ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ

ଉଇକିପିଡ଼ିଆ‌ରୁ
(Government High School Sahid Nagarରୁ ଲେଉଟି ଆସିଛି)
ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ
ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ
ଅବସ୍ଥାନ
ଭୁବନେଶ୍ୱର, ଓଡ଼ିଶା, ଭାରତ
ବିବରଣୀ
ପ୍ରତିଷ୍ଠା ୧୯୬୮
ଅଧ୍ୟକ୍ଷ ସାବିତ୍ରୀ ପଟ୍ଟନାୟକ
ଶ୍ରେଣୀ ଶ୍ରେଣୀ ୬ରୁ ୧୦ମ
ଛାତ୍ରଛାତ୍ରୀ ସଂଖ୍ୟା ୩୭୫
ପରିମିତି ୨.୭୫ ଏକର

ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟ ଭୁବନେଶ୍ୱରରେ ଥିବା ଏକ ସରକାରୀ ବିଦ୍ୟାଳୟ । ଏଠାରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରାଯାଏ । ଶିକ୍ଷାଦାନର ମାଧ୍ୟମ ଓଡ଼ିଆ[୧] ପୁଅ ଓ ଝିଅପିଲା ଉଭୟ ଏଠାରେ ଶିକ୍ଷାଗ୍ରହଣ କରନ୍ତି ।[୨] ୨୦୧୯ମସିହାରେ ସ୍କୁଲଟି ନିଜର ସୁବର୍ଣ୍ଣ ଜୟନ୍ତୀ ପାଳନ କରିଥିଲା ।[୩]

ଅବସ୍ଥିତି[ସମ୍ପାଦନା]

ଏହି ବିଦ୍ୟାଳୟଟି ଭୁବନେଶ୍ୱରର କେନ୍ଦ୍ରାଞ୍ଚଳ "ସହିଦ ନଗର"ଠାରେ ଅବସ୍ଥିତ । ସ୍କୁଲର ଅନତି ଦୂରରେ ସହିଦନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭବାନୀ ମଲ୍ ଓ ମହର୍ଷି ମହାବିଦ୍ୟାଳୟ ଅବସ୍ଥିତ ।

ବିଦ୍ୟାଳୟରେ ଥିବା ସୁବିଧା[ସମ୍ପାଦନା]

ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀଙ୍କ ବ୍ୟତିତ ୨୦ଜଣ ଶିକ୍ଷକ ଏବଂ ୨ ଜଣ ଅନ୍ୟ କର୍ମଚାରୀ ଅଛନ୍ତି । ସ୍କୁଲ ପରିସର ମଧ୍ୟରେ ଖେଳ ପଡ଼ିଆଟିଏ ଅଛି । ସ୍କୁଲରେ କ୍ରୀଡ଼ା ଓ ଶାରୀରିକ ଶିକ୍ଷା ପ୍ରତି ସମାନ ଗୁରୁତ୍ୱ ଦିଆଯାଏ । ବାଳଚରସଂସ୍ଥା, ଜୁନିୟର ରେଡ଼କ୍ରସ, ଇକୋ କ୍ଳବ[୪], କଳା ଓ ସାଂସ୍କୃତିକ ସଂସଦ, ବିଜ୍ଞାନ ସଂସଦ ଆଦିର ସୁବିଧା ଅଛି । ୨୦୦୮ ମସିହାରୁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ସ୍କୁଲର ମୁଖପତ୍ର "ଶହୀଦ୍" ମାଧ୍ୟମରେ ଛାତ୍ରଛାତ୍ରୀଙ୍କର ସୃଜନଶକ୍ତିର ଅଭିବୃଦ୍ଧି ନିମନ୍ତେ ପ୍ରୟାସ କରାଯାଏ । ସ୍କୁଲର ଛାତ୍ରଛାତ୍ରୀମାନେ ପାଠରେ ଭଲ କରିବା ବ୍ୟତିତ ବିଭିନ୍ନ ରାଜ୍ୟ[୫] ଓ ଜାତୀୟସ୍ତରର ପ୍ରତିଯୋଗୀତାରେ[୬] ଅଂଶଗ୍ରହଣ କରି ପୁରସ୍କାରପ୍ରାପ୍ତ ହୋଇଛନ୍ତି ।

ଇତିହାସ[ସମ୍ପାଦନା]

୧୯୬୮ ମସିହାରେ ସ୍ଥାନୀୟ କିଛି ବ୍ୟକ୍ତିବିଶେଷଙ୍କର ପ୍ରଚେଷ୍ଟାରୁ ଏହା ଏକ ବେସରକାରୀ ବିଦ୍ୟାଳୟ ଭାବରେ ପ୍ରତିଷ୍ଠା ହୋଇଥିଲା । ୧୯୭୧ମସିହାରୁ ସରକାର ଏହାକୁ ନିଜ କର୍ତ୍ତୁତ୍ୱକୁ ନେଲେ । ସରକାରୀ ହେବାପରେ ପ୍ରଥମ ପ୍ରଧାନଶିକ୍ଷକ ଥିଲେ ଶ୍ୟାମସୁନ୍ଦର ପଟ୍ଟନାୟକ ।

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "List of High School". Department of School & Mass Education, Govt of Odisha. Archived from the original on 20 August 2018. Retrieved 28 August 2018.
  2. http://www.rtiodisha.gov.in/pa/T1RILzEwLzcxNzQvMTk=
  3. "ସହିଦ ନଗର ସରକାରୀ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ". No. ସମ୍ବାଦ ୦୯/୦୪/୨୦୧୯ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଇଷ୍ଟର୍ଣ୍ଣ ମିଡିଆ. Retrieved 9 April 2019.[permanent dead link]
  4. "Eco Club Photo Galary". eco club odisha. Retrieved 7 December 2018.
  5. "STUDENTS SHOW CREATIVITY AT INDIANOIL EXHIBITION". Pioneer. Retrieved 28 August 2018.
  6. Sports Logon http://sportslogon.com/body.php?page=news_details&news_id=lqOppqg%3D. Retrieved 28 August 2018. {{cite web}}: Missing or empty |title= (help)