Jump to content

ଲାରିଙ୍ଗୋମାଲାସିଆ

ଉଇକିପିଡ଼ିଆ‌ରୁ
(Laryngomalaciaରୁ ଲେଉଟି ଆସିଛି)
Laryngomalacia
Congenital laryngeal stridor, congenital laryngomalacia[]
Omega shaped epiglottis, seen in laryngomalacia
ବିଭାଗENT surgery
ଲକ୍ଷଣStridor[]
ଅବଧିLong-term[]
କାରଣUnknown[]
ବିପଦ କାରକPrematurity, reflux[]
ରୋଗ ନିର୍ଣ୍ଣୟ ପଦ୍ଧତିFiberoptic laryngoscopy[]
ସଠିକ ରୋଗ ନିର୍ଣ୍ଣୟVocal fold paralysis, laryngeal papillomatosis, subglottic stenosis, tracheomalacia, foreign body aspiration[]
ଚିକିତ୍ସାConservative management, surgery[]
PrognosisGenerally resolves by 18 months of age[]
ପୁନଃପୌନିକ1 in 2,500 babies[]

ଲାରିଙ୍ଗୋମାଲାସିଆ ହେଉଛି ମାନବର ଏକ ଅସ୍ୱାଭାବିକ ସ୍ୱର ପେଟିକା ଯାହା ଶ୍ୱାସକ୍ରିୟା ସମୟରେ ଭୁଶୁଡ଼ି ପଡ଼ିବାରୁ ସାମୟିକ ଶ୍ୱାସକ୍ରିୟା ବାଧା ସୃଷ୍ଟି ହୁଏ । [] ଏହାର ଲକ୍ଷଣରେ ଶ୍ୱାସକ୍ରିୟା ସମୟରେ ଶବ୍ଦ ହାତ ହୁଏ ଓ ଘରଘର ଶବ୍ଦ ମଧ୍ୟ ହୁଏ ଯାହା ଜନ୍ମରୁ କିମ୍ବା କିଛି ସମୟ ପରେ ଆରମ୍ଭ ହୁଏ | [] [] ଏହି ରୋଗ ସାଧାରଣତଃ ଅପେକ୍ଷାକୃତ ଦୀର୍ଘ ସମୟ ଧରି ରହିଥାଏ | [] ଜଟିଳତା ମଧ୍ୟରେ ନୀଳ ଚର୍ମ, ଶ୍ୱାସରୁଦ୍ଧ ଓ ବଞ୍ଚିବା କଷ୍ଟକର ହୋଇପଡ଼େ । [] []

ଏହାର କାରଣ ଜଣା ପଡିନାହିଁ। [] ବିପଦ କାରଣଗୁଡ଼ିକ ଅପରିପକ୍ୱତା ଓ ରିଫ୍ଲକ୍ସ ବା ପ୍ରତିଫଳନ ହୋଇପାରେ | [] ଗଠନରେ ପରିବର୍ତ୍ତନ ଓ ସ୍ନାୟୁମାଂସପେଶୀ ଅନିୟନ୍ତ୍ରଣ ଫଳରେ ଏହି ସମସ୍ୟା ଜାତ ହୁଏ । []ଫାଇବରସ୍କୋପିକ ଲାରିଙ୍ଗୋସ୍କୋପି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ | []

ସାମାନ୍ୟରୁ ମଧ୍ୟମ ଲକ୍ଷଣ ଥିବା ବ୍ୟକ୍ତିଙ୍କର ରକ୍ଷଣଶୀଳ ପରିଚାଳନା କରାଯାଏ । [] ଏଥିରେ ସିଧା ହୋଇ ଠିଆ ବା ବସିବା ସମୟରେ ଖାଇବାକୁ ଦେବା ଏବଂ ଆଣ୍ଟିରିଫ୍ଲକ୍ସ ଔଷଧ ଦିଆଯାଏ । [] ଅଧିକାଂଶ କ୍ଷେତ୍ରରେ ୧୮ ମାସ ବୟସ ହେଲେ ଏହି ଲକ୍ଷଣମାନ ଦୂର ହୋଇଯାଏ । [] ଗୁରୁତର ଲକ୍ଷଣ ୧୫% କ୍ଷେତ୍ରରେ ହୁଏ ଓ ସାଂଘାତିକ ହେଲେ ଅସ୍ତ୍ରୋପଚାରର କରାଯାଇପାରେ | []

ପ୍ରାୟ ୨୫୦୦ ଶିଶୁଙ୍କ ମଧ୍ୟରୁ ପ୍ରାୟ ଜଣକର ଏହି ରୋଗ ହୁଏ | [] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହେଉଥିବା ପରି ଦେଖାଯାଏ | [] ବୟସ ୧ ବର୍ଷରୁ କମ୍ ଥିବା ପିଲାମାନଙ୍କଠାରେ ଏହା ଷ୍ଟ୍ରାଇଡର ବା ଘରଘର ଶବ୍ଦର ସବୁଠାରୁ ସାଧାରଣ କାରଣ | [] ଏହି ଅବସ୍ଥା ପ୍ରଥମେ ୧୮୦୦ ଶତାବ୍ଦୀ ପ୍ରାରମ୍ଭରେ ବର୍ଣ୍ଣନା କରାଯାଇଥିଲା | [] ଶବ୍ଦ "ଲାରିଙ୍ଗୋମାଲାସିଆ" ଗ୍ରୀକ ଭାଷାରୁ ନିଆଯାଇଛି ଯାହାର ଅର୍ଥ "ନରମ ସ୍ୱର ପେଟିକା | []

  1. 1 2 3 4 5 6 7 "Laryngomalacia". rarediseases.info.nih.gov. Genetic and Rare Diseases Information Center (GARD) – an NCATS Program. Archived from the original on 23 January 2021. Retrieved 14 February 2021.
  2. 1 2 3 4 5 6 7 8 9 10 11 12 13 14 15 16 17 18 Klinginsmith, M; Goldman, J (January 2020). "Laryngomalacia". PMID 31334986. {{cite journal}}: Cite journal requires |journal= (help)
  3. 1 2 "Stridor - Pulmonary Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Retrieved 14 February 2021.
  4. Allen, Jacqueline; Nouraei, S. A. Reza; Sandhu, Guri S. Laryngology: A Case-Based Approach (in ଇଂରାଜୀ). Plural Publishing. p. 15. ISBN 978-1-944883-60-7.
  5. Allen, Jacqueline; Nouraei, S. A. Reza; Sandhu, Guri S. Laryngology: A Case-Based Approach (in ଇଂରାଜୀ). Plural Publishing. p. 15. ISBN 978-1-944883-60-7.