ଆଇସୋସର୍ବାଇଡ ଡାଇନାଇଟ୍ରେଟ

ଉଇକିପିଡ଼ିଆ‌ରୁ
(Isosorbide dinitrateରୁ ଲେଉଟି ଆସିଛି)
ଆଇସୋସର୍ବାଇଡ ଡାଇନାଇଟ୍ରେଟ
Clinical data
Trade namesIsordil, others[୧]
Synonyms(3R,3aS,6S,6aS)-hexahydrofuro[3,2-b]furan-3,6-diyl dinitrate
AHFS/Drugs.commonograph
Pregnancy
category
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
  • ℞ (Prescription only)
Pharmacokinetic data
Bioavailability10–90%, average 25%
MetabolismLiver
Elimination half-life1 hour
ExcretionKidney
Identifiers
  • 1,4:3,6-dianhydro-2,5-di-O-nitro-D-glucitol
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.001.583 Edit this at Wikidata
Chemical and physical data
FormulaC6H8N2O8
Molar mass236.136 g/mol
3D model (JSmol)
  • [O-][N+](=O)O[C@H]1[C@H]2OC[C@H](O[N+]([O-])=O)[C@H]2OC1
  • InChI=1S/C6H8N2O8/c9-7(10)15-3-1-13-6-4(16-8(11)12)2-14-5(3)6/h3-6H,1-2H2/t3-,4+,5-,6-/m1/s1 checkY
  • Key:MOYKHGMNXAOIAT-JGWLITMVSA-N checkY
 ☒NcheckY (what is this?)  (verify)

ଆଇସୋସର୍ବାଇଡ ଡାଇନାଇଟ୍ରେଟ (ଇଂରାଜୀ ଭାଷାରେ Isosorbide dinitrate ବା ISDN) ଏକ ଔଷଧ ଯାହା ହୃଦ୍‌ପାତ, ଏସୋଫେଜିଆଲ ସ୍ପାଜ୍‌ମ (esophageal spasms) ରୋଗମାନଙ୍କରେ ଓ ଆଞ୍ଜିନା ପେକ୍ଟୋରିସ (chest pain from not enough blood flow to the heart) ରୋଗର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଦିଆଯାଏ । ବିଶେଷତଃ କୃଷ୍ଣକାୟ ଲୋକଙ୍କର ସିସ୍ଟୋଲିକ ଡିସଫଙ୍କସନ (systolic dysfunction) ରୋଗ ଥିଲେ ହାଇଡ୍ରାଲାଜିନ (hydralazine) ସ‌ହିତ ଆଇସୋସର୍ବାଇଡ ଡାଇନାଇଟ୍ରେଟ ଦିଆଯାଏ ।[୨][୧] ଏହା ପାଟିରେ ଦିଆଯାଏ ।[୧]

ଆଇସୋସର୍ବାଇଡ ଡାଇନାଇଟ୍ରେଟର ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ପୋସ୍ଚୂରାଲ ହାଇପୋଟେନସନ (lightheadedness with standing) ଓ ଝାପସା ଦୃଷ୍ଟି (blurred vision) ଆଦି ଲକ୍ଷଣ ଦେଖାଯାଏ । ସାଂଘାତିକ ପ୍ରତିକ୍ରିୟାରେ ଅଳ୍ପ ରକ୍ତଚାପ (low blood pressure) ହୋଇପାରେ । ଗର୍ଭାବସ୍ଥାରେ ଶିଶୁ ପ୍ରତି ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ । ସିଲଡେନାଫିଲ (sildenafil) ଶ୍ରେଣୀର ଔଷଧ ସାଥୀରେ ଏହି ଔଷଧ ଦିଆଯାଏନାହିଁ । ଏହା ନାଇଟ୍ରେଟ ଶ୍ରେଣୀର ଏକ ଔଷଧ ଯାହା ରକ୍ତନଳୀ ସ୍ଫୀତ (dilating blood vessels) କରି କାର୍ଯ୍ୟକାରୀ ହୁଏ ।[୧]

ସନ ୧୯୩୯ରେ ପ୍ରଥମେ ଆଇସୋସର୍ବାଇଡ ଡାଇନାଇଟ୍ରେଟ ବିଷୟ ଲିପିବଦ୍ଧ ହୋଇଥିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସର ଡୋଜର କ୍ରୟ ମୂଲ୍ୟ ୬.୩୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ମୂଲ୍ୟ ୨୫ ଆମେରିକୀୟ ଡଲାରରୁ କମ ।[୬] ଏହାର ଏକ ଦୀର୍ଘକାଳୀନ ଫର୍ମୁଲା ମଧ୍ୟ ମିଳେ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Isosorbide Dinitrate/Mononitrate". The American Society of Health-System Pharmacists. Retrieved 8 December 2016.
  2. Chavey, William E.; Bleske, Barry E.; Van Harrison, R.; Hogikyan, Robert V.; Kesterson, Sean K.; Nicklas, John M. (1 April 2008). "Pharmacologic management of heart failure caused by systolic dysfunction". American Family Physician. 77 (7): 957–964. ISSN 0002-838X. PMID 18441861.
  3. Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 454. ISBN 9783527607495.
  4. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  5. "Isosorbide Dinitrate". International Drug Price Indicator Guide. Retrieved 8 December 2016.[permanent dead link]
  6. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 160. ISBN 9781284057560.