Jump to content

କୈଳାସ ନାଥ ୱାଂଚୁ

ଉଇକିପିଡ଼ିଆ‌ରୁ
(Kailas Nath Wanchooରୁ ଲେଉଟି ଆସିଛି)

କୈଳାସ ନାଥ ୱାଂଚୁ (୨୫ ଫେବୃଆରୀ ୧୯୦୩– ୧୪ ଅଗଷ୍ଟ ୧୯୮୮) ଭାରତର ଦଶମ ମୁଖ୍ୟ ନ୍ୟାୟାଧୀଶ ଥିଲେ ।[] ସେ ଆଲାହାବାଦରେ ଏକ କାଶ୍ମୀରୀ ପଣ୍ଡିତ ପରିବାରରେ ଜନ୍ମ ନେଇଥିଲେ ଏବଂ ପ୍ରାରମ୍ଭିକ ଶିକ୍ଷା ମଧ୍ୟ ପ୍ରଦେଶର ନୌଗାଁରେ ଏବଂ ମାଧ୍ୟମିକ ଶିକ୍ଷା କାନପୁରର ପଣ୍ଡିତ ପୃଥି ନାଥ ହାଇସ୍କୁଲ, ଆଲାହାବାଦର ମୁଇର ସେଣ୍ଟ୍ରାଲ କଲେଜ ଏବଂ ଅକ୍ସଫୋର୍ଡର ୱାଡହାମ୍ କଲେଜରେ ଗ୍ରହଣ କରିଥିଲେ । କୈଲାଶ ନାଥ ୱାଞ୍ଚୁ ଆରମ୍ଭରୁ ହିଁ ପଢ଼ାଶୁଣାରେ ବହୁତ ମେଧାବୀ ଥିଲେ। ସ୍ନାତକୋତ୍ତର ପଢ଼ାଶେଷ ପରେ, ୧୯୨୪ ମସିହାରେ ସେ ଭାରତୀୟ ସିଭିଲ୍ ସର୍ଭିସ୍ (ICS) ଯୋଗଦେଲେ ଏବଂ ଟ୍ରେନିଂ ପାଇଁ ଲଣ୍ଡନ୍‌କୁ ଯାଇଥିଲେ। ICS ଟ୍ରେନିଂ ସମୟରେ ସେ ଆପରାଧିକ ଆଇନ (Criminal Law) ଅଧ୍ୟୟନ କରିଥିଲେ ଏବଂ ଆଇନ ପେଶାର ବିଭିନ୍ନ ସୂକ୍ଷ୍ମତାକୁ ବୁଝିଥିଲେ । ଅକ୍ସଫୋର୍ଡରୁ ICS ଟ୍ରେନିଂ ସାରି ଫେରିବା ପରେ ସେ ୧ ଡିସେମ୍ବର ୧୯୨୬ରେ ଉତ୍ତର ପ୍ରଦେଶରେ ଭାରତୀୟ ସିଭିଲ ସେବାରେ ଯୁଗ୍ମ ମ୍ୟାଜିଷ୍ଟ୍ରେଟ୍ ଭାବେ ଯୋଗଦେଇଥିଲେ । କୁହାଯାଏ, ଆଧିକାରିକ ଆଇନ ଡିଗ୍ରୀ ନ ଥାଇ ମଧ୍ୟ ସେ ପ୍ରାକ୍‌-ସ୍ଵାଧୀନ ଭାରତରେ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧୀଶ ହୋଇପାରିଲେ ।[]

ସଂକ୍ଷିପ୍ତ ପେଶାଜୀବନ

[ସମ୍ପାଦନା]

୧୭ ଫେବୃଆରୀ ୧୯୪୭ରେ ସେ ଆଲାହାବାଦ ହାଇକୋର୍ଟର ନ୍ୟାୟାଧୀଶ ଭାବେ ନିଯୁକ୍ତ ହେଲେ । ଅପ୍ରେଲ ୧୯୬୭ରେ, କୋକା ସୁବ୍‌ବା ରାଓଙ୍କର ରାଷ୍ଟ୍ରପତି ପ୍ରାର୍ଥିତା ଘୋଷଣା ପରେ ପଦତ୍ୟାଗ କରିବା ପରେ, ୱାଞ୍ଚୁ ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବରେ ଶପଥ ନେଲେ ।[] ଭାରତ ସୁପ୍ରିମକୋର୍ଟରେ କାର୍ଯ୍ୟକାଳ ସମୟରେ, ୱାଞ୍ଚୁ ୩୫୫ଟି ରାୟ ଲେଖିଥିଲେ ଏବଂ ୧୨୮୬ଟି ବେଞ୍ଚରେ ବସିଥିଲେ।

ଭାରତର ମୁଖ୍ୟ ନ୍ୟାୟାଧୀଶ ଭାବେ ସେ ଭାରତର ତୃତୀୟ ରାଷ୍ଟ୍ରପତି ଜାକିର ହୁସେନଙ୍କୁ ପଦମାରୋହଣ ଶପଥ ଦେଇଥିଲେ।

ଆଧିକାରିକ ପଦବୀଗୁଡ଼ିକ

[ସମ୍ପାଦନା]
  • ଆଲାହାବାଦ ହାଇକୋର୍ଟର ନ୍ୟାୟାଧୀଶ: ଫେବୃଆରୀ ୧୯୪୭ – ଜାନୁଆରୀ ୧୯୫୧
  • ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ନ୍ୟାୟାଧୀଶ: ୧୯୫୧–୧୯୫୮(ରାଜସ୍ଥାନ ହାଇକୋର୍ଟରେ ସର୍ବାଧିକ ସମୟ ଧରି ମୁଖ୍ୟ ନ୍ୟାୟାଧୀଶ ରୂପେ କାର୍ଯ୍ୟରତ)
  • ଉତ୍ତର ପ୍ରଦେଶ ନ୍ୟାୟିକ ସୁଧାର କମିଟିର ଅଧ୍ୟକ୍ଷ: ୧୯୫୦–୫୧
  • ଇନ୍ଦୋର ଗୁଳିକାଣ୍ଡ ଅନୁସନ୍ଧାନ କମିଶନର ଏକକ ମେମ୍ବର: ୧୯୫୪
  • ଧୋଳପୁର ଉତ୍ତରାଧିକାର ମାମଲା କମିଶନର ଅଧ୍ୟକ୍ଷ: ୧୯୫୫
  • ଆଇନ କମିଶନ ସଦସ୍ୟ: ୧୯୫୫
  • 12 ଅପ୍ରେଲ 1967ରେ ଭାରତର ମୁଖ୍ୟ ନ୍ୟାୟାଧୀଶ ।
  • 24 ଫେବୃଆରୀ 1968ରେ ପଦରୁ ଅବକାଶ ନେଲେ ।
  1. "Justice K.N. Wanchoo | Supreme Court of India | India". www.sci.gov.in (in ଆମେରିକୀୟ ଇଂରାଜୀ). Retrieved 2025-12-04.
  2. "वो शख़्स जो बिना लॉ की डिग्री के बना CJI, जानिये कैसे अचानक मिल गई थी कुर्सी". News18 हिंदी (in ହିନ୍ଦୀ). Retrieved 2025-12-04.
  3. "India's Chief Justice". The Guardian. 1967-04-25. p. 22. Retrieved 2025-12-04.