ଭାରତୀୟ କଲରାପତରିଆ ବାଘ

ଉଇକିପିଡ଼ିଆ‌ରୁ
(Indian leopardରୁ ଲେଉଟି ଆସିଛି)


ଭାରତୀୟ କଲରାପତରିଆ ବାଘ
ଭାରତୀୟ କଲରାପତ୍ରିଆ ବାଘ
ନାଗାରହୋଳେ ଜାତୀୟ ଉଦ୍ୟାନର ଏକ ଅଣ୍ଡିରା କଲରାପତରିଆ ବାଘ
ନେପାଳର ବରଦିୟା ଜାତୀୟ ଉଦ୍ୟାନର ଏକ ମାଈ କଲରାପତରିଆ ବାଘ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
ବର୍ଗ: କାର୍ନିଭୋରା
Suborder: Feliformia
Family: Felidae
Genus: Panthera
ଜାତି: P. pardus
ଉପଜାତି: P. p. fusca
ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍, ୧୭୯୪
ଟ୍ରାଇନୋମିଆଲ ନାମ
Panthera pardus fusca
ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍, ୧୭୯୪

ଭାରତୀୟ କଲରାପତରିଆ ବାଘ (ଇଂରାଜୀରେ Indian leopard ଓ ଜୀବବିଜ୍ଞାନ ନାମ Panthera pardus fusca) ଭାରତୀୟ ଉପମହାଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ପରିବାସ ନଷ୍ଟ, ବିଖଣ୍ଡନ, ଶିକାର, ମନୁଷ୍ୟଙ୍କ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାରୁ ହତ୍ୟା, ଅବୈଧ ବ୍ୟବସାୟ ବଢ଼ି ଦିନକୁ ଦିନ ସଂଖ୍ୟା ହ୍ରାସ ପାଉଥିବାରୁ IUCN ସଂରକ୍ଷଣ ତାଲିକାରେ କଲରାପତରିଆ ବାଘକୁ ସଙ୍କଟାଭିମୁଖୀ (Vulnerable) ପ୍ରଜାତିରେ ସ୍ଥାନିତ କରାଯାଇଛି ।[୧]

ଭାରତୀୟ ଉପମହାଦେଶର ବଡ଼ ବିଡ଼ାଳମାନଙ୍କ ମଧ୍ୟରେ ଏସୀୟ ସିଂହ, ମହାବଳ ବାଘ, ହିମ କଲରାପତ୍ରିଆ ବାଘ, ମେଘଛାପ ବାଘ ତଥା ଭାରତୀୟ କଲରାପତରିଆ ବାଘ ପ୍ରମୁଖ ।[୨][୩][୪]

୨୦୧୪ ମସିହାରେ ଜାତୀୟ ସ୍ତରରେ ଉତ୍ତର-ପୂର୍ବ ଭାରତକୁ ଛାଡ଼ି ଭାରତର ଅନ୍ୟ ସବୁ ବାଘଙ୍କ ପରିବାସରେ କେତେ କଲରାପତ୍ରିଆ ବାଘ ରହୁଛନ୍ତି ତାହାର ଏକ ଗଣନା କରାଯାଇଥିଲା । ସର୍ବେକ୍ଷଣ କରାଯାଇଥିବା ଅଞ୍ଚଳରେ ୭୯୧୦ ଓ ସମଗ୍ର ଭାରତରେ ୧୨୦୦୦ରୁ ୧୪୦୦୦ କଲରାପତରିଆ ବାଘ ରହିଥିବାର ଅନୁମାନ କରାଯାଇଥିଲା ।[୫][୬]

ବର୍ଗୀକରଣ ଇତିହାସ[ସମ୍ପାଦନା]

୧୯୭୪ ମସିହାରେ ଜର୍ମାନୀର ପ୍ରକୃତିବିତ୍ ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍ “ଟାୱର୍ ଅଫ୍ ଲଣ୍ଡନ”ଠାରେ ପ୍ରଦର୍ଶିତ କଳା କଲରାପତରିଆ ବାଘକୁ ଫେଲିସ୍ ଫୁସ୍କା (Felis fusca) ବୋଲି ନାମିତ କରି ତାହାର ବର୍ଣ୍ଣନା କରିଥିଲେ ।[୭] ୧୮୬୩ ମସିହାରେ ବ୍ରାଏନ୍ ହଟ୍ଟନ୍ ହଜ୍‍ସନ୍ ନେପାଳରୁ ମିଳିଥିବା କଲରାପତରିଆ ବାଘ ଚମଡ଼ାକୁ ‘ଲେପର୍ଡସ୍ ପର୍ନିଗର୍’ ବୋଲି ବର୍ଣ୍ଣନା କରିଥିଲେ । ସେ ବ୍ରିଟିଶ୍ ସଂଗ୍ରହାଳୟକୁ ୫ଟି କଲରାପତରିଆ ବାଘଛାଲ ପଠାଇଥିଲେ ଯେଉଁଥିରୁ ୩ଟି କଳା ରଙ୍ଗର ଥିଲା । ନେପାଳ ଓ ଭାରତର ସିକ୍କିମ୍ ଏହି ପ୍ରାଣୀଙ୍କ ପରିବାସ ବୋଲି ସେ କହିଥିଲେ ।[୮] ୧୯୩୦ ମସିହାରେ ରେଜିନାଲ୍ଡ ଇନ୍ନିସ୍ ପୋକକ୍ କାଶ୍ମୀରରୁ ମିଳିଥିବା ଏକ କଲରାପତରିଆ ବାଘର ଛାଲ ଓ ଖପୁରୀ ବିଷୟରେ ବର୍ଣ୍ଣନା କରି ଏହାକୁ “ପାନ୍ଥେରା ପାର୍ଡସ୍ ମିଲାର୍ଡି” ବୋଲି ନାମିତ କରିଥିଲେ । “ପାନ୍ଥେରା ପାର୍ଡସ୍ ପାର୍ଡସ୍” ବା ଆଫ୍ରିକୀୟ କଲରାପତ୍ରିଆ ବାଘର ଛାଲଠାରୁ ଏହା ସାମାନ୍ୟ ଭିନ୍ନ ଥିଲା କାରଣ ଏହାର ଲୋମ ଲମ୍ବା ଥିଲା ଓ ଏହାର ରଙ୍ଗ ସାମାନ୍ୟ ପାଉଁଶିଆ ଥିଲା ।[୯]

ଭୌଗୋଳିକ ଦୃଷ୍ଟିକୋଣରୁ ନେପାଳ, ସିକ୍କିମ୍ ଓ କାଶ୍ମୀରର କଲରାପତ୍ରିଆ ବାଘ ଭାରତୀୟ ଉପମହାଦ୍ୱୀପର ଅନ୍ୟ କଲରାପତ୍ରିଆ ବାଘଙ୍କଠାରୁ ସେତେ ବିଚ୍ଛିନ୍ନ ହୋଇନଥିବାରୁ ୧୯୯୬ ମସିହାରେ ସମସ୍ତଙ୍କୁ ମିଶାଇ “ପାନ୍ଥେରା ପାର୍ଡସ୍ ଫୁସ୍କା” ଶ୍ରେଣୀ ଭାବେ ପରିଗଣିତ କରାଯିବାକୁ ଲାଗିଲା ।[୧୦][୧୧]

ଆକାର, ଗଠନ ଓ ପ୍ରକୃତି[ସମ୍ପାଦନା]

ନାଗାରହୋଳେ ଜାତୀୟ ଉଦ୍ୟାନର ଏକ କଲରାପତ୍ରିଆ ବାଘ

୧୭୯୪ ମସିହାରେ ବଙ୍ଗରେ ଦେଖାଯାଉଥିବା ପ୍ୟାନ୍ଥର୍-ସଦୃଶ ବିଡ଼ାଳ “ଫେଲିସ୍ ଫୁସ୍କା” ବିଷୟରେ ଫ୍ରିଏଡ୍ରିଖ୍ ଆଲବ୍ରେଖ୍ଟ୍ ଆଣ୍ଟନ୍ ମେୟର୍ ବର୍ଣ୍ଣନା କରି ଲେଖିଥିଲେ ଯେ - ଏହା ପ୍ରାୟ ୮୫.୫ ସେ.ମି., ଏହାର ଗୋଡ଼ଗୁଡ଼ିକ ସବଳ, ସୁଗଠିତ ଲାଞ୍ଜ, ପ୍ୟାନ୍ଥର୍ ପରି ବଡ଼ ମୁଣ୍ଡ, ବଡ଼ ନାକ, ଛୋଟ କାନ, ଛୋଟ ଓ ଈଷତ୍ ହଳଦିଆ-ପାଉଁଶିଆ ଆଖି । ପ୍ରଥମେ କଳା ଦେଖାଯାଇଥିବା ଏହି ଜୀବର ନିକଟରୁ ଅନୁଶୀଳନ କଲେ ଏହା ଦେହରେ ମାଟିଆ ରଙ୍ଗର କଲରାପତ୍ର ଦାଗ ରହିଥିବାର ଜଣାଯାଏ ବୋଲି ମଧ୍ୟ ସେ ଲେଖିଥିଲେ ।[୭]

