Jump to content

HIV ଓ ଗର୍ଭାବସ୍ଥା

ଉଇକିପିଡ଼ିଆ‌ରୁ

HIV (Human Immunodeficiency Virus) ଏକ ଭାଇରସ୍ ଯାହା ମାନବ ଦେହର ପ୍ରତିରୋଧକ କ୍ଷମତାକୁ କମାଇ ଦିଏ। ଗର୍ଭାବସ୍ଥା ସମୟରେ HIV ସଂକ୍ରମଣ ଥିବା ମହିଳାର ନିଜ ସନ୍ତାନ ପ୍ରତି HIV ସଂକ୍ରମିତ ହେବାର ସମ୍ଭାବନା ଥାଏ। ଏହାର ସଂକ୍ରମଣ ମୁଖ୍ୟତଃ ଗର୍ଭାବସ୍ଥା, ପ୍ରସବ ଓ ସ୍ତନ୍ୟପାନ ସମୟରେ ହୋଇପାରେ। ସଠିକ୍ ଚିକିତ୍ସା, ଏଣ୍ଟିରେଟ୍ରୋଭାଇରାଲ୍ ଔଷଧ (ART) ଏବଂ ସୁରକ୍ଷିତ ପ୍ରସବ ପ୍ରକ୍ରିୟା ମାଧ୍ୟମରେ ଏହି ସଂକ୍ରମଣକୁ କମାଇପାରିବା।

ମା’ ଠାରୁ ଶିଶୁକୁ ସଂକ୍ରମଣ (Mother-to-Child Transmission, MTCT)

[ସମ୍ପାଦନା]

MTCT ଅର୍ଥ; ମା’ ଠାରୁ ଶିଶୁକୁ ହେଉଥିବା ସଂକ୍ରମଣ – ଗର୍ଭାବସ୍ଥା, ପ୍ରସବ, କିମ୍ବା ସ୍ତନ୍ୟପାନ ସମୟରେ ମା’ ର HIV ଭାଇରସ୍ ଶିଶୁକୁ ପ୍ରବେଶ କରି ସଂକ୍ରମିତ କରୁଥିବା ପ୍ରକ୍ରିୟାକୁ କୁହାଯାଏ। ଗର୍ଭାବସ୍ଥା ସମୟରେ, ଭାଇରସ୍ ପ୍ଲାସେଣ୍ଟା ମାଧ୍ୟମରେ ଶିଶୁକୁ ପ୍ରବେଶ କରିପାରେ, ପ୍ରସବ ସମୟରେ ଶିଶୁ ମା’ ର ରକ୍ତ ଓ ଜେନିଟାଲ ସେକ୍ରେସନ୍ ସହିତ ସମ୍ପର୍କ ହେବାରୁ HIV ସଂକ୍ରମିତ ହୋଇପାରେ, ଏବଂ ବ୍ରେଷ୍ଟ ଫିଡିଂ ସମୟରେ ମା’ର କ୍ଷୀର ମାଧ୍ୟମରେ ଭାଇରସ୍ ଶିଶୁକୁ ପ୍ରବେଶ କରିପାରେ। ଯଦି ମହିଳା ଜଣକ ଅନିୟମିତତା ଭାବେ ART ର ସେବନ କରନ୍ତି ତେବେ, ସଂକ୍ରମଣ ସମ୍ଭାବନା ୧୫–୪୫% ହୁଏ, କିନ୍ତୁ ସଠିକ୍ ଏବଂ ସମାୟାନୁକ୍ରମେ ART ନେଲେ ସଂକ୍ରମଣ ସମ୍ଭାବନା କେବଳ ୧–୨% ପର୍ଯ୍ୟନ୍ତ କମିଯାଏ। MTCT ରିସ୍କ କମାଇବା ପାଇଁ ART ଆରମ୍ଭ, ସୁରକ୍ଷିତ ପ୍ରସବ ପ୍ରକ୍ରିୟା, ପ୍ରସବୋତ୍ତର ସେବା, ଏବଂ ସ୍ତନ୍ୟପାନ ସମ୍ବନ୍ଧୀୟ ପରାମର୍ଶ (exclusive replacement feeding କିମ୍ବା ART-covered breastfeeding) ଅନୁସରଣ କରାଯିବା ଦରକାର।

