ଫ୍ଲୋରେସିନ

ଉଇକିପିଡ଼ିଆ‌ରୁ
(Fluoresceinରୁ ଲେଉଟି ଆସିଛି)
ଫ୍ଲୋରେସିନ
Fluorescein drops being put in the eye before examination
Clinical data
PronunciationFLURE-a-seen
Routes of
administration
topical (eye drops), intravenous, by mouth
ATC code
Identifiers
  • Fluorescein sodium
CAS Number
PubChem CID
DrugBank
ChemSpider
UNII
KEGG
ChEBI
ChEMBL
ECHA InfoCard100.017.302 Edit this at Wikidata
Chemical and physical data
FormulaC20H10Na2O5
3D model (JSmol)
  • c1ccc2c(c1)C(=O)OC23c4ccc(cc4Oc5c3ccc(c5)O)O
  • InChI=1S/C20H12O5/c21-11-5-7-15-17(9-11)24-18-10-12(22)6-8-16(18)20(15)14-4-2-1-3-13(14)19(23)25-20/h1-10,21-22H
  • Key:GNBHRKFJIUUOQI-UHFFFAOYSA-N

ଫ୍ଲୋରେସିନ (ଇଂରାଜୀ ଭାଷାରେ Fluorescein) ଅନେକ ଆଖି ସମସ୍ୟାର (eye problems) ନିର୍ଣ୍ଣୟ ନିମନ୍ତେ ବ୍ୟବ‌ହାର କରାଯାଏ ।[୧] ଆଖିରେ (eye) ଆଖି ଡ୍ରପ (drop) ପକେଇ ବା କାଗଜ ଲଗା ଫ୍ଲୋରେସିନ ଆଖି ପୃଷ୍ଟରେ ଲଗେଇ ଆଖି ଆଘାତ (eye injuries) ଯେପରିକି କର୍ନିଆଲ ଆବ୍ରାଜନ (corneal abrasions) ଓ ବାହ୍ୟ ପଦାର୍ଥ ବା ଫରେନ ବଡି ଚିହ୍ନଟ କରାଯାଏ ।[୨][୩] ଫ୍ଲୋରେସିନ ଆଞ୍ଜିଓଗ୍ରାଫି (fluorescein angiography) କରିବା ସମୟରେ ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଦେଇ ରେଟିନାର (back of the eye) ରକ୍ତନଳୀ ଅବସ୍ଥାର ମୂଲ୍ୟାଙ୍କନ କରାଯାଏ । [୧]

ଆଖି ପୃଷ୍ଠରେ ଲଗେଇଲେ ସ୍ୱଳ୍ପ ସମୟ ନିମନ୍ତେ ଝାପ୍‌ସା (blurry vision) ଦୃଷ୍ଟି ହୋଇପାରେ ଓ ନରମ କଣ୍ଟାକ୍ଟ ଲେନ୍ସ ରଙ୍ଗ ଫିକା ହୋଇଯାଇପାରେ ।[୪][୧] ପାଟିରେ ଓ ଇଞ୍ଜେକସନ ଆକାରରେ ଦେଲେ ମୁଣ୍ଡବଥା, ଅଇ ଓ ଚର୍ମର ରଙ୍ଗ ପରିବର୍ତ୍ତନ ସ୍ୱଳ୍ପ ସମୟ ନିମନ୍ତେ ହୋଇପାରେ । କ୍ୱଚିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ । ଫ୍ଲୋରେସିନ ଏକ ରଙ୍ଗ (dye) ଯାହା ନଷ୍ଟ ହୋଇଥିବା କର୍ନିଆରେ (cornea) ଲାଗିଯିବାଦ୍ୱାରା ସେଥିରେ କୋବାଲ୍ଟ ବ୍ଲୁ ଲାଇଟ (cobalt blue light) ପକେଇଲେ ଶାଗୁଆ ଦେଖାଯାଏ ।[୧] ଏହାର ଆଉ ଏକ ସଂସ୍କରଣରେ ଲିଡୋକେନ (lidocaine) ସ‌ହିତ ମିଶ୍ରିତ ହୋଇ ଆସେ । [୨]

ଫ୍ଲୋରେସିନ ପ୍ରଥମେ ସନ ୧୮୭୧ରେ ପ୍ରସ୍ତୁତ ହୋଇଥିଲା ।[୫] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ୫ ମ:ଲି: ବୋତଲର ହୋଲସେଲ ମୂଲ୍ୟ ପ୍ରାୟ ୧୨.୨୫ ଆମେରିକୀୟ ଡଲାର ।[୭] ସଂଯୁକ୍ତ ରାଷ୍ଟ୍ରରେ ଏକ ଡୋଜର ମୂଲ୍ୟ ପ୍ରାୟ ୦.୪୩ ପାଉଣ୍ଡ ।[୨] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଅତି ଦାମିକା ନୁହେଁ ।[୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Duvall, Brian; Kershner, Robert M. (2006). Ophthalmic Medications and Pharmacology (in ଇଂରାଜୀ). SLACK Incorporated. p. 29. ISBN 9781556427503.
  2. ୨.୦ ୨.୧ ୨.୨ British national formulary : BNF 69 (69 ed.). British Medical Association. 2015. pp. 769, 772. ISBN 9780857111562.
  3. ୩.୦ ୩.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 416. ISBN 9781284057560.
  4. WHO Model Formulary 2008 (PDF). World Health Organization. 2009. p. 314. ISBN 9789241547659. Retrieved 8 January 2017.
  5. Bartlett, Jimmy D.; Jaanus, Siret D. (2008). Clinical Ocular Pharmacology (in ଇଂରାଜୀ). Elsevier Health Sciences. p. 283. ISBN 0750675764.
  6. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  7. "Fluorescein". International Drug Price Indicator Guide. Archived from the original on 17 December 2019. Retrieved 8 December 2016.