ଏହି ଜୀବର ଫିକା ହଳଦିଆ, ହଳଦିମିଶା ମାଟିଆ ବା ଅଳ୍ପ ସୁନେଲି ରଙ୍ଗର ଚମଡ଼ା ଉପରେ କଲରାପତ୍ର ପରି ଦାଗ ସବୁ ରହିଥାଏ । ମେଲାନିନ୍ ଆଧିକ୍ୟ ରହିଲେ ତାହାର ଚମଡ଼ା କଳା ରଙ୍ଗର ହୋଇଥାଏ ଓ ତାହାକୁ କଳାବାଘ କୁହନ୍ତି । ପେଟର ତଳ ପଟକୁ କଲରାପତ୍ର ଦାଗ କ୍ରମଶଃ କମି ଆସିଥାଏ । ପେଟର ତଳ ପଟ ପରି ଗୋଡ଼ର ଭିତର ପଟକୁ ମଧ୍ୟ ଚମଡ଼ା ଧଳା ଓ କଲରା ପତ୍ର ଦାଗ ନଥାଏ । ପିଠି, ପେଟର ଦୁଇପାର୍ଶ୍ୱ ଓ ଦେହର ପଛ ପଟେ କଲରାପତ୍ର ଦାଗ ଅତି ସ୍ପଷ୍ଟ ଥାଏ । ପ୍ରତି ବାଘର କଲରାପତ୍ର ଦାଗ ସ୍ୱତନ୍ତ୍ର ଓ ପରସ୍ପରଠାରୁ ଅଲଗା ।[୧୨][୧୩] କୈଶୋରାବସ୍ଥାରେ ଏମାନଙ୍କ ଚମଡ଼ାରେ ଘନ ଲୋମ ଥାଏ ଓ କଲରାପତ୍ର ଦାଗ ପରସ୍ପରର ଅତି ନିକଟରେ ରହିଥିବାରୁ ଦେହର ରଙ୍ଗ ଟିକେ କଳା ଲାଗେ । ଧଳା ଅଗ୍ର ଥିବା ଲାଞ୍ଜଟି ୬୦-୧୦୦ ସେଣ୍ଟିମିଟର୍ ଲମ୍ବ ହୋଇଥାଏ । ଲାଞ୍ଜରେ କଲରାପତ୍ର ଦାଗ ଥାଏ ଯାହା ଶେଷ ଆଡ଼କୁ ଅସମ୍ପୂର୍ଣ୍ଣ କୁଣ୍ଡଳୀ ପରି ଦେଖାଯାନ୍ତି । ଲାଞ୍ଜର ତଳପଟି ଧଳା ରଙ୍ଗର ହୋଇଥାଏ । ସାଧାରଣତଃ ଏସୀୟ କଲରାପତ୍ରିଆ ବାଘମାନଙ୍କ କ୍ଷେତ୍ରରେ କଲରାପତ୍ରର ଦାଗଗୁଡ଼ିକ ବଡ଼ ବଡ଼ । ଶୁଷ୍କ ଭୂଭାଗରେ ଏମାନଙ୍କ ଛାଲର ରଙ୍ଗ ଫିକା ଓ ଅବସନ୍ନ, ଶୀତଳ ଜଳବାୟୁରେ ଛାଲର ରଙ୍ଗ ଅଳ୍ପ ପାଉଁଶିଆ ତଥା ବୃଷ୍ଟିବଣରେ ଛାଲର ରଙ୍ଗ ଗାଢ଼ ।[୨]

ଅଣ୍ଡିରା ଭାରତୀୟ କଲରାପତରିଆ ବାଘର ଶରୀରର ଲମ୍ବ ୪’ ୨”ରୁ ନେଇ ୪’ ୮” ପର୍ଯ୍ୟନ୍ତ, ଲାଞ୍ଜର ଦୈର୍ଘ୍ୟ ୨’ ୬”ରୁ ନେଇ ୩’ ଏବଂ ଶରୀରର ଓଜନ ୫୦-୭୭ କି.ଗ୍ରା. ମଧ୍ୟରେ ହୋଇଥାଏ । ଏକ ମାଈ ଭାରତୀୟ କଲରାପତରିଆ ବାଘର ଆକାର ଅଣ୍ଡିରାମାନଙ୍କଠାରୁ କ୍ଷୁଦ୍ରତର । ସେମାନଙ୍କ ଶରୀରର ଦୈର୍ଘ୍ୟ, ଲାଞ୍ଜର ଦୈର୍ଘ୍ୟ ଓ ଓଜନ ଯଥାକ୍ରମେ ୩’ ୫”ରୁ ୩’ ୧୦”, ୨’ ୬”ରୁ ୨’ ୧୦.୫” ଓ ୨୯-୩୪ କି.ଗ୍ରା. ହୋଇଥାଏ । ଲିଙ୍ଗଗତ ବିସମରୂପତାବିଶିଷ୍ଟ ଏହି ପ୍ରଜାତିର ଅଣ୍ଡିରାମାନେ ମାଈମାନଙ୍କଠାରୁ ଆକାରରେ ଓ ଓଜନରେ ଅଧିକ ।[୧୨]

୨୦୧୬ ମସିହାରେ ହିମାଚଳ ପ୍ରଦେଶର ବିଳାସପୁର ଜିଲ୍ଲାର ଢାଢୋଲ ଅଞ୍ଚଳରୁ ଏକ ନରଖାଦକ କଲରାପତ୍ରିଆ ବାଘକୁ ମରା ଯାଇଥିଲା । ବର୍ତ୍ତମାନ ସୁଦ୍ଧା ଉପଲବ୍ଧ ତଥ୍ୟାନୁସାରେ ଏଇଟି ସବୁଠାରୁ ବଡ଼ କଲରାପତ୍ରିଆ ବାଘ ଥିଲା, ଯାହାର ମୁଣ୍ଡରୁ ଲାଞ୍ଜର ଦୈର୍ଘ୍ୟ ୮’ ୭”, କାନ୍ଧର ଓସାର ୩୪” ଏବଂ ଓଜନ ୭୧ କି.ଗ୍ରା. ଥିଲା ।[୧୪][୧୫]

କଲରାପତ୍ରିଆ ବାଘର କଲରାପତ୍ର ଦାଗ ରହିଥିବା ବେଳେ ମେଘଛାପ ବାଘ ଦେହରେ ମେଘର ଛାପ ରହିଥାଏ । ଲମ୍ବା ଗୋଡ଼ ଓ ପତଳା ଲାଙ୍ଗୁଡ଼ ଯୋଗୁଁ ଏମାନଙ୍କୁ ସହଜରେ ପରସ୍ପରଠାରୁ ଚିହ୍ନଟ କରିହେବ ।[୧୬]

ଭୌଗୋଳିକ ବିତରଣ ଓ ପରିବାସ[ସମ୍ପାଦନା]

ଗୁଜରାଟର ରତ୍ନମହଲ ଭାଲୁ ଅଭୟାରଣ୍ୟରେ ମା’ ଭାଲୁ ଓ ଦୁଇ ଭାଲୁ ଶାବକ ଏବଂ ଏକ ଅଣ୍ଡିରା କଲରାପତ୍ରିଆ

ଭାରତୀୟ କଲରାପତରିଆ ବାଘ ଭାରତ, ପାକିସ୍ତାନ, ନେପାଳ, ଭୁଟାନରେ ବାସ କରନ୍ତି ।[୧] ବଙ୍ଗଳାଦେଶରେ ବେଶୀ ମାତ୍ରାରେ କଲରାପତରିଆ ବାଘ ନାହାନ୍ତି କିନ୍ତୁ ସମୟ ସମୟରେ ସିଲହେଟ୍, କକ୍ସ୍ ବଜାର ଓ ଚଟଗ୍ରାମ (ଚିଟାଗୋଂଗ୍)ର ପାହାଡ଼ିଆ ଅଞ୍ଚଳରେ କଲରାପତରିଆ ବାଘ ଦୃଷ୍ଟିଗୋଚର ହୁଅନ୍ତି ।[୧୭][୧୮] ଦକ୍ଷିଣ ତିବ୍ବତର ଚୋମୋଲାଗ୍ମା ଜାତୀୟ ପ୍ରକୃତି ସଂରକ୍ଷିତ ଜଙ୍ଗଲରେ ଭାରତୀୟ କଲରାପତରିଆ ବାଘ ଦେଖିବାକୁ ମିଳନ୍ତି ।[୧୯]

ବୃଷ୍ଟିବଣ, ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟ, ମିଶ୍ର ଅରଣ୍ୟ ତଥା ଉତ୍ତର ଭାରତର କୋନାକାର ବୃକ୍ଷର ଜଙ୍ଗଲରେ ଭାରତୀୟ କଲରାପତରିଆ ବାଘ ପରିଲକ୍ଷିତ ହୁଅନ୍ତି ; କିନ୍ତୁ ସୁନ୍ଦରବନର ହେନ୍ତାଳ ଓ ଲୁଣା ଜଙ୍ଗଲରେ ଏମାନଙ୍କୁ ବାସ କରନ୍ତି ନାହିଁ ।[୨]

ପଶ୍ଚିମରେ ସିନ୍ଧୁ ନଦୀ ଓ ଉତ୍ତରରେ ହିମାଳୟ ପର୍ବତମାଳା ଏହି ଉପପ୍ରଜାତିର ଭୌଗୋଳିକ ବ୍ୟାପ୍ତିର ସୀମା ନିର୍ଦ୍ଧାରଣ କରନ୍ତି ବୋଲି ବିଶ୍ୱାସ କରାଯାଏ ।[୧୦] ପୂର୍ବ ଦିଗରେ ଗାଙ୍ଗେୟ ତ୍ରିକୋଣଭୂମି ଓ ବ୍ରହ୍ମପୁତ୍ର ନଦୀର ନିମ୍ନାଂଶ ଭାରତୀୟ କଲରାପତ୍ରିଆ ବାଘଙ୍କ ପରିବାସଠାରୁ ଇଣ୍ଡୋଚୀନୀ କଲରାପତ୍ରିଆ ବାଘଙ୍କ ପରିବାସକୁ ବିଚ୍ଛିନ୍ନ କରିଥାଏ ।[୧୧]

ଭାରତରେ ସମୁଦାୟ ସଂଖ୍ୟା[ସମ୍ପାଦନା]

୨୦୧୫ ମସିହାର ଗଣନା ଅନୁଯାୟୀ ମହାବଳ ବାଘ ରହୁଥିବା ଜଙ୍ଗଲରେ ଆର୍ଶ୍ୱପାର୍ଶ୍ୱରେ ୭୯୧୦ ଓ ସମଗ୍ର ଦେଶରେ ୧୨୦୦୦ରୁ ୧୪୦୦୦ କଲରାପତରିଆ ବାଘ ରହିଥିବାର ଅନୁମାନ କରାଯାଇଥିଲା । ଭାରତୀୟ ପ୍ରଦେଶମାନଙ୍କରେ ଏମାନଙ୍କ ବିତରଣର ପରିସଂଖ୍ୟାନ ନିମ୍ନ ସାରଣୀରେ ପ୍ରଦତ୍ତ ।[୫]

