ଗୋବିନ୍ଦ ତ୍ରିପାଠୀ

ଉଇକିପିଡ଼ିଆ‌ରୁ
(Gobinda Tripathyରୁ ଲେଉଟି ଆସିଛି)
ଗୋବିନ୍ଦ ତ୍ରିପାଠୀ
ଜନ୍ମ ଓ ଜନ୍ମସ୍ଥାନ(1899-05-13)୧୩ ମଇ ୧୮୯୯
ତଡ଼ାସ ରାମଚନ୍ଦ୍ରପୁର, ପୁରୀ
ମୃତ୍ୟୁ୯ ସେପ୍ଟେମ୍ବର ୧୯୬୨(1962-09-09) (ବୟସ ୬୩)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାନୁଷ୍ଠାନପାଟଣା ବିଶ୍ୱବିଦ୍ୟାଳୟ
ସନ୍ତାନବ୍ୟୋମକେଶ ତ୍ରିପାଠୀ

ଗୋବିନ୍ଦ ତ୍ରିପାଠୀ (୧୩ ମଇ ୧୮୯୯ - ୦୯ ସେପ୍ଟେମ୍ବର ୧୯୬୨)[୧] ଜଣେ ଓଡ଼ିଆ ପ୍ରାବନ୍ଧିକ ଥିଲେ ।[୨] ଅନୁବାଦ, ନାଟକ ଓ ଉପନ୍ୟାସ ସାହିତ୍ୟରେ ମଧ୍ୟ ତାଙ୍କର ପ୍ରବେଶ ରହିଥିଲା ।

ଗୋବିନ୍ଦ ତ୍ରିପାଠୀ, ପୁରୀ ଜିଲ୍ଲାର ରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆଠଗଡ଼ରେ ତାଙ୍କର ଶିକ୍ଷାରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ସେ ପାଟଣା ବିଶ୍ୱବିଦ୍ୟାଳୟରୁ ଇଂରାଜୀ ଭାଷା ଓ ସାହିତ୍ୟରେ ସ୍ନାତକୋତ୍ତର ଲାଭ କରିଥିଲେ ଓ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ । ଜଣେ ପ୍ରଶାସନିକ ଅଧିକାରୀ ଭାବରେ ନିଜ ଚାକିରି ଜୀବନ ଆରମ୍ଭ କରି, ଗୋବିନ୍ଦ ତ୍ରିପାଠୀବିହାରର ହଜାରୀବାଗ, ଟାଟାନଗର, ଦରଭଙ୍ଗା ଆଦି ସ୍ଥାନରେ କାର୍ଯ୍ୟ କରିଥିଲେ ।

ପ୍ରାୟ ୪ ଦଶନ୍ଧି ଗୋବିନ୍ଦ ତ୍ରିପାଠୀ ଧରି ନିଜ ଲେଖନି ଚାଳନା କରିଥିଲେ । ବ୍ୟଙ୍ଗାତ୍ମକ ତଥା ସମାଲୋଚନାମୂଳକ ପ୍ରବନ୍ଧ ଲେଖା ତାଙ୍କର ବିଶେଷତ୍ୱ ଥିଲା ।[୩] ତାଙ୍କୁ ଓଡ଼ିଶାର ଆଦ୍ୟ ପ୍ରାବନ୍ଧିକମାନଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଏ । ସଙ୍ଗୀତ ପ୍ରତି ତାଙ୍କର ଆକର୍ଷଣ ରହିଥିଲା । ହାରମୋନିଅମ ବଜାଇବାରେ ସେ ଧୂରୀଣ ଥିଲେ । ଓଡ଼ିଶୀ ଛାନ୍ଦ, ଚମ୍ପୁ ଆଦି ସେ ଗାୟନ କରିପାରୁଥିଲେ ।

ରଚନାବଳୀ[ସମ୍ପାଦନା]

ପ୍ରବନ୍ଧ[ସମ୍ପାଦନା]

ପ୍ରଥମ ପ୍ରବନ୍ଧ "ସ୍ବର୍ଣ୍ଣ ଓ ରୌପ୍ୟ ମୁଦ୍ରା" ସହକାରରେ ପ୍ରକାଶିତ

  • ବଟୁଆ
  • ଆକାଶ କଇଁଆ
  • ଆରସିକ
  • କଖାରୁ ଫୁଲ
  • ଛେନାଗୁଡ଼
  • ବୋମା
  • ଆମ୍ବ
  • କଦଳୀ
  • ଆମ ଗୋସେଇଁ
  • ଦାଢ଼ି
  • ଧରମ ଧରମ

ଅନୁବାଦ[ସମ୍ପାଦନା]

ସେ "ସେରଭାନ୍ତେ"ଙ୍କ ଲିଖିତ "'Don Quixote"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୪]

୧୯୬୨ମସିହା ସେପ୍ଟେମ୍ବର ୯ ତାରିଖରେ ଗୋବିନ୍ଦ ତ୍ରିପାଠୀଙ୍କ ପରୋଲୋକ ଘଟିଥିଲା ।[୫]

ଆଧାର[ସମ୍ପାଦନା]

  1. ଦେବୀ, ଡ. ଅରୁନ୍ଧତୀ. "ଗଦ୍ୟଶିଳ୍ପୀ ଗୋବିନ୍ଦ ତ୍ରିପାଠୀ". ପ୍ରଜାତନ୍ତ୍ର. Retrieved 10 September 2017.[permanent dead link]
  2. Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 339–. ISBN 978-81-7201-798-9.
  3. "ଆର୍କାଇଭ୍ କପି". Archived from the original on 2015-08-22. Retrieved 2015-09-09. {{cite web}}: Cite has empty unknown parameter: |1= (help)
  4. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77
  5. "ପ୍ରାବନ୍ଧିକ ଗୋବିନ୍ଦ ତ୍ରିପାଠୀ". ସମ୍ବାଦ ୦୯/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Retrieved 9 September 2015.