍ୟନ୍ତ ବମ୍ବେଇ ସିଟି ସିଭିଲ୍ କୋର୍ଟରେ ମହାରାଷ୍ଟ୍ର ସରକାରଙ୍କ ସହାୟକ ସରକାରୀ ଅଧିବକ୍ତା ଥିଲେ । ୧୬ ଜାନୁଆରୀ ୧୯୬୭ରୁ ୩ ନଭେମ୍ବର ୧୯୬୯ ପର୍ଯ୍ୟନ୍ତ ସେ ସରକାରୀ ଅଧିବକ୍ତା ଭାବେ କାର୍ଯ୍ୟ କରିଥିଲେ ।
୧୪ ନଭେମ୍ବର ୧୯୬୯ରେ ସେ ବମ୍ବେ ହାଇକୋର୍ଟର ଅତିରିକ୍ତ ନ୍ୟାୟାଧୀଶ ଭାବେ ନିଯୁକ୍ତ ହୋଇଥିଲେ ଏବଂ ୨ ନଭେମ୍ବର ୧୯୭୧ରେ ସ୍ଥାୟୀ ନ୍ୟାୟାଧୀଶ ହେଲେ । ଜୁନ୍ ୧୯୮୬ରେ ସେ ବମ୍ବେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟଧୀଶ ଭାବେ ନିଯୁକ୍ତ ହୋଇଥିଲେ । ମଇ ୧୯୮୭ରେ ସୁପ୍ରିମକୋର୍ଟରେ ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ ଏବଂ ଡିସେମ୍ବର ୧୯୯୧ରେ ଭାରତର ମୁଖ୍ୟ ନ୍ୟାୟଧୀଶ ହୋଇଥିଲେ ।[୧]
ସୁପ୍ରିମକୋର୍ଟରେ ତାଙ୍କ ସେବାକାଳରେ କାନିଆ ୧୦୭ଟି ରାୟ ଲେଖିଥିଲେ ଏବଂ ୪୫୪ଟି ବେଞ୍ଚରେ ବସିଥିଲେ ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Justice M.H. Kania | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-05.
- ↑ "M.H. Kania". Supreme Court Observer (in ଆମେରିକୀୟ ଇଂରାଜୀ). Retrieved 2025-12-05.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |