କ୍ୟାଥରିନ ମହେର

ଉଇକିପିଡ଼ିଆ‌ରୁ
(Katherine Maherରୁ ଲେଉଟି ଆସିଛି)
କ୍ୟାଥରିନ ମହେର
୨୦୧୬ରେ କ୍ୟାଥରିନ ମହେର
୨୦୧୬ରେ କ୍ୟାଥରିନ ମହେର
Born
କ୍ୟାଥରିନ ରବର୍ଟସ ମହେର

(1983-04-18) ୧୮ ଅପ୍ରେଲ ୧୯୮୩ (ବୟସ ୪୦)
ଉଇଲଟନ, କନେକ୍ଟିକଟ, ଯୁକ୍ତରାଷ୍ଟ୍ର ଆମେରିକା[ଆଧାର ଲୋଡ଼ା]
Nationalityଆମେରିକୀୟ
Alma materନିଉ ୟର୍କ ବିଶ୍ୱବିଦ୍ୟାଳୟ
Occupationବ୍ୟବସାୟ ନିର୍ବାହୀ
Years active୨୦୦୫–ବର୍ତ୍ତମାନ
Titleଇଉକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା

କ୍ୟାଥରିନ ରବର୍ଟସ ମହେର (୧୯୮୩ ମସିହା ଅପ୍ରେଲ ୧୮ରେ ଜନ୍ମିତ)[୧] ଉଇକିମିଡ଼ିଆ ଫାଉଣ୍ଡେସନର ନିର୍ବାହୀ ନିର୍ଦ୍ଦେଶିକା । ସେ ଏହି ପଦବୀରେ ୨୦୧୬ ଜୁନଠାରୁ କାର୍ଯ୍ୟରତ ।[୨] ଆଗରୁ ସେ ମୁଖ୍ୟ ଯୋଗାଯୋଗ ଅଫିସର ଥିଲେ ।[୩] ଇନଫରମେସନ ଆଣ୍ଡ କମ୍ୟୁନିକେସନ ଟେକନୋଲୋଜିରେ (ICT) ଅଭିଜ୍ଞତା ସହ ମହେର ଅଣଲାଭକାରୀ ଓ ଆନ୍ତର୍ଜାତୀୟ ସ୍ତରରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରି ମାନବିକ ଅଧିକାର ଓ ଆନ୍ତର୍ଜାତୀୟ ବିକାଶ କରିବା ନିମନ୍ତେ କାମ କରିଛନ୍ତି ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ମହେର ଯୁକ୍ତରାଷ୍ଟ୍ର ଆମେରିକାର କନେକ୍ଟିକଟସ୍ଥିତ ଉଇଲଟନଠାରେ ବଡ଼ ହୋଇଥିଲେ[୧]ଉଇଲଟନ ହାଇସ୍କୁଲରୁ ଶିକ୍ଷାଲାଭ କରିଥିଲେ ।[୪] ହାଇସ୍କୁଲ ପରେ ୨୦୦୩ରେ ମହେର ଦି ଅମେରିକାନ ଇଉନିଭର୍ସିଟି ଅଫ କାଇରୋର ଆରବୀ ଲାଙ୍ଗୁଏଜ ଇନଷ୍ଟିଚ୍ୟୁଟର ଆରବୀ ଲାଙ୍ଗୁଏଜ ଇଣ୍ଟେନସିଭ ପ୍ରୋଗ୍ରାମରୁ ସ୍ନାତକ ଲାଭ କରିଥିଲେ । ସେ ଏହି ଅନୁଭୂତିକୁ ଏକ ତାଙ୍କ ଭିତରେ ଏକ ଗଠନଶୀଳ ଅଭିଜ୍ଞତା ଓ ମଧ୍ୟପ୍ରାଚ୍ୟ ପ୍ରତି ଗଭୀର ପ୍ରେମ ଆରମ୍ଭ କରିଥିଲା ବୋଲି କହନ୍ତି ।[୫] ମହେର ସିରିଆର Institut français d’études arabes de Damasରୁ (L'IFEAD) ମଧ୍ୟ ଶିକ୍ଷାଲାଭ କରିଥିଲେ । ଏହି ସମୟରେ ଲେବାନନଟ୍ୟୁନିସିଆରେ ମଧ୍ୟ କିଛି ସମୟ କଟାଇଥିଲେ ।[୧][୬]

୨୦୦୫ରେ ମହେର ନିଉୟର୍କ ବିଶ୍ୱବିଦ୍ୟାଳୟରୁ ମଧ୍ୟପ୍ରାଚ୍ୟ ଓ ଇସଲାମିକ ଶିକ୍ଷାରୁ ସ୍ନାତକ ଲାଭ କରିଥିଲେ ।[୭]

ଉଇକିମିଡ଼ିଆ ଫାଉଣ୍ଡେସନ[ସମ୍ପାଦନା]

ଉଇକିମାନିଆ ୨୦୧୭ରେ କ୍ୟାଥରିନ ମହେର ଓ ଜିମି ୱେଲ୍ସ

ଅପ୍ରେଲ ୨୦୧୪ରୁ ମାର୍ଚ୍ଚ ୨୦୧୬ ଯାଏ ମହେର ମୁଖ୍ୟ ଯୋଗାଯୋଗ ଅଫିସର ଭାବେ କ୍ୟାଲିଫର୍ଣିଆର ସାନ ଫ୍ରାନସିସ୍କୋସ୍ଥିତ ଉଇକିମିଡ଼ିଆ ଫାଉଣ୍ଡେସନରେ କାର୍ଯ୍ୟକରିଥିଲେ ।[୩][୮][୯] ଏହି ସମୟରେ ସେ ୱାସିଂଟନ ପୋଷ୍ଟକୁ ଯୁକ୍ତରାଷ୍ଟ୍ର ଆମେରିକା ଆଇନ ଉପରେ ଏକ ସାକ୍ଷାତକାର ଦେଇଥିଲେ ।[୧୦]

