Jump to content

ପିପ୍ପଳୀ

ଉଇକିପିଡ଼ିଆ‌ରୁ
(Long pepperରୁ ଲେଉଟି ଆସିଛି)

ପିପ୍ପଳୀ
ପିପ୍ପଳୀ ପତ୍ର ଓ ଫଳ
Scientific classification
Kingdom:
(unranked):
(unranked):
Order:
Family:
Genus:
Species:
P. longum
Binomial name
Piper longum

ପିପ୍ପଳୀ ଏକ ଲଟା ଜାତୀୟ ଉଦ୍ଭିଦ । ଏହି ଲଟାର ବିଭି୍ନ ଅଂଶ ବେଶ୍‍ ଉପକାରୀା ଏହା ମଧ୍ୟ ସୁଗନ୍ଧିଯୁକ୍ତା ପାନପତ୍ର ପରି ଏହାର ପତ୍ରା ଏହାର ପୁଷ୍ପଦଣ୍ଡ ନିଅାରା ମନେହୁଏ । ଏହି ଲଟା ସବୁଠି ଦୃଶ୍ୟମାନ ହୁଏ ନାହିା । ତେବେ ଏହା ବଜାରରେ ଉପଲବ୍‍ଧ ଥିବାରୁ ପ୍ରାୟ ପ୍ରତ୍ୟେକ ଏହି ପିପ୍ପଳୀ ସମ୍ପର୍କରେ ଜାଣନ୍ତି । ହିମାଳୟ, ଅାସାମ, ପଶ୍ଚିମବଙ୍ଗର ପାହାଡ଼ି ଅଞ୍ଚଳ, ପଶ୍ଚିମଘାଟର ଚିରହରିତ୍‍ ଜଙ୍ଗଲ ଏବଂ ଦକ୍ଷିଣ ଭାରତର କିଛି ଅଞ୍ଚଳରେ ଏହା ଦେଖିବାକୁ ମିଳ । ବର୍ଷାକାଳରେ ଏହାର ଫୁଲ ଫୁଟେ ଓ ଶରତ କାଳରେ ଏହାର ଫଳ ହୁଏ । ଶିଲଂ ଏବଂ ଚେରାପୁଞ୍ଜି ଅଞ୍ଚଳରେ ଏହାର ବ୍ୟାପକ ଚାଷ ହୁଏ । ଅାୟୁର୍ବେଦରେ ଏହି ଲଟାର ଉପକାରିତା ସମ୍ପର୍କରେ ଅନେକ ବର୍ଣ୍ଣନା ରହିଛି । ପିପ୍ପଳୀରେ ବହୁ ଔଷଧୀୟ ଗୁଣ ଥିବା ଚରକ ଏବଂ ସୁଶ୍ରୁତ ତାଙ୍କ ଲେଖାରେ ଉଲ୍ଲେଖ କରିଯାଇଛନ୍ତି । ସଂସ୍କୃତରେ କୃଷ୍ଣା, ଉପକୂଲ୍ୟା, ମାଗଧୀ, ପିପ୍‍ପଳୀ ନାମରେ ପରିଚିତ ଏହି ଉଦ୍ଭିଦଟି ହିନ୍ଦୀରେ ପିପଲ, ବଙ୍ଗଳାରେ ପିପୁଲ ନାମରେ ପରିଚିତ ।

