ଖାଦ୍ୟ ଆଲର୍ଜି

ଉଇକିପିଡ଼ିଆ ରୁ
(Food allergy ରୁ ଲେଉଟି ଆସିଛି)
Jump to navigation Jump to search
ଖାଦ୍ୟ ଆଲର୍ଜି
Hives on back.jpg
ହାଇଭସ ଏକ ସାଧାରଣ ଲକ୍ଷଣ ଯାହା ପିଠିରେ ଦେଖାଯାଏ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିimmunology[*]
ଆଇସିଡ଼ି-୧୦T78.0
ଆଇସିଡ଼ି-୯-ସିଏମ୍V15.01-V15.05
ଓଏମ୍‌ଆଇଏମ୍147050
ମେଡ଼ିସିନ-ପ୍ଲସ000817
ଇ-ମେଡ଼ିସିନmed/806
MeSHD005512

ଖାଦ୍ୟ ଆଲର୍ଜି ଦେହରେ ଜାତ ହେଉଥିବା ଏକ ଅସ୍ୱାଭାବିକ ଇମ୍ମ୍ୟୁନ ପ୍ରତିକ୍ରିୟା । ଏହାର ଚିହ୍ନ ଓ ଲକ୍ଷଣମାନ ଅତି ସାଧାରଣରୁ ଅତି ଗମ୍ଭୀର ହୋଇପାରେ । ଗଲୁ କରିବା, ଜିଭ ଫୁଲିବା, ବାନ୍ତି ହେବା, ତରଳ ଝାଡ଼ା, ହାଇଭସ, ଶ୍ୱାସକ୍ରିୟା ସମସ୍ୟା କିମ୍ବା ନିମ୍ନ ରକ୍ତଚାପ ଇତ୍ୟାଦି ଲକ୍ଷଣ ଦେଖାଯାଇପାରେ । ପ୍ରଭାବିତ ହେବାର କିଛି ମିନିଟରୁ କିଛି ଘଣ୍ଟା ମଧ୍ୟରେ ଏହାର ଲକ୍ଷଣ ପ୍ରକାଶ ପାଏ । ଏହି ଲକ୍ଷଣ‌ଗୁଡ଼ିକ ଅତି ଗମ୍ଭୀର ଧରଣର ହେଲେ ଆନାଫାଇଲାକ୍ସିସ (anaphylaxis) ନାମ ଦିଆଯାଏ । ଖାଦ୍ୟ ଅସ‌ହିଷ୍ଣୁତାଖାଦ୍ୟ ବିଷାକ୍ତ‌ତାଦ୍ୱୟ ଏହାଠାରୁ ଅଲଗା ପ୍ରସଙ୍ଗ । [୧]

ସାଧାରଣ ଖାଦ୍ୟ ଯାହା ଆଲର୍ଜି କରାଏ:- ଗାଈ କ୍ଷୀର, ଚିନାବାଦାମ, ଅଣ୍ଡା, ସେଲଫିସ୍ (shellfish), ବୃକ୍ଷ ବାଦାମ (tree nuts), ଗ‌ହ‌ମ, ଚାଉଳଫଳ[୧][୨][୩] ଦେଶ ଅନୁଯାୟୀ ଖାଦ୍ୟ ଆଲର୍ଜି ବଦଳେ । [୧] ଏହି ରୋଗର ଅନେକ ସଙ୍କଟଦାୟକ ପରିସ୍ଥିତି ଅଛି ଯେପରିକି ପାରିବାରିକ ଆଲର୍ଜି ଇତିହାସ, ଭିଟାମିନ ଡି ଅଭାବ, ମୋଟାପଣ ଓ ଅତ୍ୟଧିକ ପରିଚ୍ଛନ୍ନତା । [୧][୨] ଖାଦ୍ୟ କଣିକା ସ‌ହିତ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ଇ (ଦେହସ୍ଥ ଇମ୍ମ୍ୟୁନ ସିସ୍ଟମର ଏକ ଅଂଶ) ସଂଯୁକ୍ତ ହେଲେ ଆଲର୍ଜି ହୁଏ । [୧] ଖାଦ୍ୟରେ ଥିବା କୌଣସି ପ୍ରୋଟିନ ଯୋଗୁ ଏହା ହୁଏ । [୨] ହିସ୍ଟାମିନ ଭଳି ପ୍ରଦାହକାରୀ ରାସାୟନିକ ପଦାର୍ଥମାନଙ୍କୁ ଏହି ପ୍ରୋଟିନ ମୁକ୍ତ ବା ରିଲିଜ କରେ । [୧] ରୋଗ ଇତିହାସ, ଖାଦ୍ୟ ପରିତ୍ୟାଗ, ଚର୍ମଫୋଡ଼ା ଟେଷ୍ଟ (skin prick test), ଖାଦ୍ୟ ବିଶିଷ୍ଟତା ଆଇଜିଇ ଆଣ୍ଟିବଡି ରକ୍ତ ପରୀକ୍ଷା (blood tests for food-specific IgE antibodies) କିମ୍ବା ଓରାଲ ଫୁଡ ଚାଲେଞ୍ଜ ଇତ୍ୟାଦି ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ । [୧][୨]

