ଲତା ପଦ

ଉଇକିପିଡ଼ିଆ‌ରୁ
(Lata Padaରୁ ଲେଉଟି ଆସିଛି)
ଲତା ପଦ (ಲತಾ ಪಾದ)
Born
ଲତା

୭ ନଭେମ୍ବର ୧୯୪୭
Nationalityଭାରତ
Citizenshipକାନାଡ଼ା
Educationଗୁରୁ କଲାଲିମମନି କଲ୍ୟାଣସୁନ୍ଦରମ ଓ ପଦ୍ମ‌ଭୁଷଣ କଳାନିଧି ନାରାୟଣଙ୍କଠାରୁ ଶିକ୍ଷା ଲାଭ କରିଥଲେ ।
Alma materମୁମ୍ବାଇର ଏଲଫିନ୍ଟୋନ କଲେଜ (Elphinstone College)
Occupation(s)ନର୍ତ୍ତକୀ (Dancer), ନୃତ୍ୟ ନିର୍ଦ୍ଦେଶିକା (Choreographer), ଶିକ୍ଷୟିତ୍ରୀ ଓ ଲେଖିକା ।
Known forଭାରତନାଟ୍ୟମ (Bharatanatyam)
Awards
  • ୨୦୦୮, ତାଙ୍କୁ ଅର୍ଡ଼ର ଅଫ କାନାଡ଼ାର ସଭ୍ୟ (Member of the Order of Canada) କରାଯାଇଥିଲା, * ୧୮ ଜୁନ ୨୦୧୨ରେ ତାଙ୍କୁ ରାଣୀ ଏଲିଜାବେଥ ୨ ହୀରକ ଜୁବିଲୀ ମେଡାଲ ଦିଆଯାଇଥିଲା ।
Websitewww.sampradaya.ca

ଲତା ପଦ (ଇଂରାଜୀ ଭାଷାରେ Lata Pada,[୧] (ಲತಾ ಪಾದ) ଅର୍ଡ଼ର ଅଫ ମେରିଟ ବା ସିଏମ (CM) ଜନ୍ମ ୭ ନଭେମ୍ବର ୧୯୪୭[୨]) ଜଣେ ଭାରତରେ ଜନ୍ମଲାଭ କରିଥିବା କାନାଡ଼ାର ଲୋକ ଯିଏ ଭାରତନାଟ୍ୟମ ନର୍ତ୍ତକୀ ଓ ନୃତ୍ୟ ନିର୍ଦ୍ଦେଶିକା ଅଟନ୍ତି । 'ସେ ସମ୍ପ୍ରଦାୟ ଡାନ୍ସ କ୍ରିଏସନ' ସଂସ୍ଥାର ସ୍ଥାପୟିତା ଓ କଳା ନିର୍ଦ୍ଦେଶକା ଅଟନ୍ତି ଓ ତାଙ୍କ ସଂସ୍ଥା ଦକ୍ଷିଣ ଏସିଆର ନୃତ୍ୟ ପ୍ରଦର୍ଶନ କରନ୍ତି । ଆଉ ମଧ୍ୟ ସେ ସମ୍ପ୍ରଦାୟ ଡାନ୍ସ ଏକାଡେମୀର ସ୍ଥାପୟିତା ତ‌ଥା ନିର୍ଦ୍ଦେଶିକା ଅଟନ୍ତି ଓ ଉତ୍ତର ଆମେରିକାରେ ଥିବା ତାଙ୍କର ଅନୁଷ୍ଠାନ, ଯୁକ୍ତରାଷ୍ଟ୍ର ରାଜ୍ୟର ଇମ୍ପିରିଆଲ ସୋସାଇଟି ସ‌ହିତ ଅନୁବନ୍ଧିତ ଅଛି; ତାଙ୍କର ଏକମାତ୍ର ଅଗ୍ରଣୀ ଅନୁଷ୍ଠାନ ଯେଉଁଠାରେ ବ୍ୟବସାୟୀକ ନୃତ୍ୟ ପ୍ରଶିକ୍ଷଣ ଦିଆଯାଏ ।[୩][୪] ସନ ୧୯୯୦ରେ ପଦ ସେହି ନୃତ୍ୟ କମ୍ପାନୀ ସ୍ଥାପନ କରିଥିଲେ ଓ ତାହା କରିବା ପଛରେ ଭାରତନାଟ୍ୟମକୁ ଏକ କଳା ଭାବରେ ସାରା ପୃଥିବୀରେ ସାବ୍ୟସ୍ତ କରିବା ତାଙ୍କର ଲକ୍ଷ ଥିଲେ ।[୫][୬] କାନାଡ଼ାରେ ଦକ୍ଷିଣ ଏସିଆ-ସ୍ଟାଇଲ ନୃତ୍ୟର ପଦ ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଅଟନ୍ତି । [୭]

ପ୍ରାକ୍ ଜୀବନ[ସମ୍ପାଦନା]

ଗୋଟିଏ ଶିକ୍ଷିତ ପରିବାରରେ ଥିବା ଚାରି ସନ୍ତାନଙ୍କ ମଧ୍ୟରେ ସେ ଜ୍ୟେଷ୍ଠ ସନ୍ତାନ ଥିଲେ ।[୮] ତାଙ୍କ ପିତା ରୟଲ ନେଭିରେ ଜଣେ ଇଲେକଟ୍ରିକାଲ ଇଞ୍ଜିନିୟର ଓ ମାତା ଇନସ୍ୟୁରାନ୍ସ ମ୍ୟାନେଜମେଣ୍ଟରେ କାମ କରୁଥିଲେ । ପଦ ଶିକ୍ଷା ତ୍ୟାଗ କରି ତାଙ୍କ ପ୍ରଥମ ସ୍ୱାମୀ ବିଷ୍ଣୁପଦଙ୍କର ସାଥିରେ ଥମସନ, ମନିଟୋବା ଯାଇଥଲେ ଯେଉଁଠାରେ ସ୍ୱାମୀ ଇନ‌କୋ ନିମନ୍ତେ କାମ କରୁଥିଲେ । ସେଠାରେ ଘରୋଇ କାମ, ସାମାଜିକ ଜୀବନ ଓ କଳାତ୍ମକ ପେଷାକୁ ସେ ସୁନ୍ଦର ଭାବରେ ପରିଚାଳନା କରିଥିଲେ । ସେହି ମାଇନିଙ୍ଗ ସ‌ହରରେ ବିଷ୍ଣୁ ଓ ତାଙ୍କ ପତ୍ନୀ ପଦ ପ୍ରଥମ ଭାରତୀୟ ପରିବାର ଥିଲେ ।

ଶିକ୍ଷା[ସମ୍ପାଦନା]

ଲତା ମୁମ୍ବାଇର ଏଲଫିନସ୍ଟୋନ କଲେଜରେ ଯୋଗ ଦେଇ[୯] ଗୁରୁ କଲାଲିମମନି କଲ୍ୟାଣସୁନ୍ଦରମ ଓ ପଦ୍ମ‌ଭୁଷଣ କଳାନିଧି ନାରାୟଣଙ୍କଠାରୁ ନୃତ୍ୟ ଶିକ୍ଷା କରିଥିଲେ ।[୭] ଟରୋଣ୍ଟୋ, ଓଣ୍ଟାରିଓ ପାଖରେ ଥିବା ମିସିସଉଗ ସ୍ଥାନରେ ବାସ କରୁଛନ୍ତି । [୧୦] ଭୂବିଜ୍ଞାନୀ ବିଷ୍ଣୁ ପଦଙ୍କୁ ସେ ୩୦ ଅକ୍ଟୋବର ୧୯୬୪ ତାରିଖ ଦିନ ବିବାହ କରିଥିଲେ ଯେତେବେଳେ ତାଙ୍କର ବୟସ ୧୭ ବର୍ଷ ଥିଲା । କାନାଡ଼ାରେ ବିବାହ ସମ୍ପନ୍ନ ହୋଇଥିଲା । ମ୍ୟାକଗିଲ ବିଶ୍ୱବିଦୟାଳୟରରୁ ବିଷ୍ଣୁ ଭୂବିଜ୍ଞାନରେ ସ୍ନତକ ହାସଲ କରି ଭାରତକୁ ଆସିଥିଲେ ଓ ସେଠାରେ ସେ ଲତାଙ୍କୁ ଦେଖିବା ପରେ ବିବାହ ବୁଝାମଣା ହୋଇଥିଲା ।[୧୧] କାନାଡ଼ାକୁ ଯିବା ପରେ ସେ ସୋରୋରିଟିର ଜଣେ ସଦସ୍ୟ ହେଲେ ଓ ବିଭିନ୍ନ ପ୍ରୋଗ୍ରାମରେ ଭାଗ ନେଲେ ।

ଇଣ୍ଡୋନେସିଆରେ[ସମ୍ପାଦନା]

ଓଣ୍ଟାରିଓର ଗ୍ରେଟର ସବଡୁରୀରେ ବାସ କରିବା ପୂର୍ବରୁ ୪୦ ବର୍ଷ ପୂର୍ବେ ଲତା ଓ ତାଙ୍କ ସ୍ୱାମୀ ପ୍ରଥମେ ଇଣ୍ଡୋନେସିଆ ଯାତ୍ରା କରିଥିଲେ । ତାଙ୍କ ସ୍ୱାମୀ ଓ ଦୁଇ ଝାଅଙ୍କର ଦେଖାଶୁଣା କରିବା ସ‌ହିତ ଲତା ନୃତ୍ୟ ଶିକ୍ଷା ଦେଉଥିଲେ । ତାଙ୍କ ନୃତ୍ୟ ଗୁରୁଙ୍କଠାରୁ ଶିକ୍ଷା ଲାଭ କରିବା ନିମନ୍ତେ ସେ ପ୍ରତି ବର୍ଷ ଭାରତକୁ ଆସୁଥିଲେ । ସନ ୧୯୮୫ରେ ସେ ଆଗତୁରା ଆସି ବାଙ୍ଗାଲୋରରେ ନୃତ୍ୟ ପ୍ରଦର୍ଶନ କରିଥିଲେ । ପରେ ତାଙ୍କ ପରିବାର ତାଙ୍କ ସାଥିରେ ଯୋଗଦାନ କରିବାର ଥିଲା । ତାହା କେବେ ସମ୍ଭବ ହୋଇନଥିଲା ଯେହେତୁ ଏୟାର ଇଣ୍ଡିଆ ଫ୍ଲାଇଟ ୧୮୨ରେ ଯାତ୍ରା କରୁଥିବା ତାଙ୍କ ପରିବାର ଏକ ଆତଙ୍କବାଦୀ ଷଡ଼ଯନ୍ତ୍ରର ଶିକାର ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ଦୁଃଖରେ ଅଭିଭୂତା ଲତା ତାଙ୍କର ନୃତ୍ୟରେ ମନୋନିବେଶ କରିଥିଲେ । "ମୋର ସ୍ୱାମୀଙ୍କୁ ନେଇଗଲେ ବି ମୁଁ ତ‌ଥାପି ସ୍ତ୍ରୀ ହୋଇ ରହିବିକି ? ଯଦି ତମେ ମୋର ପିଲାମାନଙ୍କୁ ନେଇଯାଅ, ତ‌ଥାପି ମୁଁ ଜଣେ ମାଆ ହୋଇ ରହିବିକି ?", ଏହି ଦୁଇ ପଦ ଜାଗତିକ କାନଭାସରେ ଦୁଃଖରେ ଲିଖିତ ହୋଇଥିଲା ।[୧୨] ସନ ୧୯୯୭ରେ ୟୋର୍କ ବିଶ୍ୱବିଦ୍ୟାଳୟରୁ ଲତା ଫାଇନ ଆର୍ଟରେ ଏକ ମାସ୍ଟର ଡିଗ୍ରୀ ହାସଲ କରିଥିଲେ । [୧୩]

ଆଧାର[ସମ୍ପାଦନା]

  1. Nartaki, Interview, May, 2001, Lata Pada - Choreographer
  2. "Biography". Retrieved 2009-02-11.
  3. Walker, Susan. "Call it South Asian dance HQ." The Toronto Star. 30 May 2008.
  4. Kopun, Francine. "When the only thing left is hope." The Toronto Star. 25 August 2007.
  5. "“B2” a collaboration between Sampradaya Dance Creations and Ballet Jorgen Archived 2020-05-20 at the Wayback Machine.." Harbourfront Centre. Retrieved on 10 December 2008.
  6. " Sampradaya Dance Creations Archived 2012-03-04 at the Wayback Machine.." Canada Council for the Arts. Retrieved on 10 December 2008.
  7. ୭.୦ ୭.୧ "Daring and innovative." The Telegraph. Retrieved on 10 December 2008.
  8. "Resource guide, By dance reborn-By Keith Garebian". Archived from the original on 2016-03-04. Retrieved 2020-03-23.
  9. "P-196." Air India Commission, Government of Canada. 17 September 2007. Retrieved on 24 June 2009.
  10. Curry, Bill. "Air India bombing could have been prevented." The Globe and Mail. 9 May 2007.
  11. Radhika, V. "Dancing To Transform Archived 2010-01-31 at the Wayback Machine.." Boloji. 4 December 2004.
  12. 'If you take away my children, am I still a-mother'
  13. Fields in Motion: Ethnography in the Worlds of Dance, edited by Dena Davida, Revealed by fire-Lata Pada's Narrative of Transformation-Susan Mcnaughton P-381, Chapter 20