ରାଜ୍ୟାନୁସାରେ କଲରାପତରିଆ ବାଘଙ୍କ ସଂଖ୍ୟା
ରାଜ୍ୟ ସମୁଦାୟ କଲରାପତରିଆ ବାଘ (୨୦୧୫)
ଆନ୍ଧ୍ର ପ୍ରଦେଶ ୩୪୩
ବିହାର ୩୨
ଛତିଶଗଡ଼ ୮୪୬
ଗୋଆ ୭୧
ଝାଡ଼ଖଣ୍ଡ ୨୯
କର୍ଣ୍ଣାଟକ ୧୧୨୯
କେରଳ ୪୭୨
ମଧ୍ୟ ପ୍ରଦେଶ ୧୮୧୭
ମହାରାଷ୍ଟ୍ର ୯୦୫
ଓଡ଼ିଶା ୩୪୫
ତାମିଲନାଡ଼ୁ ୮୧୫
ଉତ୍ତର ପ୍ରଦେଶ ୧୯୪
ଉତ୍ତରାଖଣ୍ଡ ୭୦୩

ପରିସ୍ଥିତିକ ବ୍ୟବହାର[ସମ୍ପାଦନା]

ହନୁ ମାଙ୍କଡ଼ ଶିକାର କରିଥିବା କଲରାପତ୍ରିଆ ବାଘ
ଗିର୍ ଜାତୀୟ ଉଦ୍ୟାନର ଏକ କଲରାପତ୍ରିଆ

କଲରାପତରିଆ ବାଘମାନେ ଏକାକୀ ରହନ୍ତି । ମୁଖ୍ୟତଃ ରାତ୍ରିଚର ଏହି ଜୀବ ଅତି ମାୟାବୀ ଓ ସହଜରେ ଦିଶନ୍ତି ନାହିଁ । ଏମାନେ ଗଛ ଚଢ଼ିବାରେ ନିପୁଣ । ଦିନବେଳା ଗଛର ଡାଳରେ ବସି ବିଶ୍ରାମ କରିବା, ଶିକାର କରି ଗଛ ଉପରକୁ ଚଢ଼ାଇନେବା, ଗଛରୁ ମୁହଁ ତଳକୁ କରି ଆରାମରେ ଓହ୍ଲାଇବା ଏମାନଙ୍କ ନୈପୁଣ୍ୟ ଦର୍ଶାଏ ।[୨୦] ଯଦିଓ କଲରାପତ୍ରିଆ ବାଘ ଦକ୍ଷ ସନ୍ତରଣକାରୀ, ସେ ମହାବଳ ବାଘଠାରୁ ବିପରୀତ ପାଣିକୁ ସେତେ ପସନ୍ଦ କରେନାହିଁ । କ୍ଷୀପ୍ର ବେଗବାନ୍ କଲରାପତ୍ରିଆ ବାଘ ୫୮ କି.ମି. ପ୍ରତି ଘଣ୍ଟାର ବେଗରେ ଦୌଡ଼ିପାରେ, ଭୂମି ସହ ସମାନ୍ତରାଳ ଭାବେ ୬ ମିଟର୍‍ରୁ ଲମ୍ବା ଲମ୍ଫ ପ୍ରଦାନ କରିପାରେ ଓ ୩ମିଟର୍ ପର୍ଯ୍ୟନ୍ତ ଉଚ୍ଚା କୁଦିପାରେ ।[୨୧] କଲରାପତରିଆ ବାଘ ଉତ୍ପନ୍ନ କରୁଥିବା ବିଭିନ୍ନ ଶବ୍ଦ ସଙ୍କେତମାନ ହେଲା – କୁନ୍ଥେଇବା ପରି ଶବ୍ଦ କରିବା, ଗର୍ଜ୍ଜନ କରିବା, ହେଣ୍ଟାଳିବା, ମିଆଉଁ ବୋବାଇବା ଓ ପର୍ର୍-ପର୍ର୍ ଶବ୍ଦ କରିବା ।[୨୨]

ନେପାଳର ବର୍ଦିଆ ଜାତୀୟ ଉଦ୍ୟାନରେ ଅଣ୍ଡିରା କଲରାପତ୍ରିଆ ବାଘମାନେ ୪୮ ବର୍ଗ କି.ମି. ଓ ମାଈ କଲରାପତ୍ରିଆ ବାଘମାନେ ୧୭ ବର୍ଗ କି.ମି. ଅଞ୍ଚଳର ନିୟନ୍ତ୍ରଣ କରିବା ଦେଖାଯାଇଛି । ବାଘୁଣୀ ଶାବକମାନଙ୍କ ସହିତ ରହୁଥିଲେ ତାହାର କ୍ଷେତ୍ର କମିଯାଇ ୫-୭ ବର୍ଗ କି.ମି. ପର୍ଯ୍ୟନ୍ତ ହୋଇଥାଏ ।[୨୩]

କଲରାପତ୍ରିଆ ବାଘ ହେଉଛି ବିଭିନ୍ନ ପ୍ରକାରର ଜୀବ ମାରି ଖାଉଥିବା ଏକ ସୁବିଧାବାଦୀ ଶିକାରୀ ।[୨] ବଡ଼ ଖପୁରୀ ଓ ଶକ୍ତିଶାଳୀ ଥୋଡ଼ହାଡ଼ ଯୋଗୁଁ କଲରାପତ୍ରିଆ ବାଘ ବଡ଼ ଜୀବଜନ୍ତୁଙ୍କ ଶିକାର କରିବାରେ ମଧ୍ୟ ସମର୍ଥ ।[୨୪][୨୫] ସରିସ୍କା ବ୍ୟାଘ୍ର ଅଭୟାରଣ୍ୟର ଭାରତୀୟ କଲରାପତ୍ରିଆ ବାଘ ହରିଣ, ସମ୍ବର, ନୀଳଗାଈ, ବାରହା, ହନୁ ମାଙ୍କଡ଼, ଠେକୁଆମୟୂର ପରି ଜୀବଙ୍କୁ ଖାଇବା ଦେଖାଯାଇଛି ।[୨୬] ପେରିୟାର୍ ବ୍ୟାଘ୍ର ଅଭୟାରଣ୍ୟରେ କଲରାପତ୍ରିଆ ବାଘମାନେ ଅଧିକାଂଶରେ ଆଦି ବାନରମାନଙ୍କୁ ଖାଇବା ଦେଖାଯାଇଛି ।[୨୭]

ପ୍ରଜନନ[ସମ୍ପାଦନା]

କଲରାପତ୍ରିଆ ବାଘମାନେ ବର୍ଷସାରା ସହବାସ ଓ ପ୍ରଜନନ କରନ୍ତି, ତେବେ ଭୌଗୋଳିକ ପରିବେଶ ଅନୁସାରେ ବ୍ୟବହାରରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇପାରେ । କଲରାପତ୍ରିଆ ବାଘୁଣୀର ଋତୁ ଚକ୍ର ପ୍ରାୟ ୪୬ ଦିନର ହୋଇଥାଏ ଯେଉଁଥିରେ ସେ ୬-୭ ଦିନ ସର୍ବାଧିକ ପ୍ରଜନନଶୀଳ ତଥା ଉନ୍ମାଦିତ ହୋଇ ରହିଥାଏ ।[୨୮] କଲରାପତ୍ରିଆ ବାଘୁଣୀର ଗର୍ଭଧାରଣ ସମୟ ୯୦ରୁ ୧୦୫ ଦିନ ।[୨୯] ଏକାଥରକେ ବାଘୁଣୀ ୨-୪ଟି ଶାବକଙ୍କୁ ଜନ୍ମ ଦେଇଥାଏ ।[୩୦] ଜନ୍ମର ପ୍ରଥମ ବର୍ଷରେ କଲରାପତ୍ରିଆ ଶାବକଙ୍କ ମୃତ୍ୟୁହାର ପ୍ରାୟ ୪୧-୫୦% ବୋଲି ଅନୁମାନ କରାଯାଇଛି । ବାଘୁଣୀ ନିଜ ଗୁମ୍ଫା, ଗଛ କୋରଡ଼, ପଥର ଗଦା ତଳେ ଏକ ସୁରକ୍ଷିତ ସ୍ଥାନରେ ନିଜ ଛୁଆଙ୍କୁ ଜନ୍ମ ଦେଇଥାଏ । ଜନ୍ମ ବେଳେ ଶାବକମାନଙ୍କ ଆଖି ଖୋଲିନଥାଏ, କିନ୍ତୁ ୪-୯ ଦିନ ପରେ ସେମାନେ ଆଖି ଖୋଲିବା ଆରମ୍ଭ କରନ୍ତି ।[୩୧] ଶାବକମାନଙ୍କ ଲୋମ ଅଧିକ ଲମ୍ବା ଓ ମୋଟା ହୋଇଥାଏ । ସେମାନଙ୍କ ଛାଲ ଅଳ୍ପ ପାଉଁଶିଆ ରଙ୍ଗର ଏବଂ ଦେହର କଲରାପତ୍ର ଦାଗ ଅସ୍ପଷ୍ଟ ହୋଇଥାଏ । ୩ ମାସ ବୟସରେ ଶାବକ ମା’ ସହିତ ଶିକାର ଦେଖିବାକୁ ଯାଏ ଓ ତହିଁରୁ ଶିକାର କରିବାର ଶିକ୍ଷା ଲାଭ କରିଥାଏ । ବର୍ଷକ ବୟସରେ କଲରାପତ୍ରିଆ ବାଘଛୁଆ ଶିକାର କରି ନିଜେ ନିଜର ଖାଦ୍ୟ ଯୋଗାଡ଼ି ପାରେ । କିନ୍ତୁ ଶାବକଟି ୧୮-୨୪ ମାସ ପର୍ଯ୍ୟନ୍ତ ନିଜ ମା’ ସହିତ ରହିଥାଏ । ଏକ କଲରାପତରିଆ ବାଘର ହାରାହାରି ଜୀବନଧାରଣ ସମୟ ୧୨ରୁ ୧୭ ବର୍ଷ ।[୩୨]

ପରିବାସର ଅନ୍ୟ ପରଭକ୍ଷୀ ଜୀବ[ସମ୍ପାଦନା]

ଯେଉଁ ସ୍ଥାନରେ ମହାବଳ ବାଘଙ୍କ ସଂଖ୍ୟା ଅଧିକ ଥାଏ, ସେଠାରେ ଅଧିକ କଲରାପତ୍ରିଆ ବାଘ ଦେଖାଯାନ୍ତି ନାହିଁ । ତେଣୁ ବାଘଙ୍କ ପରିବାସ (ଘଞ୍ଚ ଜଙ୍ଗଲ) ଓ ଜନବସତି ତଥା କୃଷ୍ୟୋପଯୋଗୀ ଭୂମି ମଧ୍ୟରେ ରହିଥିବା ଅଞ୍ଚଳକୁ ଏମାନେ ନିଜର ପରିବାସ ରୂପେ ବାଛିଥାନ୍ତି ।[୩୩] ନେପାଳର ବର୍ଦିଆ ଜାତୀୟ ଉଦ୍ୟାନ ଓ ଭାରତର ସରିସ୍କା ଜାତୀୟ ଉଦ୍ୟାନ ପରି କିଛି ସ୍ଥାନରେ ବାଘଙ୍କ ସଂଖ୍ୟା ବଢ଼ୁଛି ଓ ଏମାନେ କଲରାପତ୍ରିଆ ବାଘଙ୍କୁ ଜନବସତି ଅଞ୍ଚଳକୁ ଘଉଡ଼ାଇ ଦେଉଛନ୍ତି ।[୩୪]

ଗୁଜରାଟର ଗିର୍ ଜାତୀୟ ଉଦ୍ୟାନରେ କଲରାପତ୍ରିଆ ବାଘ ଓ ଏସୀୟ ସିଂହ ଏକାଠୀ ଗୋଟିଏ ଜଙ୍ଗଲରେ ରହନ୍ତି ।[୩୫] କାଥିଆୱାଡ଼୍-ଗିର୍ ଶୁଷ୍କ ପର୍ଣ୍ଣମୋଚୀ ଅରଣ୍ୟର ବଳୟରେ ଉଭୟ ଗିର୍ ଓ ସରିସ୍କା ଜାତୀୟ ଉଦ୍ୟାନ ରହିଛନ୍ତି ।[୩୬]

ହିମାଳୟରେ (ସମୁଦ୍ରପତନରୁ ୫୨୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ) କଲରାପତ୍ରିଆ ବାଘ ଓ ହିମ କଲରାପତ୍ରିଆ ବାଘ ଏକ ପରିବାସରେ ରହିବା ଦେଖାଯାଏ ।[୧୧] ଉଭୟ କସ୍ତୁରୀ ମୃଗ, ହିମାଳୟ ଥାର୍ ପରି ଜୀବଙ୍କ ଶିକାର କରନ୍ତି । କିନ୍ତୁ କଲରାପତ୍ରିଆ ବାଘମାନେ ନିମ୍ନ ଉଚ୍ଚତାରେ ଥିବା ଜଙ୍ଗଲୀ ପରିବାସରେ ରହିବା ଅଧିକ ପସନ୍ଦ କରନ୍ତି ।[୩୭]

ଭାରତୀୟ ଉପମହାଦେଶର ଅନ୍ୟ ପରିବାସରେ କଲରାପତ୍ରିଆ ବାଘମାନଙ୍କ ପରିବାସରେ ରହୁଥିବା ଅନ୍ୟାନ୍ୟ ମାଂସଭୋଜୀ ପ୍ରାଣୀ ହେଲେ – ମେଘଛାପ ବାଘ, ବଣଭୁଆ, ଚିତା ବିରାଡ଼ି ଓ ମାଛରଙ୍କା ବିରାଡ଼ି ।[୩୮][୩୯][୪୦] ସୁବର୍ଣ୍ଣ ଶୃଗାଳ, କୋକିଶିଆଳୀ, ଭାରତୀୟ ହେଟାବାଘ, ବଳିଆ କୁକୁର, ଗଧିଆ, ସ୍ଲଥ୍ ଭାଲୁ ଓ ଭାରତୀୟ କଳା ଭାଲୁ ମଧ୍ୟ କଲରାପତ୍ରିଆ ସହିତ ସମ ପରିବାସରେ ବାସ କରନ୍ତି ।[୪୦][୪୧][୪୨]

କଲରାପତରିଆ ବାଘଙ୍କ ପ୍ରତି ବିପଦ[ସମ୍ପାଦନା]

କଲରାପତ୍ରିଆ ବାଘଛାଲ

ଅବୈଧ ବ୍ୟବସାୟ ପାଇଁ ବହୁ ସଂଖ୍ୟକ କଲରାପତରିଆ ବାଘଙ୍କ ଶିକାର କରାଯାଏ ଓ ଏହା ସେମାନଙ୍କ ପାଇଁ ସବୁଠୁ ବଡ଼ ବିପଦ । ପରିବାସ କ୍ଷୟ ତଥା ମନୁଷ୍ୟମାନଙ୍କ ସହିତ ମୁହାଁମୁହିଁ ହେବା ପରିସ୍ଥିତି ମଧ୍ୟ କଲରାପତ୍ରିଆ ବାଘଙ୍କ ସଂଖ୍ୟାରେ ହ୍ରାସର ଏକ ପ୍ରମୁଖ କାରଣ ।[୨]

କଲରାପତ୍ରିଆ ବାଘମାନେ ଖୋଲା କୁଅଁରେ ପଡ଼ିଯିବା ଓ ପରେ ବନ ବିଭାଗର କର୍ମଚାରୀମାନଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯିବାର ଘଟଣା ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇଛି ।[୪୩][୪୪][୪୫]

ଅବୈଧ ଶିକାର[ସମ୍ପାଦନା]

ଭାରତ, ନେପାଳ ଓ ଚୀନରେ ବନ୍ୟଜୀବଙ୍କ ଶରୀରର ଅଂଶର ବ୍ୟବସାୟ ବଢ଼ାଇବା ପାଇଁ ବହୁ ସଂଖ୍ୟାରେ ଜୀବଜନ୍ତୁଙ୍କ ଅବୈଧ ଶିକାର କରାଯାଏ ଓ ଏହା କଲରାପତ୍ରିଆ ବାଘଙ୍କ ପାଇଁ ଏକ ବଡ଼ ବିପଦ । ବନ୍ୟଜୀବ ସମ୍ପର୍କିତ ଅପରାଧ ରାଜନୈତିକ ଦୃଷ୍ଟିକୋଣରୁ ସବୁଠାରୁ କମ୍ ମହତ୍ତ୍ୱ ବହନ କରୁଥିବାରୁ ଏହି ତିନୋଟି ଯାକ ଦେଶର ସରକାର ବହୁ ବର୍ଷ ଯାଏଁ ଏପରି ଅପରାଧକୁ ରୋକିବାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରିନଥିଲେ । ଅବୈଧ ଶିକାରୀମାନଙ୍କ ସଙ୍ଗଠିତ ଦଳ ଜଙ୍ଗଲ ଜଙ୍ଗଲ ବୁଲି, ଛାଉଣୀ ପକାଇ ବନ୍ୟଜୀବଙ୍କ ଶିକାର କରୁଥିଲେ । ଶିକାର କ୍ଷେତ୍ରରେ ଛାଲ ଛଡ଼ାଇ ସେମାନଙ୍କୁ କିଛି ମାତ୍ରାରେ ପ୍ରସ୍ତୁତ କରାଯାଏ ଓ ପରେ ବଡ଼ ବ୍ୟବସାୟୀ ବା ବିତରକ ସେମାନଙ୍କୁ ନିଜ କର୍ମଶାଳାକୁ ନେଇ ପୂର୍ଣ୍ଣତଃ ପ୍ରସ୍ତୁତ କରନ୍ତି । ଏହା ପରେ ଏକ ସୁପରିଚାଳିତ ସଙ୍ଗଠନର ଯୋଜନା ଅନୁଯାୟୀ ଛାଲ ଓ ଦେହର ଅନ୍ୟ ଅଂଶ ସବୁ ଭାରତ ବାହାରକୁ (ମୁଖ୍ୟତଃ ଚୀନକୁ) ଚୋରା ଚାଲାଣ ହୁଏ ।[୪୬] କାଠମାଣ୍ଡୁ ସହରରୁ ବହୁ ମାତ୍ରାରେ ଜୀବଜନ୍ତୁଙ୍କ ଛାଲ ଜବତ କରାଯିବା ଏହା ପ୍ରମାଣିତ କରିଥିଲା ଯେ ଭାରତରୁ ଚୀନ ଓ ତିବ୍ବତ ଅଭିମୁଖେ ରପ୍ତାନୀ କରାଯାଉଥିବା ଅବୈଧ କାରବାରରେ ଏହି ସହରର ବ୍ୟବସାୟୀମାନେ ଏକ ମଧ୍ୟସ୍ଥିର ଭୂମିକା ଗ୍ରହଣ କରିଆସୁଛନ୍ତି ।[୪୭]

କିନ୍ତୁ ଅଳ୍ପ କିଛି ଚଢ଼ାଉ ଓ ଛାଲ ଜବତ ହେବା ସମ୍ପୂର୍ଣ୍ଣ ଅବୈଧ କାରବାରର କେବଳ ଏକ କ୍ଷୁଦ୍ର ଅଂଶକୁ ପରିପ୍ରକାଶ କରେ । ଧରା ପଡ଼ୁନଥିବା ବହୁ ମାଲ ନିଜ ଗନ୍ତବ୍ୟସ୍ଥଳକୁ ସୁରୁଖୁରୁରେ ପହଞ୍ଚୁଥିବା ସହଜରେ ଅନୁମେୟ ।[୪୬] ଜବତ ହୋଇଥିବା ଛାଲରୁ ଜଣାପଡ଼ିଥିଲା ଯେ:

  • ଭାରତରେ ୧୯୯୪ ମସିହାରୁ ୨୦୧୦ ଅକ୍ଟୋବର ମାସ ମଧ୍ୟରେ ୨୮୪୫ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଥିଲା ;[୪୬][୪୮][୪୯][୫୦][୫୧][୫୨]
  • ନେପାଳରେ ମଇ, ୨୦୦୨ରୁ ନେଇ ମଇ, ୨୦୦୮ ମଧ୍ୟରେ ୨୪୩ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଥିଲା ;[୪୬][୪୭][୫୩][୫୪][୫୫]
  • ଚୀନତିବ୍ବତରେ ୧୯୯୯ ମସିହା ଜୁଲାଇ ମାସରୁ ୨୦୦୫ ମସିହା ସେପ୍ଟେମ୍ବର ମଧ୍ୟରେ ୭୭୪ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଥିଲା ।[୪୬][୪୭]

