Jump to content

ଶିକ୍ଷା ଅକ୍ଷମତା

ଉଇକିପିଡ଼ିଆ‌ରୁ
(Learning disabilityରୁ ଲେଉଟି ଆସିଛି)
Learning disability
Specific learning disorder,[] learning difficulties,[] developmental academic disorder,[][] developmental disorder of scholastic skills[] knowledge acquisition disability,[] learning disorder,[] learning difference[]
A girl holding a sign that says "LD = equally intelligent / Cross out stigma" poses for a photo in Times Square with a man holding a sign that says "Take a picture with a proud Dyslexic".
People at a Learning Disabilities Month event[]
ବିଭାଗPsychiatry, neurology
ଲକ୍ଷଣDifficulties in school[]
ଆକ୍ରାନ୍ତ ସମୟChildhood[]
ବିପଦ କାରକFamily history, poverty, prematurity, alcohol[]
ସଠିକ ରୋଗ ନିର୍ଣ୍ଣୟBeing disadvantaged, intellectual disability, hearing impairment, traumatic brain injury, ADHD[][]
ପୁନଃପୌନିକ~10% of children[]

ଶିକ୍ଷା ଅକ୍ଷମତା ( LDs ), ଯାହା ଶିକ୍ଷା ବିକାର ଭାବରେ ମଧ୍ୟ ଜଣାଶୁଣା, ଏକ ଗୋଷ୍ଠୀ ବିକାର ଯେଉଁଥିରେ କୌଣସି କଥାର ଗ୍ରହଣ, ସଂଗଠନ, ମନେରଖିବା, ବୁଝିବା କିମ୍ବା ବ୍ୟବହାର କରିବାର କ୍ଷମତା ପ୍ରଭାବିତ ହୋଇଥାଏ ।[] ବୁଦ୍ଧି ସାଧାରଣତଃ ସାଧାରଣ ଥାଏ ।[] ପିଲାଦିନେ ବିଦ୍ୟାଳୟରେ ଅସୁବିଧା ଭୋଗ କରିବାଠାରୁ ଆରମ୍ଭ ହୁଏ ।[] ପ୍ରାୟ ୮୦% କ୍ଷେତ୍ରରେ ପଢ଼ିବା ଅକ୍ଷମତା (dyslexia) ଦେଖାଯାଏ ଯେଉଁଥିରେ ଗଣିତ ପାଠ ଅକ୍ଷମତା (dyscalculia), ଲେଖିବା ଅକ୍ଷମତା (dysgraphia) ଏବଂ ଅଣମୌଖିକ ଅକ୍ଷମତା ସହିତ ଅନ୍ୟାନ୍ୟ ପ୍ରକାରର ଶିକ୍ଷା ଅସୁବିଧା ହୋଇଥାଏ ।[]

ଜେନେଟିକ ଏବଂ ପରିବେଶ କାରକମାନଙ୍କର ମିଶ୍ରଣ ଏହାର କାରଣ ବୋଲି ବିଶ୍ୱାସ କରାଯାଏ ।[] ଶିଶୁ ବିକାଶ ସମୟରେ ପାରିବାରିକ ଦାରିଦ୍ର୍ୟ, ଅପରିପକ୍ୱତା, ନିକୋଟିନ କିମ୍ବା ମଦ୍ୟପାନ ସଂସ୍ପର୍ଶରେ ଆସିବା ଏହାର କାରଣ ହୋଇପାରେ ।[] [] ଅନ୍ତର୍ନିହିତ କାର୍ଯ୍ୟବିଧିରେ କିଛି ସ୍ନାୟୁଗତ ଥିବା ବିଶ୍ୱାସ କରାଯାଏ ।[] ସମ୍ଭାବ୍ୟ କାରଣଗୁଡିକ ଯେପରି ବୌଦ୍ଧିକ ଅକ୍ଷମତା, ଶ୍ରବଣ ଦୁର୍ବଳତା, ମସ୍ତିଷ୍କ ଆଘାତ କିମ୍ବା ଧ୍ୟାନାଭାବ ଓ ଅତିସକ୍ରୟତା ବିକାର ବା ADHD ପରି ବେମାରୀ ନଥିବା ପ୍ରମାଣ ଥିଲେ ଏହି ରୋଗ ନିର୍ଣ୍ଣୟ କରାଯାଇପାରେ । [] []ଶିକ୍ଷା ଅକ୍ଷମତା (LDs) ପ୍ରାୟ ADHD, ଅଟିଜିମ୍, ଅବସାଦ, କିମ୍ବା ବିରୋଧୀ ଅବଜ୍ଞାକାରୀ ରୋଗ ଇତ୍ୟାଦି ସହିତ ଜଡିତ ଥାଇପାରେ ।[]

