ଯୋଉଠି ତୁ ସେଇଠି ମୁଁ

ଉଇକିପିଡ଼ିଆ‌ରୁ
(Jouthi Tu Seithi Munରୁ ଲେଉଟି ଆସିଛି)
ଯୋଉଠି ତୁ ସେଇଠି ମୁଁ
ନିର୍ଦ୍ଦେଶକସୁଶାନ୍ତ କୁମାର ରାଉତ
ପ୍ରଯୋଜକଅନୁପମା ରାଉତ
ସଂଳାପବିଜୟ ମଲ୍ଲ
ଚିତ୍ରନାଟ୍ୟସୁଶାନ୍ତ କୁମାର ରାଉତ
କାହାଣୀଅନୁପମା ରାଉତ
କଳାକାରୟଶ୍ ମିଶ୍ର, ଅଞ୍ଜନା ସିଂହ, ଶ୍ରୀତମ ଦାସ, ଅନରା ଗୁପ୍ତା, ସୀମା ସିଂହ, ଗୋପଳ ରାଇ, ଅଇୟାଜ୍ ଖାନ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସରୋଜ ଦାସ
ସଙ୍ଗୀତବୈଦ୍ୟନାଥ ଦାସ
ଚିତ୍ରଗ୍ରହଣବି. ସତୀଶ
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୬
ଦେଶ ଭାରତ
ଭାଷାଓଡ଼ିଆ

ଯୋଉଠି ତୁ ସେଇଠି ମୁଁ, ୨୦୧୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ସାବିତ୍ରୀ ପିକ୍ଚରସ୍ ବ୍ୟାନରରେ ନିର୍ମିତ ହୋଇଥିବା ଏହି କଥାଚିତ୍ରର ପ୍ରଯୋଜନା କରିଥିଲେ ଅନୁପମା ରାଉତ । ଚଳଚ୍ଚିତ୍ରଟିର କାହାଣୀ ନିଜେ ଅନୁପମା ରଚନା କରଥିଲେ ଏବଂ ସଂଳାପ ଲେଖିଥିଲେ ବିଜୟ ମଲ୍ଲ । ଚଳଚ୍ଚିତ୍ରର ଚିତ୍ରନାଟ୍ୟ- ନିର୍ଦ୍ଦେଶନା ଦେଇଥିଲେ ସୁଶାନ୍ତ କୁମାର ରାଉତ[୨] ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ । ଗୀତିକାର ବିଜୟ ମଲ୍ଲ, ପଞ୍ଚାନନ ନାୟକ ଏବଂ ନିଜାମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିନୋଦ ରାଠୋଡ଼, ପାମେଲା ଜୈନ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]

ଚଳଚ୍ଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ନବାଗତ ୟଶ୍ ମିଶ୍ର[୪] ଏବଂ ଅଞ୍ଜଳୀ ମିଶ୍ର ।[୫] ନବାଗତା ଅଞ୍ଜନା ସିଂହ, ଶ୍ରୀତମ ଦାସ, ଅନରା ଗୁପ୍ତା, ସୀମା ସିଂହ, ଗୋପଳ ରାଇ, ଅଇୟାଜ୍ ଖାନ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ସରୋଜ ଦାସ ଆଦି କଳକାରମାନେ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୬] ୨୦୧୬ର ନବବର୍ଷ ସମୟରେ ଜାନୁଆରୀ ୧'ରେ ଏହି ଚଳଚ୍ଚିତ୍ରଟି ଓଡ଼ିଶାର ୪୫ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।[୫] ଏହି ଚଳଚ୍ଚିତ୍ରଟି ଉଭୟ ଓଡ଼ିଆ ଏବଂ ଭୋଜପୁରୀ ଭାଷାରେ ମୁକ୍ତିଲାଭ କରିଥିଲା । ଭୋଜପୁରୀ ଭାଷାରେ ଏହି ଚଳଚ୍ଚିତ୍ରର ନାମ 'ହମ୍‌କା ଇସ୍କ ହୁଆ ହୈ ୟାରୋଁ' ରଖାଯାଇଥିଲା ।[୫][୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାସ । ଗୀତିକାର ବିଜୟ ମଲ୍ଲ, ପଞ୍ଚାନନ ନାୟକ ଏବଂ ନିଜାମ ଏହି କଥାଚିତ୍ରର ଗୀତଗୁଡ଼ିକ ରଚନା କରିଥିଲେ । ଉଦିତ ନାରାୟଣ, ସୁରେଶ ୱାଡ଼େକର, ବିନୋଦ ରାଠୋଡ଼, ପାମେଲା ଜୈନ ଆଦି କଣ୍ଠଶିଳ୍ପୀଗଣ ଏହି କଥାଚିତ୍ରରେ କଣ୍ଠଦାନ କରିଥିଲେ ।[୩]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ତୋ ଦେହର ପାଟ ଶାଢ଼ୀ" 
2."ସୁଖ ତ" 
3."ପ୍ରେମ ନୁହେଁ" 
4."ଦିଲ୍ ମେରା" 
5."ବରଷ ଯା" 
6."ଯୋଉଠି ତୁ ସେଇଠି ମୁଁ" 

ଆଧାର[ସମ୍ପାଦନା]

  1. "ଆଠ ମାସରେ କୋଡ଼ିଏ ସିନେମା". ସମ୍ବାଦ. 4 September 2016. Archived from the original on 3 August 2017. Retrieved 31 July 2017.
  2. "ଓଲିଉଡ୍‌ ପାଇଁ ଏସବୁ ଛବି ଥିଲା ଆକସ୍ମିକ". ସମ୍ବାଦ. 23 December 2016. Archived from the original on 27 July 2017. Retrieved 31 July 2017.
  3. ୩.୦ ୩.୧ ୩.୨ "Jouthi Tu Seithi Mu". Odia Movie Database. Archived from the original on 3 August 2017. Retrieved 31 July 2017.
  4. "ଷୋହଳର ଛାପ : ବହୁ ପ୍ରଯୋଜକ, ନିର୍ଦ୍ଦେଶକ ଓ କଳାକାର ଓଲିଉଡ୍‌ରେ କ୍ୟାରିଅର୍‌ର ଶୁଭାରମ୍ଭ କରିଛନ୍ତି". ସମ୍ବାଦ. 30 December 2016. Archived from the original on 25 July 2017. Retrieved 31 July 2017.
  5. ୫.୦ ୫.୧ ୫.୨ "ରିଲିଜ୍ ହେଲା ୨୦୧୬ର ପ୍ରଥମ ସିନେମା 'ଯୋଉଠି ତୁ ସେଇଠି ମୁଁ'". Odia Reporters. 1 January 2016. Retrieved 31 July 2017.
  6. "Jouthi Tu Seithi Mu (ଯୋଉଠି ତୁ ସେଇଠି ମୁଁ) - 2016 Romantic Odia Film". ଓଡ଼ିଆପୋର୍ଟଲ.ଇନ୍. Retrieved 31 July 2017.

ବାହାର ଆଧାର[ସମ୍ପାଦନା]