Jump to content

HIV ର ଉପପ୍ରକାର

ଉଇକିପିଡ଼ିଆ‌ରୁ

HIV ର ଉପପ୍ରକାର ମଧ୍ୟରେ ଦୁଇଟି ପ୍ରମୁଖ ପ୍ରକାର ରହିଛି, ଯାହାକୁ HIV ପ୍ରକାର 1 (HIV-1) ଏବଂ HIV ପ୍ରକାର 2 (HIV-2) ବୋଲି କୁହାଯାଏ। ଏହି ଉପପ୍ରକାରଗୁଡିକର ଜେନେଟିକ୍ ରୂପରେ ଭିନ୍ନତା ରହିଛି ଏବଂ ସେଗୁଡ଼ିକ ଭିନ୍ନ ଭିନ୍ନ ରୋଗ ବିସ୍ତାର, ଗବେଷଣା ଆକୃତି ଓ ଚିକିତ୍ସା ସଂପର୍କୀୟ ଲକ୍ଷଣରେ ପ୍ରବେଶ କରନ୍ତି।

HIV-1 ଭାଇରସ୍ ବିଶେଷକରି ପଶ୍ଚିମ ଆଫ୍ରିକାରେ ଥିବା ଚିମ୍ପାଞ୍ଜି ଏବଂ ଗୋରିଲା ପ୍ରଜାତିର ଭାଇରସ ସହିତ ଜେନେଟିକ୍ ଭାବେ ସମ୍ପର୍କିତ, ଏବଂ HIV-2 ଭାଇରସ୍ ଗୋଟିଏ ସୁକ୍ଷ୍ମ ପ୍ରକାରର ପ୍ରାଣୀ “sooty mangabey” (ଏକ ପଶ୍ଚିମ ଆଫ୍ରିକୀୟ ମାଙ୍କଡ଼) ସହିତ ଜଡ଼ିତ ରହିଛି ।[]

HIV-1 ଭାଇରସକୁ ଅନେକ ଭାଗରେ ଭାଗ କରାଯାଇଛି, ସେଗୁଡ଼ିକୁ ଯଥାକ୍ରମେ Groups M, N, O ଓ P ବୋଲି କୁହାଯାଏ । ଏମାନଙ୍କ ମଧ୍ୟରୁ Group M ସବୁଠାରୁ ଅଧିକ ପ୍ରଚଳିତ, ଯାହା ପୃଥିବୀରେ HIV ରେ ସଂକ୍ରମିତ ପ୍ରାୟ ୯୦% ଲୋକଙ୍କୁ ସଂକ୍ରମିତ କରିଛି ଏବଂ ଏହି Group M ଭାଇରସ AIDS ର ବିଶ୍ବ ମହାମାରୀର ମୁଖ୍ୟ କାରଣ।

Group M ଭିତରେ ଆଉ କିଛି ଉପପ୍ରକାର ରହିଛି, ଯାହାକୁ ଭିନ୍ନ ଜେନେଟିକ୍ ଧାରା ଅନୁସାରେ ଭାଗ କରାଯାଇଛି। କିଛି ଉପପ୍ରକାର ଅନ୍ୟ ଉପପ୍ରକାର ଗୁଡିକ ତୁଳନାରେ ଅଧିକ କ୍ଷତିକାରକ ହୋଇପାରେ ବା ଔଷଧ ପ୍ରତିରୋଧ ଦେଖାଇପାରେ, ଯାହା ଚିକିତ୍ସାକୁ କଠିନ କରିଥାଏ।

ଯଦିଓ HIV-2 ଭାଇରସ ସାଧାରଣତଃ HIV-1 Group M ଭାଇରସ ତୁଳନାରେ କମ୍ କ୍ଷତିକାରକ ଏବଂ କମ୍ ସଂକ୍ରମଣଶୀଳ ହୋଇଥାଏ, ତଥାପି ଏହି HIV-2 ମଧ୍ୟ AIDS ସୃଷ୍ଟି କରିପାରେ।

HIV ଚିକିତ୍ସା କରିବାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଏହି ଭାଇରସର ତୀବ୍ର ଜେନେଟିକ୍ ବିଭିନ୍ନତା ଏବଂ ଶୀଘ୍ର ଏହି ଭାଇରସର ତ୍ୱରିତ ପରିବର୍ତ୍ତନ ହୋଇଥାଏ । ଏହି କାରଣରୁ HIV ର ଚିକିତ୍ସା ଓ ନିୟନ୍ତ୍ରଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ହୋଇଯାଏ।[]

