Jump to content

ଘୁଗୁନି

ଉଇକିପିଡ଼ିଆ‌ରୁ
(Ghuguniରୁ ଲେଉଟି ଆସିଛି)
ବରା ସହ ଘୁଗୁନି

ଘୁଗୁନି ଏକ ପୂର୍ବ ଭାରତୀୟ ରନ୍ଧାଖାଦ୍ୟ । ଏହା ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ[] [], ଝାଡ଼ଖଣ୍ଡବିହାର ଆଦି ରାଜ୍ୟରେ ଜଣାଶୁଣା । ମଟରଆଳୁକୁ ସିଝାଇ ଘୁଗୁନି ତିଆରି କରାଯାଏ ।[] ଓଡ଼ିଶାରେ ଖାଲି ଘୁଗୁନି କିମ୍ବା ବରା, କାକରା, ଆଳୁ ଚପ, ସିଙ୍ଗଡ଼ା, ପୁରି, ଉପମା ଏବଂ ମୁଢ଼ି[] ଆଦି ଜଳଖିଆ ସହିତ ତଥା ଭାତରୁଟି ସହ ମଧ୍ୟ ଖିଆଯାଇଥାଏ ।[] ବଙ୍ଗଳା ରନ୍ଧାରେ ଖାସି ମାଂସ ପଡ଼ି ମଧ୍ୟ ଘୁଗୁନି ରନ୍ଧା ହୁଏ ।[] ଶୀତ ଦିନରେ ମଟର ଛୁଇଁ ଅମଳ ହେଲେ ସେଥିରେ ଘୁଗୁନି ରନ୍ଧା ହୋଇଥାଏ । ଘୁଗୁନି ଦହିବରା-ଆଳୁଦମରେ ମଧ୍ୟ ପଡ଼ିଥାଏ ।[] ଓଡ଼ିଶା ଓ ପଶ୍ଚିମବଙ୍ଗରେ ଷ୍ଟେସନ ଓ ଅନ୍ୟାନ୍ୟ ସର୍ବସାଧାରଣ ଜାଗାରେ ଠେଲାଗାଡ଼ିରେ ମିଳୁଥିବା ଘୁଗୁନି-ଚାଟ ଲୋକପ୍ରିୟ ।[]

ରନ୍ଧନ ପ୍ରଣାଳୀ

[ସମ୍ପାଦନା]

ଘୁଗୁନି ତିଆରି କରିବା ପାଇଁ ମଟରକୁ ଘଣ୍ଟାଏ ପାଣିରେ ବତୁରାଇ ତାକୁ ଆଳୁ ସହ ଶିଝାଯାଇଥାଏ । ଏହା ପରେ ତେଲରେ ଜିରା, କଟା ପିଆଜ ଓ ତା'ପରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ ଓ ଗରମ ମସଲା ଆଦି, ଅଦା-ରସୁଣ-ଲଙ୍କା ବଟା ଓ ଶେଷରେ ବିଲାତି ବାଇଗଣ ଛୁଙ୍କ ଦେଇ ଘୁଗୁନି ପ୍ରସ୍ତୁତ କରାଯାଇଥାଏ । ରନ୍ଧା ସରିଲେ ଶେଷରେ ଉପରେ ଧନିଆ ପତ୍ର ପକାଇ ପରଷାଯାଏ ।[]

  1. "Try ghugni instead of chili". The Poughkeepsie Journal. February 2, 2015. Retrieved May 9, 2015.
  2. Majumdar, B. (2013). Cooking On The Run. HarperCollins India. ISBN 978-93-5029-945-6.
  3. Nayak, J.K.; Dasgupta, S.C.; DSA Programme (Jadavpur University) (2004). Reminiscences: Excerpts from Oriya and Bangla Autobiographies. DSA Publication, Department of Comparative Literature, Jadavpur University. Retrieved 2021-12-29.
  4. Dasgupta, Minakshie (2013). The Calcutta cookbook : a treasury of over 200 recipes from pavement to palace. New Delhi, India New York, NY, USA: Penguin Books. ISBN 978-93-5118-149-1. OCLC 941961227.
  5. ୫.୦ ୫.୧ Patnaik, Sujata (2010). Classic cooking of Orissa. New Delhi: Allied Publishers. ISBN 978-81-8424-584-4. OCLC 805408026.
  6. Karmakar, Kalyan (2016). The Travelling Belly : Eating Through India's By-Lanes. Gurgaon: Hachette India. ISBN 978-93-5009-911-7. OCLC 968895956.
  7. Brien, Charmaine (2013). The Penguin food guide to India. New Delhi: Penguin Books. ISBN 978-93-5118-575-8. OCLC 937701523.
  8. Chauhan, Maneet (2020). Chaat : the best recipes from the kitchens, markets, and railways of India. New York: Clarkson Potter/Publishers. ISBN 978-1-9848-2388-5. OCLC 1136968017.