HIV ସରକାରୀ ସୂଚନାକେନ୍ଦ୍ର
HIV ସରକାରୀ ସୂଚନାକେନ୍ଦ୍ର (HIV.gov), ଯାହା ପୂର୍ବରୁ (AIDS.gov) ନାମରେ ପରିଚିତ ଥିଲା, ଯୁକ୍ତରାଷ୍ଟ୍ରର ସରକାରୀ HIV ଏବଂ AIDS ସମ୍ପର୍କିତ ସୂଚନା ପାଇଁ ଏକ ଇଣ୍ଟରନେଟ୍ ପୋର୍ଟାଲ୍ ଅଟେ। ୧ ଡିସେମ୍ବର ୨୦୦୬ ମସିହାରେ, ୟୁ.ଏସ୍. ହେଲ୍ଥ୍ ଏଣ୍ଡ୍ ହ୍ୟୁମାନ୍ ସର୍ଭିସେସ୍ ଏହାକୁ ଲଞ୍ଚ କରିଥିଲେ, ଯାହା ବିଶ୍ୱ ଏଡସ୍ ଦିବସ ସମୟରେ ହୋଇଥିଲା। ଏହି ସାଇଟ୍ରେ ବିଭିନ୍ନ ସୂଚନା ଏବଂ ଲିଙ୍କ୍ ଥାଏ, ଯାହା ଦ୍ୱାରା ଉପଯୋଗକର୍ତ୍ତାମାନେ ସହଜରେ ଚାହିଁଥିବା ତଥ୍ୟକୁ ପାଇପାରନ୍ତି।[୧][୨]
HIV ସୂଚନାକେନ୍ଦ୍ରକୁ ସାଧାରଣ ଲୋକ, ସରକାରୀ କର୍ମଚାରୀ/ଏଜେନ୍ସି, ରାଜ୍ୟ ସରକାରୀ କର୍ମଚାରୀ, ସରକାରୀ ଅନୁଦାନ ପ୍ରାପ୍ତ ସଙ୍ଗଠନ, ଚିକିତ୍ସା ଏବଂ ଗବେଷଣା ସଂସ୍ଥା, ଏବଂ ଅନ୍ୟାନ୍ୟ HIV ଓ AIDS ସମ୍ପର୍କିତ ସଂସ୍ଥାମାନଙ୍କ ପାଇଁ ସୂଚନା ଏବଂ ସାଧନ ଭାବରେ ତିଆରି କରାଯାଇଛି। ଏହାକୁ ୟୁ.ଏସ୍. ହେଲ୍ଥ୍ ଏଣ୍ଡ୍ ହ୍ୟୁମାନ୍ ସର୍ଭିସେସ୍ (HHS)ର ପବ୍ଲିକ୍ ହେଲ୍ଥ୍ ଏବଂ ସାଇନ୍ସ ଅଫିସ୍ ଏବଂ ଆସିଷ୍ଟାଣ୍ଟ ସେକ୍ରେଟାରୀ ଫର୍ ପବ୍ଲିକ୍ ଆଫେୟର୍ସ ଅଫିସ୍ ସ୍ପୋନସର କରିଥିଲେ । ସାଇଟ୍ର ବିଷୟବସ୍ତୁ, ଡିଜାଇନ୍ ଏବଂ ଡେଭଲପମେଣ୍ଟ ଟିମ୍ରେ HHS ଓ ଅନ୍ୟାନ୍ୟ ସରକାରୀ ଏଜେନ୍ସିର ପ୍ରତିନିଧି ଏବଂ ସେମାନେ ଆମେରିକାରେ AIDS ସମ୍ପର୍କିତ କାମ କରୁଛନ୍ତି। ଏହି ସାଇଟ୍ ୱାସିଂଟନ୍, D.C. ରେ କାର୍ଯ୍ୟକାରୀ କରାଯାଉଛି ।
ପୁରସ୍କାର
[ସମ୍ପାଦନା]୧୧ ମାର୍ଚ୍ଚ ୨୦୦୮ ମସିହାରେ, AIDS ସରକାରୀ ସୂଚନାକେନ୍ଦ୍ରକୁ "ଆମେରିକାନ ଆସୋସିଏସନ ଅଫ ୱେବମାଷ୍ଟର ଗୋଲ୍ଡ ପୁରସ୍କାର" ଦିଆଯାଇଥିଲା। ଏହା ଏକ peer-reviewed ଅର୍ଥାତ୍ ବିଶେଷଜ୍ଞମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିବା ପୁରସ୍କାର, ଯେଉଁଥିରେ HTML କୋଡ୍, ୱେବ୍ ଡିଜାଇନ୍, ଟେକ୍ନିକାଲ୍ କାମ ଏବଂ ସମଗ୍ର ବିଷୟବସ୍ତୁର ଗୁଣତାକୁ ଖୁବ ସତର୍କତାରେ ମୁଲ୍ୟାୟନ କରାଯାଇଥିଲା।
ଅଗଷ୍ଟ ୨୦୧୦ ମସିହାରେ, AIDS ସରକାରୀ ସୂଚନାକେନ୍ଦ୍ର ବ୍ଲଗକୁ Juggle.com ଦ୍ୱାରା ସରକାରୀ ସର୍ବୋତ୍କୃଷ୍ଟ ବ୍ଲଗ ମଧ୍ୟରୁ ଗୋଟିଏ ଭାବରେ ବାଛାଯାଇଥିଲା।[୩]
ଇତିହାସ
[ସମ୍ପାଦନା]ଜୁନ୍ ୨୦୧୭ ମସିହାରେ AIDS ସରକାରୀ ସୂଚନାକେନ୍ଦ୍ରର ନାମ ପରିବର୍ତ୍ତନ କରି HIV ସରକାରୀ ସୂଚନାକେନ୍ଦ୍ର କରାଯାଇଥିଲା। ସେତେବେଳେ ସାଇଟ୍ଟିକୁ ନୂଆ ଭାବେ ପୁନର୍ଗଠନ କରାଗଲା ଏବଂ ପୂର୍ବରୁ ଅଲଗା ଥିବା ୱେବସାଇଟ୍ ଏବଂ ବ୍ଲଗ୍ କୁ ଗୋଟିଏ କରାଯାଇଥିଲା ।[୪]
ମିଡିଆ
[ସମ୍ପାଦନା]HIV ସରକାରୀ ସୂଚନାକେନ୍ଦ୍ର ସାଧାରଣ ଲୋକଙ୍କୁ HIV ଏବଂ AIDS ସମ୍ପର୍କିତ ସୂଚନା ପ୍ରଦାନ କରିବା ପାଇଁ ବିଭିନ୍ନ ପ୍ରକାରର ମିଡିଆ ପ୍ଲାଟଫର୍ମ ବ୍ୟବହାର କରେ। ସାଇଟ୍ର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ଟେକ୍ନୋଲୋଜି ମାଧ୍ୟମରେ ସୂଚନାକୁ ସହଜରେ ପହଞ୍ଚାଇବା। ୱେବସାଇଟ୍ ଏବଂ ବ୍ଲଗ୍ HIV ସରକାରୀ ସୂଚନାକେନ୍ଦ୍ରର ପ୍ରମୁଖ ଅଂଶ। ବ୍ଲଗ୍ରେ ବିଶେଷଜ୍ଞମାନଙ୍କ ଲେଖା, ସରକାରୀ ଘୋଷଣା, ଏବଂ ନୂଆ ସୂଚନା ପ୍ରକାଶ ପାଏ। ଏହା HIV/AIDS ସମ୍ପର୍କିତ ସମୟୋପଯୁକ୍ତ ତଥ୍ୟ ପାଇଁ ବହୁତ ଉପକାରୀ।
ଭିଡିଓ ଏବଂ ପଡକାଷ୍ଟ ମଧ୍ୟ HIV ସରକାରୀ ସୂଚନାକେନ୍ଦ୍ରର ମୁଖ୍ୟ ମିଡିଆ ଅଂଶ। ଏହା ମାଧ୍ୟମରେ HIV ସଚେତନତା, ରୋଗ ପ୍ରତିରୋଧ ପଦକ୍ଷେପ, ଏବଂ ଚିକିତ୍ସା ସମ୍ପର୍କିତ ବିଷୟକୁ ସାଧାରଣ ଭାଷାରେ ଲୋକମାନଙ୍କୁ ବୁଝାଇଥାଏ। ସେଥିପାଇଁ ସୋସିଆଲ୍ ମିଡିଆ (ଯଥା ଫେସବୁକ, ଟ୍ୱିଟର, ୟୁ ଟ୍ୟୁବ, ଇନଷ୍ଟାଗ୍ରାମ) ମଧ୍ୟରେ HIV ସରକାରୀ ସୂଚନାକେନ୍ଦ୍ର ବହୁତ ସକ୍ରିୟ। ଏହା ମାଧ୍ୟମରେ HIV/AIDS ବିଷୟରେ ସଚେତନତା, ସମାଚାର ଓ କ୍ୟାମ୍ପେନ୍ଗୁଡ଼ିକୁ ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ତ୍ୱରିତ ପହଞ୍ଚାଇଥାଏ।
ମୋଟକଥା, HIV.gov ବିଭିନ୍ନ ଡିଜିଟାଲ୍ ମିଡିଆ ପ୍ଲାଟଫର୍ମକୁ ବ୍ୟବହାର କରି ସୂଚନା ପ୍ରଦାନ, ସଚେତନତା ବୃଦ୍ଧି, ଏବଂ ସରକାରୀ କାର୍ଯ୍ୟକ୍ରମକୁ ସଭିଙ୍କ ପାଖକୁ ପହଞ୍ଚାଇବାର କାର୍ଯ୍ୟ କରୁଛି।
ଆଧାର
[ସମ୍ପାଦନା]- ↑ "Mike Leavitt, Secretary of Health and Human Services, World AIDS Day 2006 Press Release". Archived from the original on 2010-03-30. Retrieved 2017-09-08.
- ↑ White House World AIDS Day 2006
- ↑ "Juggle Top Government Blog Award to AIDS.gov". Archived from the original on 2010-09-04. Retrieved 2010-10-07.
- ↑ "HIV.gov Mission and Team". U.S. Department of Health & Human Services. Retrieved 20 March 2018.