ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ
| ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ झारखंड उच्च न्यायालय | |
|---|---|
The High Court Building | |
| ସ୍ଥାପିତ | 15 ନଭେମ୍ବର 2000 |
| ସ୍ଥାନ | Ranchi, Jharkhand |
| ଭୌଗଳିକ ଦିଗବାରେଣି | 23°20′39″N 85°12′00″E / 23.3441°N 85.20°E |
| ସଂରଚନା | Presidential appointment with confirmation of the Chief Justice of India and Governor of respective state. |
| ଅଧିକାର ପ୍ରାପ୍ତ | Constitution of India |
| ବିଚାରପତି କାର୍ଯ୍ୟକାଳ | mandatory retirement by age of 62 |
| ସଦସ୍ଯତା ସଂଖ୍ଯା | 25 |
| Website | jharkhandhighcourt |
| Chief Justice | |
| ବର୍ତ୍ତମାନ | M. S. Ramachandra Rao |
| ନିଯୁକ୍ତି ଦିନ | 25 September 2024 |
ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ଭାରତର ରାଜ୍ୟ ଝାଡ଼ଖଣ୍ଡର ସର୍ବୋଚ୍ଚ ନ୍ୟାୟାଳୟ । ଏହା ଭାରତର ନୂତନତମ ଉଚ୍ଚ ନ୍ୟାୟାଳୟ ମଧ୍ୟରୁ ଗୋଟିଏ । ଏହା ୨୦୦୦ ମସିହାରେ ସ୍ଥାପିତ ହୋଇଥିଲା । ଏହି ନ୍ୟାୟାଳୟର ଅଧିକାର କ୍ଷେତ୍ର ଝାଡ଼ଖଣ୍ଡ ରାଜ୍ୟ ମଧ୍ୟରେ ଅଧିକୃତ ।[୧]
ଏହି ନ୍ୟାୟାଳୟର ମୁଖ୍ୟ ଆସନ ଝାଡ଼ଖଣ୍ଡ ରାଜ୍ୟର ପ୍ରଶାସନିକ ରାଜଧାନୀ ରାଞ୍ଚିରେ ଅବସ୍ଥିତ। ଏହି ନ୍ୟାୟାଳୟର ସ୍ୱୀକୃତ ନ୍ୟାୟମୂର୍ତ୍ତି ସଂଖ୍ୟା ୨୫ ଟି । ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ପାଇଁ ଏକ ନୂଆ ଭବନ ପ୍ରସ୍ତାବିତ ହୋଇଛି । ଏଥି ନିମିତ୍ତ HEC ଉଦ୍ୟୋଗିକ କମ୍ପ୍ଲେକ୍ସ ସମୀପରେ ୧୬୫ ଏକର ଜମି ଦିଆଯାଇଛି, ଯେଉଁଠାରେ ଉଚ୍ଚ ନ୍ୟାୟାଳୟ ଭବନ, ନ୍ୟାୟମୂର୍ତ୍ତିମାନଙ୍କ ପାଇଁ ଆବାସ ଏବଂ ଓକିଲମାନଙ୍କ ପାଇଁ ଚେମ୍ବର ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ଅନୁମାନିତ ବ୍ୟୟ ଅଟକଳ ପ୍ରାୟ 460 କୋଟି ଟଙ୍କା । ଏହି କମ୍ପ୍ଲେକ୍ସରେ ୧୦୦୦ ଜଣ ବସିପାରିବା ଯୋଗ୍ୟ ଏକ ଆଡିଟୋରିଅମ୍, ୪ ଟି ସମ୍ମିଳନୀ କକ୍ଷ, ୮ ଟି କମିଟି ବୈଠକ କକ୍ଷ, ଅଧିବକ୍ତା ଜେନେରାଲ୍ ଓ ସରକାରୀ ବକ୍ତା ପାଇଁ ଅଲଗା ଭବନ ମଧ୍ୟ ରହିବ।[୨]
୧୫ ଡିସେମ୍ବର ୨୦୨୧ରେ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ୟୁଟ୍ୟୁବ୍ (YouTube) ମାଧ୍ୟମରେ ଆଭାସୀ ଶୁଣାଣୀର ସିଧସଳଖ ପ୍ରସାରଣ ଆରମ୍ଭ କରିଥିଲା । ଏହିପରି ସିଧା ପ୍ରସାରଣ କାର୍ଯ୍ୟ ଆରମ୍ଭ କରିଥିବା ଭାରତର ଏହା ଷଷ୍ଠ ଉଚ୍ଚ ନ୍ୟାୟାଳୟ ଅଟେ।
ଇତିହାସ
[ସମ୍ପାଦନା]ପାଟନା ଉଚ୍ଚ ନ୍ୟାୟାଳୟର ଲେଟର୍ସ ପେଟେଣ୍ଟର ଧାରା ୩୬ ଅନୁଯାୟୀ ୬ ମାର୍ଚ୍ଚ ୧୯୭୨ ରେ ପାଟନା ଉଚ୍ଚ ନ୍ୟାୟାଳୟର ଏକ ଅସ୍ଥାୟୀ ଉଚ୍ଚ ନ୍ୟାୟାଳୟ ବେଞ୍ଚ ରାଞ୍ଚୀରେ ପ୍ରତିଷ୍ଠିତ ହୋଇଥିଲା, ଯାହା ଥିଲା । ୮ ଏପ୍ରିଲ ୧୯୭୬ରେ ଏହି ବେଞ୍ଚ, ପାଟନା ଉଚ୍ଚ ନ୍ୟାୟାଳୟର (ରାଞ୍ଚୀରେ ସ୍ଥାୟୀ ବେଞ୍ଚ ସ୍ଥାପନ) ଆଇନ 1976 (ଆଇନ 57 ଓଫ୍ 1976) ଅନୁଯାୟୀ ସ୍ଥାୟୀ ବେଞ୍ଚରେ ପରିଣତ ହେଲା । ୧୫ ନଭେମ୍ବର ୨୦୦୦ ରେ ବିହାର ରାଜ୍ୟର ପୁନର୍ଗଠନ ପରେ ଏହି ବେଞ୍ଚ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟ ଭାବେ ପରିଚିତ ହେଲା।
ମୁଖ୍ୟ ବିଚାରପତି
[ସମ୍ପାଦନା]ନ୍ୟାୟମୂର୍ତ୍ତି ଏମ. ଏସ୍. ରାମଚନ୍ଦ୍ର ରାଓ ୨୫ ସେପ୍ଟେମ୍ବର ୨୦୨୪ ରୁ ଝାଡ଼ଖଣ୍ଡ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରୂପେ କାର୍ଯ୍ୟରତ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "High Court of Jharkhand, India". jharkhandhighcourt.nic.in. Retrieved 2025-06-16.
- ↑ "New high court to be the biggest in India". archive.ph. Archived from the original on 2013-07-17. Retrieved 16 June 2025.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |