ହେମା ସେୟାଦ

ଉଇକିପିଡ଼ିଆ‌ରୁ
(Hema Seyadରୁ ଲେଉଟି ଆସିଛି)
ହେମା ସେୟାଦ
ହେମା ସେୟାଦ
Born
କ୍ରିଷ୍ଣା ବେନି

Occupationଅଭିନେତ୍ରୀ
Years active୧୯୮୯ରୁ-ଏବେଯାଏଁ
Spouseସେୟାଦ ଜାନ୍ ଅହମଦ୍(୧୯୯୩ରୁ- ଏବେଯାଏଁ)[୧]
Childrenଇସା ସେୟଦ
Parentଲକ୍ଷ୍ମୀ(ମାଆ)

ହେମା ସେୟଦ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ କଥାଚିତ୍ରରେ ସ‌ହକାରୀ ଅଭିନେତ୍ରୀ ଏବଂ ହାସ୍ୟାତ୍ମକ କଳାକାର ଭାବରେ ଅଭିନୟ କରନ୍ତି ।[୨] ସେ ପାଖାପାଖି ୨୫୦ରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।[୩][୪] ହେମା କିଛି ତାମିଲ କଥାଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହେମା ଆନ୍ଧ୍ର ପ୍ରଦେଶର ପୂର୍ବ ଗୋଦାବରୀ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ । ଜନ୍ମ‌ବେଳେ ତାଙ୍କର ନାମ ଥିଲ୍ଲା କ୍ରିଷ୍ଣା ବେନି । ଗୋଦାବରୀ ନ‌ଦୀପାଖରେ ତାଙ୍କର ଘର । ଅଭାବ ଅନାଟନ ପାଇଁ ସେ ସପ୍ତମ ଶ୍ରେଣୀ ଯାଏଁ ପାଠ ପଢ଼ିବାକୁ ସକ୍ଷମ ହୋଇଥିଲେ । ପରେ ପରେ ସେ କଥାଚିତ୍ର ଜଗତରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ହେମାଙ୍କର ହସ ପାଇଁ ସେ ଅଧିକ ଲୋକପ୍ରିୟ ହୋଇପାରିଥିଲେ ।

୧୯୯୩ ମସିହାରେ ହେମା ଜାନ୍ ସେୟଦଙ୍କୁ ବିବାହ କରିଥିଲେ ।[୫] ତାଙ୍କର ଗୋଟିଏ ଝିଅ ଅଛି ।[୧]

କଥାଚିତ୍ର ଜୀବନ[ସମ୍ପାଦନା]

ହେମା ତାଙ୍କର ପିଲାଦିନରୁ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ । ୧୯୮୯ରେ ସେ କଥାଚିତ୍ରରେ ଅଭିନୟ କରିବାର ସୁଯୋଗ ପାଇଥିଲେ । ସେ କଥାଚିତ୍ର ଦୁନିଆକୁ ଆସିବା ପରେ ତାଙ୍କର ନାମ କ୍ରିଷ୍ଣାରୁ ହେମାକୁ ପରିବର୍ତ୍ତନ କରିଥିଲେ । ତାଙ୍କର ହସ ହସ ମୁହଁ ପାଇଁ ସେ ସଭିଙ୍କଠାରେ ଲୋପ୍ରିୟ ହୋଇପାରିଥିଲେ । ସ‌ହକାରୀ ଅଭିନେତ୍ରୀ ଭାବରେ ସେ କାମ କରିଥିଲେ ତେଲୁଗୁ କଥାଚିତ୍ର ଜଗତରେ । ସ‌ହକାରୀ ଅଭିନେତ୍ରୀ ସାଙ୍ଗକୁ ହାସ୍ୟାଭିନେତ୍ରୀ ଭାବରେ ମଧ୍ୟ ସେ ଅଭିନୟ କରନ୍ତି ।

୧୯୯୩ରେ ହେମା ବିବାହ କରିଥିଲେ । ବିବାହ ପରେ ସେ କିଛିଦିନ ପାଇଁ ଅଭିନୟ ଦୁନିଆରୁ ଅବସର ନେଇଥିଲେ । ପରେ ପରେ ମହେଶ ବାବୁଙ୍କ ଅଭିନୀତ ଚଳଚ୍ଚିତ୍ର ମୁରାରୀରେ ସେ ପୁଣିଥରେ ଅଭିନୟକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ହେମା ୨୫୦ଟିରୁ ଅଧିକ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

୨୦୧୪ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ହେମା ଆନ୍ଧ୍ରର ଆଞ୍ଚଳିକ ଦଳ ଜୟ ସାମୟିକ ଆନ୍ଧ୍ର ଦଳ(JSP) ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ମାତ୍ର ସେ ନିର୍ବାଚନରେ ପରାଜିତ ହୋଇଥିଲେ ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ Seshagirirao, Vandana. "Hema". Retrieved 21 March 2017.
  2. "Character Artist Hema had a terrific accident". zimbio.com. 3 November 2009. Retrieved 30 January 2013.
  3. "Tollywood » Actress » Hema". telugucolours.com. Retrieved 21 March 2017.
  4. "Actress Hema to contest from Mandapeta". timesofindia.indiatimes.com. Retrieved 21 March 2017.
  5. "HEMA SYED". National Election Watch. Retrieved 21 March 2017.
  6. "actress hema contest from mandapeta". actors9.com. Archived from the original on 19 April 2014. Retrieved 21 March 2017.