ଜୟପ୍ରକାଶ ମଲ୍ଲ
| ଜୟପ୍ରକାଶ ମଲ୍ଲ | |
|---|---|
| Reign | 1736–1746 |
| Predecessor | Jagajjaya Malla |
| Successor | Jyoti Prakash Malla |
| Reign | 1750–1768 |
| Predecessor | Jyoti Prakash Malla |
| ବାପା | Jagajjaya Malla |
| ଜନ୍ମ | Kantipur, Nepal |
| ମୃତ୍ୟ | 1769 Pashupatinath |
| ଦସ୍ତଖତ | |
ଜୟପ୍ରକାଶ ମଲ୍ଲ ନେପାଳର ଇତିହାସରେ ଜଣେ ପ୍ରସିଦ୍ଧ ମଲ୍ଲ ରାଜା ତଥା କାନ୍ତିପୁରର (ବର୍ତ୍ତମାନର କାଠମାଣ୍ଡୁ) ଶେଷ ମଲ୍ଲ ରାଜା ଥିଲେ ।[୧] ଜୟପ୍ରକାଶ ମଲ୍ଲ ଜଣେ ସାହସୀ ଏବଂ ବୀର ରାଜା ଥିଲେ ମଧ୍ୟ ସନ୍ଦେହୀ ଏବଂ କ୍ରୋଧି ସ୍ୱଭାବର ଥିଲେ । ତାଙ୍କୁ ତାଙ୍କ ରାଜତ୍ୱର ଅଧିକାଂଶ ସମୟ ରାଜ୍ୟ ରକ୍ଷା ନିମିତ୍ତ ସଂଗ୍ରାମରେ ବିତାଇବାକୁ ପଡିଲା ଏବଂ ତାଙ୍କ ଆତ୍ମୀୟ ଏବଂ ବାହାର ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେବାକୁ ପଡିଲା |
ଜୟପ୍ରକାଶ ମଲ୍ଲଙ୍କ ଅଳ୍ପ ବୟସରେ ରାଜେନ୍ଦ୍ର ପ୍ରକାଶଙ୍କ ମୃତ୍ୟୁ ପରେ ତାଙ୍କୁ ରାଜକୁମାର ଘୋଷିତ କରାଯାଇଥିଲା । ସେହି କାରଣରୁ, ତାଙ୍କର କେତେକ କୂଳୀନ ବ୍ୟକ୍ତି ମଧ୍ୟ ତାଙ୍କୁ ରାଜା ଭାବରେ ଗ୍ରହଣ କରିନଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଜୟପ୍ରକାଶ ମଲ୍ଲଙ୍କ ବଡ ଭାଇ ତଥା କାନ୍ତିପୁର ରାଜ୍ୟର ପ୍ରକୃତ ଭାବୀ ଉତ୍ତରାଧିକାରୀ ରାଜେନ୍ଦ୍ର ମଲ୍ଲ ଅତି କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏହି ପରିସ୍ଥିତିରେ ଜୟପ୍ରକାଶଙ୍କ ବଦଳରେ ଜୟପ୍ରକାଶଙ୍କ ସାନ ଭାଇ ରାଜ୍ୟପ୍ରକାଶଙ୍କୁ ରାଜ୍ୟର ଉତ୍ତରାଧିକାରୀ ଘୋଷଣା କରିବାକୁ ଅନେକ ରଜ ପାରିଷଦ ଓ ସମ୍ଭ୍ରାନ୍ତ ରାଜାଙ୍କୁ ଅନୁରୋଧ କରିଥିଲେ । ହେଲେ ଜୟପ୍ରକାଶ ହିଁ ତାଙ୍କ ମୃତ୍ୟୁ ପରେ ରାଜ୍ୟର ଉତ୍ତରାଧିକାରୀ ହେବେ ବୋଲି ରାଜା ନିଷ୍ପତ୍ତି ନେବା ପରେ କୂଳୀନ ବ୍ୟକ୍ତି ମାନଙ୍କ ସହ ଜୟପ୍ରକାଶଙ୍କ ବିବାଦ ଆରମ୍ଭ ହୋଇଥିଲା ।[୨]
ଶାସନ
[ସମ୍ପାଦନା]ଭାଇମାନଙ୍କ ସହିତ ବିବାଦ
