ଏଚ୍. ଏଲ୍. ଦତ୍ତୁ
ଏଚ୍. ଏଲ୍. ଦତ୍ତୁ | |
|---|---|
| 7th Chairperson of National Human Rights Commission of India | |
| କାର୍ଯ୍ୟକାଳ 29 February 2016 – 2 December 2020 | |
| Appointed by | Pranab Mukherjee |
| ପୂର୍ବ ଅଧିକାରୀ | K. G. Balakrishnan |
| ପର ଅଧିକାରୀ | Arun Kumar Mishra |
| 42nd Chief Justice of India | |
| କାର୍ଯ୍ୟକାଳ 28 September 2014 – 2 December 2015 | |
| Appointed by | Pranab Mukherjee |
| ପୂର୍ବ ଅଧିକାରୀ | Rajendra Mal Lodha |
| ପର ଅଧିକାରୀ | T. S. Thakur |
| Judge of the Supreme Court of India | |
| କାର୍ଯ୍ୟକାଳ 17 December 2008 – 28 September 2014 | |
| Nominated by | K. G. Balakrishnan |
| Appointed by | Pratibha Patil |
| 27th Chief Justice of Kerala High Court | |
| କାର୍ଯ୍ୟକାଳ 18 May 2007 – 16 December 2008 | |
| Nominated by | K. G. Balakrishnan |
| Appointed by | A. P. J. Abdul Kalam |
| ପୂର୍ବ ଅଧିକାରୀ | Vinod Kumar Bali |
| ପର ଅଧିକାରୀ | S. R. Bannurmath |
| 6th Chief Justice of Chhattisgarh High Court | |
| କାର୍ଯ୍ୟକାଳ 12 February 2007 – 17 May 2007 | |
| Nominated by | K. G. Balakrishnan |
| Appointed by | A. P. J. Abdul Kalam |
| ପୂର୍ବ ଅଧିକାରୀ | Subray Rama Nayak |
| ପର ଅଧିକାରୀ | Rajiv Gupta |
| Judge of the High Court of Karnataka | |
| କାର୍ଯ୍ୟକାଳ 18 December 1995 – 11 February 2007 | |
| Nominated by | A. M. Ahmadi |
| Appointed by | Shankar Dayal Sharma |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୩ ଡିସେମ୍ବର ୧୯୫୦ Chikkapattanagere, Chikmagalur, Mysore State (present-day Karnataka), India |
ହାଣ୍ଡିୟାଲା ଲକ୍ଷ୍ମୀନାରାୟଣସ୍ୱାମୀ ଦତ୍ତୁ (ଜନ୍ମ ୩ ଡିସେମ୍ବର ୧୯୫୦) ଜଣେ ପୂର୍ବତନ ଭାରତର ମୁଖ୍ୟ ନ୍ୟାୟାଧୀଶ [୧] ଏବଂ ଜାତୀୟ ମାନବାଧିକାର ଆୟୋଗର ପୂର୍ବତନ ଅଧ୍ୟକ୍ଷ ଥିଲେ ।[୨] ମୁଖ୍ୟ ନ୍ୟାୟାଧିଶ ଭାବେ ସେ ୨୮ ସେପ୍ଟେମ୍ବର ୨୦୧୪ ରୁ ୨ ଡିସେମ୍ବର ୨୦୧୫ ପର୍ଯ୍ୟନ୍ତ, ପ୍ରାୟ ୧୪ ମାସ ଯାଏଁ କାର୍ଯ୍ୟ କରିଥିଲେ । ୧୭ ଡିସେମ୍ବର ୨୦୦୮ ରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଭାବେ ପଦୋନ୍ନତି ପାଇବା ପୂର୍ବରୁ, ସେ କେରଳ ଉଚ୍ଚ ନ୍ୟାୟାଳୟ ଏବଂ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ଭାବେ ସେବା ପ୍ରଦାନ କରିଥିଲେ ।[୩][୪][୫][୬]
ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା
[ସମ୍ପାଦନା]ଦତ୍ତୁ ମହୀଶୁର ରାଜ୍ୟର (ବର୍ତ୍ତମାନ କର୍ଣ୍ଣାଟକ) ଚିକ୍ମଗଳୁର ଜିଲ୍ଲାର ଚିକ୍କାପଟ୍ଟନଗେରେ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଏଚ୍. ଏଲ୍. ନାରାୟଣସ୍ୱାମୀ ଜଣେ ଇଂରାଜୀ ଶିକ୍ଷକ ଥିଲେ। ସେ କାଦୁର, ତାରିକେରେ ଏବଂ ବିରୁରରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରି, ପରେ ବେଙ୍ଗାଲୁରୁକୁ ଯାଇ ଆଇନ ସ୍ନାତକ (Bachelor of Laws) ଡିଗ୍ରୀ ହାସଲ କରିଥିଲେ ।[୭][୮]
କାର୍ଯ୍ୟଜୀବନ
[ସମ୍ପାଦନା]ଓକିଲ ଭାବେ
[ସମ୍ପାଦନା]ଦତ୍ତୁ ୨୩ ଅକ୍ଟୋବର ୧୯୭୫ ରେ ଅଧିବକ୍ତା ଭାବେ ନାମ ଲେଖାଇଥିଲେ। ସେ ବେଙ୍ଗାଲୁରୁରେ ଦେୱାନୀ, ଦଣ୍ଡାତ୍ମକ, ସଂବିଧାନିକ ଏବଂ କର ସମ୍ବନ୍ଧୀୟ ମାମଲାରେ ଆଇନ ଅଭ୍ୟାସ କରିଥିଲେ। ୧୯୮୩ ରୁ ୧୯୯୦ ପର୍ଯ୍ୟନ୍ତ ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ବିକ୍ରୟ କର ବିଭାଗର ସରକାରୀ ଆଇନ ପରାମର୍ଶଦାତା ଥିଲେ। ୧୯୯୦ ରୁ ୧୯୯୩ ପର୍ଯ୍ୟନ୍ତ ସେ ସରକାରୀ ଅଧିବକ୍ତା, ୧୯୯୨ ରୁ ୧୯୯୩ ପର୍ଯ୍ୟନ୍ତ ଆୟକର ବିଭାଗର ସ୍ଥାୟୀ ଆଇନ ପରାମର୍ଶଦାତା ଏବଂ ୧୯୯୩ ରୁ ୧୯୯୫ ପର୍ଯ୍ୟନ୍ତ ଆୟକର ବିଭାଗର ବରିଷ୍ଠ ସ୍ଥାୟୀ ଆଇନ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ।
ନ୍ୟାୟାଧିଶ ଭାବେ
[ସମ୍ପାଦନା]ଦତ୍ତୁ ୧୮ ଡିସେମ୍ବର ୧୯୯୫ ରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟର ନ୍ୟାୟାଧିଶ ଭାବେ ନିଯୁକ୍ତ ହୋଇଥିଲେ। ପରେ ୧୨ ଫେବୃଆରୀ ୨୦୦୭ ରେ ସେ ଛତିଶଗଡ଼ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ଭାବେ ପଦୋନ୍ନତି ପାଇଥିଲେ। ୧୮ ମେ ୨୦୦୭ ରେ ସେ କେରଳ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ନ୍ୟାୟାଧିଶ ଭାବେ ନିଯୁକ୍ତ ହୋଇଥିଲେ । ୫ ସେପ୍ଟେମ୍ବର ୨୦୧୪ ରେ, ସେତେବେଳେର ମୁଖ୍ୟ ନ୍ୟାୟାଧିଶ ରାଜେନ୍ଦ୍ର ମଲ୍ ଲୋଧାଙ୍କ ସୁପାରିଶରେ, ଭାରତର ରାଷ୍ଟ୍ରପତି ଦତ୍ତୁଙ୍କୁ ପରବର୍ତ୍ତୀ ଭାରତର ମୁଖ୍ୟ ନ୍ୟାୟାଧିଶ ଭାବେ ନିଯୁକ୍ତ କରିଥିଲେ । ୨୮ ସେପ୍ଟେମ୍ବର ୨୦୧୪ ରେ ସେ ୪୨ତମ ଭାରତର ମୁଖ୍ୟ ନ୍ୟାୟାଧିଶ ଭାବେ ଶପଥ ଗ୍ରହଣ କରିଥିଲେ ।[୯] ୬୫ ବର୍ଷ ବୟସ ପୂରଣ କରି ୨ ଡିସେମ୍ବର ୨୦୧୫ ରେ ଅବସର ନେବା ପର୍ଯ୍ୟନ୍ତ, ପ୍ରାୟ ଗୋଟିଏ ବର୍ଷରୁ ଅଧିକ ସମୟ ସେ ଏହି ପଦବୀରେ ରହିଥିଲେ ।
