ଜୟ ଭୀମ
ଜୟ ଭୀମ ଏକ ଅଭିବାଦନୀୟ ବାକ୍ୟାଂଶ ବା ସ୍ଳୋଗାନ ଯାହା ବି. ଆର. ଆମ୍ବେଦକରଙ୍କ ପ୍ରସଂଶକମାନଙ୍କ ଦ୍ୱାରା ବ୍ୟବହୃତ ହୁଏ, ବିଶେଷ କରି ସେମାନଙ୍କ ଦ୍ୱାରା ଯେଉଁମାନେ ବାବାସାହେବ ଆମ୍ବେଦକରଙ୍କ ପ୍ରେରଣାରେ ବୌଦ୍ଧ ଧର୍ମକୁ ଗ୍ରହଣ କରିଛନ୍ତି । ଆମ୍ବେଦକରଙ୍କ ନାମ ଭୀମରାଓ ଅନୁସରଣରେ ଏହା ତାଙ୍କ ପ୍ରସଂଶକ ମାନଙ୍କ ମଧ୍ୟରେ ଆଦୃତ ହୋଇପାରିଛି ।[୧][୨] "ଜୟ ଭୀମ"ର ଅର୍ଥ ହେଉଛି — "ଭୀମଙ୍କ ଜୟ ହେଉ" କିମ୍ବା "ଡ଼ା. ବାବାସାହେବ ଆମ୍ବେଡକର ଜିନ୍ଦାବାଦ"। ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ବର୍ଗ, ବାମପନ୍ଥୀ ଏବଂ ଉଦାରପନ୍ଥୀ ଲୋକମାନେ ଏହାକୁ ଅଭିବାଦନର ଏକ ଶବ୍ଦ ଭାବେ ଓ ଭୀମରାଓ ଆମ୍ବେଦଡକରଙ୍କ ପ୍ରତି ସମ୍ମାନର ପ୍ରତୀକ ଭାବେ ବ୍ୟବହାର କରନ୍ତି ।[୩][୪][୫]
ପୃଷ୍ଠଭୂମି
[ସମ୍ପାଦନା]କବି ବିହାରୀଲାଲ ହରିତ ପ୍ରଥମେ ୧୯୪୬ ମସିହାରେ ଦିଲ୍ଲୀରେ ରଚିତ କବିତାରେ "ଜୟ ଭୀମ"ର ପ୍ରୟୋଗ କରିଥିଲେ ।[5][6][7] ସେହି କବିତାର ଶବ୍ଦଗୁଡ଼ିକ ଏହିପରି ଥିଲା
- नवयुवक कौम के जुट जावें सब मिलकर कौम परस्ती में,
- जय भीम का नारा लगा करे भारत की बस्ती-बस्ती में ।[୬]
"ଜୟ ଭୀମ" ବାକ୍ୟାଂଶଟି ଆମ୍ବେଦକରଙ୍କ ଅନୁଗାମୀ ବାବୁ ଏଲ. ଏନ. ହରଦାସଙ୍କ ଦ୍ୱାରା ଗଢ଼ାଯାଇଥିଲା ।[୭] ସେ ଭୀମ ବିଜୟ ସଂଘର ଶ୍ରମିକମାନଙ୍କ ସହଯୋଗରେ ଏହି ଅଭିବାଦନର ପ୍ରଚାର କରିଥିଲେ । "ଜୟ ଭୀମ"ର ନାରା ପ୍ରଥମେ ୧୯୩୫ ମସିହାରେ ବାବୁ ଏଲ. ଏନ. ହରଦାସଙ୍କ ଦ୍ୱାରା ବହୁତ ଉତ୍ସାହର ସହିତ ଉଚ୍ଚାରଣ କରାଯାଇଥିଲା । ସେ ଆନ୍ଦୋଳନର କର୍ମୀମାନଙ୍କୁ ପରସ୍ପର “ଜୟ ଭୀମ” କହିବାକୁ ପ୍ରେରିତ କରିଥିଲେ ଏବଂ ଏହାକୁ ଏକ ନୂଆ ଚିନ୍ତାଧାରାର ପ୍ରତୀକ ଭାବେ ଗ୍ରହଣ କରିଥିଲେ । ତାଙ୍କର ଏହି ବିଶେଷ ଯୋଜନା ବହୁତ ସଫଳ ହୋଇଥିଲା ଏବଂ "ଜୟ ଭୀମ" ନାରା ଦଳିତ ସମାଜରେ ଏକତା ଓ ଗର୍ବର ଭାବନା ସୃଷ୍ଟି କରିଥିଲା ।
୧୯୩୮ ମସିହାରେ ଔରଙ୍ଗାବାଦ ଜିଲ୍ଲାର କନ୍ନଡ଼ ତାଲୁକାର ମକରାନପୁରରେ ଆମ୍ବେଡକର ଆନ୍ଦୋଳନର କର୍ମୀ ଭାଉସାହେବ ମୋରେ ଏକ ସଭାର ଆୟୋଜନ କରିଥିଲେ, ଯେଉଁଠାରେ ଡ଼ା. ବାବାସାହେବ ଆମ୍ବେଦକର ସ୍ୱୟଂ ଉପସ୍ଥିତ ଥିଲେ। ସେହି ସୁଯୋଗରେ ବାବୁ ହରଦାସ ନିଜର ସ୍ଳୋଗାନ ଉଚ୍ଚାରଣ କରିଥିଲେ ଏବଂ ଭାଉସାହେବ ମୋରେ ତାହାକୁ ସମର୍ଥନ କରିଥିଲେ, ଯାହା ଆଗକୁ ଏକ ମହତ୍ତ୍ୱପୂର୍ଣ୍ଣ ଆନ୍ଦୋଳନର ରୂପ ନେଇଥିଲା ।
ଆଧାର
[ସମ୍ପାଦନା]- ↑ Jaffrelot, Christophe (2005). Dr Ambedkar and untouchability: analysing and fighting caste. Hurst & Company. pp. 154–155. ISBN 978-1-85065-449-0.
- ↑ "जय भीम का नारा सबसे पहले किसने दिया, कैसे हुई शुरुआत?". BBC News हिंदी (in ହିନ୍ଦୀ). Retrieved 18 November 2021.
- ↑ Uttar Pradesh Chief Minister Mayawati made it clear after the fatwa against it by an Islamic seminary."Fatwa on BSP Slogan Sparks Off Debate". Archived from the original on 18 जुलाई 2011. Retrieved 16 अप्रैल 2017.
{{cite web}}: Check date values in:|access-date=and|archive-date=(help) - ↑ Christophe, Jaffrelot (2005). Dr Ambedkar and untouchability: analysing and fighting caste. pp. 154–155. ISBN 978-1-85065-449-0.
{{cite book}}: Invalid|ref=harv(help) - ↑ http://14.139.13.47:8080/jspui/bitstream/10603/177842/5/05_chapter%203.pdf[dead link]
- ↑ "जय भीम का नारा". www.dalitsahitya.in. Archived from the original on 27 अप्रैल 2021. Retrieved 27 अप्रैल 2021.
{{cite web}}: Check date values in:|access-date=and|archive-date=(help) - ↑ Ramteke, P. T. Jai Bhim che Janak Babu Hardas L. N. (in ମରାଠୀ).
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |