ଗୁରୁବରୁ ମାଝି

ଉଇକିପିଡ଼ିଆ‌ରୁ
(Gurubaru Majhiରୁ ଲେଉଟି ଆସିଛି)
ଗୁରୁବରୁ ମାଝି
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୧୯୯୫
ପୂର୍ବ ଅଧିକାରୀପରମା ପୂଜାରୀ
ପର ଅଧିକାରୀପରମା ପୂଜାରୀ
ନିର୍ବାଚନ ମଣ୍ଡଳୀଉମରକୋଟ
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୨୨ ଡିସେମ୍ବର ୨୦୧୫(୨୦୧୫-୧୨-୨୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ଦଳ
ଜୀବନ ସାଥୀରାଇମତି ମାଝି
ବାପା/ବୋଉଯୁଗଧର ମାଝି (ବାପା)
ବୃତ୍ତିରାଜନୀତିଜ୍ଞ

ଗୁରୁବରୁ ମାଝି (ମୃତ୍ୟୁ: ୨୨ ଡିସେମ୍ବର ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଗୁରୁବରୁ ମାଝିଙ୍କ ବାପାଙ୍କ ନାମ ଯୁଗଧର ମାଝି ଓ ପତ୍ନୀଙ୍କ ନାମ ରାଇମତି ମାଝି ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଗୁରୁବରୁ ମାଝି ଓଡ଼ିଶା ରାଜନୀତିରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

୧୯୯୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ସମୁଦାୟ ୩୩,୮୨୬ ଖଣ୍ଡ ଭୋଟ୍ ପାଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ପରମା ପୂଜାରୀଙ୍କୁ ୧୩,୨୯୪ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୯୫ ମସିହାଯାଏଁ କାର୍ଯ୍ୟ କରିଥିଲେ ।[୨]

ମୃତ୍ୟୁ[ସମ୍ପାଦନା]

ଗୁରୁବରୁ ମାଝି ୨୦୧୫ ମସିହାର ଡିସେମ୍ବର ୨୨ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Gurubaru Majhi". odishaassembly.nic.in. Odisha Assembly. Retrieved 26 March 2022.
  2. "Orissa 1990". Election Commission of India (in Indian English). Retrieved 2019-06-27.