ପ୍ରମୁଖ ପ୍ରକାର

[ସମ୍ପାଦନା]

HIV-1 ହେଉଛି ଏହି ଭାଇରସ୍ ମଧ୍ୟରୁ ସବୁଠାରୁ ସାଧାରଣ ଓ ସବୁଠାରୁ ଶକ୍ତିଶାଳୀ ଭାଇରସ୍ ରୂପେ ପରିଚିତ। 2022 ମସିହା ପର୍ଯ୍ୟନ୍ତ, ପ୍ରତିବର୍ଷ ପ୍ରାୟ 13 ଲକ୍ଷ ଲୋକ ଏହି HIV-1 ଭାଇରସରେ ସଂକ୍ରମିତ ହେଉଛନ୍ତି।[][] HIV-1 ଯାହା ବହୁତ ଜେନେଟିକ୍ ଭିନ୍ନତା ସହିତ ଅନେକ ଗ୍ରୁପରେ ବିଭକ୍ତ ହୋଇଥାଏ । ଏହାର ପ୍ରମୁଖ ଉପପ୍ରକାର କୁ A, B, C, D, F, G, H, J, K, L, M, N, O, P ଭାବରେ ଅନୁସୂଚୀତ କରାଯାଇଛି। ପ୍ରତ୍ୟେକ ଉପପ୍ରକାର ଭିନ୍ନ ଭିନ୍ନ ଭୌଗୋଳିକ ଅଞ୍ଚଳରେ ପ୍ରଚଳିତ ଏବଂ କେତେକ ଉପପ୍ରକାର ଚିକିତ୍ସାରେ ଭିନ୍ନ ପ୍ରତିକ୍ରିୟା ଦେଖାଇଥାଏ।

ଗ୍ରୁପ A: ଏହା ପଶ୍ଚିମ ଏବଂ କେନ୍ଦ୍ରୀୟ ଆଫ୍ରିକାରେ ବହୁତ ପ୍ରଚଳିତ। ଏହି ଗ୍ରୁପ HIV-1 ର ମୁଖ୍ୟ ଭାଗ ହେବା ସହିତ ଅନେକ Recombinant forms (CRFs) ର ସୃଷ୍ଟି କରିଛି। ଏହାର ଜେନେଟିକ ବିଭିନ୍ନତା ଓ ଶୀଘ୍ର ପରିବର୍ତ୍ତନ HIV ର ବ୍ୟାପକତାକୁ ଦର୍ଶାଏ।

ଗ୍ରୁପ B: ଏହା ଉତ୍ତର ଆମେରିକା, ୟୁରୋପ୍ ଏବଂ ଅଷ୍ଟ୍ରେଲିଆରେ ପ୍ରଚଳିତ। ଏହି ଉପପ୍ରକାର ପ୍ରଧାନତଃ ପଶ୍ଚିମ ଦେଶରେ HIV ସଂକ୍ରମଣ ର ମୁଖ୍ୟ କାରଣ ହୋଇଥାଏ। ଏହାର ଔଷଧ ପ୍ରତିରୋଧକତା ଏବଂ ଚିକିତ୍ସା ପ୍ରତିକ୍ରିୟା ଉପରେ ବହୁତ ଗବେଷଣା ହୋଇଛି।

ଗ୍ରୁପ C: ଦକ୍ଷିଣ ଆଫ୍ରିକା, ଭାରତ ଓ ବ୍ରାଜିଲ୍ ସହ ଦୁନିଆର କେତେକ ଅଞ୍ଚଳରେ ଏହା ସବୁଠାରୁ ଅଧିକ ପ୍ରଚଳିତ। ପୃଥିବୀର ପ୍ରାୟ 50% HIV ସଂକ୍ରମିତ ଲୋକ ଏହି ଗ୍ରୁପ ଦ୍ୱାରା ପ୍ରଭାବିତ। ଏହା ଅଧିକ ସଂକ୍ରମଣଶୀଳ ହୋଇଥାଏ।

ଗ୍ରୁପ D: ଏହି ଗ୍ରୁପ କେନ୍ଦ୍ରୀୟ ଆଫ୍ରିକାର କେତେକ ଅଞ୍ଚଳରେ ପ୍ରଚଳିତ। ଏହି ଗ୍ରୁପ ରୋଗର ଗୁରୁତ୍ୱ ବଢ଼ାଇ ପାରେ ଏବଂ ଅଧିକ ଆକ୍ରମଣ କାରକ ହୋଇଥାଏ।

ଗ୍ରୁପ F: ଏହା ବ୍ରାଜିଲ୍ ଏବଂ ୟୁରୋପର କିଛି ଅଞ୍ଚଳରେ ମିଳେ। ଏହା ଏକ ଅପେକ୍ଷାକୃତ କମ ପ୍ରଚଳିତ ଗ୍ରୁପ ଅଟେ ।

ଗ୍ରୁପ G: ଏହା ପଶ୍ଚିମ ଆଫ୍ରିକାରେ ମୁଖ୍ୟତଃ କିଛି ଅଞ୍ଚଳରେ ମିଳିଥାଏ।

ଗ୍ରୁପ H: ଏହି ଗ୍ରୁପ କମ ପ୍ରଚଳିତ ଓ ପଶ୍ଚିମ ଆଫ୍ରିକାର କିଛି ଅଞ୍ଚଳରେ ମିଳିଥାଏ।

ଗ୍ରୁପ J: ଏହା କେନ୍ଦ୍ରୀୟ ଏବଂ ପଶ୍ଚିମ ଆଫ୍ରିକାର କିଛି ଅଞ୍ଚଳରେ ମିଳିଥାଏ ।

ଗ୍ରୁପ K: ଏହା ମଧ୍ୟ କେନ୍ଦ୍ରୀୟ ଆଫ୍ରିକାର କମ ପ୍ରଚଳିତ ଗ୍ରୁପ ଅଟେ।

ଗ୍ରୁପ L: ସାମ୍ପ୍ରତିକ ଅଧ୍ୟୟନ ଏହାକୁ HIV-1 ର ଏକ ନୂତନ ଉପପ୍ରକାର ବୋଲି ଚିହ୍ନଟ କରିଛି, ଯାହା ଏପର୍ଯ୍ୟନ୍ତ କମ ପ୍ରଚଳିତ ଓ କମ ଜଣାଶୁଣା।

ଗ୍ରୁପ M: ଏହା ହେଉଛି HIV-1 ର ସବୁଠାରୁ ବଡ଼ ଓ ପ୍ରଧାନ ଗୋଷ୍ଠୀ। ପୃଥିବୀର ପ୍ରାୟ 90% HIV ସଂକ୍ରମିତ ଲୋକ ଏହି ଗ୍ରୁପ M ର ଭାଇରସ ଦ୍ୱାରା ସଂକ୍ରମିତ। ଗ୍ରୁପ M ମଧ୍ୟରେ ଅନେକ ଗ୍ରୁପ (ଗ୍ରୁପ A, B, C, D, F, G, H, J, K, L) ରହିଛି, ଯାହା ଜେନେଟିକ୍ ଧାରା ଓ ସଂକ୍ରମଣ ଶୈଳୀରେ ଭିନ୍ନ। ଗ୍ରୁପ M ହେଉଛି AIDS ର ବିଶ୍ବ ମହାମାରୀ ପାଇଁ ମୁଖ୍ୟ କାରଣ।

ଗ୍ରୁପ N: ଏହା ହେଉଛି ଏକ ଅତ୍ୟନ୍ତ କମ ପ୍ରଚଳିତ ଗୋଷ୍ଠୀ, ଯାହା ପ୍ରଧାନତଃ ପଶ୍ଚିମ ଆଫ୍ରିକାରେ ମିଳିଥାଏ। ଏହାର genetic structure ଗ୍ରୁପ M ଓ O ରୁ ବିଭିନ୍ନ ଓ ଏହା କମ ସଂକ୍ରମଣଶୀଳ ହୋଇଥାଏ। ଗ୍ରୁପ N ର ଅଧିକ ଗବେଷଣା ଏପର୍ଯ୍ୟନ୍ତ ହୋଇନାହିଁ କାରଣ ଏହି ଗ୍ରୁପ କମ ପ୍ରଚଳିତ।

ଗ୍ରୁପ O: ଏହା ହେଉଛି HIV-1 ର ଏକ ଅନ୍ୟତମ ଗୋଷ୍ଠୀ, ଯାହା ମୁଖ୍ୟତଃ ପଶ୍ଚିମ ଆଫ୍ରିକାର କିଛି ଅଞ୍ଚଳରେ ମିଳେ। ଗ୍ରୁପ O ର ଜେନେଟିକ୍ ଧାରା ଗ୍ରୁପ M ଠାରୁ ବହୁତ ବିଭିନ୍ନ ଏବଂ ଏହି ଗ୍ରୁପ କିଛି ସମୟରେ ଔଷଧ ପ୍ରତିରୋଧକତା ଦେଖାଇପାରେ। ଗ୍ରୁପ O ର ସଂକ୍ରମଣ ହାର କମ୍, କିନ୍ତୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

ଗ୍ରୁପ P: ହେଉଛି HIV-1 ର ସବୁଠାରୁ ନୂତନ ଓ କମ ପ୍ରଚଳିତ ଗ୍ରୁପ, ଯାହା ପ୍ରଥମେ 2009 ରେ ପରିଚିତ ହୋଇଥିଲା। ଏହା ପ୍ରଧାନତଃ କମ୍ ବିଶ୍ବବ୍ୟାପୀ ଓ ପଶ୍ଚିମ ଆଫ୍ରିକାରେ ମିଳିଥାଏ। ଏହି ଗ୍ରୁପ ଉପରେ ଏହାର ପ୍ରଭାବ, ସଂକ୍ରମଣ କ୍ଷମତା ଓ ଔଷଧ ପ୍ରତିରୋଧକତା ବିଷୟରେ ଗବେଷଣା ଚାଲିଛି, ଯାହା ଆଗାମୀ ଦିନରେ ଅଧିକ ତଥ୍ୟ ମିଳିବ ବୋଲି ଆଶା ରହିଛି।

HIV-2 ହେଉଛି ଏକ ମାନବ ଇମ୍ୟୁନୋଡିଫିସିଏନ୍ସି ଭାଇରସର ଦ୍ୱିତୀୟ ପ୍ରକାର, ଯାହା ମୁଖ୍ୟତଃ ପଶ୍ଚିମ ଆଫ୍ରିକାରେ ଦେଖାଯାଏ। ଏହି ଭାଇରସ HIV-1 ତୁଳନାରେ ଅଧିକ ଧୀରେ ବିକାଶ ପାଏ ଏବଂ ତାର ସଂକ୍ରମଣ କ୍ଷମତା କମ୍ ଥାଏ। ଏହା ଦେହର ରୋଗ ପ୍ରତିରୋଧ କ୍ଷମତାକୁ ଦୁର୍ବଳ କରେ, ଯାହା ଫଳରେ AIDS ହୋଇପାରେ। HIV-2 ର ଲକ୍ଷଣ ମଧ୍ୟ HIV-1 ପରି ଥାଏ, କିନ୍ତୁ ଏହା ଶରୀରର ରୋଗ ପ୍ରତରୋଧ ଶକ୍ତିକୁ ନଷ୍ଟ କରିବା ପାଇଁ ଅଧିକ ସମୟ ଲାଗେ। ଚିକିତ୍ସା ବିନା, ଏହି ରୋଗ ମଧ୍ୟ ଜୀବନର ପାଇଁ ଘାତକ ହୋଇପାରେ, ତେଣୁ ଯଥାସମୟରେ ଚିହ୍ନଟ ଓ ଚିକିତ୍ସା ଅତିଆବଶ୍ୟକ।

ଏହା ପ୍ରଥମେ ୧୯୮୫ ମସିହାରେ ସେନେଗାଲ୍‌ରେ ସୁକ୍ଷ୍ମ ଜୀବବିଜ୍ଞାନୀ ସୁଲେମାନ୍‌ (Souleymane Mboup) ଏବଂ ତାଙ୍କ ସହଯୋଗୀମାନେ HIV-2 କୁ ଚିହ୍ନଟ କରିଥିଲେ।[] ଯୁକ୍ତରାଷ୍ଟ୍ରରେ (USA) ପ୍ରଥମ HIV-2 କେସ୍ ୧୯୮୭ ମସିହାରେ ଚିହ୍ନଟ ହୋଇଥିଲା।[]

HIV-2 ର ପ୍ରଥମ କେସ୍‌ ଜଣେ ପର୍ତୁଗୀଜ୍‌ ପୁରୁଷ ଥିଲେ, ଯିଏ ଲଣ୍ଡନ୍ ହସ୍ପିଟାଲ୍ ଫର୍ ଟ୍ରପିକାଲ୍ ଡିଜିଜେସ୍‌ରେ ଚିକିତ୍ସାଧୀନ ହୋଇଥିଲେ ଏବଂ ୧୯୮୭ ମସିହାରେ ତାଙ୍କର ଦେହାନ୍ତ ହୋଇଥିଲା। ଧାରଣା କରାଯାଏ ଯେ ସେ ୧୯୫୬ ରୁ ୧୯୬୬ ମସିହା ମଧ୍ୟରେ ଗୁଇନିଆ-ବିସାଉରେ ବସବାସ କରୁଥିବା ସମୟରେ ଏହି ରୋଗର ସଂସ୍ପର୍ଶରେ ଆସିଥିଲେ। ସେତେବେଳେ ତାଙ୍କର ରୋଗନିର୍ଣ୍ଣୟ କ୍ରିପ୍ଟୋସ୍ପୋରିଡିଓସିସ୍ ଏବଂ ଏଣ୍ଟେରୋଭାଇରସ୍ ସଂକ୍ରମଣ ଭାବେ ହୋଇଥିଲା, କିନ୍ତୁ ୧୯୮୭ ମସିହାରେ ତାଙ୍କର ସଂରକ୍ଷିତ ସିରମ୍‌ର ବିଶ୍ଳେଷଣରେ ପ୍ରମାଣିତ ହେଲା ଯେ ସେ HIV-2 ରେ ସଂକ୍ରମିତ ଥିଲେ।[]