ଶିକ୍ଷକ, ମନୋବିଜ୍ଞାନୀ ଏବଂ ଚିକିତ୍ସକଙ୍କ ସମୂହଙ୍କଦ୍ୱାରା ଏହାର ପରିଚାଳନା ସାଧାରଣତଃ କରାଯାଇପାରେ । [] ବକ୍ତୃତା ଦେବା ଶିକ୍ଷା ସାହାଯ୍ୟରେ ପଢ଼ିବା ଅକ୍ଷମତା ଦୂର ହୋଇପାରେ ।[] ଫିଜିଓଥେରାପି ସାହାଯ୍ୟରେ ଲେଖିବା ଅସୁବିଧା ଦୂର ହୋଇପାରେ ।[] ସଂଯୁକ୍ତ ରୋଗଗୁଡ଼ିକର ମଧ୍ୟ ଚିକିତ୍ସା ଆବଶ୍ୟକ ହୋଇପାରେ । [] ବିଶ୍ୱବ୍ୟାପୀ ପ୍ରାୟ ୫ରୁ ୧୫% ସ୍କୁଲ ବୟସର ପିଲାମାନେ ପ୍ରଭାବିତ ହୁଅନ୍ତି ।[] [] ପ୍ରାୟ ୪% ବୟସ୍କମାନେ ମଧ୍ୟ ପ୍ରଭାବିତ ହୋଇଥାଆନ୍ତି । [] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି । [] ଦୀର୍ଘକାଳୀନ ପରିଣାମରେ ବେକାରୀ ଅନ୍ତର୍ଭୁକ୍ତ ହୋଇପାରେ ।[]

  1. 1 2 3 4 5 6 7 8 9 Diagnostic and Statistical Manual of Mental Disorders (Fifth ed.). American Psychiatric Association. 2013. pp. 66-74. doi:10.1176/appi.books.9780890425596.156852. ISBN 978-0-89042-555-8. {{cite book}}: Cite has empty unknown parameter: |1= (help)
  2. "Developmental academic disorder (Concept Id: C1330966) - MedGen". NCBI. 2019-12-20. Archived from the original on 2021-04-12. Retrieved 2019-12-20.
  3. "Code System Concept". phinvads.cdc.gov. 2018-12-05. Archived from the original on 2020-07-21. Retrieved 2019-12-20.
  4. 1 2 3 4 "2020 ICD-10-CM Diagnosis Code F81.9: Developmental disorder of scholastic skills, unspecified". The Web's Free 2019/2020 ICD-10-CM/PCS Medical Coding Reference. 2019-10-01. Archived from the original on 2018-05-10. Retrieved 2019-12-20.
  5. "Learning Disabilities vs. Differences". www.ldanys.org. Archived from the original on 15 April 2021. Retrieved 1 March 2021.
  6. Kate Adams (September 30, 2012). "October Is Learning Disabilities Awareness Month in Canada!". baytoday.ca. LDAO – North Bay and Area News Release. Archived from the original on 21 July 2015. Retrieved 28 April 2015.
  7. 1 2 3 4 5 6 7 8 9 10 11 12 13 14 15 16 17 18 Dominguez, O; Carugno, P (January 2021). "Learning Disability". PMID 32119258. {{cite journal}}: Cite journal requires |journal= (help)