୨୦୧୬ ମାର୍ଚ୍ଚରେ ସେ ଉଇକିମିଡ଼ିଆ ଫାଉଣ୍ଡେସନର ସେତେବଳର ନିର୍ବାହୀ ନିର୍ଦ୍ଦେଶିକା ଲିଲା ଟ୍ରେଟିକୋଭଙ୍କ ଇସ୍ତଫା ପରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।[୧୧][୧୨] ମହେର ୨୦୧୬ ଜୁନରେ ନିର୍ବାହୀ ନିର୍ଦ୍ଦେଶିକା ଭାବେ ନିଯୁକ୍ତ ହୋଇଥିଲେ । ୨୦୧୬ ଜୁନ ୨୪ରେ ୨୦୧୬ ଉଇକିମାନିଆରେ ଇଟାଲୀର ଏସିନୋ ଲାରିଓରେ ଜିମି ୱେଲ୍ସଙ୍କଦ୍ୱାରା ଏହି ଘୋଷଣା କରାଯାଇଥିଲା [୨][୩]

ଟେକନୋଲୋଜି ମାଧ୍ୟମରେ ଲୋକଙ୍କ ତଥ୍ୟ ପାଇବାର ଆଧିକାର ଉନ୍ନତ କରିବା ପାଇଁ ବିଶ୍ୱ ଡିଜିଟାଲ ଅନ୍ତର୍ଭୁକ୍ତି ଉପରେ ସେ ଧ୍ୟାନ ଦେଉଛନ୍ତି ବୋଲି ମହେର ଜଣାଇଥିଲେ ।[୧][୧୩]

ନେତୃତ୍ୱ[ସମ୍ପାଦନା]

[[ଫା|thumb|ଓଡ଼ିଆ ଉଇକିପିଡ଼ିଆର ୧୬ତମ ଜନ୍ମତିଥି ଅବସରରେ ଉଇକିଆଳିଙ୍କ ଉଦ୍ଦେଶ୍ୟରେ ମହେର ପଠାଇଥିବା ଏକ ଭିଡ଼ିଓ ସନ୍ଦେଶ ]]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Boix, Montserrat; Sefidari, María (September 3, 2016). "Maher: "La Fundación necesita reflejar la cultura que queremos ver en la comunidad"" (Video). Wikimujeres. Wikimanía Esino Lario 2016. {{cite news}}: More than one of |first1= and |first= specified (help); More than one of |last1= and |last= specified (help)CS1 maint: location (link)
  2. ୨.୦ ୨.୧ Lorente, Patricio; Henner, Christophe (June 24, 2016). "Foundation Board appoints Katherine Maher as Executive Director". Wikimedia Blog. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  3. ୩.୦ ୩.୧ ୩.୨ Gardner, Sue (April 15, 2014). "Katherine Maher joins the Wikimedia Foundation as Chief Communications Officer". Wikimedia Blog. {{cite news}}: More than one of |first1= and |first= specified (help); More than one of |last1= and |last= specified (help)
  4. "More than half of Wilton High makes honor roll" (PDF). Wilton Bulletin. May 10, 2001. pp. 3D.
  5. "AUCians Recognized Among Top 99 Foreign Policy Leaders Under 33". The American University in Cairo. October 8, 2013.
  6. Rooney, Ben (June 28, 2012). "Web Can Foment Openness as Corrupt Regimes Fall". The Wall Street Journal. Archived from the original on September 4, 2012.
  7. "2000s" (PDF). NYU Alumni Magazine. No. 22. Spring 2014. p. 59.
  8. Fitzsimmons, Michelle (January 16, 2016). "Wikipedia is still disrupting after 15 years". TechRadar.
  9. Bradley, Diana (May 15, 2014). "Wikimedia hires Maher to fill chief comms role". PRWeek.
  10. Lorente, Patricio (March 16, 2016). "Wikimedia Foundation Board of Trustees welcomes Katherine Maher as interim Executive Director". Wikimedia Blog.
  11. Tretikov, Lila (February 25, 2016). "[Wikimedia-l] Thank you for our time together" (Mailing list post). Wikimedia-l. Wikimedia Foundation.
  12. Maher, Katherine (October 29, 2016). "MozFest Speaker Series: Privacy and Harassment on the Internet" (Video). Mozfest 2016.
  13. "People: Katherine Maher". Youth for Technology Foundation. Archived from the original on 2016-03-13. Retrieved 2018-07-13.
  14. "Team: Katherine Maher". Truman National Security Project. Archived from the original on 2018-09-26. Retrieved 2018-07-13.
  15. "Politico Magazine: No, the U.S. Isn't 'Giving Up Control' of the Internet". Truman National Security Project. March 2014. Archived from the original on 2020-04-15. Retrieved 2018-07-13.
  16. "Advisory Council: Katherine Maher". Open Technology Fund. Archived from the original on 2017-10-13. Retrieved 2018-07-13.
  17. "People: Katherine Maher". World Economic Forum.
  18. "The Future of Human Rights". World Economic Forum.
  19. https://www.youtube.com/watch?v=HNBtvjsE4JQ