Jump to content

କୋଟା ହରିନାରାୟଣ

ଉଇକିପିଡ଼ିଆ‌ରୁ
(Kota Harinarayanaରୁ ଲେଉଟି ଆସିଛି)

କୋଟା ହରିନାରାୟଣ
Portrait of Dr. Kota
ଜନ୍ମ

କୋଟା ହରିନାରାୟଣ (ଜନ୍ମ ୧୯୪୩, ବ୍ରହ୍ମପୁର, ଓଡ଼ିଶା) ଜଣେ ଭାରତୀୟ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିମାନ ଇଞ୍ଜିନିୟର୍ ।[] ୨୫ ଅଗଷ୍ଟ ୨୦୨୦ରେ ସେ ଆଇ.ଆଇ.ଟି (BHU), ବାରାଣସୀର ଗଭର୍ନର୍ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲେ, ଯାହାର କାର୍ଯ୍ୟକାଳ ୨୫ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଥିଲା ।[] ସେ ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ଉପକୁଳପତି ଓ ଏରୋନଟିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମଧ୍ୟ ଥିଲେ । ୧୨ ମେ ୨୦୦୮ ରେ ନୂତନ ଦିଲ୍ଲୀରେ ଆୟୋଜିତ DRDO ପୁରସ୍କାର ଦେବା ଅନୁଷ୍ଠାନରେ, ପ୍ରଧାନମନ୍ତ୍ରୀ ଡ଼. ମନମୋହନ ସିଂହ ତାଙ୍କୁ “ଲାଇଫ୍‌ଟାଇମ୍ ଆଚିଭ୍‌ମେଣ୍ଟ ଅୱାର୍ଡ - ୨୦୦୭” ପ୍ରଦାନ କରିଥିଲେ ।

ସଂକ୍ଷିପ୍ତ ଜୀବନି ଓ ଶିକ୍ଷା

[ସମ୍ପାଦନା]

ବ୍ରହ୍ମପୁର ସିଟି ହାଇସ୍କୁଲରେ ସେ ତାଙ୍କର ହାଇସ୍କୁଲ ଶିକ୍ଷା ଶେଷ କରିଥିଲେ । ୧୯୬୪ରେ ସେ ଇଣ୍ଡିୟାନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ଟେକ୍ନୋଲୋଜି (BHU), ବାରାଣସୀରୁ ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଉପାଧି ଅର୍ଜନ କଲେ, ଏବଂ ପରେ ଇଣ୍ଡିୟାନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସ (IISc), ବେଙ୍ଗାଲୁରୁ ଏୟାରୋସ୍ପେସ୍ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ଉପାଧି ପାଇଥିଲେ । ସେ ଆଇ.ଆଇ.ଟି ମୁମ୍ବାଇରୁ ଡ଼କ୍ତରେଟ୍ (Ph.D) ଡିଗ୍ରୀ ଲାଭ କରିଛନ୍ତି । ଆଇନ ଶିକ୍ଷାରେ ସେ ଏକ ବାଚେଲର୍ ଅଫ୍ ଲ’ (LLB) ଉପାଧି ମଧ୍ୟ ଲାଭ କରିଛନ୍ତି ।

ସେ ଭାରତର ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ (LCA) "ତେଜସ୍" ପ୍ରୋଜେକ୍ଟର ମୁଖ୍ୟ ଡିଜାଇନର୍ ଓ ପ୍ରୋଗ୍ରାମ୍ ଡିରେକ୍ଟର୍ ଥିଲେ ।[] ଇଣ୍ଡିୟାନ୍ ଇନ୍‌ଷ୍ଟିଟ୍ୟୁଟ୍ ଅଫ୍ ସାଇନ୍ସର ସହଯୋଗରେ ସେ ଜେନେରାଲ୍ ଏରୋନଟିକ୍ସ୍ ନାମକ ଏକ UAV ଷ୍ଟାର୍ଟଅପ୍‌ର ସଂସ୍ଥାପନ କରିଥିଲେ ।

୨୦୦୨ ମସିହାରେ ଭାରତ ସକାରଙ୍କ ଦ୍ଵାରା ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।[]

ପୁରସ୍କାର ଓ ସମ୍ମାନ

[ସମ୍ପାଦନା]
  • ଡିସ୍ଟିଙ୍ଗ୍ୱିଷ୍ଟ ସାଇଣ୍ଟିସ୍ଟ ଅୱାର୍ଡ, ଡିଫେନ୍ସ ରିସର୍ଚ୍ଚ ଡିଭେଲପମେଣ୍ଟ ଓର୍ଗାନାଇଜେସନ୍ (DRDO), ଭାରତ
  • ପଦ୍ମଶ୍ରୀ, ୨୦୦୨
  1. ୧.୦ ୧.୧ ieeexplore.ieee.org https://ieeexplore.ieee.org/author/37087462187. Retrieved 2025-05-16. {{cite web}}: Missing or empty |title= (help)
  2. "Wayback Machine". web.archive.org. Archived from the original on 2021-05-13. Retrieved 2025-05-16.{{cite web}}: CS1 maint: bot: original URL status unknown (link)
  3. "Zephyr 2009 - Celebrating the Spirit of Aviation - Aerospace Engineering, IIT Bombay". web.archive.org. 2011-09-03. Archived from the original on 2011-09-03. Retrieved 2025-05-16.