ଗିଲବର୍ଟ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
(Gilbert's syndromeରୁ ଲେଉଟି ଆସିଛି)
ଗିଲବର୍ଟ ସିଣ୍ଡ୍ରୋମ (Gilbert's syndrome)
ମିଉଲେନ‌ଗ୍ରାଟ ସିଣ୍ଡ୍ରୋମ (Meulengracht syndrome), ଗିଲବର୍ଟ-ଲେରାବାଉଲେଟ ସିଣ୍ଡ୍ରୋମ (Gilbert-Lereboullet syndrome), ହାଇପରବିଲିରୁବିନେମିଆ ଆରିଆସ ଟାଇପ (hyperbilirubinemia Arias type), ହାଇପରବିଲିରୁବିନେମିଆ ଟାଇପ ୧ (hyperbilirubinemia type 1), ଫାମିଲିଆଲ କୋଲେମିଆ (familial cholemia), ଫାମିଲିଆଲ ନନ୍‌ହେମୋଲାଇଟିକ ଜଣ୍ଡିସ (familial nonhemolytic jaundice)[୧][୨]
ଉଚ୍ଚାରଣ
ବିଭାଗଜଠରାନ୍ତ୍ର ରୋଗ ବିଜ୍ଞାନ ବିଭାଗ (Gastroenterology)
ଲକ୍ଷଣନାହିଁ, ସାମାନ୍ୟ କାମଳ[୧]
କାରଣଜେନେଟିକ (Genetic)[୧]
ସଠିକ ରୋଗ ନିର୍ଣ୍ଣୟକ୍ରିଗଲାର-ନାଜ୍ଜାର ସିଣ୍ଡ୍ରୋମ (Crigler-Najjar syndrome), ରୋଟୋର ସିଣ୍ଡ୍ରୋମ (Rotor syndrome), ଡୁବିନ ଜନସନ ସିଣ୍ଡ୍ରୋମ (Dubin-Johnson syndrome)[୨]
ଚିକିତ୍ସାସାଧାରଣତଃ ଅନାବଶ୍ୟକ[୧]
ପୁନଃପୌନିକ~୫%[୩]

ଗିଲବର୍ଟ ସିଣ୍ଡ୍ରୋମ ବା ଜିଏସ (Gilbert's syndrome or GS) ଏକ ସାମାନ୍ୟ ଯକୃତ ରୋଗ (liver disorder) ଯେଉଁଥିରେ ଯକୃତରୁ (liver) ବିଲିରୁବିନ (bilirubin) ସଠିକ ଭାବରେ ବିକଶିତ ହୁଏନି ।[୧] ଅନେକ ଲୋକଙ୍କର କୌଣସି ଲକ୍ଷଣ ଦେଖାଯାଏନାହିଁ ।[୧] ବେଳେ ବେଳେ ସାମାନ୍ୟ ଚର୍ମ ଓ ଆଖିର ଧଳା ଅଂଶ ହଳଦିଆ (yellowish color of the skin or whites of the eyes) ଦେଖାଯାଏ । [୧] ଥକ୍କାଣ, ଦୁର୍ବଳତା ଓ ଉଦର ଯନ୍ତ୍ରଣା ଦେଖାଯାଇପାରେ ।[୧]