ଗର୍ଭାବସ୍ଥାରେ HIV ପରୀକ୍ଷା (HIV Testing During Pregnancy)

[ସମ୍ପାଦନା]

ଗର୍ଭାବସ୍ଥାରେ HIV ପରୀକ୍ଷା ଅତ୍ୟନ୍ତ ଆବଶ୍ୟକ, କାରଣ ଶିଶୁକୁ ମା’ ଠାରୁ ସଂକ୍ରମଣ ହେବାର ପ୍ରମୁଖ ବିପଦ ଏହି ସମୟରେ ଥାଏ।[][] CDC, NIH, ACOG, ଏବଂ ଆମେରିକାରେ ଶିଶୁ ଓ କିଶୋର ସ୍ୱାସ୍ଥ୍ୟ ବିଷୟରେ କାର୍ଯ୍ୟ କରୁଥିବା ଏକ ପ୍ରମୁଖ ପ୍ରତିଷ୍ଠାନ ଗର୍ଭବତୀ ମହିଳା ମାନଙ୍କ ପାଇଁ ପ୍ରଥମେ ତ୍ରୈମାସିକ HIV ପରୀକ୍ଷା କରିବାକୁ ପରାମର୍ଶ ଦିଅନ୍ତି।[] ସାଧାରଣତଃ ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ HIV ପରୀକ୍ଷା ପାଇଁ routine antenatal care (ANC) ରେ ସୁପାରିଶ କରାଯାଏ। ପ୍ରଥମ ତ୍ରୈମାସିକ HIV ପରୀକ୍ଷା ଦ୍ୱାରା ପ୍ରାରମ୍ଭିକ ସନ୍ଧାନ ପରେ ART ତୁରନ୍ତ ଆରମ୍ଭ କରି ସଂକ୍ରମଣର ସମ୍ଭାବନା କମାଇହେବ।[] ଯଦି ପ୍ରଥମ ପରୀକ୍ଷା ନେଗେଟିଭ୍ ହୁଏ, ଦ୍ୱିତୀୟ ଟ୍ରିମେଷ୍ଟର ଓ ପ୍ରସବ ପୂର୍ବରୁ ପୁନର୍ବାର ପରୀକ୍ଷା କରିବାକୁ ସୁପାରିଶ କରାଯାଇଥାଏ, ବିଶେଷତଃ high-risk cases (ଯେପରିକି HIV-ପଜିଟିଭ ସହଭାଗୀ, ଅନେକ ସାଥୀଙ୍କ ସହିତ ଯୌନ ସମ୍ପର୍କ, କିମ୍ବା ଇଞ୍ଜେକ୍ସନ ମାଧ୍ୟମରେ ମାଦକ ବ୍ୟବହାର କରୁଥିବା ସହଭାଗୀ")।

ପରୀକ୍ଷା ପାଇଁ ପ୍ରତିଦେହୀ (Antibody) ଓ ପ୍ରତିଜୀବା (Antigen) ସଂଯୁକ୍ତ ପରୀକ୍ଷା (4th generation test) ବ୍ୟବହୃତ ହୋଇଥାଏ, ଯାହା HIV-1 ଓ HIV-2 ପ୍ରତିଦେହୀ ସହିତ p24 ପ୍ରତିଜୀବା ସନ୍ଧାନ କରେ ଏବଂ ପ୍ରାରମ୍ଭିକ ଅବସ୍ଥାରେ ରୋଗନିର୍ଣ୍ଣୟ ସମ୍ଭବ କରାଇଥାଏ।[] ଏହାକୁ ଛାଡ଼ି, Polymerase Chain Reaction (PCR) ଦ୍ୱାରା ମା’ର ଭାଇରାଲ ଲୋଡ଼ ନିର୍ଣ୍ଣୟ କରାଯାଇଥାଏ, ଯାହାଦ୍ୱାରା ART କିପରି କାମ କରୁଛି ତାହା ବୁଝିବାରେ ସହାୟକ। କମ୍ ସମୟରେ (କେବଳ ୨୦–୩୦ ମିନିଟ୍) HIVର ପରୀକ୍ଷା (Rapid HIV Test) ମଧ୍ୟ ପ୍ରସବ ସମୟ କିମ୍ବା ଆପତ୍କାଳୀନ ପରିସ୍ଥିତିରେ ଶୀଘ୍ର ଜାଣିବା ପାଇଁ ବ୍ୟବହୃତ ହୋଇଥାଏ।

ଏଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା (Antiretroviral Therapy – ART)

[ସମ୍ପାଦନା]

ART (ଏଣ୍ଟିରେଟ୍ରୋଭାଇରାଲ୍ ଚିକିତ୍ସା) ହେଉଛି HIV ସଂକ୍ରମିତ ମହିଳାଙ୍କ ପାଇଁ ସବୁଠାରୁ ଆବଶ୍ୟକୀୟ ଚିକିତ୍ସା। ଗର୍ଭାବସ୍ଥାର ଆରମ୍ଭରୁ ART ନେଲେ, ମା’ଙ୍କର ଭାଇରାଲ ଲୋଡ଼ ନିୟନ୍ତ୍ରଣ ରହେ ଏବଂ ଏଥିରୁ mother-to-child transmission (MTCT) ସମ୍ଭାବନା ୧୫–୪୫% ଠାରୁ କମି ୧–୨% ପର୍ଯ୍ୟନ୍ତ ହ୍ରାସ ପାଏ। ଏହା କେବଳ ଶିଶୁକୁ ସଂକ୍ରମଣ ଠାରୁ ସୁରକ୍ଷିତ କରେନାହିଁ, ବରଂ ମା’ର ପ୍ରତିରୋଧକ ପ୍ରଣାଳୀକୁ ସୁଦୃଢ କରି ସୁଯୋଗସନ୍ଧାନୀ ସଂକ୍ରମଣ ଠାରୁ ସୁରକ୍ଷା ଦିଏ। WHO ଗାଇଡ଼ଲାଇନ ଅନୁସାରେ, HIV-ପଜେଟିଭ ଗର୍ଭବତୀ ମହିଳା ମାନଙ୍କୁ ଜୀବନବ୍ୟାପୀ ART (“Option B+”) ନେବାକୁ ସୁପାରିଶ କରାଯାଇଛି, ଯାହା ଗର୍ଭାବସ୍ଥା, ପ୍ରସବ ଓ ସ୍ତନ୍ୟପାନ ସମୟରେ ମଧ୍ୟ ନିର୍ବିଘ୍ନ ଭାବେ ଚାଲିବା ଦରକାର।

ART ସାଧାରଣତଃ ତିନି-ଔଷଧ ସଂଯୁକ୍ତ ଚିକିତ୍ସା ପ୍ରଣାଳୀ ଭିତ୍ତିକ, ଯାହା HIV ପୁନର୍ବିକାଶକୁ ଅଟକାଇ ଭାଇରାଲ ଲୋଡ଼କୁ ପ୍ରାୟ ଚିହ୍ନଟ ଯୋଗ୍ୟ ହେଉନଥିବା ସ୍ତରକୁ କମାଇପାରେ। ନିୟମିତ ଭାଇରାଲ ଲୋଡ଼ ପରୀକ୍ଷା, CD4 କାଉଣ୍ଟ ନିରୀକ୍ଷଣ ଓ ART ଔଷଧ ନିୟମିତ ସେବନ ଓ ଏହାର କାର୍ଯ୍ୟକ୍ଷମତା ପାଇଁ ଅତ୍ୟନ୍ତ ଦରକାର। କେବେ କେବେ nausea, anemia, fatigue ପରି ପାର୍ଶ୍ୱ ପ୍ରଭାବ ଦେଖାଦେଇପାରେ, କିନ୍ତୁ ଡାକ୍ତରୀ ପରାମର୍ଶ ଓ ନିରୀକ୍ଷଣ ସହିତ ଏହାକୁ ସହଜରେ ନିୟନ୍ତ୍ରଣ କରାଯାଇପାରେ ।

HIV ସଂକ୍ରମଣ ରୋକିବା ପ୍ରତିରୋଧ ପଦକ୍ଷେପ (Prevention Strategies)

[ସମ୍ପାଦନା]

