ଗାଲିସିଆନ ଉଇକିପିଡ଼ିଆ
| Wikipedia-logo-v2-gl.svg | |
Screenshot Galician wiki 20131211.png Main Page of the Galician Wikipedia in December 2013 | |
| ୟୁ.ଆର.ଏଲ | gl |
|---|---|
| ବ୍ୟବସାୟିକ | No |
| ସାଇଟର ପ୍ରକାର | ଅନଲାଇନ ଜ୍ଞାନକୋଷ |
| ରେଜେଷ୍ଟ୍ରିକରଣ | ଇଚ୍ଛାଧୀନ |
| ମିଳୁଥିବା ଭାଷା | Galician |
| କଣ୍ଟେଣ୍ଟ ଲାଇସେନ୍ସ | Creative Commons Attribution/ Share-Alike 4.0 (most text also dual-licensed under GFDL) Media licensing varies |
| ମାଲିକ | ଉଇକିମିଡ଼ିଆ ଫାଉଣ୍ଡେସନ |
ଗାଲିସିଆନ୍ ଉଇକିପିଡ଼ିଆ (ଗାଲିସିଆନ୍: Wikipedia en lingua galega), ଲୋକପ୍ରିୟ ଭାବେ ଗାଲିପେଡିଆ (ଗାଲିସିଆନ୍: Galipedia) ନାମରେ ମଧ୍ୟ ପରିଚିତ,[୧] ଗାଲିସିଆନ୍ ଭାଷାରେ ଥିବା ଉଇକିପିଡ଼ିଆର ଏହା ଏକ ସଂସ୍କରଣ ଅଟେ। ଏହା ଏକ ମୁକ୍ତ ଏବଂ ସାର୍ବଜନୀନ ଭାବେ ସମ୍ପାଦନଯୋଗ୍ୟ ଅନଲାଇନ୍ ଜ୍ଞାନକୋଷ ।
୮ ମାର୍ଚ୍ଚ ୨୦୦୩ ରେ ଆରମ୍ଭ ହୋଇଥିବା ଏହି ଉଇକିପିଡ଼ିଆରେ,[୨] ୩୧ ଜାନୁଆରୀ ୨୦୨୬ ଅବଧି ସୁଦ୍ଧା ୨,୨୯,୪୮୩ଟି ଲେଖା ଥିଲା, ଯେଉଁ ଲେଖା ସଂଖ୍ୟା ଆଧାରରେ ଏହାକୁ ଉଇକିପିଡ଼ିଆର ୫୧ତମ ସର୍ବବୃହତ ସଂସ୍କରଣ ଭାବେ ପରିଚିତ କରିଥିଲା।[୩][୪] ୪ ମାର୍ଚ୍ଚ ୨୦୧୩ ରେ, ଦଶମ ବାର୍ଷିକୀର ଚାରି ଦିନ ପୂର୍ବରୁ, ଏହା ୧,୦୦,୦୦୦ଟି ଲେଖାର ସଂଖ୍ୟା ପ୍ରାପ୍ତ କରିଥିଲା। ସମ୍ପାଦନା ସଂଖ୍ୟା ଦୃଷ୍ଟିରୁ ଏହା ୪୭ତମ ସ୍ଥାନରେ ଥିବା ବେଳେ, ଲେଖା ଗଭୀରତା ଦୃଷ୍ଟିରୁ ୫୩ତମ ସ୍ଥାନରେ ରହିଛି। ୨୦୧୩ ଆରମ୍ଭରେ, ଏଠାରେ ୧,୦୧,୩୦୫ଟି ଭିନ୍ନ ଚିତ୍ର ବ୍ୟବହୃତ ହୋଇଥିଲା।[୫]
(ଗାଲିପେଡିଆ ସମ୍ବନ୍ଧୀୟ ଘଟଣାମାନଙ୍କର କ୍ରମାନୁକ୍ରମିକ ତାଲିକା ପାଇଁ gl:Wikipedia:Actualidade ଦେଖନ୍ତୁ। ଏହା ସହିତ gl:Especial:Estatísticas ଏବଂ gl:Wikipedia:Estatísticas ସହିତ ଅନ୍ୟାନ୍ୟ ପରିସଂଖ୍ୟାନ ପୃଷ୍ଠାମାନେ ମଧ୍ୟ ଉପଲବ୍ଧ ଅଛି।)
ଇତିହାସ
[ସମ୍ପାଦନା]ପ୍ରଥମ ବ୍ୟବହାରକାରୀ ILVI ୮ ମାର୍ଚ୍ଚ ୨୦୦୩ ରେ ନିବନ୍ଧନ କରିଥିଲେ ଏବଂ ସତ୍ୱର ମୁଖ୍ୟ ପୃଷ୍ଠାର ପ୍ରଥମ ସଂସ୍କରଣ ତିଆରି କାର୍ଯ୍ୟ ଆରମ୍ଭ କରିଥିଲେ।[୨] ଚାରି ଦିନ ପରେ ସେ ତଥ୍ୟାଧାରରେ ପ୍ରଥମ ଲେଖା grupo (ଗୋଷ୍ଠୀ) ସୃଷ୍ଟି କରିଥିଲେ। ପରେ ସେ ou (କିମ୍ବା), cal (କ୍ୟାଲସିଅମ୍ ଅକ୍ସାଇଡ୍), ciencias naturais (ପ୍ରାକୃତିକ ବିଜ୍ଞାନ), ciencias humanas (ମାନବ ବିଜ୍ଞାନ), ciencias ocultas (ଗୁପ୍ତ ବିଜ୍ଞାନ), ciencias aplicadas (ପ୍ରୟୋଗାଧାରିତ ବିଜ୍ଞାନ) ଏବଂ botánica (ବଟାନୀ) ପରି ଅନ୍ୟାନ୍ୟ ଲେଖାମାନେ ମଧ୍ୟ ସୃଷ୍ଟି କରିଥିଲେ।
କିଛି ମାସ ପରେ ଏଗ୍ରିମନ (Agremon-ବ୍ୟବହାରକାରୀ) ନିବନ୍ଧନ କରି ଗାଲିସିଆନ୍ ଉଇକିପିଡ଼ିଆର ପ୍ରଥମ ପ୍ରଶାସକ ହେଲେ। ସେଇ ଜଣକ ଏହି ପ୍ରକଳ୍ପକୁ ସୂଚିତ କରିବା ପାଇଁ ପ୍ରଥମେ ଗାଲିପେଡିଆ ଶବ୍ଦଟି ବ୍ୟବହାର କରିଥିଲେ । ସେ ସମୟରେ ଏହା ଏକ ବର୍ଷରୁ କମ୍ ସମୟ ଧରି ଅସ୍ତିତ୍ୱରେ ଥିଲା। ଧୀରେ ଧୀରେ, ଗାଲିପେଡିଆ ସମ୍ବନ୍ଧରେ କିଛି ସମ୍ବାଦପତ୍ର, ୱେବସାଇଟ୍ ଓ ଅନ୍ୟାନ୍ୟ ସ୍ରୋତମାନେ ଉଲ୍ଲେଖ କରିବାକୁ ଲାଗିଲେ, କାରଣ ସେମାନେ ଏଥିରେ ହେଉଥିବା କାର୍ଯ୍ୟ ପ୍ରତି ଆଗ୍ରହୀ ଥିଲେ।
ଆଧାର
[ସମ୍ପାଦନା]- ↑ Galipedia is an informal name. The name Wikipedia is the only one with an official character.
- ↑ ୨.୦ ୨.୧ "Wikipedia:Portada/Arquivo/Portada 2005 - Wikipedia, a enciclopedia libre". gl.wikipedia.org (in ଗାଲିସିଆନ୍). Retrieved 2026-01-31.
- ↑ "List of Wikipedias - Meta-Wiki". meta.wikimedia.org (in ଇଂରାଜୀ). Retrieved 2026-01-31.
- ↑ "List of Wikipedias/Table - Meta-Wiki". meta.wikimedia.org (in ଇଂରାଜୀ). Retrieved 2026-01-31.
- ↑ "Re: [Wikies-l] Número de imágenes de la Galipedia - Wikies-l - lists.wikimedia.org". lists.wikimedia.org (in ଇଂରାଜୀ). Retrieved 2026-01-31.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |