ଘାତକ ତିମି

ଉଇକିପିଡ଼ିଆ‌ରୁ
(Killer whaleରୁ ଲେଉଟି ଆସିଛି)

Killer whale[୧]
Orca
ଜୀବାଶ୍ମ କାଳ: Pliocene to recent [୨]
Two killer whales jump above the sea surface, showing their black, white and grey colouration. The closer whale is upright and viewed from the side, while the other whale is arching backward to display its underside.
Transient killer whales near Unimak Island, eastern Aleutian Islands, Alaska
Diagram showing a killer whale and scuba diver from the side: The whale is about four times longer than a human, who is roughly as long as the whale's dorsal fin.
Size compared to a 1.80-metre (5 ft 11 in) human
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ଲଘୁଗଣ: କେଟାସିଆ
Family: Delphinidae
Genus: Orcinus
Fitzinger, 1860[୫]
ଜାତି: O. orca
ବାଇନୋମିଆଲ ନାମ
Orcinus orca
A world map shows killer whales are found throughout every ocean, except parts of the Arctic. They are also absent from the Black and Baltic Seas.
  Orcinus orca range
Synonyms

Delphinus orca Linnaeus, 1758
Delphinus gladiator Bonnaterre, 1789
Orca gladiator (Bonnaterre, 1789)

ଘାତକ ତିମି ବା ଓର୍କା (ଇଂରାଜୀ ଭାଷାରେ The killer whale or orca (Orcinus orca) ଏକ ପ୍ରକାର ଦାନ୍ତବିଶିଷ୍ଟ ତିମି (toothed whale) ଯିଏ ଓସେନିକ ଡଲଫିନ (oceanic dolphin) ପରିବାରର ସବୁଠାରୁ ବଡ଼ ଆକାର ବିଶିଷ୍ଟି ସଭ୍ୟ । ଘାତକ ତିମିମାନଙ୍କର ଖାଦ୍ୟ ଭିନ୍ନ ଭିନ୍ନ ପ୍ରକାର ହୋଇଥିଲେ ମଧ୍ୟ ସେମାନେ ଏକ ନିର୍ଦ୍ଦଷ୍ଟ ପ୍ରକାର ଖାଦ୍ୟ ଖାଆନ୍ତି । କେତେକ କେବଳ ମାଛା ଖାଆନ୍ତି ତ ଆଉ କେତେକ ସାମୁଦ୍ରିକ ସ୍ତନ୍ୟପାୟୀ (marine mammal) ଯେପରିକି ପିନିପେଡ ସିଲ (seals) ଓ ଆଉ କେତେକ ଅନ୍ୟ ପ୍ରଜାତିର ଡଲଫିନ ଆହାର କରନ୍ତି । ସେମାନେ ବାଲିନ ତିମିର (baleen whale) ଶାବକମାନଙ୍କୁ ଆକ୍ରମଣ କରନ୍ତି, ଏପରିକି ବଡ଼ମାନଙ୍କୁ ମଧ୍ୟ ଛାଡ଼ନ୍ତିନି । ଘାତକ ତିମିମାନେ ଶିର୍ଷ ଶିକାରୀ (apex predator) ଭାବରେ ବିଖ୍ୟାତ କାରଣ ତାଙ୍କୁ କେହି ଶିକାର କରେନାହିଁ । ଏହି ପ୍ରାଣୀ ସଂସାରର ସମସ୍ତ ସମୁଦ୍ରରେ ସବୁ ପ୍ରକାର ପରିବେଶରେ ରହନ୍ତି; ଆର୍କଟିକ (Arctic) ଓ ଦକ୍ଷିଣ ସମୁଦ୍ରରୁ (Antarctic regions) ଆରମ୍ଭ କରି ଗ୍ରୀଷ୍ମମଣ୍ଡଳୀୟ ସମୁଦ୍ର ପର୍ଯ୍ୟନ୍ତ ରହନ୍ତି କେବଳ ବାଲଟିକ (Baltic

ଘାତକ ତିମି‌ ଅତି ସାମାଜିକ ପ୍ରାଣୀ (social); କେତେକ ସଂଖ୍ୟାରେ ସେମାନେ ମାଟ୍ରିଲିନିଆଲ ମାଈ ପଶୁ ଧାଡ଼ି (matrilineal) ପରିବାର ଦଳର ହୋଇଥାଆନ୍ତି ଯାହା ଯେ କୌଣସି ପ୍ରାଣୀ ପ୍ରଜାତି ପାଇଁ ସ୍ଥିର ରହେ । ପ୍ରଗତିଶୀଳ ଶିକାର ପ୍ରକ୍ରିୟା ଓ ସ୍ୱର ବ୍ୟବ‌ହାରର ସ୍ୱାତନ୍ତ୍ର୍ୟତା ବିଭିନ୍ନ ଦଳ ନିମନ୍ତେ ନିର୍ଦ୍ଦିଷ୍ଟ ଥାଏ ଓ ତାହା ବଂଶାନୁକ୍ରମେ ଚାଲୁରହିଥାଏ ଯାହାକୁ ପଶୁ ସଂସ୍କୃତି (animal culture) କୁହାଯାଏ ।