୨୦୧୦ ମଇ ମାସରେ ଭାରତୀୟ ବନ୍ୟଜୀବ ସୁରକ୍ଷା ସମାଜ ଏକ ଆକଳନ କରିଥିଲା ଯାହା ଅନୁସାରେ ୧୯୯୪ ମସିହା ପରଠାରୁ ୩୧୮୯ଟି କଲରାପତ୍ରିଆଙ୍କ ଅବୈଧ ଶିକାର ହୋଇଛି । ଜବତ ସାମାନରେ ଗୋଟିଏ ମହାବଳ ବାଘ ଛାଲ ପିଛା ୭ଟି କଲରାପତ୍ରିଆ ବାଘ ଛାଲ ରହିଥିଲା ।[୫୬] ଅବୈଧ ବ୍ୟବସାୟ ପାଇଁ ୨୦୦୨ରୁ ୨୦୧୨ ମଧ୍ୟରେ ପ୍ରତି ସପ୍ତାହରେ ୪ଟି କଲରାପତ୍ରିଆ ମରାଯାଉଥିବା ଆଶଙ୍କା କରାଯାଇଥିଲା ।[୫୭]

ମନୁଷ୍ୟ-କଲରାପତରିଆ ସଂଘର୍ଷ[ସମ୍ପାଦନା]

ସଂରକ୍ଷିତ ଅଞ୍ଚଳ ଓ ଜଙ୍ଗଲର ଉଚ୍ଛେଦ କରି ସେଠାରେ ଚାଷ କରିବା, ଗୋରୁଗାଈ ଚରାଇବା ଯୋଗୁଁ କଲରାପତ୍ରିଆ ବାଘଙ୍କ ପରିବାସ ନଷ୍ଟ ହେବା ସହ ସେମାନଙ୍କ ଶିକାର ହ୍ରାସ ପାଇଯାନ୍ତି । ଏହା ଫଳରେ କଲରାପତ୍ରିଆ ବାଘମାନେ ଗାଁ ଗଣ୍ଡାରେ ପଶି କୁକୁର, ଘୁଷୁରି, ଛେଳି ପରି ଗୃହପାଳିତ ପଶୁଙ୍କ ଶିକାର କରନ୍ତି ଓ କିଛି ଅଞ୍ଚଳରେ ଏହା ସେମାନଙ୍କ ଦୈନନ୍ଦିନ ଖାଦ୍ୟର ଏକ ପ୍ରମୁଖ ଭାଗ । ଏହା ଫଳରେ ମନୁଷ୍ୟ ଓ କଲରାପତ୍ରିଆଙ୍କ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୁଏ ଓ ଗତ କିଛି ବର୍ଷରେ ଏହା ବଢ଼ି ଚାଲିଛି । କଲରାପତ୍ରିଆଙ୍କୁ ପାନେ ଦେବା ପାଇଁ ସେମାନଙ୍କ ଉପରକୁ ଗୁଳି ଚାଳନା କରାଯାଏ, ସେମାନଙ୍କ ଶିକାର ଠାବ କରି ସେଥିରେ ବିଷ ମିଶାଇ ଦିଆଯାଏ ବା ଫାଶ ବସାଇ ସେମାନଙ୍କୁ ଧରାଯାଏ । ଜନବସତିରେ କଲରାପତ୍ରିଆଙ୍କ ପ୍ରବେଶକୁ ଭୟ ଓ ରାଗର ସହିତ ଦେଖାଯାଏ । ଲୋକେ କଲରାପତ୍ରିଆଙ୍କ ପରିବାସ ମାଡ଼ି ବସୁଛନ୍ତି ଓ ଏପରି ଦୁର୍ଘଟଣା ଘଟୁଛି ବୋଲି ସଂରକ୍ଷଣବିତ୍‍ମାନେ ଏପରି ମାନବୀୟ କାର୍ଯ୍ୟକଳାପର ନିନ୍ଦା କରି ଆସୁଛନ୍ତି ।[୫୮][୫୯] ମଣିଷଙ୍କୁ ଆକ୍ରମଣ କଲେ ହିଁ ଭାରତରେ ବନବିଭାଗ କର୍ମଚାରୀ କଲରାପତ୍ରିଆଙ୍କୁ ଧରିବା ପାଇଁ ଯନ୍ତା ବସାଇପାରିବେ । ଲୋକଙ୍କ ଗହଳି ବା ବିରୋଧ ଯୋଗୁଁ କଲରାପତ୍ରିଆକୁ ଅନ୍ୟତ୍ର ଛଡ଼ାଯିବାରେ ଅସୁବିଧା ସୃଷ୍ଟି ହେଉଥିଲେ ପ୍ରଥମେ ଲୋକଙ୍କୁ ସେଠାରୁ ହଟାଇବା ପରେ ଜୀବଟିକୁ ଛାଡ଼ି ଦିଆଯିବାର ବିଧି ରହିଛି ।[୬୦]

ବ୍ୟାପକ ସହରୀକରଣ ଯୋଗୁଁ କଲରାପତ୍ରିଆ ବାଘଙ୍କ ପରିବାସ ସୀମିତ ହେବାକୁ ଲାଗିଲା ଓ ସେମାନେ ଜନବସତି ନିକଟରେ ନିଜର ଖାଦ୍ୟ ଅନ୍ୱେଷଣ କରିବାକୁ ଲାଗିଲେ ।[୬୧] କର୍ଣ୍ଣାଟକରେ ଏପରି ସଂଘର୍ଷ ବହୁବାର ଦେଖାଯାଇଛି ।[୬୨][୬୩] ନିକଟ ଅତୀତରେ ବେଙ୍ଗାଳୁରୁ ନଗରରେ କିଛି କଲରାପତ୍ରିଆ ବାଘ ପଶି ଆସିଥିଲେ ; ବନବିଭାଗ ପରେ ନଗର ଉପକଣ୍ଠରୁ ୬ଟି କଲରାପତ୍ରିଆ ବାଘଙ୍କୁ ଧରିଥିଲେ ଓ ୪ଟି ବାଘଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରିଥିଲେ ।[୬୪]

ସିୱାଲିକ୍ ପର୍ବତମାଳା ଓ ହିମାଚଳ ପ୍ରଦେଶ ଅଞ୍ଚଳରେ ୨୦୦୧ରୁ ୨୦୧୩ ମଧ୍ୟରେ ଲୋକେ ୬୮ଟି କଲରାପତ୍ରିଆ ବାଘଙ୍କୁ ହତ୍ୟା କରିଥିଲେ, ଯେଉଁମାନଙ୍କ ମଧ୍ୟରୁ କେବଳ ୧୦ଟିଙ୍କୁ ନରଖାଦକ ବୋଲି ସରକାରୀ ଘୋଷଣା କରାଯାଇଥିଲା ।[୬୫]

ନରଭକ୍ଷଣ[ସମ୍ପାଦନା]

ଜିମ୍ କର୍ବେଟ୍ ମାରିଥିବା ପାନାର୍ ନରଖାଦକ କଲରାପତ୍ରିଆ ବାଘ

ଭୌଗୋଳିକ ପରିବାସ ଓ ଐତିହାସିକ ଘଟଣା କ୍ରମକୁ ଦେଖିଲେ କଲରାପତ୍ରିଆ ବାଘଙ୍କଦ୍ୱାରା ମନୁଷ୍ୟଙ୍କ ଉପରେ ହୋଇଥିବା ଆକ୍ରମଣର ହାର ବା ଆବୃତ୍ତିରେ ଭିନ୍ନତା ଦେଖିବାକୁ ମିଳେ । ନେପାଳ ଓ ଭାରତରେ ଏପରି ଆକ୍ରମଣର ଘଟଣା ବହୁବାର ଘଟୁଥିବାର ଜାଣିବାକୁ ମିଳେ ।[୬୬][୬୭] ପାଞ୍ଚଟି ବିଭିନ୍ନ ପ୍ରଜାତିର ବଡ଼ ବିଡ଼ାଳଙ୍କ ମଧ୍ୟରୁ ଜାଗୁଆର ଓ ହିମ କଲରାପତ୍ରିଆ ବାଘଙ୍କ ମନୁଷ୍ୟଙ୍କ ପ୍ରତି ଆକ୍ରାମକତା ସର୍ବନିମ୍ନ ଏବଂ କଲରାପତ୍ରିଆ ବାଘମାନେ ମଧ୍ୟ ନରଭକ୍ଷୀ ହେବାର ସମ୍ଭାବନା କମ୍ ।[୬୮][୬୯] ସାଧାରଣତଃ କଲରାପତ୍ରିଆ ବାଘମାନେ ମନୁଷ୍ୟଙ୍କଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତି ; ମନୁଷ୍ୟମାନେ ନିକଟକୁ ଆସିଲେ ବାଘ ଓ ସିଂହଙ୍କ ତୁଳନାରେ କଲରାପତ୍ରିଆମାନେ ଅଧିକ ସହିଷ୍ଣୁ, କିନ୍ତୁ ଗୋରୁ ଛେଳି ମେଣ୍ଢା ଇତ୍ୟାଦିଙ୍କୁ ଶିକାର କରିବାକୁ ବାଧ୍ୟ ହେଲେ ମନୁଷ୍ୟଙ୍କ ସହିତ ଏମାନଙ୍କ ସଂଘର୍ଷର ସୂତ୍ରପାତ ଘଟିଥାଏ ।[୭୦]