HIV ସଂକ୍ରମଣ ରୋକିବାରେ ସାବଧାନୀ ହେବା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଗର୍ଭାବସ୍ଥା ଆରମ୍ଭ ହେବା ସମୟରୁ HIV-ପଜେଟିଭ ମହିଳାଙ୍କୁ HIV ବିଷୟରେ କାଉନସେଲିଂ ଓ ଶିକ୍ଷା ଦିଆଯିବା ଦରକାର, ଯାହା ତାଙ୍କୁ ସଂକ୍ରମଣ, ART ଚିକିତ୍ସା, ସଂରକ୍ଷଣ ପ୍ରକ୍ରିୟା ବିଷୟରେ ସଚେତନ କରିବ। ଶୀଘ୍ର HIVର ସନ୍ଧାନ କରି ARTର ସେବନ ଆରମ୍ଭ କରିବା ଦ୍ୱାରା ମା’ ଓ ଶିଶୁ ଦୁହଙ୍କର ସୁରକ୍ଷା ହୋଇଥାଏ। ଏହା ସହିତ, ଗର୍ଭାବସ୍ଥା ସମୟରେ ରୋଗୀଙ୍କର ସ୍ୱାସ୍ଥ୍ୟ ନିୟନ୍ତ୍ରଣ ଓ ଭାଇରାଲ ଲୋଡ଼ କମାଇବାରେ ସାହାଯ୍ୟ ମିଳେ।

ପ୍ରସବ ସମୟରେ ସୁରକ୍ଷିତ ପ୍ରସବ ପ୍ରକ୍ରିୟା ଯଥା ସେକ୍ସନ (C-section) କେବଳ ଆବଶ୍ୟକତା ଅନୁଯାୟୀ ହେବା ଉଚିତ, ଯାହା mother-to-child transmission (MTCT) କମାଇଥାଏ। ପ୍ରସବ ପରେ, ସ୍ତନ୍ୟପାନ ପାଇଁ ସଠିକ ମାର୍ଗଦର୍ଶନ ଦିଆଯିବା ଦରକାର – ଏଥିରେ Exclusive Replacement Feeding (ସମ୍ପୂର୍ଣ୍ଣ ପରିବର୍ତ୍ତନ ଖାଦ୍ୟ) କିମ୍ବା ART-ସଂରକ୍ଷିତ ସ୍ତନ୍ୟପାନ ବିକଳ୍ପ ହୋଇପାରେ। ଏହି ସମସ୍ତ ପଦକ୍ଷେପ HIV ସଂକ୍ରମଣର ସମ୍ଭାବନାକୁ ଗର୍ଭାବସ୍ଥା ଓ ପରେ ଶିଶୁ ପାଇଁ ଲାଗୁ କରି ସୁରକ୍ଷିତ ପରିବେଶ ଦେଇଥାଏ।

ଜନ୍ମ ପରେ ଶିଶୁ ସୁରକ୍ଷା (Child Care After Birth)

[ସମ୍ପାଦନା]

HIV-ପିଜେଟିଭ ଗର୍ଭବତୀ ମହିଳାର ଶିଶୁ ଜନ୍ମ ପରେ ଶିଶୁର HIV ପରୀକ୍ଷା କରାଯିବା ଅତ୍ୟନ୍ତ ଆବଶ୍ୟକ। ଏହା ଶିଶୁର କୌଣସି ସଂକ୍ରମଣ ହୋଇଛି କି ନାହିଁ, ତାହା ନିର୍ଣ୍ଣୟ କରିବାରେ ସାହାଯ୍ୟ କରେ। ପରୀକ୍ଷା ଆରମ୍ଭ ସହିତ, immunization (ଟୀକାକରଣ), regular monitoring ଓ growth tracking ମଧ୍ୟ ଜରୁରୀ। ଶିଶୁଙ୍କୁ ART prophylaxis ଦିଆଯିବା ଦ୍ୱାରା HIV ସଂକ୍ରମଣ ହେବାର ସମ୍ଭାବନା କମିଯାଏ। ଏହି prophylaxis ଗର୍ଭାବସ୍ଥା, ପ୍ରସବ ଓ ପରେ ସ୍ତନ୍ୟପାନ ସମୟରେ ସଂକ୍ରମଣ ରୋକିବାରେ ସାହାଯ୍ୟ କରେ।

ପ୍ରସବ ପ୍ରକ୍ରିୟା ମଧ୍ୟ ଶିଶୁର ସୁରକ୍ଷା ପାଇଁ ମହତ୍ତ୍ୱପୂର୍ଣ୍ଣ। Cesarean Section (C-section) କେବଳ ଆବଶ୍ୟକତା ଅନୁଯାୟୀ କରାଯିବା ଉଚିତ, କାରଣ ଏହା mother-to-child transmission (MTCT) କମାଇଥାଏ। ସାଧାରଣ ନର୍ମାଲ୍ ପ୍ରସବ ପ୍ରକ୍ରିୟାରେ ଶିଶୁ ମା’ର ରକ୍ତ ଓ ଜେନିଟାଲ ସେକ୍ରେସନ୍ ସହିତ ସମ୍ପର୍କରେ ଆସି ସଂକ୍ରମଣ ହେବାର ସମ୍ଭାବନା ଅଧିକ ରହେ। ତେଣୁ, HIV-ପିଜେଟିଭ ମହିଳାର ଶିଶୁ ପାଇଁ ପ୍ରସବ ପୂର୍ବରୁ ART ଓ ସୁରକ୍ଷିତ ପ୍ରସବ ପ୍ରକ୍ରିୟା ନିର୍ଣ୍ଣୟ କରାଯିବା ଦରକାର, ଯାହା ଶିଶୁକୁ ସୁରକ୍ଷିତ ଓ ସ୍ୱସ୍ଥ ରଖିଥାଏ।

ସାମାଜିକ ସମର୍ଥନ ଓ ମନୋସ୍ୱାସ୍ଥ୍ୟ (Social Support and Mental Health)

[ସମ୍ପାଦନା]

HIV ସଂକ୍ରମିତ ଗର୍ଭବତୀ ମହିଳାଙ୍କ ପାଇଁ ମାନସିକ ସ୍ୱାସ୍ଥ୍ୟ ଓ ସାମାଜିକ ସମର୍ଥନ ଅତ୍ୟନ୍ତ ଆବଶ୍ୟକ। ଗର୍ଭାବସ୍ଥା ସମୟରେ ଭୟ, ଚିନ୍ତା ଓ ଅସୁବିଧା ବୃଦ୍ଧି ହୋଇପାରେ, ଯାହା ART ଅନୁସରଣ, ସୁରକ୍ଷିତ ପ୍ରସବ ଓ ସଂକ୍ରମଣ ନିୟନ୍ତ୍ରଣରେ ବାଧା ସୃଷ୍ଟି କରେ। କାଉନସେଲିଂ ଏବଂ ସହଯୋଗ ଗ୍ରୁପ ମାଧ୍ୟମରେ ମହିଳାମାନେ ଅନ୍ୟ ମହିଳାଙ୍କ ସହ ନିଜର ଅନୁଭବ ସେୟାର କରିପାରନ୍ତି, ମନୋବୃତ୍ତିକ ଶାନ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି କରିପାରନ୍ତି। ପରିବାର, ସମାଜ ଏବଂ ସ୍ୱାସ୍ଥ୍ୟ ସେବୀକା ମାନଙ୍କ ମାଧ୍ୟମରେ ସମର୍ଥନ ମହିଳାଙ୍କୁ ART ଔଷଧ ସମାୟାନୁକ୍ରମେ ନେବା, prenatal ଏବଂ postnatal care ଅନୁସରଣ କରିବାରେ ସାହାଯ୍ୟ କରେ।

ସାଇକୋଲୋଜିକ୍ ସାହାଯ୍ୟ ବ୍ୟତୀତ, ମହିଳାଙ୍କୁ depression, anxiety ଓ ସାମାଜିକ ଭେଦଭାବ ସହିତ ମୁକାବିଲା କରିବାରେ ସମର୍ଥ କରାଯିବା ଉଚିତ। Community-based programs, ପିଅର କାଉନସିଲର, ଏନଜିଓ ମାନଙ୍କ ସହାୟତା, ଓ ସ୍ୱାସ୍ଥ୍ୟ ସେବୀକା ମାଧ୍ୟମରେ ମହିଳା ଏବଂ ସେମାନଙ୍କର ପରିବାର ସୁସ୍ଥ ଓ ସୁରକ୍ଷିତ ରହିପାରନ୍ତି। Mental health awareness programs ଏବଂ counseling sessions ମାଧ୍ୟମରେ confidence ଓ treatment adherence ବୃଦ୍ଧି ପାଇଁ ସହାୟକ ହୁଏ, ଯାହା HIV management ଏବଂ ଶିଶୁ ସୁରକ୍ଷା ନିମିତ୍ତ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ।