ଔଷଧ ପ୍ରତିରୋଧକ ପରିବର୍ତ୍ତନ

[ସମ୍ପାଦନା]

HIV-1 ଏବଂ HIV-2 ର କିଛି ପ୍ରଜାତି ରେ ଆଣ୍ଟିରେଟ୍ରୋଭାଇରାଲ୍ ଔଷଧ ପ୍ରତି ପ୍ରତିରୋଧକ, ପ୍ରାକୃତିକ ବିକଳ୍ପ ଏବଂ ଆନୁବଂଶିକ ପରିବର୍ତ୍ତନ ଦ୍ୱାରା ବିକଶିତ ହୁଏ। ଏହି ପରିବର୍ତ୍ତନଗୁଡ଼ିକୁ ଅନୁସରଣ କରାଯାଇଛି ଏବଂ ବିଶ୍ଳେଷଣ କରାଯାଇଛି। ଷ୍ଟାନଫୋର୍ଡ HIV ଡ୍ରଗ୍ ରେଜିଷ୍ଟାନ୍ସ ଡାଟାବେସ୍ ଏବଂ ଇଣ୍ଟରନ୍ୟାସନାଲ୍ ଏଡ୍ସ ସୋସାଇଟି ପ୍ରତିବର୍ଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନଗୁଡ଼ିକର ତାଲିକା ପ୍ରକାଶ କରେ — ପ୍ରଥମ ବର୍ଷରେ ୮୦ଟି ସାଧାରଣ ପରିବର୍ତ୍ତନ ତାଲିକାଭୁକ୍ତ ହୋଇଥିଲା, ଏବଂ ଶେଷ ତାଲିକାରେ ୯୩ଟି ସାଧାରଣ ପରିବର୍ତ୍ତନ ସମ୍ମିଳିତ। ଏହି ସୂଚନା ଷ୍ଟାନଫୋର୍ଡ HIV RT ଏବଂ ପ୍ରୋଟିଏଜ୍ ସିକ୍ୱେନ୍ସ ଡାଟାବେସ୍‌ରେ ଉପଲବ୍ଧ।

  1. Sharp PM, Hahn BH (September 2011). "Origins of HIV and the AIDS pandemic". Cold Spring Harbor Perspectives in Medicine. 1 (1): a006841. doi:10.1101/cshperspect.a006841. PMC 3234451. PMID 22229120.
  2. Robertson DL, Hahn BH, Sharp PM (March 1995). "Recombination in AIDS viruses". Journal of Molecular Evolution. 40 (3): 249–259. Bibcode:1995JMolE..40..249R. doi:10.1007/BF00163230. PMID 7723052. S2CID 19728830.
  3. Gary EN, Weiner DB (August 2020). "DNA vaccines: prime time is now". Current Opinion in Immunology. Vaccines • Special Section on Evolutionary and systems immunology. 65: 21–27. doi:10.1016/j.coi.2020.01.006. PMC 7195337. PMID 32259744.
  4. "UNAIDS Global HIV statistics fact sheet 2023" (PDF). UNAIDS 2023 epidemiological estimates. UNAIDS. 2023. Retrieved 2023-09-19.
  5. "The Senegal Sex Workers Study". Harvard AIDS Initiative (in ଆମେରିକୀୟ ଇଂରାଜୀ). Boston, MA: Harvard University. 2018-06-29. Retrieved 2020-06-18.
  6. "Human Immunodeficiency Virus Type 2". HIV/AIDS Workshop. Archived from the original on 18 February 2009.
  7. Bryceson A, Tomkins A, Ridley D, Warhurst D, Goldstone A, Bayliss G, et al. (July 1988). "HIV-2-associated AIDS in the 1970s". Lancet. 2 (8604): 221. doi:10.1016/s0140-6736(88)92325-2. PMID 2899693. S2CID 32378074.