Jump to content

ଜୟ ପ୍ରକାଶ ମିଶ୍ର

ଉଇକିପିଡ଼ିଆ‌ରୁ
(Jaya Prakash Mishraରୁ ଲେଉଟି ଆସିଛି)

ଜୟ ପ୍ରକାଶ ମିଶ୍ର (ଜନ୍ମ ୦୯.୦୧.୧୯୪୭) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପ୍ରାକ୍ତନ ବିଚାରପତି ।[]

ଶିକ୍ଷା ଓ ପେଶା

[ସମ୍ପାଦନା]

ଜଷ୍ଟିସ୍‌ ମିଶ୍ର ସୋନପୁରରେ ୦୯.୦୧.୧୯୪୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୪ ମସିହାରେ ମାଟ୍ରିକୁଲେଶନ୍ ପାସ କରି ସେ ଗଙ୍ଗାଧର ମେହେର କଲେଜ୍ରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ପରେ ସମ୍ବଲପୁରସ୍ଥିତ ଲାଲା ଲାଜପତ୍ ରାୟ ଲକ୍ଷ୍ମୀନାରାୟଣ ଆଇନ୍ କଲେଜ୍ରୁ ଆଇନରେ ଡିଗ୍ରୀ ହାସଲ କଲେ । ୧୯୭୩ ମସିହାରେ ସେ ସୋନପୁର ବାର୍‌ ଏସୋସିଏସନରେ ଯୋଗ ଦେଇ ଓକିଲାତି ପେଶା ଆରମ୍ଭ କଲେ । ୧୬.୦୮.୧୯୯୦ରେ ଓଡ଼ିଶା ନ୍ୟାୟିକ ସେବାରେ ଯୋଗ ଦେଇ ବ୍ରହ୍ମପୁରରେ ଦ୍ଵିତୀୟ ଅତିରିକ୍ତ ଜିଲ୍ଲ ଓ ଦୌରା ଜଜ ଭାବେ ଦାୟୀତ୍ଵ ଗ୍ରହଣ କଲେ । ପରବର୍ତ୍ତୀ ସମୟରେ ସେ ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ, ଭଦ୍ରକ, ଅତିରିକ୍ତ ଜିଲ୍ଲା ନ୍ୟାୟାଧୀଶ, କଟକ, ଜିଲ୍ଲା ଓ ଦୌରା ବିଚାରପତି, କଟକ[], ଜିଲ୍ଲା ନ୍ୟାୟାଧୀଶ, ବାରିପଦା,ଦେବୋତ୍ତର କମିଶନର, ଜିଲ୍ଲା ଓ ଦୌରା ବିଚାରପତି, କଟକ[], ଜିଲ୍ଲା ଓ ଦୌରା ବିଚାରପତି, ବ୍ରହ୍ମପୁର[] ଓ ପରିବାର ଅଦାଲତ ନ୍ୟାୟାଧୀଶ, କଟକ ପଦବୀରେ କାର୍ଯ୍ୟ ନିର୍ବାହ କରିଛନ୍ତି ।

ପଦୋନ୍ନତି ପାଇ ୨୯.୦୯.୨୦୦୪ ରୁ ୧୮.୦୨.୨୦୦୭ ଅବଧିରେ ସେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-26.
  2. ୨.୦ ୨.୧ "Former Judges | District Court, Cuttack | India" (in ଆମେରିକୀୟ ଇଂରାଜୀ). Archived from the original on 2025-01-23. Retrieved 2025-01-26.
  3. "Former Judges | District and Sessions Court, Ganjam at Berhampur | India" (in ଆମେରିକୀୟ ଇଂରାଜୀ). Archived from the original on 2024-12-21. Retrieved 2025-01-26.