ଏଫାଭିରେଞ୍ଜ/ଏମଟ୍ରିସାଇଟାବିନ/ଟେନୋଫୋଭିର

ଉଇକିପିଡ଼ିଆ‌ରୁ
(Efavirenz/emtricitabine/tenofovirରୁ ଲେଉଟି ଆସିଛି)
ଏଫାଭିରେଞ୍ଜ/ଏମଟ୍ରିସାଇଟାବିନ/ଟେନୋଫୋଭିର
Combination of
Efavirenznon-nucleoside reverse transcriptase inhibitor
Emtricitabinenucleoside analog reverse transcriptase inhibitor
Tenofovir disoproxilnucleotide analog reverse transcriptase inhibitor
Clinical data
Trade namesAtripla, Viraday, others
AHFS/Drugs.com
Pregnancy
category
  • US: D (Evidence of risk)
Routes of
administration
by mouth
ATC code
Legal status
Legal status
Identifiers
CAS Number
NIAID ChemDB
  (verify)

ଏଫାଭିରେଞ୍ଜ/ଏମଟ୍ରିସାଇଟାବିନ/ଟେନୋଫୋଭିର (ଇଂରାଜୀ ଭାଷାରେ Efavirenz/emtricitabine/tenofovir, ବିକ୍ରୟ ନାମ ଆଟ୍ରିପ୍ଲା) ଏକ ଔଷଧ ଯାହା ଏଚଆଇଭି/ଏଡସ ରୋଗର ଚିକିତ୍ସାରେ ବ୍ୟବ‌ହୃତ ହୁଏ । ଏହା ତିନୋଟି ସ୍ଥିରୀକୃତ ମାତ୍ରାର ଯୁଗ୍ମ ଔଷଧ ଯେଉଁମାନଙ୍କର ନାମ ଏଫାଭିରେଞ୍ଜ, ଏମସାଇଟ୍ରାବିନ (emtricitabine) ଓ ଟେନୋଫୋଭିର ଡିସପ୍ରୋକ୍‌ସିଲ (tenofovir disoproxil) । ଏହି ଔଷଧକୁ ଏକ‌କ ଭାବରେ ବ୍ୟବ‌ହାର କରିହୁଏ ବା ଅନ୍ୟ ଔଷଧମାନଙ୍କ ସ‌ହିତ ଦିଆଯାଇପାରେ । ଏହି ଔଷଧକୁ ପାଟିରେ ଥରେ ମାତ୍ର ଦିଆଯାଏ ।[୧]

ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବଥା, ନିଦ୍ରା ସମସ୍ୟା, ନିଦ୍ରାଳୁ ଭାବ ଓ ଅସ୍ଥିରତା ଆଦି ଲକ୍ଷଣ ଦେଖାଯାଇପାରେ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଲାକ୍ଟିକ ଏସୋଡୋସିସ (high blood lactate levels), ମାନସିକ ଲକ୍ଷଣ ଓ ଯକୃତ ବୃଦ୍ଧି ହେବା ଦେଖାଯାଏ ।[୨] ପିଲାମାନଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥାରେ ପ୍ରଥମ ତ୍ରୈମାସିକରେ ଏହା ଦେଲେ ଶିଶୁ ପ୍ରତି ବିପଦ ଥାଏ ।[୨]

ସନ ୨୦୦୬ରେ ଏଫାଭିରେଞ୍ଜ/ଏମଟ୍ରିସାଇଟାବିନ/ଟେନୋଫୋଭିର ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ରର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ମାସ ଡୋଜର କ୍ରୟ ମୂଲ୍ୟ ୧୦.୭୧ରୁ ୧୪.୧୯ ଆମେରିକୀୟ ଡଲାର ।[୪] ସନ ୨୦୧୬ରେ ଏହି ଔଷଧର ଏକ ମାସର ଡୋଜର ମୂଲ୍ୟ ଯୁକ୍ତରାଷ୍ଟ୍ର ଆମେରିକାରେ ୨୩୦୮.୨୦ ଆମେରିକୀୟ ଡଲାର ଓ ଇଂଲଣ୍ଡରେ ୫୩୨.୮୭ ପାଉଣ୍ଡ ଥିଲା ।[୫][୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ WHO Model Formulary 2008 (PDF). World Health Organization. 2009. p. 160. ISBN 9789241547659. Retrieved 8 December 2016.
  2. ୨.୦ ୨.୧ ୨.୨ "Atripla". www.drugs.com. April 2016. Retrieved 12 December 2016.
  3. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  4. "Efavirenz + Emtricitabine + Tenofovir Df". International Drug Price Indicator Guide. Retrieved 28 November 2016.[permanent dead link]
  5. "NADAC as of 2016-12-07 | Data.Medicaid.gov". Centers for Medicare and Medicaid Services. Archived from the original on 2016-12-21. Retrieved 12 December 2016.
  6. British National Formulary (BNF) 69 (69 ed.). Pharmaceutical Press. 2015. p. 423. ISBN 9780857111562.