ସମ୍ଭାବ୍ୟ ଆଲର୍ଜେନ ପ୍ରତି ପ୍ରାକ୍ ପ୍ରଭାବ ହିତକାରୀ ହୋଇପାରେ । ପ୍ରଥମେ ଆଲର୍ଜି କରାଉଥିବା ଖାଦ୍ୟଠାରୁ ଦୂରରେ ରହିବା ସ‌ହିତ ରୋଗ ପ୍ରତିହତ ନିମନ୍ତେ ଏକ ପ୍ଲାନ ତିଆରି କରିବ ଉଚିତ । [୨] ଏହି ପ୍ଲାନ ଅନୁସାରେ ଆଡ୍ରେନାଲିନ ଦିଆଯାଏ ଓ ମେଡିକାଲ ଆଲର୍ଟ ଗ‌ହଣା ପିନ୍ଧିବା ଆବଶ୍ୟକ ହୋଇପାରେ । [୧] ଖାଦ୍ୟ ଆଲର୍ଜି ପ୍ରତି ଆଲର୍ଜେନ ଇମ୍ମ୍ୟୁନୋଥେରାପିର ଉପକାରୀତା ସ୍ପଷ୍ଟ ହୋଇ ନ ଥିବାରୁ ଏହା ଦେବାକୁ ୨୦୧୫ ସୁଦ୍ଧା ସୁପାରିସ କରାଯାଇ ନାହିଁ । [୪] କ୍ଷୀର, ଅଣ୍ଡା ଓ ସୋୟା ଆଦି କେତେକ ଖାଦ୍ୟ ପିଲାଦିନେ ଆଲର୍ଜି କରୁଥିଲେ ମଧ୍ୟ ବଡ଼ ହେଲେ ହୁଏ ନାହିଁ କିନ୍ତୁ ନଟ ଓ ସେଲଫିସ ଏହାର ବ୍ୟତିକ୍ରମ ହୁଏ । [୨]

ବିକଶିତ ଦେଶମାନଙ୍କରେ ୪ରୁ ୮ % ଲୋକଙ୍କର ଅତି କମରେ ଗୋଟିଏ ଖାଦ୍ୟ ଆଲର୍ଜି ଥାଏ । [୧][୨] ପିଲାମାନଙ୍କର ଏହା ଅଧିକ ହୁଏ ଓ ସମୟକ୍ରମେ ସଂଖ୍ୟା ବଢ଼ୁଥିବା ଦେଖାଯାଉଛି । ଝିଅ ପିଲାଙ୍କ ଅପେକ୍ଷା ପୁଅପିଲାମାନଙ୍କର ଅଧିକ ଆଲର୍ଜି ହୁଏ । [୨]କେତେକ ପ୍ରକାରର ଆଲର୍ଜି ପିଲାବେଳେ ହୁଏ ଓ କେତେକ ବଡ଼ ହେଲା ପରେ ହୁଏ । [୧] ବିକଶିତ ଦେଶରେ ଜନସଂଖ୍ୟାର ଏହ ବୃହତ୍ ଅଂଶ ସେମାନଙ୍କର ଆଲର୍ଜି ନ ଥିଲେ ମଧ୍ୟ ବିଶ୍ୱାସ କରନ୍ତି ଯେ ସେମାନଙ୍କର ଅଛି । [୫][୬][୭]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ ୧.୯ National Institute of Allergy and Infectious Diseases (July 2012). "Food Allergy An Overview" (pdf).
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Sicherer, SH.; Sampson, HA. (Feb 2014). "Food allergy: Epidemiology, pathogenesis, diagnosis, and treatment". J Allergy Clin Immunol. 133 (2): 291–307, quiz 308. doi:10.1016/j.jaci.2013.11.020. PMID 24388012.
  3. Nowak-Węgrzyn, A; Katz, Y; Mehr, SS; Koletzko, S (May 2015). "Non-IgE-mediated gastrointestinal food allergy". The Journal of allergy and clinical immunology. 135 (5): 1114–24. PMID 25956013.
  4. "Allergen Immunotherapy". April 22, 2015. Retrieved 15 June 2015.
  5. "Making sense of allergies" (PDF). Sense About Science. p. 1. Retrieved 7 June 2015.
  6. Coon, ER.; Quinonez, RA.; Moyer, VA.; Schroeder, AR. (Nov 2014). "Overdiagnosis: how our compulsion for diagnosis may be harming children". Pediatrics. 134 (5): 1013–23. doi:10.1542/peds.2014-1778. PMID 25287462.
  7. Ferreira, CT.; Seidman, E. "Food allergy: a practical update from the gastroenterological viewpoint". J Pediatr (Rio J). 83 (1): 7–20. doi:10.2223/JPED.1587. PMID 17279290.