ଗିଲବର୍ଟ ସିଣ୍ଡ୍ରୋମରେ ୟୁଜିଟି୧ଏ୧ (UGT1A1 gene) ଜିନର ମ୍ୟୁଟେସନ (mutation) ହେବା ଫଳରେ ବିଲିରୁନିବିନ ଯୁରିଡିନ ଡାଇଫସଫେଟ ଗ୍ଲୂରୋନୋସିଲଟ୍ରନ୍ସଫରେଜ (bilirubin uridine diphosphate glucuronosyltransferase) ଏଞ୍ଜାଇମର କ୍ରିୟାଶୀଳତା କମିଯାଏ ।[୧][୩] ସାଧାରଣତଃ ଏହା ଅଟୋସୋମାଲ ରିସିସିଭ (autosomal recessive) ପାଟର୍ଣ୍ଣରେ ଇନହେରିଟ ହୁଏ, କିନ୍ତୁ ମ୍ୟୁଟେସନ ଅନୁଯାୟୀ ବେଳେବେଳେ ଅଟୋସୋମାଲ ଡୋମିନାଣ୍ଟ (autosomal dominant) ହୋଇଯାଏ ।[୩] ବ୍ୟାୟାମ, ଋତୁସ୍ରାବ ଓ ନ ଖାଇଲେ ଏହି ରୋଗ ଟ୍ରିଗର ହୋଇପାରେ ।[୩] ଯକୃତ ସମସ୍ୟା (liver problems) ଓ ଲୋହିତ ରକ୍ତ କଣିକା ଭାଙ୍ଗିବା (red blood cell breakdown) ନଥାଇ ରକ୍ତରେ ଅନ‌କଞ୍ଜୁଗେଟେଡ ବିଲିରୁବିନ (unconjugated bilirubin) ସ୍ତର ଅଧିକ ମିଳିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୩][୨]

ସାଧାରଣତଃ ଏହାର କୌଣସି ଚିକିତ୍ସା ଆବଶ୍ୟକ ହୁଏନାହିଁ ।[୧] ଉଲ୍ଲେଖନୀୟ କାମଳ ଥିଲେ ଫିନୋବାର୍ବିଟାଲ (phenobarbital) ଦିଆଯାଏ ।[୧] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗଦ୍ୱାରା ପ୍ରାୟ ୫% ଲୋକ ଆକ୍ରାନ୍ତ ହୁଅନ୍ତି ।[୩] ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କର କ୍ଷେତ୍ରରେ ଅଧିକ ରୋଗ ନିର୍ଣ୍ଣୟ ହୁଏ ।[୧] ଶୈଶବ ଶେଷ ଆଡ଼କୁ ବା ଯୁବାବସ୍ଥା ପ୍ରାରମ୍ଭରେ ଏହା ଲକ୍ଷ କରାଯାଏ । [୨] ସନ ୧୯୦୧ରେ ଅଗସ୍ଟ ଇନ ନିକୋଲାସ ଗିଲବର୍ଟ (Augustin Nicolas Gilbert) ଏହି ରୋଗର ବର୍ଣ୍ଣନା ପ୍ରଥମେ କରିଥିଲେ ।[୪][୨]

ଉଲ୍ଲେଖନୀୟ କେଶ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ "Gilbert syndrome". GARD (in ଇଂରାଜୀ). 2016. Archived from the original on 4 August 2017. Retrieved 2 July 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "Gilbert Syndrome". NORD (National Organization for Rare Disorders). 2015. Archived from the original on 20 February 2017. Retrieved 2 July 2017.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Gilbert syndrome". Genetics Home Reference (in ଇଂରାଜୀ). 27 June 2017. Archived from the original on 27 June 2017. Retrieved 2 July 2017.
  4. "Whonamedit - dictionary of medical eponyms". www.whonamedit.com (in ଇଂରାଜୀ). Archived from the original on 18 September 2016. Retrieved 2 July 2017.
  5. Foulk, WT; Butt, HR; Owen, CA Jr; Whitcomb, FF Jr; Mason, HL (1959). "Constitutional hepatic dysfunction (Gilbert's disease): its natural history and related syndromes". Medicine (Baltimore). 38 (1): 25–46. PMID 13632313.
  6. Shmaefsky, Brian (2006). "5". Biotechnology 101. Greenwood Publishing Group. p. 175. ISBN 978-0-313-33528-0. Archived from the original on 2017-11-05.
  7. "Wire preaches delights of three cliffs". South Wales Evening Post. 2007-04-27. p. 3.
  8. David Cox. (19 April 2014). "A Tennis Player Learns to Be Aggressive for Health's Sake". New York Times. Monte Carlo. Archived from the original on 14 October 2016.
  9. Khorounzhiy, Valentin (2017-11-09). "Illness that 'shut down' Tech3 MotoGP rookie Jonas Folger diagnosed". Autosport.com. Motorsport Network. Retrieved 2017-11-09. After visiting specialists in his native Germany, Folger has been diagnosed with Gilbert's syndrome - a genetic ailment that precludes the liver from correctly processing bilirubin.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