ଲକ୍ଷ୍ମଣ ମଲ୍ଲିକ
ଲକ୍ଷ୍ମଣ ମଲ୍ଲିକ | |
|---|---|
| ସାଂସଦ: ୭ମ ଓ ୮ମ ଲୋକ ସଭା | |
| କାର୍ଯ୍ୟକାଳ ୧୯୮୦ – ୧୯୮୯ | |
| ପୂର୍ବ ଅଧିକାରୀ | ପ୍ରଦ୍ୟୁମ୍ନ କିଶୋର ବଳ |
| ପର ଅଧିକାରୀ | ଲୋକନାଥ ଚୌଧୁରୀ |
| ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
| ବିଧାୟକ: ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୧ – ୧୯୭୭ | |
| ପୂର୍ବ ଅଧିକାରୀ | କଣ୍ଡୁରି ଚରଣ ମଲ୍ଲିକ |
| ପର ଅଧିକାରୀ | କଣ୍ଡୁରି ଚରଣ ମଲ୍ଲିକ |
| ନିର୍ବାଚନ ମଣ୍ଡଳୀ | ଜଗତସିଂହପୁର |
| ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୬୧ – ୧୯୬୭ | |
| ପୂର୍ବ ଅଧିକାରୀ | ରାଜକୃଷ୍ଣ ବୋଷ, ପୂର୍ଣ୍ଣାନନ୍ଦ ସାମଲ |
| ପର ଅଧିକାରୀ | ଶୁକଦେବ ଜେନା |
| ନିର୍ବାଚନ ମଣ୍ଡଳୀ | କଟକ ସଦର |
| ବିଧାୟକ: ୧ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୫୨ – ୧୯୫୭ | |
| ପୂର୍ବ ଅଧିକାରୀ | ଭୈରବ ଚନ୍ଦ୍ର ମହାନ୍ତି |
| ନିର୍ବାଚନ ମଣ୍ଡଳୀ | କଟକ ଗ୍ରାମ୍ୟାଞ୍ଚଳ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୧୨ ଅକ୍ଟୋବର ୧୯୨୭ |
| ମୃତ୍ୟୁ | ୧୯ ଅକ୍ଟୋବର ୨୦୧୪ (ବୟସ ୮୭) |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | କଂଗ୍ରେସ (ଆର୍), କଂଗ୍ରେସ (ଇ) |
| ଜୀବନ ସାଥୀ | ହରମଣି ଦେଇ |
| ବାପା/ବୋଉ | ଅର୍ଜୁନ ମଲ୍ଲିକ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଲକ୍ଷ୍ମଣ ମଲ୍ଲିକ (୧୨ ଅକ୍ଟୋବର ୧୯୨୭ - ୧୯ ଅକ୍ଟୋବର ୨୦୧୪) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ଲକ୍ଷ୍ମଣ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୫୨ ମସିହାରେ ସ୍ୱାଧୀନତା ପରେ ପ୍ରଥମ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ କଟକ ଗ୍ରାମାଞ୍ଚଳ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୬୧ ମସିହାରେ କଟକ ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ୧୯୭୧ ଓ ୧୯୭୪ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜଗତସିଂହପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧] ୧୯୮୦ ଓ ୧୯୮୫ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୮ମ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲକ୍ଷ୍ମଣ ମଲ୍ଲିକ ୧୯୨୭ ମସିହାର ଅକ୍ଟୋବର ମାସ ୧୨ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅର୍ଜୁନ ମଲ୍ଲିକ ଏବଂ ପତ୍ନୀଙ୍କ ନାମ ହରମଣି ଦେଇ ।[୧] ଲକ୍ଷ୍ମଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ଇଣ୍ଟରମିଡିଅଟ୍ ।[୧]
ରାଜନୀତିକ ଜୀବନ
[ସମ୍ପାଦନା]ଲକ୍ଷ୍ମଣ ମଲ୍ଲିକ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଚାରିଥର ଏବଂ ଭାରତୀୟ ସଂସଦର ତଳ ସଦନ ଲୋକ ସଭାରେ ଦୁଇଥର ସାଂସଦ ଭାବରେ କାର୍ଯ୍ୟ କରିଥିଲେ ।[୨] ଏତଦ୍ ବ୍ୟତୀତ ଓଡ଼ିଶା ବିଧାନ ସଭା ସେ ଜଣେ ମନ୍ତ୍ରୀ ଭାବରେ ୧୯୭୨ରୁ ୧୯୭୩ ଏବଂ ୧୯୭୪ରୁ ୧୯୭୭ ଯାଏଁ କାର୍ଯ୍ୟ କରିଥିଲେ । ୧୯୯୭ରେ ସେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ରହିଥିଲେ ।[୩]
ମୃତ୍ୟୁ
[ସମ୍ପାଦନା]ଲକ୍ଷ୍ମଣ ମଲ୍ଲିକ ୨୦୧୪ ମସିହାର ଅକ୍ଟୋବର ମାସ ୧୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୪] ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Shri Laxman Mallick". odishaassembly.nic.in. Odisha Assembly. Retrieved 27 January 2020.
- ↑ "Former Odisha Minister and Ex-MP Laxman Mallick Passes Away". newindianexpress.com. Retrieved 18 April 2021.
- ↑ "ପୂର୍ବତନ ମନ୍ତ୍ରୀ ଲକ୍ଷ୍ମଣ ମଲ୍ଲିକଙ୍କ ପରଲୋକ". dharitri.com. ୨୦ ଅକ୍ଟୋବର ୨୦୧୪. p. ୪. Retrieved 18 April 2021.
{{cite web}}: Check date values in:|date=(help) - ↑ "Laxman Mallick passes away". business-standard.com. Retrieved 18 April 2021.