Jump to content

ଇନ୍ଦ୍ରଧନୁ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
(Indradhanu (Odia film)ରୁ ଲେଉଟି ଆସିଛି)
ଇନ୍ଦ୍ରଧନୁ
ନିର୍ଦ୍ଦେଶକଅର୍ଜୁନ ସାମନ୍ତରାୟ
ପ୍ରଯୋଜକସୂର୍ଯ୍ୟସ୍ନାତ ତ୍ରିପାଠୀ
ସୁରଭି ପଟ୍ଟନାୟକ
ରାଜେନ୍ଦ୍ର ମହାନ୍ତ
ସଂଳାପସରୋଜ ବଳ
ବାଦଲ ମହାନ୍ତି
ସୂର୍ଯ୍ୟସ୍ନାତ ତ୍ରିପାଠୀ
ନିଖିଳେଶ ମିଶ୍ର
ଚିତ୍ରନାଟ୍ୟସୂର୍ଯ୍ୟସ୍ନାତ ତ୍ରିପାଠୀ
ନିଖିଳେଶ ମିଶ୍ର
କାହାଣୀସରୋଜ ବଳ
ବାଦଲ ମହାନ୍ତି
ସୂର୍ଯ୍ୟସ୍ନାତ ତ୍ରିପାଠୀ
ନିଖିଳେଶ ମିଶ୍ର
କଳାକାରଭାସ୍ୱତୀ ବସୁ
ଚୌଧୁରୀ ବିକାଶ ଦାସ
ଦ୍ୱୀପନ୍ୱିତ ଦାଶମହାପାତ୍ର
ଅଭିଶେକ ଗିରି
ଧରିତ୍ରୀ ଖଣ୍ଡୁଆଳ
ସଙ୍ଗୀତଓମପ୍ରକାଶ ମହାନ୍ତି
ଅନୁରାଗ ପଟ୍ଟନାୟକ
ଚିତ୍ରଗ୍ରହଣଅର୍ଜୁନ ସାମନ୍ତରାୟ
ସମ୍ପାଦକଅର୍ଜୁନ ସାମନ୍ତରାୟ
ମୁକ୍ତିଲାଭ ତାରିଖ
୧୮ ଜୁଲାଇ ୨୦୨୫
କଥାଚିତ୍ରର ସମୟ
୧୩୪ ମିନିଟ୍
ଦେଶ ଭାରତ
ଭାଷାଓଡ଼ିଆ

ଇନ୍ଦ୍ରଧନୁ ୨୦୨୫ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଇନ୍ଦ୍ରଧନୁର ସାତଟି ରଙ୍ଗ ଭଳି ସାତଟି କାହାଣୀକୁ ନେଇ ଏକ ସଂକଳନ ଭାବରେ ମୁକ୍ତିଲାଭ କରିଥିଲା ।[] ଏହି କଥାଚିତ୍ରଟିର ସାତଟିଯାକ କାହାଣୀ ବାଇଗଣୀ, ଘନନୀଳ, ନୀଳ, ସବୁଜ, ହଳଦିଆ, ନାରଙ୍ଗୀ, ଲାଲକୁ ନିଖିଳେଶ ମିଶ୍ର, ସୂର୍ଯ୍ୟସ୍ନାତ ତ୍ରିପାଠୀ, ସରୋଜ ବଳ ଓ ବାଦଲ ମହାନ୍ତି ରଚନା କରିଥିଲେ ।[] ସୂର୍ଯ୍ୟସ୍ନାତ ତ୍ରିପାଠୀ ଓ ନିଖିଳେଶ ମିଶ୍ର ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ।

ଭାସ୍ୱତୀ ବସୁ, ଚୌଧୁରୀ ବିକାଶ ଦାସ, ଦୀପନ୍ୱିତ ଦାଶମହାପାତ୍ର, ଅଭିଶେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ସୁଧାଶ୍ରୀ ମଧୁସ୍ମିତା, ରତିକାନ୍ତ ମିଶ୍ର, ସ୍ମିତା ମହାନ୍ତି, ସୌମ୍ୟ ରଞ୍ଜନ ନାୟକ, ନଚିକେତା ସ୍ୱାଇଁ, ଦେବଦତ୍ତ ପତି, ସାଗର ଷଡ଼ଙ୍ଗୀ, ରିଙ୍କୁ ପ୍ରଧାନ, ଦିଶାନୀ ଦେବଞ୍ଜନା, ଅମିଶା ମହାନ୍ତି, ରୂପଶ୍ରୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[] ଏହି କଥାଚିତ୍ରଟିର ୨୦୨୫ ମସିହାର ଜୁଲାଇ ୧୮ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓମପ୍ରକାଶ ମହାନ୍ତି ଓ ଅନୁରାଗ ପଟ୍ଟନାୟକ ।[] ଦେବଦାସ ଛୋଟରାୟ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[] ରତିକାନ୍ତ ଶତପଥୀ ଓ ସୁସ୍ମିତା ଦାସ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।[]

କ୍ରମଗୀତକବିଗାୟକସମୟ
1."ଇନ୍ଦ୍ରଧନୁ"ଦେବଦାସ ଛୋଟରାୟସୁସ୍ମିତା ଦାସ 
  1. ୧.୦ ୧.୧ "ପ୍ରେକ୍ଷାଳୟରେ 'ଇନ୍ଦ୍ରଧନୁ'". ପ୍ରମେୟ. ଭୁବନେଶ୍ୱର. 18 July 2025. Archived from the original on 20 September 2025. Retrieved 20 September 2025.
  2. ୨.୦ ୨.୧ "ପ୍ରେକ୍ଷାଳୟରେ 'ଇନ୍ଦ୍ରଧନୁ'". ପ୍ରମେୟ. ଭୁବନେଶ୍ୱର. 18 July 2025. Retrieved 20 September 2025.
  3. ୩.୦ ୩.୧ Palit, Ashok (27 June 2025). "Odia Cinema " Indradhanu" is going to be released on 18th July,2025". Odisha News Times (in Indian English). Archived from the original on 17 July 2025. Retrieved 20 September 2025.

ବାହାର ଆଧାର

[ସମ୍ପାଦନା]