ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି

ଉଇକିପିଡ଼ିଆ‌ରୁ
(Government College of Engineering, Kalahandiରୁ ଲେଉଟି ଆସିଛି)
ସରକାରୀ ବୈଷୟିକ ମହାବିଦ୍ୟାଳୟ କଳାହାଣ୍ଡି
ସ୍ଥାପିତ୨୦୦୯
ପ୍ରକାରଶିକ୍ଷା ଏବଂ ଗବେଷଣା ଅନୁଷ୍ଠାନ
ଅଧ୍ୟକ୍ଷଡ଼. ଦୁଲୁ ପଟ୍ଟନାୟକ[୧]
ଅବସ୍ଥାନଭବାନୀପାଟଣା, ଓଡ଼ିଶା, ଭାରତ
ଅନୁବନ୍ଧନବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ
ୱେବସାଇଟwww.gcekbpatna.ac.in


Government College of Engineering Kalahandi, Bhawanipatna.

ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟର ଅଙ୍ଗିକୃତ ଏକ ବୈଷୟିକ ମହାବିଦ୍ୟାଳୟ । ଏହି ମହାବିଦ୍ୟାଳୟ ୨୦୦୯ରେ ସ୍ଥାପିତ ହୋଇଥିଲା । ଏଠାରେ ଚାରୋଟି ବିଭାଗରେ ବି.ଟେକ ଓ ଯାନ୍ତ୍ରିକ ବିଭାଗରେ ଏମ.ଟେକରେ ଶିକ୍ଷା କରିବାର ବ୍ୟବସ୍ଥା ଅଛି । ଏମ.ଟେକ ପାଇଁ ୨୦୧୫ ମସିହାରୁ ସ୍ୱୀକୃତି ମିଳିଛି ।

ଏଠାରେ ୪ଟି ବିଭାଗ ରହିଛି :

ବିଭାଗ ସଂଖ୍ୟା
ସିଭିଲ୍ ୬୦
କମ୍ପ୍ୟୁଟର ବିଜ୍ଞାନ ୬୦
ଯାନ୍ତ୍ରିକ ୧୨୦
ବୈଦୁତିକ ୬୦

ଅନ୍ୟ ବିଭାଗମାନ ହେଲା ଭୌତିକ ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ମାନବତ୍ୱ ଏବଂ ମ୍ୟାନେଜମେଣ୍ଟ ।
୧୦୧୫-୧୬ ଶିକ୍ଷା ବର୍ଷରୁ ଏଠାରେ ମେକାନିକାଲ ବିଭାଗରେ ଏମ. ଟେକ୍ ଖୋଲିଯାଇଛି ଓ ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ବିଭାଗରେ ଖୋଲିବାର ଯୋଜନା ଅଛି।

ଅବସ୍ଥିତି[ସମ୍ପାଦନା]

ସରକାରୀ ବୈଷୟିକ ମହାବିଦ୍ୟାଳୟ, କଳାହାଣ୍ଡି ଭବାନୀପାଟଣା ସହରଠାରୁ ୫ କିଲୋମିଟର ଦୂର ଭବାନୀପାଟଣା - ଜୁନାଗଡ଼ ଜାତୀୟ ରାଜପଥରେ ଯିବା ବେଳେ ଦକ୍ଷିଣ ପାର୍ଶରେ ଅବସ୍ଥିତ । ବର୍ତ୍ତମାନର ମହାବିଦ୍ୟଳୟ ପରିସରରେ ଥିବା ମୁଖ୍ୟ ଶ୍ରେଣୀଗୃହର ଭିତ୍ତିପ୍ରସ୍ତର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ସ୍ଥାପନ କରାଯାଇଥିଲା ଏବଂ ୨୦୧୩ରେ ଏହା ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଦ୍ୱାରା ଉଦ୍ଧାଟନ କରାଯାଇଥିଲା । ମହାବିଦ୍ୟାଳୟ ପରିସରରେ ଦୁଇଗୋଟି ଛାତ୍ର ନିବାସ ଓ ଗୋଟିଏ ଛାତ୍ରୀ ନିବାସ ରହିଛି । ଅତିଥିଗୃହ ଓ ଶିକ୍ଷକ ନିବାସମାନଙ୍କର କାର୍ଯ୍ୟ ଚାଲୁରହିଛି ।

ଛାତ୍ରଛାତ୍ରୀମାନଙ୍କର ଉଦ୍ୟମର ମହାବିଦ୍ୟଳୟରେ ରୋବୋଟିକସ୍ କ୍ଲବ, ସାମାଜିକ ସେବା ସଂସ୍ଥା ତ‌ଥା ବ‌ହୁତକିଛି କାର୍ଯ୍ୟ ଚାଲୁରହିଛି । ଛାତ୍ରଛାତ୍ରୀମାନେ ଅନେକ ସ୍ଥାନରେ ନିଜର ରୋବୋଟିକସ୍‌ର ପାରଦର୍ଶିତା ଦେଖାଇବା ପରେ ୨୦୧୬ ଫେବୃଆରୀ ୧୮ରେ ରୋବୋଟିକସ୍ କ୍ଲବର ଉଦଘାଟନ କରାଯାଇଥିଲା । ୨୦୧୬ ଫେବୃଆରୀରେ ମଧ୍ୟ ସାମାଜିକ ସେବା ସଂସ୍ଥାର ଉଦଘାଟନ ହୋଇଥିଲା ।

