ହରପ୍ରସାଦ ମହାପାତ୍ର

ଉଇକିପିଡ଼ିଆ‌ରୁ
(Haraprasad Mahapatraରୁ ଲେଉଟି ଆସିଛି)
ହରପ୍ରସାଦ ମହାପାତ୍ର
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଯଦୁନାଥ ଦାସ ମହାପାତ୍ର
ପର ଅଧିକାରୀପୀତାମ୍ବର ପଣ୍ଡା
ନିର୍ବାଚନ ମଣ୍ଡଳୀସୋର
ବିଧାୟକ: ୪ର୍ଥ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୭ – ୧୯୭୧
ପୂର୍ବ ଅଧିକାରୀକରୁଣାକର ପାଣିଗ୍ରାହୀ
ପର ଅଧିକାରୀଯଦୁନାଥ ଦାସ ମହାପାତ୍ର
ନିର୍ବାଚନ ମଣ୍ଡଳୀସୋର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1923-07-24)୨୪ ଜୁଲାଇ ୧୯୨୩
ମୃତ୍ୟୁ୬ ମଇ ୨୦୨୦(2020-05-06) (ବୟସ ୯୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
ସ୍ୱତନ୍ତ୍ର ପାର୍ଟି
ଜୀବନ ସାଥୀସରୋଜିନୀ ଦେବୀ
ସନ୍ତାନ୨ ପୁଅ, ୫ ଝିଅ
ବାପା/ବୋଉରାଜକିଶୋର ମହାପାତ୍ର (ବାପା)
ବୃତ୍ତିରାଜନୀତିଜ୍ଞ

ହରପ୍ରସାଦ ମହାପାତ୍ର (୨୪ ଜୁଲାଇ ୧୯୨୩ - ୬ ମଇ ୨୦୨୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିରେ ସ୍ୱତନ୍ତ୍ର ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ ଏବଂ ପରେ ଜନତା ପାର୍ଟିରେ ଯୋଗ ଦେଇଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୬୭ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୪ର୍ଥ ଓଡ଼ିଶା ବିଧାନ ସଭାକୁ ଏବଂ ୧୯୭୭ ମସିହାରେ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ଶିକ୍ଷା ଓ ପରିବାର[ସମ୍ପାଦନା]

ହରପ୍ରସାଦ ମହାପାତ୍ର ୧୯୨୩ ମସିହାର ଜୁଲାଇ ମାସ ୨୪ ତାରିଖରେ ବାଲେଶ୍ୱର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ବାପାଙ୍କ ନାମ ରାଜକିଶୋର ମହାପାତ୍ର । ହରପ୍ରସାଦଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା ବିଜ୍ଞାନରେ ସ୍ନାତକ । ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ । ତାଙ୍କ ପତ୍ନୀଙ୍କ ନାମ ସରୋଜିନୀ ଦେବୀ । ଏହି ଦମ୍ପତ୍ତିଙ୍କର ଦୁଇଟି ପୁଅ ଓ ପାଞ୍ଚ ଜଣ ଝିଅ ଅଛନ୍ତି । ହରପ୍ରସାଦ ୧୯୭୧ ମସିହାରୁ ୧୯୭୪ ମସିହାଯାଏଁ ସ୍ୱରାଜ୍ୟ ଖବର କାଗଜର ସମ୍ପାଦକ ଭାବରେ କାର୍ଯ୍ୟ କରିଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ହରପ୍ରସାଦ ୧୯୫୯ ମସିହାରେ ସ୍ୱତନ୍ତ୍ର ପାର୍ଟିରେ ଯୋଗ ଦେଇଥିଲେ ।[୩] ଏହାପରେ ସେ ୧୯୬୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ସ୍ୱତନ୍ତ୍ର ପାର୍ଟିର ପ୍ରାର୍ଥୀ ଭାବରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୪ର୍ଥ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୪] ଏହି ବିଧାନ ସଭାରେ ସେ ୧୯୬୭ ମସିହାରୁ ୧୯୭୧ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ଏହାପରେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ପୁଣିଥରେ ସୋର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୫] ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ହରପ୍ରସାଦ ମହାପାତ୍ର ୨୦୨୦ ମସିହାର ମଇ ମାସ ୬ ତାରିଖରେ ମୃତ୍ୟବରଣ କରିଥିଲେ ।[୬] ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Former Minister passes away". dailypioneer.com. Retrieved 7 May 2021.
  2. "Haraprasad Mahapatra". odishaassembly.nic.in. Odisha Assembly. Retrieved 10 May 2019.
  3. "MLA Haraprasad Mahapatra Profile | SORO Constituency". www.odishahelpline.com. Retrieved 2019-05-11.
  4. "Soro Elections Results 2014, Current MLA, Candidate List of Assembly Elections in Soro, Orissa". www.elections.in. Retrieved 2019-05-11.
  5. "Haraprasad Mohapatra winner in Soro, Odisha Assembly Elections 1977: LIVE Results & Latest News: Election Dates, Polling Schedule, Election Results & Live Election Updates". Latestly (in ଇଂରାଜୀ). Retrieved 2019-05-11.
  6. "ପୂର୍ବତନ ମନ୍ତ୍ରୀ ହରପ୍ରସାଦ ମହାପାତ୍ରଙ୍କ ପରଲୋକ". dharitriepaper.in. 7 May 2022. pp. ୩. Retrieved 7 May 2021.