କାମଦା ଏକାଦଶୀ

ଉଇକିପିଡ଼ିଆ‌ରୁ
(Kamada Ekadashiରୁ ଲେଉଟି ଆସିଛି)
କାମଦା ଏକାଦଶୀ
ଅନ୍ୟ ନାମଫଳଦା ଏକାଦଶୀ
ପାଳନକାରୀହିନ୍ଦୁ
ପ୍ରକାରଧାର୍ମିକ
ପର୍ବ ପାଳନବ୍ରତ, ପୂଜା
ତାରିଖଚୈତ୍ର ଶୁକ୍ଳ ଏକାଦଶୀ
୨୦୨୪ ତାରିଖdate missing (please add)

ଚୈତ୍ର ଶୁକ୍ଳ ଏକାଦଶୀକୁ କାମଦା ଏକାଦଶୀ ଭାବେ ପାଳନ କରାଯାଏ । ଏହା ଫଳଦା ଏକାଦଶୀ ଭାବେ ମଧ୍ୟ ପରିଚିତ ।[୧]

ମହାତ୍ମ୍ୟ[ସମ୍ପାଦନା]

ଧର୍ମରାଜ ଯୁଧିଷ୍ଠିରଙ୍କୁ ଭଗବାନ ଶ୍ରୀକୃଷ୍ଣ କହୁଛନ୍ତି – ପ୍ରାଚୀନକାଳରେ ଭୋଗପୁରୀ ନଗରରେ ଐଶ୍ୱର୍ଯ୍ୟରେ ଭରା ରାଜା ପୁଣ୍ଡରିକ ଶାସନ କରୁଥିଲେ । ଭୋଗପୁର ନଗରୀରେ ଅପ୍ସରା, କିନ୍ନର ଏବଂ ଗନ୍ଧର୍ବମାନେ ବାସ କରୁଥିଲେ । ଗନ୍ଧର୍ବମାନଙ୍କ ମଧ୍ୟରୁ ଲଳିତା ଏବଂ ଲଳିତ ନାମକ ସ୍ୱାମୀ ସ୍ତ୍ରୀ ଅତ୍ୟନ୍ତ ବୈଭବଶାଳୀ ଘରେ ରହୁଥିଲେ । ଥରେ ପୁଣ୍ଡରିକଙ୍କ ରାଜସଭାରେ ଗନ୍ଧର୍ବମାନଙ୍କ ସହିତ ଲଳିତ ଗୀତ ବୋଲୁଥିଲେ । ଲଳିତ ମଧ୍ୟ ଗୀତ ଗାଉଥିବା ବେଳେ ପତ୍ନୀ ଲଳିତାଙ୍କୁ ଧ୍ୟାନ କରି ଗୀତର ଲୟ ଭାଙ୍ଗିଦେଲେ । କାର୍କୋଟ ନାମକ ନାଗ ଗୀତର ଲୟର ଏପଟ ସେପଟ ହେବାର କାରଣ ଜାଣିପାରି ସେ ରାଜାଙ୍କୁ ସୂଚାଇଦେଲେ । ରାଜା ପୁଣ୍ଡରିକ କ୍ରୁଦ୍ଧ ହୋଇ ଲଳିତଙ୍କୁ କହିଲେ- ମୋ ସମ୍ମୁଖରେ ଗୀତ ବୋଲୁଥିବା ବେଳେ ପତ୍ନୀଙ୍କୁ ସ୍ମରଣ କରୁଛ .... ତୁମେ ରାକ୍ଷସ ହୁଅ, ତୁମେ ତୁମ କର୍ମର ଫଳ ଭୋଗ । ପୁଣ୍ଡରିକଙ୍କ ଅଭିଶାପରେ ଲଳିତ ରାକ୍ଷସ ହୋଇ ଦୁଃଖ ଭୋଗିବାକୁ ଲାଗିଲେ । ଯେତେବେଳେ ପତ୍ନୀ ଲଳିତାଙ୍କୁ ଜଣାପଡ଼ିଲା ତାଙ୍କ ସ୍ୱାମୀ ରାକ୍ଷସ ହୋଇ ବଣଜଙ୍ଗଲରେ ବୁଲୁଛନ୍ତି, ସେ ଦୁଃଖୀ ହୋଇ ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଚିନ୍ତା କଲେ । ସ୍ୱାମୀଙ୍କୁ ଉଦ୍ଧାର କରିବା ଲାଗି ଲଳିତା ସ୍ୱାମୀଙ୍କ ପଛେପଛେ ଯାଇ ବିନ୍ଧ୍ୟାଞ୍ଚଳ ପର୍ବତରେ ପହଞ୍ଚିଲେ । ସେଠାରେ ଶୃଙ୍ଗି ଋଷିଙ୍କ ଆଶ୍ରମକୁ ଯାଇ ଋଷିଙ୍କୁ ଭେଟି ଲଳିତା ନିଜର ଦୁଃଖ ବଖାଣିଲେ । ଋଷି ସମସ୍ତ କଥା ଶୁଣି କହିଲେ- ହେ ଗନ୍ଧର୍ବ କନ୍ୟା, ଏବେ ଚୈତ୍ର ଶୁକ୍ଳ ଏକାଦଶୀ ଆସୁଛି I ତାହାକୁ କାମଦା ଏକାଦଶୀ କୁହାଯାଏ । ଏହି ଏକାଦଶୀ ବ୍ରତ କଲେ ସମସ୍ତ କାର୍ଯ୍ୟ ସିଦ୍ଧ ହେବ । ଏହାର ପୁଣ୍ୟରୁ ସ୍ୱାମୀ ଶିଘ୍ର ମୁକ୍ତି ହେବେ । ଲଳିତା ବିଧିବଦ୍ଧ ଭାବେ ଏକାଦଶୀ ବ୍ରତ ପାଳନ କଲେ । ସ୍ୱାମୀ ରାକ୍ଷସମୁକ୍ତ ହୋଇ ସାଧାରଣ ପୁରୁଷ ରୂପ ଫେରି ଆସିଲେ । ଏହି ବ୍ରତ କରିବାଦ୍ୱାରା ସେମାନେ ସ୍ୱର୍ଗଲୋକ ପ୍ରାପ୍ତି ହୋଇଥିଲେ ।[୨]

ଆଧାର[ସମ୍ପାଦନା]

  1. "Kamada Ekadashi Vrat – कामदा एकादशी व्रत". Archived from the original on 7 February 2016. Retrieved 5 February 2016.
  2. ସମୟ, ମଙ୍ଗଳବାର, ୨୩ ଅପ୍ରେଲ ୨୦୧୩, ପୃଷ୍ଠା: ୨