ଲାଇଚନ ନାଏକ

ଉଇକିପିଡ଼ିଆ‌ରୁ
(Laichhan Naikରୁ ଲେଉଟି ଆସିଛି)
ଲାଇଚନ ନାଏକ
ବିଧାୟକ: ୧ମ, ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୬୧
ପର ଅଧିକାରୀରଘୁନାଥ ପଟ୍ଟନାୟକ
ନିର୍ବାଚନ ମଣ୍ଡଳୀଜୟପୁର
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୨ ସେପ୍ଟେମ୍ବର ୧୯୭୯(୧୯୭୯-୦୯-୧୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀକାନ୍ଦରିମଣି ନାୟକ
ବାପା/ବୋଉମାଧବ ନାଏକ (ବାପା)
ବୃତ୍ତିରାଜନୀତିଜ୍ଞ

ଲାଇଚନ ନାଏକ (ମୃତ୍ୟୁ: ୧୨ ସେପ୍ଟେମ୍ବର ୧୯୭୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ । ୧୯୫୨ ଓ ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜୟପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧ମ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଲାଇଚନ ନାଏକଙ୍କ ବାପାଙ୍କ ନାମ ମାଧବ ନାଏକ ଓ ପତ୍ନୀଙ୍କ ନାମ କାନ୍ଦରିମଣି ନାୟକ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଲାଇଚନ ନାଏକ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇ ଥର କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଲାଇଚନ ନାଏକ ୧୯୭୯ ମସିହାର ସେପ୍ଟେମ୍ବର ୧୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Laichhan Naik". odishaassembly.nic.in. Odisha Assembly. Retrieved 21 March 2022.