ଜନ ବୀମସ
ଜନ ବୀମସ | |
---|---|
ଜନ୍ମ | ଇଂଲଣ୍ଡ | ୨୧ ଜୁନ ୧୮୩୭
ମୃତ୍ୟୁ | ୨୪ ମଇ ୧୯୦୨ | (ବୟସ ୬୪)
ଜାତୀୟତା | ଇଂରେଜ |
ବୃତ୍ତି(ସମୂହ) | Civil servant, author |
ପିତାମାତା | Rev. Thomas Beames |
ଜନ ବୀମସ (୨୧ ଜୁନ ୧୮୩୭ – ୨୪ ମଇ ୧୯୦୨) ଜଣେ ବ୍ରିଟିଶ ଭାରତର ସରକାରୀ କର୍ମଚାରୀ ଓ ଲେଖକ ଥିଲେ । ପଞ୍ଜାବରେ ମାର୍ଚ୍ଚ ୧୮୫୯ରୁ ୧୮୬୧ ଶେଷ ପର୍ଯ୍ୟନ୍ତ ଓ ତା ପରଠାରୁ ତାଙ୍କ ଚାକିରୀ ଶେଷ (୧୮୯୩) ପର୍ଯ୍ୟନ୍ତ ବଙ୍ଗଳାରେ ଥିଲେ । ଭାରତୀୟ ଇତିହାସ, ସାହିତ୍ୟ ଓ ଭାଷାର ବିଦ୍ୱାନ ଥିଲେ । ଇଣ୍ଡୋ ଆର୍ଯ୍ୟ ଭାଷାରେ ସେ ୩ ଖଣ୍ଡ ତୁଳନାତ୍ମକ ବ୍ୟାକରଣ ଲେଖିଥିଲେ ।[୧] ମାର୍ଚ୍ଚ ୧୮୯୩ରେ ଭାରତୀୟ ସିଭିଲ ସର୍ଭିସରୁ ଅବସର ନେବା ପର୍ଯ୍ୟନ୍ତ ବିମସ ଭାରତୀୟ ଜୀବନ ଉପରେ ଅତ୍ୟଧିକ ଜ୍ଞାନ ଲାଭ କରିଥିଲେ । ସନ ୧୮୯୬ରେ ସେ ତାଙ୍କ ଜୀବନ କାହାଣୀ ଲେଖିବାକୁ ଇଚ୍ଛାକଲେ । ବଙ୍ଗଳା ସିଭିଲିଆନର ସ୍ମୃତି (Memoirs of a Bengal Civilian) ନାମକ ବହିର ପ୍ରଥମ ଖଣ୍ଡ ସନ ୧୯୬୧ରେ ଛପା ହୋଇଥିଲା ।
ପ୍ରାକ୍ ଜୀବନ
[ସମ୍ପାଦନା]ଇଂଲଣ୍ଡର ଉଇଲିୟମ ୪ଙ୍କର ମୃତ୍ୟୁ ତଥା ରାଣୀ ଭିକ୍ଟୋରିଆଙ୍କର ସିଂହାସନ ଆରୋହଣର କିଛି ଘଣ୍ଟା ପରେ ଗ୍ରୀନଉଇଚର ରୟଲ ନାଭାଲ ଡାକ୍ତରଖାନାରେ ବିମସ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ତାଙ୍କ ପିତା ରେଭରେଣ୍ଡ ଥୋମାସ୍ ବିମସ ଥିଲେ ଯେ ସେଣ୍ଟ ଜେମ୍ସ୍ ଚର୍ଚ୍ଚରେ ପ୍ରିଚର ଥିଲେ । ତାଙ୍କ ଜେଜେବାପା ଜଣେ ବାରିଷ୍ଟର ଥିଲେ ଓ ପରେ ଲିଙ୍କନ ଇନ୍ର ବେଞ୍ଚର ଥିଲେ । ସନ ୧୮୪୭ରେ ମର୍ଚାଣ୍ଟ ଟେଲର ସ୍କୁଲ ଓ ହେଲି କଲେଜରେ (ସନ ୧୮୫୬) ଶିକ୍ଷା ଆରମ୍ଭ ପୂର୍ବରୁ ବିମସ ତାଙ୍କ ପିତାଙ୍କ ସହ ଇଂଲଣ୍ଡର ବିଭିନ୍ନ ସ୍ଥାନ ବୁଲି ଦେଖିଥିଲେ । ହେଲିବେରିର ଚତୁର୍ଥ ଟର୍ମରେ ସେ କ୍ଲାସିକ, ସଂସ୍କୃତ ପୁରସ୍କାର ଓ ପର୍ସିଆନ ମେଡାଲ ପାଇତିଲେ । ତାଙ୍କର ଭାଷା ପ୍ରିତୀ ତାଙ୍କୁ ବହୁତ ସାହାଯ୍ୟ କରିଥିଲା କଲିକତାରେ ପ୍ରାରମ୍ଭିକ ପରୀକ୍ଷାରେ ଅତି ଉତ୍ତମ କରିଥିଲେ ।
ଭାରତ
[ସମ୍ପାଦନା]ସନ ୧୮୫୮ରେ ବିମସ ଇଣ୍ଡିଆନ ସିଭିଲ ସର୍ଭିସରେ (ଆଇସିଏସ) ଯୋଗ ଦେବାକୁ ଭାରତ ଆସି ପଞ୍ଜାବରେ ମାର୍ଚ୍ଚ ୧୮୫୯ରୁ ୧୮୬୧ ଶେଷ ପର୍ଯ୍ୟନ୍ତ ଥିଲେ ଓ ବେଙ୍ଗଲ ପ୍ରେସିଡେନ୍ସିରେ ସ୍ଥାୟୀ କଲେକ୍ଟର ସନ ୧୮୬୭ରେ ଓ କମିସନତ ସନ ୧୮୮୧ରେ ହୋଇଥିଲେ । ମେମ୍ବର ଅଫ ବୋର୍ଡ଼ ଅଫ ରେଭିନ୍ୟୁର ସଭ୍ୟ ଭାବରେ ୩ ଥର ନିଯୁକ୍ତ ହୋଇଥିଲେ । ବେଙ୍ଗଲର ଅନେକ ଜିଲ୍ଲାର ଜିଲ୍ଲା ଅଫିସର ଓ କଲେକ୍ଟର ପଦବୀରେ ଥିଲେ ଓ ଚିଟ୍ଟାଗଞ୍ଜର କମିସନର ହୋଇ ସନ ୧୮୯୩ରେ ଅବସର ନେଇଥିଲେ । ସନ ୧୯୬୧ ପର୍ଯ୍ୟନ୍ତ ଛପା ହୋଇନଥିବା ତାଙ୍କର ଆତ୍ମଜୀବନୀରେ ସେ ନିଜକୁ ଜଣେ "ଅଜ୍ଞାତ ଲୋକ- ଜଣେ ସାଧାରଣ ମଧ୍ୟମ ଶ୍ରେଣୀର ଇଙ୍ଗ୍ଲିସ୍ ଲୋକ" ଭାବରେ ବର୍ଣ୍ଣନା କରିଥିଲେ ।
ଜୀବିକା
[ସମ୍ପାଦନା]ବିମସ ଜୀବିକା ଆରମ୍ଭରୁ ତାଙ୍କର ଜ୍ଞାନ ଦାନ ଆରମ୍ଭ କରିଦେଇଥିଲେ । Beames's scholarly contributions began early in his career. ଚମ୍ପାରନ ଜିଲ୍ଲାରେ ଥିବାବେଳେ ସେ ବେଙ୍ଗଲ ଏସିଆଟିକ ସୋସାଇଟିରେ ରଚନା ଛପେଇଥିଲେ । ଭାରତୀୟ ଅଫିସ୍ ଫର୍ମମାନଙ୍କରେ ଆରବୀୟ ଭାଷା ରହିବା ଉପରେ ପ୍ରଶ୍ନବାଚୀ ଚିହ୍ନ ଉଠେଇଥିଲେ । ବିଶପ୍ କାଲ୍ଡୱେଲଙ୍କ ରଚିତ Treating Bishop Caldwell's ଦ୍ରାବିଡ଼ିଆନ ଭାଷାର ତୁଳନାତ୍ମକ ବ୍ୟାକରଣ ମଡେଲରେ ସେ ଆର୍ୟନ ଭାଷାରେ ଏପରି ବହି ଲେଖିବାକୁ ଆରମ୍ଭ କଲେ । ପୁରାତନ ହିନ୍ଦୀ ଲେଖକ ଚାନ୍ଦ ବରଦୋଇ ଓ ଅନ୍ୟମାନଙ୍କ ଉପରେ ରଚନା ଓ ଓଡ଼ିଶାର ଇତିହାସ (୧୮୭୦-୧୮୮୩) ତଥା ପୁରାତନତା ଉପରେ ରଚନା ଲେଖି ଜର୍ନାଲ ଅଫ ବେଙ୍ଗଲ ଏସିଆଟିକ ସୋସାଇଟିକୁ ଦେଇଥିଲେ । ସନ ୧୮୯୧ରେ ବଙ୍ଗଳା ବ୍ୟାକରଣ ଛପେଇ ଥିଲେ ଓ ଅବସର ପରେ ଇମ୍ପିରିଆଲ ଓ ଏସିଆଟିକ କ୍ୱାର୍ଟରଲି ରିଭିୟୁରେ ଲେଖା ପ୍ରଦାନ କରୁଥିଲେ । ସେ ଖ୍ୟତନାମା ହୋଇଗଲେ କମ୍ପ୍ୟାରେଟିଭ ଗ୍ରାମାର ଅଫ ଦି ଆର୍ୟନ ଲାଙ୍ଗୁଏଜ ଅଫ ଇଣ୍ଡିଆ ଲେଖି ଯାହା ଅଲଗା ବହି ଆକାରରେ ୧୮୭୨, ୧୮୭୯ ଓ୧୮୯୫ରେ ଛପା ହୋଇଥିଲା ।
ଆଧାର
[ସମ୍ପାଦନା]- ↑ John Beames (2012). Comparative Grammar of the Modern Aryan Languages of India. Cambridge University Press.