[ସମ୍ପାଦନା]୧୭୩୬ ମସିହାରେ ବାପାଙ୍କ ମୃତ୍ୟୁ ପରେ ସେ ସିଂହାସନ ଆରୋହଣ କରିଥିଲେ । ରାଜ୍ୟପ୍ରକାଶଙ୍କୁ ତତ୍କାଳୀନ ରାଜା ବିଷ୍ଣୁ ମଲ୍ଲଙ୍କ ଉତ୍ତରାଧିକାରୀ ଭାବରେ ଗ୍ରହଣ କରାଯାଇଥିଲା ।[୩] ପିତାଙ୍କ ମୃତ୍ୟୁ ପରେ ପରେ ଅର୍ଥାତ ଶବ ସତ୍କାର ପରେ ପିତାଙ୍କ ଉତ୍ତରାଧୀକାରି ବିବାଦକୁ ନେଇ ନିଜ ଭାତୃବୃନ୍ଦ ତଥା କୂଳୀନ ମାନଙ୍କଠାରୁ ବିଦ୍ରୋହର ସନ୍ଦେହ କରି ସେ ତାଙ୍କର ଭାଇ ରାଜ୍ୟପ୍ରକାଶଙ୍କୁ ରାଜ୍ୟରୁ ବହିଷ୍କାର କରିବା ପାଇଁ ଆଦେଶ ଦେଇଥିଲେ ।
କିଛି ସମୟ ପରେ କିଛି ରାଜ ପାରିଷଦ ତଥା ରାଜଦରବାର କର୍ମଚାରୀ ଷଡଯନ୍ତ୍ର କରି ତାଙ୍କ ସାନଭାଇ ନରେନ୍ଦ୍ରପ୍ରକାଶଙ୍କୁ ରାଜ୍ୟର ଉତ୍ତର-ପୂର୍ବ ଭାଗର ଶାସକ ଭାବରେ ଘୋଷଣା କଲେ । ଜୟପ୍ରକାଶ ଚାରିମାସ ପରେ ନରେନ୍ଦ୍ରପ୍ରକାଶଙ୍କୁ ପରାସ୍ତ କଲେ ଏବଂ ନରେନ୍ଦ୍ରପ୍ରକାଶ ଭଦଗାଓଁକୁ ପଳାୟନ କଲେ ଓ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।
ଗୋର୍ଖାଦ୍ୱାରା ଆକ୍ରମଣ
[ସମ୍ପାଦନା]୧୭୩୭ ମସିହାରେ, ଗୋରଖାର ନରଭୁପାଳ ଶାହା ନୁଆକୋଟ ଉପରେ ଆକ୍ରମଣ କରିଥିଲେ କିନ୍ତୁ ଜୟପ୍ରକାଶ ମଲ୍ଲଙ୍କଦ୍ୱାରା ଶୀଘ୍ର ପରାସ୍ତ ହୋଇଥିଲେ ।
୧୭୪୪ ମସିହାରେ, ପ୍ରୀତି ନାରାୟଣ ଶାହା ପୁନର୍ବାର ନୁଆକୋଟ ଉପରେ ଆକ୍ରମଣ କରି କାନ୍ତିପୁରକୁ ଅଧିକାର କରିନେଇଥିଲେ ।[୪][୫]
ଯେତେବେଳେ ପ୍ରୀତି ନାରାୟଣ ଶାହା ନୁଆକୋଟ ଉପରେ ଆକ୍ରମଣ କରିଥିଲେ, କାନ୍ତିପୁରର ସମର୍ଥକ ତଥା ସୁରକ୍ଷାଦାତା, ଜୟପ୍ରକାଶ ସେତେବେଳେ କାଶିରାମ ଥାପାଙ୍କ ନେତୃତ୍ୱରେ ସୁରକ୍ଷା ନିମିତ୍ତ ସୈନ୍ୟ ପଠାଇଥିଲେ । ଏହି ଯୁଦ୍ଧ ୧୭୪୬ ମସିହାରେ ଘଟିଥିଲା ଯେଉଁଠାରେ କାଶିରାମ ଥାପା ଯୁଦ୍ଧରେ ହାରି ଯାଇଥିଲେ ଏବଂ ଜୟପ୍ରକାଶ ମଲ୍ଲ କାଶୀରାମଙ୍କ ପ୍ରତାରଣା ବିଷୟରେ ସନ୍ଦେହ କଲେ ।[୬] ଜୟ ପ୍ରକାଶ ମଲ୍ଲ ଏଥିରେ ଉତ୍କ୍ଷିପ୍ତ ହୋଇ ତାଙ୍କୁ ହତ୍ୟା କରିଥିଲେ ।[୭] ଯେତେବେଳେ ସେଠାରେ ଇନ୍ଦ୍ର ଯାତ୍ରା ପର୍ବ ଚାଲିଥିଲା, ପ୍ରୀତି ନାରାୟଣ ଶାହା ୟେନ (କାନ୍ତିପୁର) ଉପରେ ସହସା ଆକ୍ରମଣ କରିଥିଲେ । ଜୟ ପ୍ରକାଶ ମଲ୍ଲ ଅସହାୟ ହୋଇ ସେ ଲଲିତପୁରକୁ ଯାଇ ଆଶ୍ରୟ ନେଇଥିଲେ । ତେଜ ନରସିଂହ ମଲ୍ଲ ସେହି ରାଜ୍ୟକୁ ଶାସନ କରିବାକୁ ଲାଗିଲେ । କିଛି ସମୟ ପରେ ପ୍ରୀତି ନାରାୟଣ ଶାହା ଲଲିତପୁର ଉପରେ ଆକ୍ରମଣ କରିଥିଲେ ଏବଂ ତେଜ ନରସିଂହ ମଲ୍ଲଙ୍କ ସହ ଜୟ ପ୍ରକାଶ ମଲ୍ଲ ନିଜ ନିଜକୁ ବଞ୍ଚାଇବାକୁ ତଥା ରାଜନୈତିକ ଶରଣ ନେବାକୁ ଭକ୍ତପୁରକୁ ଚାଲିଯାଇଥିଲେ । ଯେତେବେଳେ ପ୍ରୀତି ନାରାୟଣ ଶାହା ଭକ୍ତପୁର ଉପରେ ଆକ୍ରମଣ କରିଥିଲେ, ସେତେବେଳେ ରଣଜିତ ମଲ୍ଲ ଆତ୍ମସମର୍ପଣ କରିଥିଲେ । ପରେ, ରଣଜିତ୍ ମଲ୍ଲଙ୍କୁ ଅବଶିଷ୍ଟ ଜୀବନ ବିତାଇବାକୁ କାଶୀକୁ ପଠାଯାଇଥିଲା । ଜୟ ପ୍ରକାଶ ମଲ୍ଲଙ୍କର ମୃତ୍ୟୁ ପରେ ତେଜ ନରସିଂହ ମଲ୍ଲଙ୍କୁ ଆଜୀବନ କାରାଗାରରେ ରଖାଯାଇଥିଲା ।[୮]
reference
[ସମ୍ପାଦନା]- ↑ "राष्ट्र निर्माणका योजनाकार". Naya Patrika (in ଇଂରାଜୀ). Retrieved 2024-11-30.
- ↑ "Regmi_05". studylib.net (in ଇଂରାଜୀ). Retrieved 2024-11-30.
- ↑ Wright, Daniel (1877). History of Nepal (PDF). University of Cambridge. pp. 223–232.
- ↑ Regmi, Mahesh C. "Regmi Research Series". German Oriental Society. 5: 125–130.
- ↑ Shaha, Rishikesh. Ancient and Medieval Nepal (PDF) (in English). Kathmandu, Nepal: University of Cambridge. pp. 65–78. Archived from the original (PDF) on 2024-12-03. Retrieved 2024-11-30.
{{cite book}}: CS1 maint: unrecognized language (link) - ↑ Vaidya, Tulasī Rāma (1993). Prithvinarayan Shah, the Founder of Modern Nepal (in ଇଂରାଜୀ). Anmol Publications. ISBN 978-81-7041-701-9.
- ↑ Thapa, Krishna B. (1989). Unification of Nepal: A Change Agent in Inter-intra Relations (in ଇଂରାଜୀ). AKAA Publishers.
- ↑ India), Asiatick Society (Calcutta (1799). Asiatic Researches: Or, Transactions of the Society Instituted in Bengal, for Inquiring Into the History and Antiquities, the Arts, Sciences, and Literature, of Asia (in ଇଂରାଜୀ). Reprinted for Vernor and Hood.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |