Jump to content

ଗୋପାଳ ଚନ୍ଦ୍ର ଦାସ (ସ୍ୱାଧୀନତା ସଂଗ୍ରାମୀ)

ଉଇକିପିଡ଼ିଆ‌ରୁ
(Gopal Chandra Das (freedom fighter)ରୁ ଲେଉଟି ଆସିଛି)
ଗୋପାଳ ଚନ୍ଦ୍ର ଦାସ
ଜନ୍ମ
ଗୋପାଳ ଚନ୍ଦ୍ର ଦାସ

ମୃତ୍ୟୁ୨୮ ସେପ୍ଟେମ୍ବର ୧୯୪୨(୩୯ ବର୍ଷ)
ଜାତୀୟତାବ୍ରିଟିଶ ଭାରତ
ପ୍ରସିଦ୍ଧିଭାରତ ଛାଡ଼ ଆନ୍ଦୋଳନରେ ସହିଦ ହୋଇଥିବା ସଂଗ୍ରାମୀ
ପିତାମାତା
  • ଅପତ୍ତି ଦାସ (father)

ଗୋପାଳ ଚନ୍ଦ୍ର ଦାସ ଜଣେ ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀ ଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନରେ ଭାଗନେଇ "ମେଳା ଆମ୍ବ ଗଛ" ମୂଳରେ ହେଉଥିବା ସଭାରେ ପୁଲିସ ଗୁଳିରେ ବାଲେଶ୍ୱରର (ଏବେର ଭଦ୍ରକ) ଇରମରଠାରେ ବାକି ୨୮ ଜଣଙ୍କ ସମେତ ନିହତ ହୋଇଥିଲେ ।[]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ସେ ଅବିଭକ୍ତ ବାଲେଶ୍ୱର ଜିଲ୍ଲା ଓ ଏବେର ଭଦ୍ରକସ୍ଥିତ ପଢ଼ୁଆଁଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଅପତ୍ତି ଦାସ ।[] ସେ ୩୯ ବର୍ଷ ବୟସରେ ସହିଦ ହୋଇଥିଲେ ଏବଂ ତାଙ୍କ ପରିବାରରେ ତାଙ୍କ ପତ୍ନୀ ଓ ୩ ଝିଅ ଥିଲେ ।[]

ଭାରତଛାଡ଼ ଆନ୍ଦୋଳନ

[ସମ୍ପାଦନା]

ମହାତ୍ମା ଗାନ୍ଧୀଙ୍କ ଭାରତ ଛାଡ଼ ଆନ୍ଦୋଳନକୁ ସମର୍ଥନ ଜଣାଇ ଅନେକ ସଂଗ୍ରାମୀ ୧୯୪୨ ମସିହାରେ ସେପ୍ଟେମ୍ବର ୨୮ ତାରିଖ ଦିନ ଇରମଠାରେ ଥିବା "ମେଳା ଆମ୍ବ ଗଛ" ମୂଳେ ଏକାଠି ହୋଇଥିଲେ । ସେମାନେ ଏଠାରେ ସମ୍ପୂର୍ଣ୍ଣ ଅହିଂସା ଭାବରେ ନିଜର ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରୁଥିଲେ । ଏହି ସଂଗ୍ରାମୀମାନେ ପୁଲିସକୁ ତାର କାମ କରାଇ ଦେଉନଥିଲେ । ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଂରେଜ ପୁଲିସ ବାସୁଦେବପୁର ଥାନାର ଇଂରେଜ ପୁଲିସ ଡି.ଏସ.ପି. କୁଞ୍ଜବିହାରୀ ମହାନ୍ତିଙ୍କ ନେତୃତ୍ୱରେ ହଠାତ ସେଠାରେ ପହଞ୍ଚି ସନ୍ଧ୍ୟା ସାଢ଼େ ଛଅ ଘଟିକା ସମୟରେ ସେମାନଙ୍କ ଉପରେ ଅତର୍କିତ ଭାବରେ ଗୁଳିଚାଳନା କରିଥିଲା । ଚାରିଦିଗରୁ ଘେରା ହୋଇଥିବାରୁ ଏକାଠି ହୋଇଥିବା ଲୋକେ କେଉଁ ଆଡ଼େ ଯାଇପାରିଲେ ନାହିଁ । ଘଟଣାସ୍ଥଳରେ ତାଙ୍କ ସମେତ ୨୮ ଜଣ ସ୍ୱାଧୀନତା ସଂଗ୍ରାମୀ ପ୍ରାଣ ହରାଇଥିଲେ ଓ ୫୬ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଇଂରେଜ ପୁଲିସର କାର୍ଯ୍ୟାଳୟ "ପାଢ଼ୀ ଆବାସ"ର ଛାତ ଉପରୁ ପୁଲିସ ଗୁଳି ଚାଳନା କରିଥିବା ସେହି କୋଠାଟି ଏବେ ମଧ୍ୟ ସେଠାରେ ରହିଛି ।[]

  1. Orissa Review. Home Department, Government of Orissa. August 1998.
  2. "Eram (Raktatirtha)" (in Indian English). Bhadrak District Portal. Retrieved 16 August 2025.{{cite web}}: CS1 maint: url-status (link)[permanent dead link]
  3. ପଟ୍ଟନାୟକ, ଜଗନ୍ନାଥ (1986). ରକ୍ତ‌ତୀର୍ଥ ଇରମ: ସ୍ୱାଧୀନତା ସଂଗ୍ରାମରେ ଏକ ମର୍ମନ୍ତୁନ୍ଦ ଅଧ୍ୟାୟ (୧ମ ed.). ବିନୋଦବିହାରୀ, କଟକ-୨: ନାଲନ୍ଦା. p. ୧୨୮.{{cite book}}: CS1 maint: location (link) CS1 maint: url-status (link)
  4. ପଟ୍ଟନାୟକ, ଜଗନ୍ନାଥ (1986). ରକ୍ତ‌ତୀର୍ଥ ଇରମ: ସ୍ୱାଧୀନତା ସଂଗ୍ରାମରେ ଏକ ମର୍ମନ୍ତୁନ୍ଦ ଅଧ୍ୟାୟ (୧ମ ed.). ବିନୋଦବିହାରୀ, କଟକ-୨: ନାଲନ୍ଦା. p. ୧୫୭.{{cite book}}: CS1 maint: location (link) CS1 maint: url-status (link)
  5. "ଇରମ (ରକ୍ତତୀର୍ଥ)" (in Odia). ଭଦ୍ରକ ଜିଲ୍ଲା ପ୍ରଶାସନ. Retrieved 16 August 2025.{{cite web}}: CS1 maint: unrecognized language (link) CS1 maint: url-status (link)[permanent dead link]