ଦ୍ରୁତ ସହରୀକରଣ ଯୋଗୁଁ ଉନବିଂଶ ଶତାବ୍ଦୀର ଶେଷ ଓ ବିଂଶ ଶତାବ୍ଦୀର ଆରମ୍ଭରେ ଭାରତରେ କଲରାପତ୍ରିଆମାନେ ମନୁଷ୍ୟଙ୍କୁ ଆକ୍ରମଣ କରିବାର ଘଟଣାରେ ବୃଦ୍ଧି ଘଟିଥିଲା ।[୬୮] ଭାରତରେ ଏପରି ଆକ୍ରମଣ ଏବେ ବି ଦେଖିବାକୁ ମିଳେ । କିଛି ସ୍ଥାନରେ ଅନ୍ୟ ହିଂସ୍ର ପଶୁଙ୍କ ତୁଳନାରେ କଲରାପତ୍ରିଆମାନେ ଅଧିକ ମନୁଷ୍ୟଙ୍କ ହତ୍ୟା କରିପକାନ୍ତି ।[୭୧][୭୨]

ବିଶ୍ୱର ଯେଉଁ ସବୁ ସ୍ଥାନରେ କଲରାପତ୍ରିଆ ନରଭକ୍ଷଣ କରନ୍ତି, ତାହାର ହାରର ୧୬ ଗୁଣ ହେଉଛି କେବଳ ନେପାଳର କଲରାପତ୍ରିଆଙ୍କ ନରଭକ୍ଷଣର ହାର । କଲରାପତ୍ରିଆ ବାଘ ଏଠାରେ ପ୍ରତି ୧୦ ଲକ୍ଷ ଜନବସତିରେ ବର୍ଷକୁ ୧.୯ଟି ମୃତ୍ୟୁର କାରଣ ସାଜିଥାନ୍ତି । ହିମାଳୟର ନିମ୍ନଦେଶ, ତେରାଇ ଓ ମଧ୍ୟୋଚ୍ଚ ଅଞ୍ଚଳରେ ଅଧିକାଂଶ ଆକ୍ରମଣ ହୋଇଥାଏ ।[୬୭]

ମଣିଷ ପକ୍ଷେ ଏକ କଲରାପତରିଆ ବାଘକୁ ମାରିବା ସମ୍ଭବପର ; ପ୍ରକାଶିତ ଏକ ରିପୋର୍ଟ୍ ଅନୁଯାୟୀ ଜଣେ ୫୬ ବର୍ଷୀୟା ବୃଦ୍ଧା କେବଳ ଦାଆ ଓ ଶାବଳ ଯୋଗେ ତାକୁ ଆକ୍ରମଣ କରୁଥିବା ଏକ କଲରାପତ୍ରିଆ ବାଘକୁ ମାରି ପକାଇଥିଲା ଓ ଗୁରୁତର ଭାବେ କ୍ଷତାକ୍ତ ହେବା ସତ୍ତ୍ୱେ ପରେ ବଞ୍ଚିଯାଇପାରିଲା ।[୭୩] ବିଶ୍ୱର ବିଭିନ୍ନ ସ୍ଥାନରେ ଘଟୁଥିବା ରାମ୍ପୁଡ଼ା-କାମୁଡ଼ା ତଥା ମରଣାନ୍ତକ ସାଜୁନଥିବା ଆକ୍ରମଣ ସେତେଟା ପ୍ରକାଶିତ ହୁଏନାହିଁ ।[୭୪] କେତେକ ଉଲ୍ଲେଖଯୋଗ୍ୟ ନରଖାଦକ କଲରାପତରିଆ ବାଘ ହେଲେ : ପାନାର୍ ନରଖାଦକ, ମଧ୍ୟ ପ୍ରଦେଶ (ତତ୍କାଳୀନ Central Provinces)ର ନରଭକ୍ଷୀ କଲରାପତରିଆ ବାଘ, ରୁଦ୍ରପ୍ରୟାଗର ପ୍ରସିଦ୍ଧ ନରଭକ୍ଷୀ କଲରାପତରିଆ ବାଘ, ଗୁମ୍ମାଲପୁରର କଲରାପତ୍ରିଆ ବାଘ, ୟେଲାଗିରି ପାହାଡ଼ର କଲରାପତ୍ରିଆ ବାଘ ଓ ଗୋଲିସ୍ ପର୍ବତ ଶ୍ରେଣୀର କଲରାପତରିଆ ବାଘ ।[୭୫]

ସଂରକ୍ଷଣ[ସମ୍ପାଦନା]

ଯନ୍ତାରେ ବନ୍ଦୀ ଥିବା ଏକ କଲରାପତ୍ରିଆ ବାଘ

CITESର ପ୍ରଥମ ଅନୁଚ୍ଛେଦରେ ସମଗ୍ର କଲରାପତରିଆ ବାଘ ପ୍ରଜାତି ତାଲିକାଭୁକ୍ତ ।[୧] ନେପାଳ ଓ ଭାରତ CITES ସହିତ ଅନୁବଦ୍ଧ ଥିଲେ ହେଁ ଉଭୟ ଦେଶର କାର୍ଯ୍ୟକାରୀ ବିଭାଗ ଏହି ସଂସ୍ଥାର ଚିନ୍ତାର ସତ୍ୟତାକୁ ସ୍ୱୀକାର କରନ୍ତି ନାହିଁ । ଅବୈଧ ଶିକାରର ଗତିବିଧି ନିରୀକ୍ଷଣ ପାଇଁ ଆବଶ୍ୟକୀୟ ପ୍ରଶିକ୍ଷିତ ମାନବ ସମ୍ବଳ, ଭିତ୍ତିଭୂମି ଓ ଗୋଇନ୍ଦା ସେବାର ବ୍ୟବସ୍ଥା ଅଦ୍ୟାବଧି ଆଶାନୁରୂପ ଭାବେ ପ୍ରତିଷ୍ଠିତ ହୋଇପାରିନାହିଁ ।[୫୩]

ପ୍ରଥମ ବିଶ୍ୱଯୁଦ୍ଧୋତର ଭାରତରେ ଫ୍ରେଡେରିକ୍ ୱାଲ୍ଟର୍ ଚାମ୍ପ୍ୟନ୍ ସର୍ବ ପ୍ରଥମେ ଚିତ୍ତବିନୋଦନ ପାଇଁ କଲରାପତ୍ରିଆ ବାଘଙ୍କ ଶିକାର ପ୍ରଥାର ତୀବ୍ର ନିନ୍ଦା କରିଥିଲେ ଓ ସେମାନଙ୍କ ସଂରକ୍ଷଣ ପ୍ରତି ଦୃଷ୍ଟି ଆକର୍ଷଣ କରାଇଥିଲେ ।[୭୬] କୁଅଁର ବିଲି ଅର୍ଜନ ସିଂହ ମଧ୍ୟ ୧୯୭୦ ମସିହାରୁ ଏହି ଦିଗରେ କାମ କରି ଆସିଥିଲେ ।[୭୭] ଭାରତରେ ଅଳ୍ପ କିଛି ସ୍ଥାନରେ କଲରାପତ୍ରିଆ ବାଘଙ୍କ ପାଇଁ ରକ୍ଷା କେନ୍ଦ୍ରମାନ ରହିଛି ; ଯଥା ଜୁନ୍ନାରସ୍ଥିତ ମାନିକଦୋଃ କଲରାପତ୍ରିଆ ଉଦ୍ଧାର କେନ୍ଦ୍ର ।[୭୮] ଆଉ ଅଧିକ ଉଦ୍ଧାର କେନ୍ଦ୍ର ସ୍ଥାପନାର ଯୋଜନା ମଧ୍ୟ ରହିଛି ।[୭୯] କିଛି ବନ୍ୟଜୀବ ବିଶେଷଜ୍ଞଙ୍କ ମତାନୁଯାୟୀ ଏପରି ଅଧିକ କଲରାପତ୍ରିଆ ଉଦ୍ଧାର କେନ୍ଦ୍ର ସ୍ଥାପନାରୁ ବେଶୀ ଲାଭ ମିଳିନପାରେ । ବରଂ ମନୁଷ୍ୟଙ୍କୁ ସଚେତନ କରାଇବା, ଜଙ୍ଗଲ ଜମିକୁ ଚରିବା କିମ୍ବା ଚାଷ କରିବା ପାଇଁ ହେଉଥିବା ବ୍ୟାପକ ବ୍ୟବହାର ଉପରେ କଟକଣା ଲଗାଇବା, ଅଧିକ ଦାୟିତ୍ତ୍ୱବାନ ବନ କର୍ମଚାରୀ ଓ ସୁଚିନ୍ତିତ ପରିଚାଳନା ବ୍ୟବସ୍ଥାଦ୍ୱାରା ମନୁଷ୍ୟ ଓ କଲରାପତ୍ରିଆ ବାଘଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସଂଘର୍ଷକୁ କମ୍ କରିହେବ । ଫଳରେ ସେମାନଙ୍କ ସଂରକ୍ଷଣରେ ମଧ୍ୟ ସହାୟତା ମିଳିବ ।[୮୦]

ସଂସ୍କୃତି ଓ ସାହିତ୍ୟରେ କଲରାପତ୍ରିଆ ବାଘ[ସମ୍ପାଦନା]

  • ରୁଡ୍ୟାର୍ଡ୍ କିପ୍ଲିଂଙ୍କ ୧୮୯୪ ମସିହାର ଉପନ୍ୟାସ ଦ ଜଙ୍ଗଲ୍ ବୁକ୍ (The Jungle Book)ରେ ଉଲ୍ଲିଖିତ ବଗୀରା ଚରିତ୍ରଟି ଏକ କଳା ରଙ୍ଗର କଲରାପତ୍ରିଆ ବାଘ । ଏହି ପୁସ୍ତକ ଉପରେ ୧୯୬୭ ଓ ୨୦୧୬ ମସିହାରେ ଡିସ୍‍ନିଦ୍ୱାରା ନିର୍ମିତ ଚଳଚ୍ଚିତ୍ର ପର୍ଯ୍ୟବସିତ ଥିଲା ।[୮୧]
  • ଜିମ୍ କର୍ବେଟ୍‍ଙ୍କ ଲିଖିତ ଦ ମ୍ୟାନ୍-ଇଟର୍ସ୍ ଅଫ୍ କୁମାଓଁ (Man-Eaters of Kumaon) ପୁସ୍ତକଟିରେ ତତ୍କାଳୀମ କୁମାୟୁଁ ଅଞ୍ଚଳର ନରଭକ୍ଷୀ ମହାବଳ ବାଘ ଓ କଲରାପତ୍ରିଆ ବାଘଙ୍କ ବିଷୟରେ ବର୍ଣ୍ଣନା ରହିଛି ।[୮୨]
  • ଗୌରୀ ବପତ୍‍ଙ୍କଦ୍ୱାରା ଲିଖିତ ଓ ସୁଜୟ ଡହାକେଙ୍କଦ୍ୱାରା ନିର୍ଦ୍ଦେଶିତ ୨୦୧୪ ମସିହାର ମରାଠୀ ଚଳଚ୍ଚିତ୍ର ‘ଅଜୁବା’ ଏକ ସତ୍ୟ ଘଟଣା ଉପରେ ଆଧାରିତ ବୋଲି ବିଶ୍ୱାସ କରାଯାଏ ।[୮୩] ମଲ୍‍ଶେଜ ଘାଟରୁ ମୁମ୍ବାଇ ପର୍ଯ୍ୟନ୍ତ ଅଜୁବା ନାମକ ଏକ କଲରାପତ୍ରିଆ ବାଘର ୨୯ ଦିନର ପଦଯାତ୍ରା ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ।