ଭାରତର ସର୍ବୋଚ୍ଚ ନ୍ୟାୟାଳୟରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ଦତ୍ତୁ ୧୧୭ଟି ରାୟ ଲେଖିଥିଲେ ।[୧୦]
ଫେବୃଆରୀ ୨୦୧୪ ରେ, ସେତେବେଳେର ମୁଖ୍ୟ ନ୍ୟାୟାଧିଶ ପି. ସଥାସିବମ୍ ଦତ୍ତୁଙ୍କୁ ଲୋକପାଳ ନିଯୁକ୍ତି ପାଇଁ ଗଠିତ ପାଞ୍ଚ ସଦସ୍ୟ ବିଶିଷ୍ଟ ପ୍ୟାନେଲରେ CJIଙ୍କ ପ୍ରତିନିଧି ଭାବେ ନାମ ସୁପାରିଶ କରିଥିଲେ।[୧୧] ସେ ରାୟପୁରସ୍ଥିତ ହିଦାୟତୁଲ୍ଲା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଏକ ଭିଜିଟର ମଧ୍ୟ ଅଟନ୍ତି।
ଫେବୃଆରୀ ୨୦୧୬ ରେ, ଦତ୍ତୁ ଭାରତର ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ଏବଂ ୨ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ସେ ଏହି ପଦବୀରେ ସେବା ଦେଇଥିଲେ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଦତ୍ତୁ କର୍ଣ୍ଣାଟିକ ସଙ୍ଗୀତର ଏକ ରସିକ। ସେ ତାଙ୍କ କଠୋର ପରିଶ୍ରମ ପାଇଁ ପରିଚିତ ଏବଂ ଜଣେ ଶୃଙ୍ଖଳିତ ବିଚାରପତି ଭାବେ ଜଣାଶୁଣା ।[୧୨]
ସେ ପୂର୍ବତନ ଭାରତର ପୂର୍ବତନ ପ୍ରଧାନ ନ୍ୟାୟାଧୀଶ ଏସ୍. ରାଜେନ୍ଦ୍ର ବାବୁଙ୍କୁ ନିଜ ଗୁରୁ ଭାବେ ମନେ କରନ୍ତି ଏବଂ ତାଙ୍କର ନ୍ୟାୟବୋଧକୁ ଅନୁସରଣ କରନ୍ତି । ରୋଟାରୀ କ୍ଲବ୍ ପରି ସଂଗଠନମାନଙ୍କ ଅଧୀନରେ ସେ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ତାଙ୍କର ଅବଦାନ ରହିଛି ।
ସେ ତିରୁପତି ବାଳାଜୀ ଏବଂ ଶ୍ରୀ ଗଣେଶଙ୍କ ଭକ୍ତ ।[୧୩]
ଅଭିଯୋଗ
[ସମ୍ପାଦନା]ଦତ୍ତୁ ମୁଖ୍ୟ ନ୍ୟାୟାଧିଶ ହେବା ପୂର୍ବରୁ ତାଙ୍କ ବିରୋଧରେ ଦୁର୍ନୀତି ସମ୍ବନ୍ଧୀୟ ଅଭିଯୋଗ ଉଠିଥିଲା। ନ୍ୟାୟମୂର୍ତ୍ତି କାଟଜୁ ତାଙ୍କ ବ୍ଲଗ୍ ପୋଷ୍ଟଗୁଡ଼ିକରେ ଏହି ବିଷୟ ଉଠାଇ, ଦୁର୍ନୀତି ଅଭିଯୋଗ ଆଧାରରେ ଦତ୍ତୁଙ୍କ ମହାଭିଯୋଗ (impeachment) ପାଇଁ ଆହ୍ୱାନ କରିଥିଲେ।[୧୪][୧୫]
ଆଧାର
[ସମ୍ପାଦନା]- ↑ "Hon'ble Mr. Justice Handyala Lakshminarayanaswamy Dattu". Supreme Court of India. Archived from the original on 29 ମାର୍ଚ୍ଚ 2010. Retrieved 10 ମାର୍ଚ୍ଚ 2010.
- ↑ "Justice H.L. Dattu joins NHRC as Chairperson". Business Standard. ANI. 29 February 2016. Retrieved 14 June 2016.
- ↑ "Justice H L Dattu Sworn-in as Chief Justice of India". New Indian Express. No. IANS & ENS. IANS & ENS. 28 September 2014. Archived from the original on 28 September 2014. Retrieved 28 September 2014.
- ↑ "Welcome Chief Justice of India HL Dattu: Sworn in for 14-month term". No. Legally India. IANS. 28 September 2014. Retrieved 28 September 2014.
- ↑ "Hon'ble Mr. Justice H.L. Dattu". Supreme Court of India. Archived from the original on 22 ସେପ୍ଟେମ୍ବର 2014. Retrieved 28 ସେପ୍ଟେମ୍ବର 2014.
- ↑ "Chief Justice H. L. Dattu". Kerala High Court. Retrieved 28 September 2014.
- ↑ Sarda, Kanu (28 September 2014). "Hard Taskmaster Dattu Steps in as CJI". The New Indian Express. Archived from the original on 28 September 2014. Retrieved 10 October 2014.
- ↑ Anand, Utkarsh. "Next Chief Justice a 'court employee' who guards his personal space". Indian Express. Retrieved 10 October 2014.
- ↑ "Justice HL Dattu appointed next Chief Justice of India". Times of India. Retrieved 7 September 2014.
- ↑ "Justice HL Dattu appointed next Chief Justice of India". Times of India. Retrieved 7 September 2014.
- ↑ "Justice HL Dattu appointed next Chief Justice of India". Times of India. Retrieved 7 September 2014.
- ↑ Sarda, Kanu (2014-09-28). "Hard Taskmaster Dattu Steps in as CJI". The New Indian Express (in ଇଂରାଜୀ). Retrieved 2025-12-17.
- ↑ Network, L. I. (2021-07-07). "H.L. DATTU". LAW INSIDER INDIA- INSIGHT OF LAW (SUPREME COURT, HIGH COURT AND JUDICIARY (in ଆମେରିକୀୟ ଇଂରାଜୀ). Retrieved 2025-12-17.
- ↑ Rao, Krishnaraj (13 June 2015). "Katju's challenge – Impeach Dattu or jail me for contempt". Saddahaq.com. Archived from the original on 24 June 2016. Retrieved 14 June 2016.
- ↑ Katju, Markandey (15 ଅକ୍ଟୋବର 2015). "The Supreme Court's Remarks Against Sanjiv Bhatt Violate Its Own Earlier Verdicts". Thewire.in. Archived from the original on 5 ଜୁନ 2016. Retrieved 15 ଜୁନ 2016.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |