ହରିହର ମହାନ୍ତି

ଉଇକିପିଡ଼ିଆ‌ରୁ
(Harihar Mohantyରୁ ଲେଉଟି ଆସିଛି)
ହରିହର ମହାନ୍ତି
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୨ – ୧୯୫୭
ପୂର୍ବ ଅଧିକାରୀଗିରିଶ ଚନ୍ଦ୍ର ରାୟ, ସୁରେନ୍ଦ୍ର ସିଂହ
ପର ଅଧିକାରୀସନ୍ତୋଷ କୁମାର ସାହୁ
ନିର୍ବାଚନ ମଣ୍ଡଳୀବାରିପଦା
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୭ ଫେବୃଆରୀ ୧୯୭୩
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳପ୍ରଜା ସୋସିଆଲିଷ୍ଟ ପାର୍ଟି
ଜୀବନ ସାଥୀଶୀତଲ କୁମାରୀ ମହାନ୍ତି
ବାପା/ବୋଉଫକୀର ଚରଣ ମହାନ୍ତି
ବୃତ୍ତିରାଜନୀତିଜ୍ଞ

ହରିହର ମହାନ୍ତି (ମୃତ୍ୟୁ: ୭ ଫେବୃଆରୀ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ହରିହର ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୨ୟ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ପରିବାର[ସମ୍ପାଦନା]

ହରିହର ମହାନ୍ତିଙ୍କର ବାପାଙ୍କ ନାମ ଫକୀର ଚରଣ ମହାନ୍ତି ଏବଂ ତାଙ୍କ ପତ୍ନୀଙ୍କ ନାମ ଶୀତଲ କୁମାରୀ ମହାନ୍ତି ।[୧] ତାଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକୋତ୍ତର ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହରିହର ଓଡ଼ିଶା ରାଜନୀତିରେ ପ୍ରଜା ସୋସିଆଲିଷ୍ଟ ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ ।[୧]

୧୯୫୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ହରିହର ମହାନ୍ତି ପ୍ରଜା ସୋସିଆଲିଷ୍ଟ ପାର୍ଟିର ପ୍ରାର୍ଥୀ ଭାବରେ ବାରିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସ୍ୱାଧୀନ ପ୍ରାର୍ଥୀ ସମଲ ମାଝିଙ୍କ ସହ ଯୁଗ୍ମ ଭାବରେ ବିଜୟୀ ହୋଇ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨] ଏହି ବିଧାନ ସଭାରେ ସେ ୧୯୫୭ ମସିହାରୁ ୧୯୬୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ହରିହର ୧୯୭୩ ମସିହାର ଫେବୃଆରୀ ମାସ ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Shri Harihar Mohanty". odishaassembly.nic.in. Odisha Assembly. Retrieved 14 September 2019.
  2. "Orissa 1957". Election Commission of India (in Indian English). Retrieved 2019-06-27.