ଗ୍ୟାଲେରି[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Stein, A.B.; Athreya, V.; Gerngross, P.; Balme, G.; Henschel, P.; Karanth, U.; Miquelle, D.; Rostro, S.; Kamler, J.F.; Laguardia, A. (2016). "Panthera pardus". The IUCN Red List of Threatened Species. IUCN. 2016: 15954/102421779. doi:10.2305/IUCN.UK.2016-1.RLTS.T15954A50659089.en. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  2. ୨.୦ ୨.୧ ୨.୨ ୨.୩ ୨.୪ Nowell, K.; Jackson, P. (1996). "Leopard Panthera pardus (Linnaeus, 1758)". Wild Cats: status survey and conservation action plan. Gland, Switzerland: IUCN/SSC Cat Specialist Group. {{cite book}}: Check |archiveurl= value (help); Unknown parameter |deadurl= ignored (|url-status= suggested) (help)
  3. Singh, H. S.; Gibson, L. (2011). "A conservation success story in the otherwise dire megafauna extinction crisis: The Asiatic lion (Panthera leo persica) of Gir forest" (PDF). Biological Conservation. 144 (5): 1753–1757. doi:10.1016/j.biocon.2011.02.009. Archived (PDF) from the original on 2017-08-08. Retrieved 2019-03-26.
  4. Pandit, M. W.; Shivaji, S.; Singh, L. (2007). You Deserve, We Conserve: A Biotechnological Approach to Wildlife Conservation. New Delhi: I. K. International Publishing House Pvt. Ltd. ISBN 9788189866242.
  5. ୫.୦ ୫.୧ Bhattacharya, A. (2015). "Finally, India gets a count of its leopard numbers: 12,000-14,000". Times of India. Archived from the original on 27 November 2015. Retrieved 20 February 2016.
  6. Mazoomdaar, J. (2015). First ever leopard census: India should not feel too smug too soon Archived 2020-04-28 at the Wayback Machine.. The Indian Express, 7 September 2015.
  7. ୭.୦ ୭.୧ Meyer, F. A. A. (1794). "Über de la Metheries schwarzen Panther". Zoologische Annalen. Erster Band. Weimar: Im Verlage des Industrie-Comptoirs. pp. 394–396. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  8. Hodgson, B. H. (1863). Leopardus perniger, Hodgson. Catalogue of the Specimens and Drawings of Mammalia, Birds, Reptiles and Fishes of Nepal and Tibet. London: British Museum.
  9. Pocock, R. I. (1930). "The Panthers and Ounces of Asia". Journal of the Bombay Natural History Society. 34 (2): 307–336.
  10. ୧୦.୦ ୧୦.୧ Miththapala, S.; Seidensticker, J.; O'Brien, S. J. (1996). "Phylogeographic Subspecies Recognition in Leopards (Panthera pardus): Molecular Genetic Variation". Conservation Biology. 10 (4): 1115–1132. doi:10.1046/j.1523-1739.1996.10041115.x.
  11. ୧୧.୦ ୧୧.୧ ୧୧.୨ Uphyrkina, O.; Johnson, E.W.; Quigley, H.; Miquelle, D.; Marker, L.; Bush, M.; O'Brien, S. J. (2001). "Phylogenetics, genome diversity and origin of modern leopard, Panthera pardus" (PDF). Molecular Ecology. 10 (11): 2617–2633. doi:10.1046/j.0962-1083.2001.01350.x. PMID 11883877. Archived from the original (PDF) on 2020-04-28. Retrieved 2019-03-26.
  12. ୧୨.୦ ୧୨.୧ Pocock, R. I. (1939). "Panthera pardus". The fauna of British India, including Ceylon and Burma. Mammalia. – Volume 1. London: Taylor and Francis. pp. 222–239. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help)
  13. Menon, V. (2014). Indian Mammals: A Field Guide. Gurgaon, India: Hachette India. ISBN 978-93-5009-761-8.
  14. Times of India (2016). "Is this the longest leopard in India?". Bennett, Coleman & Co. Ltd. Archived from the original on 2019-04-06. Retrieved 2019-03-26.
  15. The Tribune (2016). "Leopard shot in Bilaspur turns out to be a record breaker". The Tribune Trust. Archived from the original on 2019-03-26. Retrieved 2019-03-26.
  16. Francis, C.M. (2008). A Field Guide to the Mammals of Southeast Asia. London, UK: New Holland. p. 296. ISBN 978-1-84537-735-9.
  17. Khan, M. A. R. (2009). "Endangered mammals of Bangladesh". Oryx. 18 (3): 152. doi:10.1017/S0030605300019001.
  18. "Occurrence and conservation of the Indian Leopard (Mammalia: Carnivora: Felidae: Panthera pardus) in Cox's Bazar District of Bangladesh". Journal of Threatened Taxa. 9 (6): 10320–10324. 2017. doi:10.11609/jott.1898.9.6.10320-10324. {{cite journal}}: Cite uses deprecated parameter |authors= (help)
  19. Laguardia, A.; Kamler, J. F.; Li, S.; Zhang, C.; Zhou, Z.; Shi, K. (2017). "The current distribution and status of leopards Panthera pardus in China". Oryx. 51 (1): 153−159. doi:10.1017/S0030605315000988.
  20. Jerdon, T.C. (1874). Mammals of India: a natural history of the animals known to inhabit continental India. John Wheldon, London.
  21. "Animal bytes – Panthera pardus". Sea World. Archived from the original on 24 ଜୁନ 2008. Retrieved 6 ଜୁନ 2008.
  22. Estes, R. (1991). The Behavior Guide to African Mammals, Including Hoofed Mammals, Carnivores, Primates. Los Angeles: The University of California Press. ISBN 978-0520080850.
  23. Odden, M.; Wegge, P. (2005). "Spacing and activity patterns of leopards Panthera pardus in the Royal Bardia National Park, Nepal" (PDF). Wildlife Biology. 11 (2): 145–152. doi:10.2981/0909-6396(2005)11[145:SAAPOL]2.0.CO;2. Archived from the original (PDF) on 28 ଜୁଲାଇ 2011. Retrieved 24 ଫେବୃଆରୀ 2011.
  24. Burnie, D; Wilson, D. E. (2001). Animal: The Definitive Visual Guide to the World's Wildlife'. DK Adult. ISBN 978-0789477644.
  25. Boitani, L. (1984). Simon & Schuster's Guide to Mammals. Simon & Schuster/Touchstone Books. ISBN 978-0-671-42805-1.
  26. Mondal, K.; Gupta, S.; Bhattacharjee, S.; Qureshi, Q.; K. Sankar (2012). "Prey selection, food habits and dietary overlap between leopard Panthera pardus (Mammalia: Carnivora) and re-introduced tiger Panthera tigris (Mammalia: Carnivora) in a semi-arid forest of Sariska Tiger Reserve, Western India". Italian Journal of Zoology. 79 (4): 607–616. doi:10.1080/11250003.2012.687402. {{cite journal}}: Unknown parameter |last-author-amp= ignored (|name-list-style= suggested) (help)
  27. Srivastava, K. K.; Bhardwaj, A. K.; Abraham, C. J.; Zacharias, V. J. (1996). "Food habits of mammalian predators in Periyar Tiger Reserve, South India". The Indian Forester. 122 (10): 877–883. Archived from the original on 20 January 2015. Retrieved 22 March 2013.
  28. Sadleir, R. (1966). "Notes on the Reproduction of the larger Felidae". International Zoo Yearbook. 6: 184–87. doi:10.1111/j.1748-1090.1966.tb01746.x.
  29. Hemmer, H. (1976). "Gestation period and postnatal development in felids". In R.L. Eaton (ed.). The World's Cats. Vol. 3. Carnivore Research Institute. pp. 143–165.
  30. Eaton, R.L. (1977). "Reproductive biology of the leopard". Zoologischer Garten. 47 (5): 329–351.
  31. Sunquist, M. E.; Sunquist, F. (2002). Wild Cats of the World. Chicago: University of Chicago Press. p. 325. ISBN 978-0-226-77999-7.
  32. "Leopard (Panthera pardus); Physical characteristics and distribution". Comparative Mammalian Brain Collections. Archived from the original on 2011-01-03. Retrieved 2019-03-26.
  33. McDougal, C. (1988). "Leopard and Tiger Interactions at Royal Chitwan National Park, Nepal". Journal of the Bombay Natural History Society. 85: 609–610. Archived from the original on 2019-03-26. Retrieved 2019-03-26.
  34. "Do tigers displace leopards? If so, why?". Ecological Research. 25 (4): 875–881. 2010. {{cite journal}}: Cite uses deprecated parameter |authors= (help)
  35. "Feeding niche of Asiatic Lion (Panthera leo persica) and Leopard (Panthera pardus) in the Gir Protected Area". Tigerpaper. 26 (2): 12–15. 1999. {{cite journal}}: Cite uses deprecated parameter |authors= (help)
  36. Jhala, Y. V.; Gopal, R.; Qureshi, Q., eds. (2008). Status of the Tigers, Co-predators, and Prey in India (PDF). TR 08/001. National Tiger Conservation Authority, Govt. of India, New Delhi; Wildlife Institute of India, Dehradun. Archived from the original (PDF) on 2 June 2013.
  37. "Common and snow leopards share prey, but not habitats: competition avoidance by large predators?". Journal of Zoology. 291 (2): 127–135. 2013. {{cite journal}}: Cite uses deprecated parameter |authors= (help)
  38. Appel, A., Ghimirey, Y., Acharya, R. (2012). Status assessment of wild felids with a special focus on clouded leopard and Asian golden cat in the Hugu-Kori forest, Annapurna Conservation Area, Nepal. Report submitted to Point Defiance Zoo and Aquarium and Wuppertal Zoo Association. Friends of Nature, Kathmandu.
  39. Borah, J.; Sharma, T.; Das, D.; Rabha, N.; Kakati, N.; Basumatary, A.; Ahmed, M. F.; Vattakaven, J. (2013). "Abundance and density estimates for common leopard Panthera pardus and clouded leopard Neofelis nebulosa in Manas National Park, Assam, India". Oryx. 48: 149–155. doi:10.1017/S0030605312000373.
  40. ୪୦.୦ ୪୦.୧ Gurung, K. K. (1983). Heart of the Jungle. London: André Deutsch.
  41. Nabi, D. G.; Tak, S. R.; Kangoo, K.A.; Halwai, M. A. (2009). "Increasing incidence of injuries and fatalities inflicted by wild animals in Kashmir". Injury. 40 (1): 87–89. doi:10.1016/j.injury.2008.06.042. PMID 19131062.
  42. Karanth, K. K.; Nichols, J. D.; Hines, J. E.; Karanth, K. U.; Christensen, N. L. (2009). "Patterns and determinants of mammal species occurrence in India". Journal of Applied Ecology. doi:10.1111/j.1365-2664.2009.01710.x.
  43. "Watch Villagers Save Drowning Leopard in Dramatic Rescue". 2016-08-04. Archived from the original on 2018-08-12. Retrieved 2018-08-12.
  44. "Leopard rescued from well in eastern India". USA TODAY (in ଇଂରାଜୀ). Archived from the original on 2018-08-12. Retrieved 2018-08-12.
  45. "Leopard rescued from well, released". The Hindu (in Indian English). Special Correspondent. 2018-08-11. ISSN 0971-751X. Archived from the original on 2020-04-25. Retrieved 2018-08-12.{{cite news}}: CS1 maint: others (link)
  46. ୪୬.୦ ୪୬.୧ ୪୬.୨ ୪୬.୩ ୪୬.୪ Banks, D., Lawson, S., Wright, B. (eds.) (2006). Skinning the Cat: Crime and Politics of the Big Cat Skin Trade Archived 2021-01-02 at the Wayback Machine.. Environmental Investigation Agency, Wildlife Protection Society of India
  47. ୪୭.୦ ୪୭.୧ ୪୭.୨ Banks, D. (2004). The Tiger Skin Trail. Environmental Investigation Agency.
  48. Wildlife Trust of India (2008). Leopard skin traders arrested in UP; eight skins recovered. Wildlife Trust of India, 29 July.
  49. Ghosh, A. (2008). 27 leopard skins seized in 45 days Archived 2019-03-26 at the Wayback Machine.. Wildlife Protection Society of India.
  50. The Hindu (2008). Leopard skin, other wildlife products seized; five held Archived 2019-03-26 at the Wayback Machine..
  51. Wildlife Protection Society of India (2009). Leopard Skins Seized in Dehradun Archived 2019-03-26 at the Wayback Machine., 18 March 2009.
  52. The Indian Express Limited (2010). 4 with leopard hide held, role of politician to be probed, 12 October 2010.
  53. ୫୩.୦ ୫୩.୧ Aryal, R. S. (2009). CITES : Implementation in Nepal and India, Law, Policy and Practice (PDF) (2nd ed.). Kathmandu: Bhrikuti Academic Publications. ISBN 99933-673-3-8.[permanent dead link]
  54. Yonzon, P. (2008). Conservation of Tigers in Nepal 2007. Wildlife Conservation Nepal
  55. Wildlife Trust of India (2008). Cross-border wildlife traders arrested in Nepal with WTI’s help. Wildlife Trust of India, 12 May.
  56. Wildlife Protection Society of India (2010). Leopards Battling For Survival In India Archived 2022-11-22 at the Wayback Machine.. Wildlife Protection Society of India, 18 May 2010.
  57. "Four Leopards a week enter India's illegal wildlife trade" (in ଇଂରାଜୀ). Archived from the original on 2018-08-12. Retrieved 2018-08-12.
  58. Sears, S. (2008). "Mumbai Leopards: Killers or Victims?" Archived 2011-07-16 at the Wayback Machine. Wildlife Extra, 11 April 2008.
  59. Sears, S. (2009). "The wild leopards of Oman and Nepal – And how to see them" Archived 2011-10-17 at the Wayback Machine.. Wildlife Extra, April 2009.
  60. Athreya, V., Belsare, A. (2007). Human – Leopard Conflict Management Guidelines. Kaati Trust, Pune, India.
  61. Dollar, L. (2016). "Leopards of India's Silicon City". National Geographic (blogs). Archived from the original on 2016-01-04. Retrieved 2016-02-07.
  62. "Almost half of Karnataka 'lives' with leopards". The Hindu. 2015. ISSN 0971-751X. Archived from the original on 2020-04-27. Retrieved 2016-02-15.
  63. "Nature Conservation Foundation - The secret lives of leopards". ncf-india.org. Archived from the original on 2016-04-29. Retrieved 2016-02-15.
  64. "Leopard Spotted Inside Bengaluru School". The New Indian Express. Archived from the original on 2016-02-08. Retrieved 2016-02-07.
  65. Kumar, P., Chandel, S., Kumar, V. and Sankhyan, V. (2017). "Leopard–Human Conflict Led Casualties and Conservation Awareness Campaign in Shivalik Hills of Northern India". Proceedings of the National Academy of Sciences, India Section B: Biological Sciences. 87 (3): 893−898. doi:10.1007/s40011-015-0653-3.{{cite journal}}: CS1 maint: multiple names: authors list (link)
  66. Athreya, V. (2012). Conflict resolution and leopard conservation in a human dominated landscape (Ph.D.). Manipal University. Archived from the original on 15 November 2022. Retrieved 29 March 2013.
  67. ୬୭.୦ ୬୭.୧ Maskey, T. M.; Bauer, J.; Cosgriff, K. (2001). Village children, leopards and conservation. Patterns of loss of human live through leopards (Panthera pardus) in Nepal (Report). Kathmandu, Nepal: Department of National Parks and Wildlife Conservation/Sustainable Tourism CRC. 
  68. ୬୮.୦ ୬୮.୧ Quigley, H.; Herrero, S. (2005). "Chapter 3: Characterization and prevention of attacks on humans". In Woodroffe, R.; Thirgood, S.; Rabinowitz, A. (eds.). People and wildlife: Conflict or co-existence?. Cambridge University Press. pp. 27–48. ISBN 9780521825054.
  69. Inskip, C.; Zimmermann, A. (2009). "Human-felid conflict: A review of patterns and priorities worldwide". Oryx. 43 (1): 18–34. doi:10.1017/S003060530899030X.
  70. Quammen, D. (2003). Monster of God: The Man-Eating Predator in the Jungles of History and the Mind. New York: W. W. Norton & Company. pp. 55–61. ISBN 9780393326093. Retrieved 20 March 2013.
  71. Kimothi, P. (2011). "Losers on both sides as man-animal war rages". The Pioneer. Archived from the original on 2 March 2011. Retrieved 22 March 2013.
  72. Athreya, V. R.; Thakur, S. S.; Chaudhuri, S.; Belsare, A. V. (2004). A study of the man-leopard conflict in the Junnar Forest Division, Pune District, Maharashtra (Report). Submitted to the Office of the Chief Wildlife Warden, Maharashtra State Forest Department, and the Wildlife Protection Society of India, New Delhi, India. http://ncra.tifr.res.in/~rathreya/JunnarLeopards/report.pdf. Retrieved 22 March 2013. [permanent dead link]
  73. "Indian woman survives leopard attack after fighting predator for 30 minutes". The Telegraph. 27 August 2014. Archived from the original on 27 August 2014. Retrieved 27 August 2014.
  74. Löe, J.; Röskaft, E. (2004). "Large carnivores and human safety: A review". AMBIO: A Journal of the Human Environment. 33 (6): 283–288. doi:10.1579/0044-7447-33.6.283.
  75. Corbett, E. J. (1954). The temple tiger and more man-eaters of Kumaon. London: Oxford University Press. pp. 64–86. OCLC 1862625. Retrieved 29 March 2013.
  76. Champion, F.W. (1934). What is the Use of Leopards? In: "The Jungle in Sunlight and Shadow". Natraj Publishers, New Delhi.
  77. Singh, A. (1982). Prince of Cats. Jonathan Cape, London. ISBN 978-0195654028.
  78. "Manikdoh Leopard rescue centre to get facelift". dna. 2013. Archived from the original on 2022-11-22. Retrieved 2018-08-12.
  79. "Kanpur zoo to propose leopard rescue centre - Times of India". The Times of India. Archived from the original on 2022-11-23. Retrieved 2018-08-12.
  80. "Protected parks or change in human behaviour: what will save the threatened leopards of Gujarat?". india.mongabay.com. 2018. Archived from the original on 2018-08-12. Retrieved 2018-08-12.
  81. "Ben Kingsley to Voice Bagheera in Disney's The Jungle Book". Deadline. June 25, 2014. Archived from the original on 29 June 2014. Retrieved June 25, 2014.
  82. Man-Eaters of Kumaon (1944), Jim Corbett, Oxford University Press, Bombay.
  83. "Marathi film 'Ajoba' based on a leopard's fascinating journey, Urmila plays a wildlife biologist". Archived from the original on 2019-03-26. Retrieved 2019-03-26.

ଆହୁରି ପଢ଼ିପାରିବେ[ସମ୍ପାଦନା]

ଅନ୍ୟାନ୍ୟ ଲିଂକ୍[ସମ୍ପାଦନା]