କରିସ୍ମା କପୁର
କରିସ୍ମା କପୁର | |
|---|---|
Kapoor in 2018 | |
| ଜନ୍ମ | ୨୫ ଜୁନ ୧୯୭୪ Bombay, Maharashtra, India |
| ଅନ୍ୟ ନାମ | Lolo |
| ବୃତ୍ତି | Actress |
| ସକ୍ରିୟ ବର୍ଷ | 1990–present |
| କୃତି | Full list |
| ବୈବାହିକ-ସାଥୀ | |
| ସନ୍ତାନ | 2 |
| ପିତାମାତା |
|
| ପରିବାର | Kapoor family |
କରିସ୍ମା କପୁର (ହିନ୍ଦୀ: करिश्मा कपूर; ଜନ୍ମ: ୨୫ ଜୁନ ୧୯୭୪) ସିନେମା ଜଗତରେ “ଲୋଲୋ” ଭାବେ ପରିଚିତ, ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତ୍ରୀ। କପୁର ପରିବାରର ସଦସ୍ୟା ଭାବେ ସେ ଅଭିନେତା ରଣଧୀର କପୁର ଏବଂ ବବିତାଙ୍କ ଜ୍ୟେଷ୍ଠ କନ୍ୟା । କପୁର ୧୯୯୧ ମସିହାରେ, ସତର ବର୍ଷ ବୟସରେ, ଭାରତ ଭୂଷଣଙ୍କ ବିପରୀତରେ ପ୍ରେମ କୈଦୀ ଚଳଚ୍ଚିତ୍ର ମାଧ୍ୟମରେ ଅଭିନୟ ଜୀବନରେ ପ୍ରବେଶ କରିଥିଲେ ।[୧] ପରେ ସେ ଅନେକ ବ୍ୟବସାୟିକ ଭାବେ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାମଧ୍ୟରେ ଜିଗର (୧୯୯୨), ଅନାରୀ (୧୯୯୩), ରାଜା ବାବୁ (୧୯୯୪), ସୁହାଗ (୧୯୯୪), କୁଲୀ ନଂ. ୧, ଗୋପୀ କିଶନ (୧୯୯୪), ସାଜନ ଚାଲେ ସସୁରାଲ (୧୯୯୬) ଏବଂ ଜୀତ (୧୯୯୬) ଅନ୍ତର୍ଭୁକ୍ତ।[୨]
୧୯୯୬ ମସିହାରେ, କପୁର ତାଙ୍କର ସର୍ବାଧିକ ବାଣିଜ୍ୟିକ ସଫଳତା ରାଜା ହିନ୍ଦୁସ୍ତାନୀ ଚଳଚ୍ଚିତ୍ର ପାଇଁ ପ୍ରଥମଥର ପାଇଁ ଫିଲ୍ମଫେୟାର ସର୍ବଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ଅର୍ଜନ କରିଥିଲେ, ଏବଂ ପରେ ଦିଲ୍ ତୋ ପାଗଲ ହୈ (୧୯୯୭) ରୋମାଣ୍ଟିକ ନାଟ୍ୟ ଚଳଚ୍ଚିତ୍ରରେ ଅଭିନୟ ପାଇଁ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ସେ ଫିଜା (୨୦୦୦) ଚଳଚ୍ଚିତ୍ରରେ କେନ୍ଦ୍ରୀୟ ଚରିତ୍ରରେ ଅଭିନୟ ପାଇଁ ସମାଲୋଚକମାନଙ୍କର ଭରିପୁରା ପ୍ରଶଂସା ପାଇଥିଲେ ଏବଂ ଜୁବୈଦା (୨୦୦୧) ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ ଓ ସମାଲୋଚକ ବିଭାଗରେ ଫିଲ୍ମଫେୟାର ପୁରସ୍କାର ଅର୍ଜନ କରିଥିଲେ। ଏହାର ପରିଣାମସ୍ୱରୂପ, କପୁର ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଜଣେ ପ୍ରମୁଖ ଅଭିନେତ୍ରୀ ଭାବେ ନିଜକୁ ସ୍ଥାପିତ କରିଥିଲେ। ସେ ବଲିଉଡର ସବୁଠାରୁ ସୁନ୍ଦରୀ ନାରୀମାନଙ୍କ ମଧ୍ୟରୁ ଜଣେ ଏବଂ ଯୌନ ଆକର୍ଷଣର ପ୍ରତୀକ ଭାବେ ମଧ୍ୟ ପରିଗଣିତ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]
କରିଶ୍ମା ୧୯୭୪ ମସିହାର ୨୫ ଜୁନରେ ମୁମ୍ବାଇ ନଗରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଅଭିନେତା ରଣଧୀର କପୁର ଓ ମାତା ଅଭିନେତ୍ରୀ ବବିତା ଶିବଦାସାନୀ। ତାଙ୍କ ଛୋଟ ଭଉଣୀ କରୀନା କପୁର ମଧ୍ୟ ଜଣେ ଅଭିନେତ୍ରୀ। ତାଙ୍କ ପିତାମହ ଥିଲେ ଅଭିନେତା ଓ ଚଳଚ୍ଚିତ୍ର ନିର୍ମାତା ରାଜ କପୁର, ଓ ମାତାମହ ଥିଲେ ଅଭିନେତା ହରି ଶିବଦାସାନୀ। ତାଙ୍କ ପ୍ରପିତାମହ ଥିଲେ ଅଭିନେତା ପୃଥ୍ୱୀରାଜ କପୁର। ଅଭିନେତା ଋଷି କପୁର ଓ ରାଜୀବ କପୁର ତାଙ୍କ କାକା ଏବଂ ଅଭିନେତ୍ରୀ ନୀତୁ ସିଂହ ଓ ଉଦ୍ୟୋଗପତି ରିତୁ ନନ୍ଦା ତାଙ୍କ କାକୀ। ତାଙ୍କ କାକାତୋ ଭାଇ ହେଲେ ଅଭିନେତା ରଣବୀର କପୁର, ଅରମାନ ଜୈନ ଓ ଆଦର ଜୈନ, ଏବଂ ବ୍ୟବସାୟୀ ନିଖିଲ ନନ୍ଦା। ଅଭିନେତା ଶାମ୍ମୀ କପୁର ଓ ଶଶୀ କପୁର ତାଙ୍କ ପିତାମହଙ୍କ ଭାଇ ଏବଂ ଅଭିନେତ୍ରୀ ସାଧନା ଶିବଦାସାନୀ ତାଙ୍କ ମାତାଙ୍କ ପିଉସୀ।
ଘରେ ସେକୁ “ଲୋଲୋ” ନାମରେ ଡାକାଯାଏ। କରିଶ୍ମାଙ୍କ କଥାନୁସାରେ, “ଲୋଲୋ” ନାମଟି ତାଙ୍କ ମାତାଙ୍କ ପ୍ରିୟ ଇଟାଲୀୟ ଅଭିନେତ୍ରୀ ଜିନା ଲୋଲୋବ୍ରିଜିଡାଙ୍କ ନାମରୁ ନିଆଯାଇଛି। ତାଙ୍କ ପିତାମହ ଓ ମାତାମହ ଉଭୟେ ପେଶାୱାର, ଲାୟଲପୁର ଓ କରାଚିରୁ ଆସିଥିଲେ, ଯେଉଁମାନେ ଭାରତ ବିଭାଜନ ପରେ ଚଳଚ୍ଚିତ୍ର ଜୀବନ ଲକ୍ଷ୍ୟରେ ବମ୍ବେଇକୁ ଆସିଥିଲେ। କପୁର ପିତାଙ୍କ ପକ୍ଷରୁ ହିନ୍ଦୁ ପଞ୍ଜାବୀ ବଂଶୋଦ୍ଭୂତ ଏବଂ ମାତାଙ୍କ ପକ୍ଷରୁ ସିନ୍ଧି ଓ ବ୍ରିଟିଶ ବଂଶୋଦ୍ଭୂତ। ସେ କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିଥିଲେ।
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]କପୁର ଦିଲ୍ ତୋ ପାଗଲ ହୈ (୧୯୯୭) ଚଳଚ୍ଚିତ୍ର ପାଇଁ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ବିଭାଗରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ସମ୍ମାନିତା। ସେ ମୋଟ ୮ଟି ନାମାଙ୍କନ ମଧ୍ୟରୁ ୪ଟି ଫିଲ୍ମଫେୟାର ପୁରସ୍କାର ଜିତିଛନ୍ତି: ରାଜା ହିନ୍ଦୁସ୍ତାନୀ (୧୯୯୬) ଓ ଫିଜା (୨୦୦୦) ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀ, ଦିଲ୍ ତୋ ପାଗଲ ହୈ (୧୯୯୭) ପାଇଁ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ, ଏବଂ ଜୁବୈଦା (୨୦୦୧) ପାଇଁ ସମାଲୋଚକ ବିଭାଗରେ ସର୍ବଶ୍ରେଷ୍ଠ ଅଭିନେତ୍ରୀ ।[୪][୫]
ଆଧାର
[ସମ୍ପାଦନା]| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ "Karisma Kapur: Profile, Photos, Videos and Biography | Times of India". timesofindia.indiatimes.com. Retrieved 2026-03-27.
- ↑ "Karisma Kapoor Archives". Koimoi (in ଆମେରିକୀୟ ଇଂରାଜୀ). Retrieved 2026-03-27.
- ↑ "Karishma Kapoor is Gorgeous in Gold for Vikram Phadnis | MissMalini". MissMalini (in ଇଂରାଜୀ). Retrieved 2026-03-27.
- ↑ "IIFA Through the Years - IIFA 2003 : South Africa - IIFA". IIFA (in ଆମେରିକୀୟ ଇଂରାଜୀ). Retrieved 2026-03-27.
- ↑ "Filmfare Awards Winners From 1953 to 2025". filmfare.com (in ଇଂରାଜୀ). Retrieved 2026-03-27.