Jump to content

ଫ୍ଲର୍ବିପ୍ରୋଫେନ

ଉଇକିପିଡ଼ିଆ‌ରୁ
(Flurbiprofenରୁ ଲେଉଟି ଆସିଛି)
ଫ୍ଲର୍ବିପ୍ରୋଫେନ
Clinical data
Trade namesAnsaid, Ocufen, Strepfen
Synonyms(±)-2-fluoro-α-methyl-(1,1'-biphenyl)-4-acetic acid
AHFS/Drugs.comSystemic: monograph
Eye: monograph
MedlinePlusa687005
Pregnancy
category
  • AU: B2
  • US: C (Risk not ruled out)
    Routes of
    administration
    By mouth
    Pharmacokinetic data
    Protein binding> 99%
    MetabolismLiver (CYP2C9)
    Elimination half-life4.7-5.7 hours
    ExcretionKidney
    Identifiers
    • (RS)-2-(2-fluorobiphenyl-4-yl)propanoic acid
    ECHA InfoCard100.023.479 Edit this at Wikidata
    Chemical and physical data
    FormulaC15H13FO2
    Molar mass୨୪୪.୨୭ g·mol−1
    3D model (JSmol)
    Melting point117 °C (243 °F)
    • Fc2cc(ccc2c1ccccc1)C(C(=O)O)C
    • InChI=1S/C15H13FO2/c1-10(15(17)18)12-7-8-13(14(16)9-12)11-5-3-2-4-6-11/h2-10H,1H3,(H,17,18) checkY
    • Key:SYTBZMRGLBWNTM-UHFFFAOYSA-N checkY
      (verify)

    ଫ୍ଲର୍ବିପ୍ରୋଫେନ ହେଉଛି ଏକ ନନ୍‌ଷ୍ଟେରଏଡାଲ୍ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଔଷଧ (NSAIDs) ଯାହା ଯନ୍ତ୍ରଣା ଏବଂ ପ୍ରଦାହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ପାଟିରେ ଏହା ଋତୁଶୂଳ, ରିଉମାଟଏଡ ଆର୍ଥ୍ରାଇଟିସ୍ ଏବଂ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ ରୋଗମାନଙ୍କରେ ହେଉଥିବା କଷ୍ଟ ଲାଘବ ପାଇଁ ବ୍ୟବହୃତ ହୁଏ ।[] [] ଆଖି ବୁନ୍ଦା ଭାବରେ ଏହା ଆଖିର ଅସ୍ତ୍ରୋପଚାର ସମୟରେ ପିତୁଳା ସଙ୍କୋଚନ କମ କରିବା ନିମନ୍ତେ ଓ ଅସ୍ତ୍ରୋପଚାର ପରେ ଆଖିର ପ୍ରଦାହକୁ ହ୍ରାସ କରିବା ପାଇଁ ବ୍ୟବହୃତ ହୁଏ ।[]

    ପାଟିଦ୍ୱାରା ଗ୍ରହଣ କରୁଥିବା ରୋଗୀଙ୍କର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଫୁଲା, ବୁକୁଜ୍ୱାଳା, ପାକଅନ୍ତନଳୀ ରକ୍ତସ୍ରାବ, ଅଇ, ଯକୃତ ସମସ୍ୟା ଏବଂ ଉଦବେଗ ହୋଇପାରେ ।[] ଆଖି ବୁନ୍ଦା ଭାବରେ ବ୍ୟବହୃତ ହେଲେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜଳୁଥିବା, ଶୁଖିଲା ଆଖି ଏବଂ ବଡ଼ ପିତୁଳା ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲକ୍‌ସିସ ଏବଂ ହୃତ୍‌ପିଣ୍ଡ ସମସ୍ୟା ହୋଇପାରେ ।[] ଗର୍ଭଧାରଣର ଦ୍ୱିତୀୟାର୍ଦ୍ଧରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା କ‌କ୍ସ୧ ଓ କ‌କ୍ସ୨କୁ (COX1 ଏବଂ COX2) ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[]

    ଫ୍ଲର୍ବିପ୍ରୋଫେ ୧୯୬୪ ମସିହାରେ ପ୍ୟାଟେଣ୍ଟ ହୋଇଥିଲା ଏବଂ ୧୯୮୭ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[] ୧୯୯୪ରେ ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ହେଲା ।[] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରା ବିଶିଷ୍ଟ ୧୦୦ ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୬୬ ଡଲାର ଥିଲା ।[] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୯୨ ପାଉଣ୍ଡ ଥିଲା ।[]

    1. 1 2 3 4 5 6 "Flurbiprofen Monograph for Professionals". Drugs.com (in ଇଂରାଜୀ). Archived from the original on 28 August 2021. Retrieved 14 December 2021.
    2. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1186. ISBN 978-0857114105.
    3. 1 2 "Flurbiprofen (EENT) Monograph for Professionals". Drugs.com (in ଇଂରାଜୀ). Archived from the original on 28 January 2021. Retrieved 14 December 2021.
    4. Fischer J, Ganellin CR (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 520. ISBN 9783527607495. Archived from the original on 2020-08-06. Retrieved 2020-10-17.
    5. Approved Drug Products with Therapeutic Equivalence Evaluations (PDF) (36th ed.). FDA. 2014. p. 158. Archived (PDF) from the original on 2016-11-15. Retrieved 2016-11-14.
    6. "Flurbiprofen Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 August 2021. Retrieved 14 December 2021.