ଔଷଧୀୟ ବ୍ୟବହାର

[ସମ୍ପାଦନା]
  • ଏହାର ଶୁଷ୍କଫଳ ବା ଫୁଲର ମଞ୍ଜରୀ ହୃତ୍‍ପିଣ୍ଡ ଶକ୍ତିଶାଳୀ ଔଷଧ ଭାବେ ବ୍ୟବହାର ହୋଇଥାଏ । ଏହା ବାୟୁ ନାଶକ, ଶକ୍ତିବର୍ଦ୍ଧକ, କ୍ଷୁଧା ବୃଦ୍ଧିକାରୀ ଏବଂ ବୀଜାଣୁାନାଶକ ଭାବେ ବ୍ୟବହାର ହୋଇଥାଏ ।
  • ନିଦ୍ରାହୀନତା ଭୋଗୁଥିବା ବ୍ୟକ୍ତି ପୁରୁଣା ଗୁଡ଼ ୩ ଗ୍ରାମ୍ ସହିତ ପିପ୍ପଳୀ ଚୂର୍ଣ୍ଣ ୩ ଗ୍ରାମ୍‍ ମିଶାଇ ସପ୍ତାହେ ଖାଇଲେ ନିଦ୍ରାହୀନତା ରୋଗରୁ ମୁକ୍ତି ମିଳୋ ଭଲ ନିଦ ହୁଏ ।
  • ସେହିପରି ନାଳ ଶୂଳ ଝାଡ଼ା ହେଉଥିଲେ ୨ରୁ ୪ ଗ୍ରାମ୍ ପିପ୍ପଳୀ ଚୂର୍ଣ୍ଣକୁ ଉଷୁମ ପାଣିରେ ଦିନକୁ ଥରେ କିମ୍ବା ଦୁଇଥର ପିଅନ୍ତୁା ସପ୍ତାହକ ମଧ୍ୟରେ ରୋଗୀ ଅାରୋଗ୍ୟ ଲାଭ କରିଥାଏ ।
  • କାଶ, ଥଣ୍ଡା, ସର୍ଦି ଅାଦି ପାଇଁ ମଧ୍ୟ ପିପ୍ପଳୀ ଚୂର୍ଣ୍ଣ ଉପକାରୀ ସିଦ୍ଧ ହୋଇଥାଏ । ୧ରୁ ୪ ଗ୍ରାମ୍‍ ପିପ୍ପଳୀ ଚୂର୍ଣ୍ଣ ସହିତ ୨ ଚାମଚ ମହୁ ମିଶାଇ ସେବନ କରିବାଦ୍ୱାରା ଏହା ଭଲ ହୋଇଥାଏା କାଶ ରୋଗରେ ମଧ୍ୟ ୨/ ୪ ଗ୍ରାମ୍‍ ପିପ୍ପଳୀ ଚୂର୍ଣ୍ଣ ଘିଅରେ ଭାଜି ସେଥିରେ ସୈନ୍ଧବ ଲବଣ ମିଶାଇ ସେବନ କଲେ କାଶ ରୋଗରୁ ଅଳ୍ପଦିରେ ମୁକ୍ତି ମିଳିଥାଏ ।
  • ସୋରିଷ ତେଲ ସହ ଏହାର ଫଳର ଗୁଣ୍ଡ ଓ ଅଦାରସ ମିଶାଇ ବ୍ୟବହାର କଲେ ସାଇଟିକା ଭଲ ହୁଏ ।
  • କେତେକ ଅାଦିବାସୀ ସମ୍ପ୍ରଦାୟରେ ଗର୍ଭପାତ ପାଇଁ ପିପ୍ପଳୀର ମୂଳକୁ ବ୍ୟବହାର କରିଥା'ନ୍ତିା ଏହି ଲଟାର ମୂଳକୁ ପାଣିରେ ଫୁଟାଇ ସେହି ପାଣିକୁ ବ୍ୟବହାର କଲେ ଶିଶୁ ଜନ୍ମ ପରେ ଗର୍ଭଫୁଲ ଶୀଘ୍ର ଖସିପଡ଼ୋ ଏପରିକି ଶିଶୁ ଜନ୍ମ ପରେ ମା'ର ଅତିରିକ୍ତ ରକ୍ତକ୍ଷରଣ ଓ ଜ୍ୱର ରୋକିବା ପାଇଁ ଏହାର ବ୍ୟବହାର କରାଯାଇଥାଏ ।
  • ଏହାର ମୂଳର ଚୂର୍ଣ୍ଣକୁ ଅଦା ଓ ସୋରିଷ ତେଲ ସହ ମିଶାଇ ଲଗାଇଲେ ପକ୍ଷାଘାତ ଓ ଅଣ୍ଟା ବିନ୍ଧାରୁ ରକ୍ଷା ମିଳିଥାଏ ।
  • ମାଂସପେଶୀ ଥରିବା, ସ୍ୱର ଭଙ୍ଗ, ମୃଗୀ ରୋଗ, ଜ୍ୱର, କୃଷ୍ଣ, ଅର୍ଶ, ଗଣ୍ଠିବାତ ଅାଦି ଏପରି ଅାହୁରି ଅନେକ ରୋଗ ପାଇଁ ପିପ୍ପଳୀର ବ୍ୟବହାର କରାଯାଇଥାଏା ତେବେ ଅଭିଜ୍ଞ ବୈଦ୍ୟଦ୍ୱାରା ଏହାର ବ୍ୟବହାର ସୁଫଳ ପ୍ରଦାନ କରିଥାଏ ।