ଜୀବିତା ରାଜଶେଖର
ଜୀବିତା ରାଜଶେଖର | |
|---|---|
୨୦୧୫ ମସିହାରେ ଜୀବିତା | |
| ଜନ୍ମ | ୨୪ ମଇ ୧୯୬୬ |
| ବୃତ୍ତିସମୂହ |
|
| ସକ୍ରିୟ ବର୍ଷ | ୧୯୮୪–୧୯୯୦, ୨୦୨୪–ଏବେଯାଏଁ (ଅଭିନେତ୍ରୀ); ୨୦୦୨–ଏବେଯାଏଁ (ପ୍ରଯୋଜିକା ଓ ନିର୍ଦ୍ଦେଶିକା) |
| ବୈବାହିକ-ସାଥୀ | ରାଜଶେଖର (ଅଭିନେତା) |
| ସନ୍ତାନ | ଶିବାନୀ ରାଜଶେଖର ଶିବତ୍ମିକା ରାଜଶେଖର |
ଜୀବିତା ରାଜଶେଖର ଜଣେ ଭାରତୀୟ ଅଭିନେତ୍ରୀ, ନିର୍ଦ୍ଦେଶିକା ଓ ପ୍ରଯୋଜିକା । ସେ ମୁଖ୍ୟତଃ ତାମିଲ ଓ ତେଲୁଗୁ କଥାଚିତ୍ର ଜଗତରେ କାମ କରନ୍ତି ।
ପେଷା
[ସମ୍ପାଦନା]ଜୀବୀତା ୧୯୮୪ ମସିହାରେ ଟି. ରାଜେନ୍ଦ୍ରଙ୍କ ଉରବାଇ କାଥା କିଲି ଜରିଆରେ ତାମିଲ କଥାଚିତ୍ର ଜଗତେରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ଅଳ୍ପ କିଛି ଦିନରେ ମଧ୍ୟରେ ଶିବକୁମାର, ବିଜୟକାନ୍ତ, କାର୍ତ୍ତିକ, ସୁରେଶ ଓ ସତ୍ୟରାଜଙ୍କ ଭଳି ତତ୍କାଳୀନ ଜଣାଶୁଣା ନାୟକଙ୍କ ସହିତ ଅଭିନୟ କରିଥିଲେ ।[୧] ସେ ୬ ବର୍ଷରେ ପାଖାପାଖି ଚାଳିଶଟି କଥାଚିତ୍ରରେ ଅଭିନୟ କରିଥିଲେ ଏବଂ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ କାମ କରୁଥିବା ଅଭିନେତା ରାଜଶେଖରଙ୍କୁ ବିବାହ କରିବା ପରେ ୧୯୯୧ ମସିହାରେ ଅଭିନୟ ଜଗତ ଛାଡ଼ି ଦେଇଥିଲେ । ତାମିଲରେ ଜୀବିତାଙ୍କ ଶେଷ କଥାଚିତ୍ର ଥିଲା ଭାଲାଇକାପୁ (୧୯୮୮) । ଶେଷ ଥର ପାଇଁ ସେ ୧୯୯୦ ମସିହାରେ ତାଙ୍କ ସ୍ୱାମୀ ରାଜଶେଖରଙ୍କ ଅଭିନୀତ ତେଲୁଗୁ କଥାଚିତ୍ର ମାଗାଡ଼ୁରେ ଅଭିନେତ୍ରୀ ଭାବରେ କାମ କରିଥିଲେ ।[୨]
ଶେଷୁ କଥାଚିତ୍ର ଥିଲା ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ।[୩] ପରବର୍ତ୍ତୀ ସମୟରେ, ସେ ଇବାଦୈତେ ନାକେଣ୍ଟି (୨୦୦୭), ସତ୍ୟମେବ ଜୟତେ (୨୦୦୯), ମହାନକାଳୀ (୨୦୧୩) ଓ ଶେକର (୨୦୨୨) ସମେତ କେତେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ।[୪][୫][୬][୭][୮] ତେତେଶି ବର୍ଷର ବ୍ୟବଧାନ ପରେ, ସେ ଲାଲ ସଲାମ କଥାଚିତ୍ର ଜରିଆରେ ପୁଣିଥରେ ପରଦାରେ ଅଭିନୟ କରିଥିଲେ ।[୯]
ଆଧାର
[ସମ୍ପାଦନା]- ↑ "Famous 80s actress teams up with Superstar Rajinikanth for the first time?". 10 November 2022. Archived from the original on 25 December 2024. Retrieved 23 January 2025 – via indiaglitz.
- ↑ "I've never done a film with Rajini sir; I'm glad it's happening at last: Jeevitha Rajasekhar". 3 March 2023 – via timesofindia.
- ↑ "Jeevitha Rajsekhar interview". 3 March 2023 – via The Economic Times - The Times of India.
- ↑ "Yevadaithe Naakenti". 2007. Archived from the original on 2024-12-25. Retrieved 2025-01-23 – via The Economic Times - The Times of India.
- ↑ "Yevadaithe Naakenti". 2007. Archived from the original on 2024-12-25. Retrieved 2025-01-23 – via The Times of India.
- ↑ "Satyameva Jayate: The burden of truth". 20 March 2009 – via bangaloremirror.indiatimes.
- ↑ "Mahankali Review". 9 March 2013. Archived from the original on 26 December 2024. Retrieved 23 January 2025 – via indiaglitz.
- ↑ "'Shekar' will touch every heart: Director Jeevitha Rajasekhar". 5 May 2022. Archived from the original on 27 December 2024. Retrieved 23 January 2025 – via indiaglitz.
- ↑ "THIS actress to make her Kollywood comeback after 33 years with 'Lal Salaam'". 2 March 2023 – via indiaglitz.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଜୀବିତା ରାଜଶେଖର