କାଙ୍ଗାଳି ଚରଣ ପଣ୍ଡା

ଉଇକିପିଡ଼ିଆ‌ରୁ
(Kangali Charan Pandaରୁ ଲେଉଟି ଆସିଛି)
କାଙ୍ଗାଳି ଚରଣ ପଣ୍ଡା
ବିଧାୟକ: ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୯୦
ପୂର୍ବ ଅଧିକାରୀରବି ଦାଶ
ପର ଅଧିକାରୀଗୁରୁଚରଣ ଟିକାୟତ
ନିର୍ବାଚନ ମଣ୍ଡଳୀଧର୍ମଶାଳା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1944-10-27)୨୭ ଅକ୍ଟୋବର ୧୯୪୪
ମୃତ୍ୟୁ୧୨ ଫେବୃଆରୀ ୨୦୨୨(2022-02-12) (ବୟସ ୭୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ]
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀରମ୍ଭା ଦେବୀ
ବାପା/ବୋଉପତି ପଣ୍ଡା (ବାପା)
ବୃତ୍ତିରାଜନୀତିଜ୍ଞ

କାଙ୍ଗାଳି ଚରଣ ପଣ୍ଡା (୨୭ ଅକ୍ଟୋବର ୧୯୪୪ - ୧୨ ଫେବୃଆରୀ ୨୦୨୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ। ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । କାଙ୍ଗାଳି ଚରଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୧୯୮୦ ଓ ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ କାଙ୍ଗାଳି ଚରଣ ଧର୍ମଶାଳା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମ ୮ମ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

କାଙ୍ଗାଳି ୧୯୪୪ ମସିହାର ଅକ୍ଟୋବର ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୧] ତାଙ୍କ ବାପାଙ୍କ ନାମ ପତି ପଣ୍ଡା ଏବଂ ତାଙ୍କ ପତ୍ନୀଙ୍କ ନାମ ରମ୍ଭା ଦେବୀ ।[୧] କାଙ୍ଗାଳି ଚରଣଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ୍ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

କାଙ୍ଗାଳି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି ।[୧]


ମୃତ୍ୟୁ[ସମ୍ପାଦନା]

କାଙ୍ଗାଳି ୨୦୨୨ ମସିହାର ଫେବୃଆରୀ ୧୨ ତାରିଖ (ଶନିବାର ଭୋର) ଭୁବନେଶ୍ୱରସ୍ଥିତ ବାସଭବନରେ ହୃଦ୍‌ଘାତରେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Kangali Charan Panda". odishaassembly.nic.in. Odisha Assembly. Retrieved 6 December 2019.
  2. "ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡାଙ୍କ ବିୟୋଗ". ଧରିତ୍ରୀ. ୧୩ ଫେବୃଆରୀ ୨୦୨୨. p. ୭. Retrieved 15 February 2022. {{cite web}}: Check date values in: |date= (help)