ଟେକ୍ ଫେଷ୍ଟ[ସମ୍ପାଦନା]

ମହାବିଦ୍ୟାଳୟରେ ପ୍ରଥମ ଟେକ୍ ଫେଷ୍ଟ ୧୦୧୨-୧୩ ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିଲା। ଏହାର ନାମ "INSPRANO" ରଖାଯାଇଛି।

  • INSPRANO-2k13
ପ୍ରଥମ କରି ମହାବିଦ୍ୟାଳୟରେ ଏହି ଉତ୍ସବ ପାଳନ କରାଯାଇଥିଲା । ଡିସେମ୍ବର ମାସରେ ଏହାର ପାଳନ ହୋଇଥିଲା ।
  • INSPRANO-2k14
ଏହି ବର୍ଷରେ ଫେବୃଆରୀ ମାସରେ ଏହି ଉତ୍ସବ ପାଳନ କରାଯାଇଥିଲା ।
  • INSPRANO-2k15
୨୦୧୫ ବର୍ଷରେ ଏହି ଉତ୍ସବ ଫେବୃଆରୀ ମାସର ୧୩ ଓ ୧୪ ତାରିଖ ଦୁଇ ଦିନ ଧରି ପାଳନ କରାଯାଇଥିଲା । ଏହିବର୍ଷରେ ପ୍ରଥମ କରି ୱେବସାଇଟର ଆରମ୍ଭ ହୋଇଥିଲା ମାତ୍ର ଅନଲାଇନରେ ରେଜିଷ୍ଟେସନ ହୋଇ ନଥିଲା ।
  • INSPRANO-2k16
୨୦୧୬ ମସିହାରେ ପୂର୍ବ ବର୍ଷ ତୁଳନାରେ ଅଧିକ ଉତ୍ସାହର ସ‌ହ ପାଳନ କରାଯାଇଥିଲା । ପ୍ରଥମ କରି ୱେବସାଇଟରେ ରେଜିଷ୍ଟ୍ରେସନ କରାଯାଇଥିଲା ଏବଂ ବାହାର ମହାବିଦ୍ୟାଳୟର ପିଲାମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା । ଫେବୃଆରୀ ମାସର ୧୮ ଓ ୧୯ ତାରିଖରେ ଏହି ଉତ୍ସବ ପାଳନ କରାଯାଇଥିଲା ।
  • INSPRANO-2k17
୨୦୧୭ ମସିହାରେ ମହାବିଦ୍ୟାଳୟରେ ମାର୍ଚ୍ଚ ୧୭ ଏବଂ ୧୮ ତାରିଖରେ ଏଇ ଉତ୍ସବ ପାଳନ କରାଯାଇଥିଲା ।

ମହାବିଦ୍ୟାଳୟର ପତ୍ରିକା[ସମ୍ପାଦନା]

  • ୨୦୧୪ ମସିହାରେ ଏହି ମହାବିଦ୍ୟାଳୟର ପ୍ରଥମ ପତ୍ରିକା ବାହାରିଥିଲା ।
ଏହି ପତ୍ରିକାର ନାମ "QUASAR", ପ୍ରଥମ ପତ୍ରିକାରେ ୪୯ଟି ଇଂରାଜୀ ଲେଖା ଓ ୧୯ଟି ଓଡ଼ିଆ ଲେଖା ସ୍ଥାନ ପାଇଥିଲା । ଏହି ପତ୍ରିକାଟି ପ୍ରଥମ କରି ବାର୍ଷିକ ଉତ୍ସବର ପ୍ରଥମ ଦିନ ୧୮ ଫେବୃଆରୀ ୨୦୧୪ରେ ଅତିଥିମାନଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା ।
  • ୨୦୧୫ ମସିହା ପତ୍ରିକାରେ ୩୭ଟି ଇଂରାଜୀ ଲେଖା ଓ ୨୪ଟି ଓଡ଼ିଆ ଲେଖା ସ୍ଥାନ ପାଇଛି । ବାର୍ଷିକ ଉତ୍ସବର ପ୍ରଥମ ଦିନରେ ଫେବୃଅରୀ ୨୪ରେ ମୁଖ୍ୟ ଅତିଥି, ସମ୍ମନିତ ଅତିଥି ତ‌ଥା ମହାବିଦ୍ୟାଳୟର ଅଧକ୍ଷଙ୍କଦ୍ୱାରା ଏହା ଉନ୍ମୋଚନ କରାଯାଇଥିଲା ।
  • ୨୦୧୬ ମସିହାରେ ମହାବିଦ୍ୟାଳୟରେ ଇ-ପତ୍ରିକା କରିବାର ନିଷ୍ପତ୍ତି ନିଆଗଲା । କିଛି ଶିକ୍ଷାର୍ଥୀ ଓ ପ୍ରଧ୍ୟାପକଙ୍କ ମିଳିତ ଉଦ୍ୟମରେ ଇ-ପତ୍ରିକାର କାର୍ଯ୍ୟ ସମାପ୍ତ ହୋଇ ବାର୍ଷିକ ଉତ୍ସବର ପ୍ରଥମ ଦିନରେ ମହାମନ୍ୟ ଅତିଥି ଓ ଅଧକ୍ଷଙ୍କଦ୍ୱାରା ଉନ୍ମୋଚନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଏହା ମହାବିଦ୍ୟାଳୟର ୱେବସାଇଟରେ ଉପଲବ୍ଧ ହେଉଛି ।
ସବୁସ୍ଥାନରେ ବୃକ୍ଷରୋପଣ ଚାଲିଥିଲାବେଳେ, ମହାବିଦ୍ୟାଳୟରେ ବାର୍ଷିକ ପତ୍ରିକାକୁ ଛପାଇବା ପାଇଁ ବ୍ୟବ‌ହୃତ କାଗଜକୁ କମାଇବାକୁ ଏହି ଇ-ପତ୍ରିକା କରି ଏକ ଉଦ୍ୟମ ଆରମ୍ଭ କରାଯାଇଛି । । ତା' ଛଡ଼ା ସବୁକିଛି ୱେବରେ ଉପଲବ୍ଧ ହେଉଥିବା ବେଳେ ମହାବିଦ୍ୟାଳୟର ପତ୍ରିକା ଯଦି ୱେବରେ ଉପଲବ୍ଧ ହେବ, ଅଧିକରୁ ଅଧିକ ପାଠକ ଏହାକୁ ପଢ଼ିବାରେ ସକ୍ଷମ ହେବେ ।

ବାର୍ଷିକ ଉତ୍ସବ[ସମ୍ପାଦନା]

ମହାବିଦ୍ୟାଳୟରେ ୨୦୧୩ଠାରୁ ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବ ବ‌ହୁତ ଜାମଜମକରେ ପାଳନ କାରାଯାଉଛି । ମହାବିଦ୍ୟାଳୟରେ ଅଧକ୍ଷ ଏହି ଉତ୍ସବର ନାମ ଅନୁଗୁଞ୍ଜ ନାମରେ ନାମିତ କରିଛନ୍ତି । ୨୦୧୪ ମସିହାରୁ ଏହି ଉତ୍ସବରେ ମହାବିଦ୍ୟାଳୟର ବାର୍ଷିକ ପତ୍ରିକା ମଧ୍ୟ ଉନ୍ମୋଚନ ହେଉଛି । ମୁଖ୍ୟତଃ ଅତିଥିମାନଙ୍କର ଆଗମନ ଓ ଶିକ୍ଷାର୍ଥୀମାନଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମ ସାଙ୍ଗକୁ ଓଡ଼ିଶାର ନାମୀ କଳାକାର ମାନଙ୍କର ଆଗମନ ଏହି ଉତ୍ସବର ଦୁଇଦିନ‌କୁ ରଙ୍ଗୀନ କରିଥାଏ ।

ପୁରସ୍କାର ଓ ଉପଲବ୍ଧି[ସମ୍ପାଦନା]

  • ମହାବିଦ୍ୟାଳୟର ରୋବୋକିସ୍ କ୍ଲବର ଛାତ୍ରଛାତ୍ରୀମାନେ ଦେଶର ବିଭିନ୍ନ ସରକାରୀ ଅନୁଷ୍ଠାନ ଯଥା, ଆଇ.ଆଇ.ଟି, ଏନ.ଆଇ.ଟି ମାନଙ୍କରେ ନିଜର ପାରଦର୍ଶିତା ଦେଖାଇଛନ୍ତି । ତନ୍ମଧ୍ୟରୁ କିଛି ସ୍ଥାନରେ ପ୍ରଥମ ଅଥବା ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ।
  • ସାମାଜିକ ସେବା ସଂସ୍ଥା ମହାବିଦ୍ୟଳୟର ପାଖରେ ଥିବା ଗାଁ ମାନଙ୍କରେ ଥିବା ଅସୁବିଧା ଓ ଶିକ୍ଷାର ସମସ୍ୟା ଦୂର କରିବା ପାଇଁ ଉଦ୍ୟମ ଚଳାଇଛନ୍ତି ।

ଆଧାର[ସମ୍ପାଦନା]