ଭବିଷ୍ୟତ ପ୍ରସ୍ତୁତି (Future Planning)

[ସମ୍ପାଦନା]

HIV-ପିଜେଟିଭ ମହିଳା ଏକ ସୁସ୍ଥ ଓ ସୁରକ୍ଷିତ ଜୀବନ ବଞ୍ଚିପାରିବ, ଯଦି ସେ ସଠିକ୍ ପ୍ରତିରୋଧ ପଦକ୍ଷେପ ଗ୍ରହଣ କରନ୍ତି। ART ନିୟମିତ ଭାବେ ନେବା ଦ୍ୱାରା ମା’ର ଶରୀରରେ ଭାଇରାଲ ଲୋଡ଼ ନିୟନ୍ତ୍ରଣ ହୋଇଥାଏ, ଯାହା ତାକୁ ରୋଗ ପ୍ରତିରୋଧକ କ୍ଷମତା ରକ୍ଷା କରିବାରେ ସାହାଯ୍ୟ କରେ। ସେହିପରି, ସୁରକ୍ଷିତ ଯୌନ ସମ୍ପର୍କ ଓ କଣ୍ଡୋମ ବ୍ୟବହାର ମାଧ୍ୟମରେ HIV ରୋଗ ଅନ୍ୟମାନଙ୍କୁ ସଂକ୍ରମଣ ହେବାରେ ରୋକାଯାଇପାରେ।

ପରିବାର ପରିକଳ୍ପନା (Family planning) ମଧ୍ୟ ମହିଳା ମାନଙ୍କ ପାଇଁ ଅତ୍ୟନ୍ତ ଦରକାରୀ, ଯାହା ଭବିଷ୍ୟତରେ ସୁସ୍ଥ ଗର୍ଭାବସ୍ଥା ଓ ସୁସ୍ଥ ଶିଶୁ ଜନନକୁ ସୁନିଶ୍ଚିତ କରିଥାଏ। ଏହା ସହିତ ଶିଶୁ ପୋଷଣ ଓ ସାମାଜିକ ସମର୍ଥନ ମଧ୍ୟ ମହିଳା ମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସ୍ୱସ୍ଥ ରଖିଥାଏ। ସମାୟାନୁକ୍ରମେ ଏହି ପଦକ୍ଷେପ ଗ୍ରହଣ କରି, HIV-ପଜେଟିଭ ମହିଳା ନିଜ ପରିବାର ଓ ଶିଶୁଙ୍କ ପାଇଁ ସୁସ୍ଥ ଓ ସୁରକ୍ଷିତ ଭବିଷ୍ୟତ ନିର୍ମାଣ କରିପାରିବେ।

  1. "ACOG Committee Opinion No. 752: Prenatal and Perinatal Human Immunodeficiency Virus Testing". Obstetrics and Gynecology. 132 (3): e138–e142. September 2018. doi:10.1097/AOG.0000000000002825. PMID 30134428. S2CID 52070003.
  2. "An Opt-Out Approach to HIV Screening". U.S. Centers for Disease Control and Prevention. Retrieved 2015-11-13.
  3. "HIV Surveillance Report". U.S. Centers for Disease Control and Prevention. May 2020.
  4. "British HIV Association guidelines for the management of HIV in pregnancy and postpartum 2018" (PDF). Retrieved 14 January 2021.
  5. ((Centers for Disease Control and Prevention (U.S.))); Bernard M., Branson; Association of Public Health Laboratorie; S. Michele, Owen; Laura G., Wesolowski; Berry, Bennett; Barbara G., Werner; Kelly E., Wroblewski et al. (2014-06-27). Laboratory testing for the diagnosis of HIV infection : updated recommendations (Report). doi:10.15620/cdc.23447. https://stacks.cdc.gov/view/cdc/23447.