କୁଞ୍ଜ ରାୟ
କୁଞ୍ଜ ରାୟ | |
---|---|
ଜନ୍ମ | କୁଞ୍ଜ ରାୟ ୧୬ ମଇ ୧୯୪୫ ପଦାଗାଁ, ବାଲେଶ୍ୱର |
ମୃତ୍ୟୁ | ୧୨ ଫେବୃଆରୀ ୨୦୨୧ | (ବୟସ ୭୫)
ଜାତୀୟତା | ଭାରତୀୟ |
ଶିକ୍ଷାନୁଷ୍ଠାନ | ବାଲେଶ୍ୱର ଜିଲ୍ଲାସ୍କୁଲ, ଭଦ୍ରକ ମହାବିଦ୍ୟାଳୟ, ରେଭେନ୍ସା ମହାବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
କୁଞ୍ଜ ରାୟ ( ୧୬ ମଇ ୧୯୪୫ - ୧୨ ଫେବୃଆରୀ ୨୦୨୧ ) ଜଣେ ଓଡ଼ିଆ ସାହିତ୍ୟିକ ଥିଲେ । ସେ ନାଟ୍ୟକାର ଭାବରେ ତାଙ୍କର ଅଧିକ ପରିଚିତ ଥିଲେ ମଧ୍ୟ ଗଳ୍ପ, ପ୍ରବନ୍ଧ ଓ ଅନୁବାଦ ସାହିତ୍ୟରେ ତାଙ୍କର ପ୍ରବେଶ ରହିଥିଲା । ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ସମେତ ଅନେକ ପୁରସ୍କାର ଲାଭ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]କୁଞ୍ଜ ରାୟ, ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲାର ପଦାଗାଁଠାରେ ଜନ୍ମଗ୍ରହଣ କରିଥିଲେ । ବାଲେଶ୍ୱର ଜିଲ୍ଲାସ୍କୁଲରୁ ସେ ମାଟ୍ରିକ ଓ ଭଦ୍ରକ ମହାବିଦ୍ୟାଳୟରୁ ସ୍ନାତକ କରିଥିଲେ । ରେଭେନ୍ସା ମହାବିଦ୍ୟାଳୟରୁ ଇଂରାଜୀରେ ସ୍ନାତକୋତ୍ତର ଶିକ୍ଷା ଅଧା ଛାଡ଼ି, ସେ ଶିକ୍ଷକତା ଆରମ୍ଭ କରିଥିଲେ । ୧୯୭୦ ମସିହାରେ ସେ ଏ ଜି କାର୍ଯ୍ୟାଳୟରେ ଯୋଗଦାନ କରି, ୨୦୦୪ ମସିହାରେ ଉଚ୍ଚ ପଦବୀରେ ଥାଇ ସେଠାରୁ ଅବସର ଗ୍ରହଣ କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]୧୯୬୭ ମସିହାରେ କୁଞ୍ଜ ନିଜ ପ୍ରଥମ ନାଟକ ଅଶାନ୍ତ ଝଡ଼ ରଚନା କରିଥିଲେ । ୧୯୭୪ ମସିହାରେ ରବୀନ୍ଦ୍ର ମଣ୍ଡପରେ ତାଙ୍କ ନାଟକ ବିଦାୟ ବଜ୍ରାଦିତ୍ୟ ମଞ୍ଚସ୍ଥ ହୋଇଥିଲା ଓ ଜଣେ ନାଟ୍ୟକାର ଭାବରେ ତାଙ୍କର ଲୋକପ୍ରିୟତାରେ ବୃଦ୍ଧି ଘଟିଥିଲା । ଏହି ନାଟକ ଫରାସୀ ନାଟ୍ୟକାର ଇଉଜିନି ଆଇଓନେସ୍କୋଙ୍କର ନାଟକ ଏକ୍ସିଟ ଦ କିଙ୍ଗର ଓଡ଼ିଆ ଅନୁବାଦ । ସେ ଅନ୍ୟ ବହୁ ଦେଶୀୟ ଓ ବିଦେଶୀ ନାଟ୍ୟକାରଙ୍କ ରଚନାକୁ ଓଡ଼ିଆକୁ ଅନୁବାଦ କରିଥିଲେ । ସାରଳା ମହାଭାରତ ଆଧାରରେ ସେ କାଳାନ୍ତର ନାଟକ ରଚନା କରିଥିଲେ । ଅନ୍ୟ ବହୁ ଐତିହାସିକ, ପୌରାଣିକ ଓ ସାମାଜିକ ବିଷୟବସ୍ତୁକୁ ନେଇ ସେ ନାଟକ ରଚନା କରିଥିଲେ ।
ରଚନାବଳୀ
[ସମ୍ପାଦନା]ନାଟକ
[ସମ୍ପାଦନା]- ଅଶାନ୍ତ ଝଡ଼
- ବିଦାୟ ବଜ୍ରାଦିତ୍ୟ
- ଅପ୍ରତିହତ ଖାରବେଳ
- କର୍ମଯୋଗୀ ଚନ୍ଦ୍ରଶେଣ
- କାଳାନ୍ତର
- କେଉଁ ନଈ ମୁହାଣରେ
- ଧନଂ ଦେହି ଜୟଂ ଦେହି
- ଅଗ୍ନିସ୍ନାନ
- ଅନାମ ଉବାଚ[୨]
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
- ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର - ୨୦୦୮-୦୯[୩]
- ରାମଚନ୍ଦ୍ର ମିଶ୍ର ନାଟକ ସମ୍ମାନ - ୨୦୧୪
- ଉତ୍କଳ ସାହିତ୍ୟ ସମାଜ ସମ୍ମାନ - ୨୦୧୪[୪]
- ହରିହର ମହାପାତ୍ର ସମ୍ମାନ[୫]
ଆଧାର
[ସମ୍ପାଦନା]- ↑ "Famous Odisha Playwright Kunja Ray No More". www.odishabytes.com. odisha bytes. Archived from the original on 1 April 2021. Retrieved 1 April 2021.
- ↑ ସୀମନ୍ତ ମହାନ୍ତି. "ପ୍ରଦକ୍ଷିଣ". No. ଧରିତ୍ରୀ ୦୧/୦୪/୨୦୨୧ ଭୁବନେଶ୍ୱର ସଂସ୍କରଣ ସାହିତ୍ୟାୟନ ପୃଷ୍ଠା ୧୦. ଧରିତ୍ରୀ. Retrieved 1 April 2021.
- ↑ "Odisha Sangeet Nataka Academy Award Winners" (PDF). Odisha Reference (Annual 2011). Archived from the original (PDF) on 8 December 2020. Retrieved 1 April 2021.
- ↑ "Eminent Odisha Poet Jayant Mohapatra To Get Utkal Ratna Samman". www.sambadenglish.com. Eastern Media. Archived from the original on 1 April 2021. Retrieved 1 April 2021.
- ↑ "ପରଲୋକରେ ନାଟ୍ୟକାର କୁଞ୍ଜ ରାୟ". www.odishasambad.in. odisha sambad. Archived from the original on 1 April 2021. Retrieved 1 April 2021.