ଇଣ୍ଟରନ୍ୟାସନାଲ ୟୁନିଅନ ଫର କଞ୍ଜରଭେସନ ଅଫ ନେଚର (International Union for Conservation of Nature) ସଂସ୍ଥା ଏହି ପ୍ରାଣୀର ସ୍ଥାୟୀତ୍ୱ (conservation status) ବିଷୟରେ ଅନୁଶୀଳନ କଲାବେଳେ ଡାଟା ଅଭାବ (data deficient) ଦେଖିଲେ କାରଣ ଦୁଇ ପ୍ରକାର ଘାତକ ତିମିର ପ୍ରଜାତି ସମସ୍ୟା (separate species) ରହୁଛି । ଶିକାର ଅଭାବ, ବାସସ୍ଥାନ ଅଭାବ (habitat loss), ପଲିକ୍ଲୋରିନେଟେଡ ବାଇଫିନାଇଲ (PCBs) ରାସାୟନିକ ପଦାର୍ଥର ପ୍ରଦୂଷଣ, ସାମୁଦ୍ରିକ ସ୍ତନ୍ୟପାୟୀ ଜୀବଙ୍କ ପାର୍କ (marine mammal park) ନିମନ୍ତେ ଧରିନେବା, ଓ ବ୍ୟାବସାୟ ଯୋଗୁ ଧରିବା (conflicts with human fisheries) ସକାଶେ ଏମାନଙ୍କ ସଂଖ୍ୟା ବିପଦଗ୍ରସ୍ତ (endangered) ହୋଇଆସୁଛି । ସନ ୨୦୦୫ର ଶେଷ ଭାଗକୁ ବ୍ରିଟିଶ କଲମ୍ବିଆ (British Columbia) ଓ ୱାସିଙ୍ଗଟନ ଷ୍ଟେଟ ([:en:[Washington state|]]) ଜଳଭାଗରେ ପ‌ହଁରୁଥିବା ସଦର୍ଣ୍ଣ ରେସିଡେଣ୍ଟ ଘାତକ ତିମିମାନଙ୍କୁ (southern resident killer whale) ୟୁଏସ ଏଣ୍ଡେଜର୍‌ଡ଼ ସ୍ପେସିଦ୍ୱାରା ବିପଦଗ୍ରସ୍ତ ପ୍ରାଣୀ ଚିଠାଭୁକ୍ତ (U.S. Endangered Species list) କରାଯାଇଛି ।

ମାନବ ନିମନ୍ତି ବଣ୍ୟ ଘାତକ ତିମି ବିପଦ ଜନ‌କ ନୁହେଁ, କିନ୍ତୁ କେତେକ ପାର୍କରେ ଧରାହୋଇ ରଖାଯାଇଥିବା ଘାତକ ତିମି ତାଙ୍କର ଦେଖାଶୁଣା କରୁଥିବା ଲୋକଙ୍କୁ ଆକ୍ରମଣ (captive orcas killing or injuring their handlers) କରୁଥିବା ଦେଖାଯାଇଛି । ବିଭିନ୍ନ ପୌରାଣିକ ଗଳ୍ପରେ ଘାତକ ତିମି ବିଷୟ ଅବତାରଣା କରାଯାଇଛି ଯେଉଁଥିରେ ସେମାନେ ଆତ୍ମୀୟ ଭାବରୁ ଆରମ୍ଭ କରି ନିର୍ଦ୍ଦୟ ଘାତକ ସ୍ୱଭାବ ପ୍ରଦର୍ଶନ କରୁଥିବା ଲେଖାଯାଇଛି ।

ଆଧାର[ସମ୍ପାଦନା]

  1. Mead, J.G.; Brownell, R. L. Jr. (2005). "Order Cetacea". In Wilson, D.E.; Reeder, D.M (eds.). Mammal Species of the World: A Taxonomic and Geographic Reference (3rd ed.). Johns Hopkins University Press. pp. 723–743. ISBN 978-0-8018-8221-0. OCLC 62265494.
  2. "Orcinus orca Linnaeus 1758". Fossilworks. Archived from the original on April 27, 2020. Retrieved April 28, 2018.
  3. Reeves, R.; Pitman, R.L.; Ford, J.K.B. (2017). "Orcinus orca": e.T15421A50368125. {{cite journal}}: |access-date= requires |url= (help); Cite journal requires |journal= (help); Invalid |ref=harv (help)
  4. "Orcinus orca (Linnaeus, 1758)". Integrated Taxonomic Information System. Retrieved March 9, 2011.
  5. "Orcinus Fitzinger, 1860". Integrated Taxonomic Information System. Retrieved March 9, 2011.