ହରିହର କରଣ

ଉଇକିପିଡ଼ିଆ‌ରୁ
(Harihar Karanରୁ ଲେଉଟି ଆସିଛି)
ହରିହର କରଣ
ବିଧାୟକ: ୬ଷ୍ଠ, ୭ମ, ୮ମ, ୯ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪ – ୧୯୯୦
ପୂର୍ବ ଅଧିକାରୀସାହେବ ନାଏକ
ପର ଅଧିକାରୀରୁଦ୍ର ମାଧବ ରାୟ
ନିର୍ବାଚନ ମଣ୍ଡଳୀଦଶପଲ୍ଲା
ବିଧାୟକ: ୧୩, ୧୨ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୭ – ୨୦୦୪
ପୂର୍ବ ଅଧିକାରୀରୁଦ୍ର ମାଧବ ରାୟ
ପର ଅଧିକାରୀରୁଦ୍ର ମାଧବ ରାୟ
ନିର୍ବାଚନ ମଣ୍ଡଳୀଦଶପଲ୍ଲା
ବ୍ୟକ୍ତିଗତ ସବିଶେଷ
ଜନ୍ମ(1947-05-05)ମଇ ୫, ୧୯୪୭
କରଡ଼ାପଡ଼ା, ଗଣିଆ, ନୟାଗଡ଼
ମୃତ୍ୟୁ୪ ଫେବୃଆରୀ ୨୦୧୯(2019-02-04) (ବୟସ ୭୧)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀନଳିନୀ ପ୍ରଭା କରଣ
ବାପା/ବୋଉଅନନ୍ତ କରଣ (ବାପା)
ବୃତ୍ତିରାଜନୀତିଜ୍ଞ

ହରିହର କରଣ (୫ ମଇ ୧୯୪୭ - ୪ ଫେବୃଆରୀ ୨୦୧୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ହରିହର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୪, ୧୯୭୭, ୧୯୮୦, ୧୮୮୫, ୧୯୯୦, ୧୯୯୭ ଉପ ନିର୍ବାଚନ ଓ ୨୦୦୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଦଶପଲ୍ଲା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୬ଷ୍ଠ, ୭ମ, ୮ମ, ୯ମ, ୧୧ଶ ଓ ୧୨ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ହରିହର କରଣ ୧୯୪୭ ମସିହାର ମଇ ମାସ ୫ ତାରିଖରେ ଅବିଭକ୍ତ ପୁରୀ ଜିଲ୍ଲାର ଗଣିଆ ନିକଟସ୍ଥ କରଡ଼ାପଡ଼ା ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ କରଣ ଏବଂ ପତ୍ନୀଙ୍କ ନାମ ନଳିନୀ ପ୍ରଭା କରଣ। [୧] ହରିହରଙ୍କର ଶିକ୍ଷାଗତ ଯୋଗ୍ୟତା କଳାରେ ସ୍ନାତକୋତ୍ତର ଥିଲା ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ହରିହର ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କାର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୬ଥର କାର୍ଯ୍ୟ କରିଥିଲେ ।[୧] ସେ ୧୯୮୦ରୁ ୧୯୮୫ ଓ ୧୯୮୬ରୁ ୧୯୮୯ ମସିହାଯାଏଁ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ହରିହର କରଣ ୨୦୧୯ ମସିହାର ମଇ ମାସ ୩୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Shri Harihar Karan". odishaassembly.nic.in. Odisha Assembly. Retrieved 3 May 2020.